Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଲେ ରଜନୀକାନ୍ତ ସିଂ
ବିଶେଷ ଖବର

ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଲେ ରଜନୀକାନ୍ତ ସିଂ

November 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର: ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଅପ୍ରତ୍ୟାଶିତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ରହିଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାମ କରିପାରୁନାହାନ୍ତି। ତେଣୁ ସେ ସଙ୍ଗଠନରେ ମନୋନିବେଶ କରିବାକୁ ଏହି ପଦବୀରୁ ନିଜକୁ ଦୂରେଇ ନେଇଛନ୍ତି।

ରାଜନୀତିକ ଘଟଣାବଳୀରେ ରୁଚି ରଖୁଥିବା ଲୋକଙ୍କ କହିବା ଅନୁସାରେ ଅନୁଗୁଳ ବିଧାୟକ ଶ୍ରୀ ସିଂହ ନିଜର ଇସ୍ତଫାର କାରଣ ସମ୍ପର୍କରେ ଯାହା କହିଛନ୍ତି ତାହା ସତ୍ୟ। ସେ ଉପବାଚସ୍ପତି ହେବା ପରଠାରୁ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ନିଜର ଅସାମର୍ଥ୍ୟତା ପ୍ରକାଶ କରି ଆସୁଛନ୍ତି। ଫଳରେ ମତଦାତାମାନେ ତାଙ୍କଠାରୁ ଓ ତାଙ୍କ ଦଳ ବିଜେଡିଠାରୁ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ଏକଥା ନିକଟରେ ବିଜେପିର କେନ୍ଦ୍ରୀୟ ସର୍ଭେରୁ ସ୍ପଷ୍ଟ ହୋଇଛି

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଥିବା ସର୍ଭେ, ରଜନୀଙ୍କ ପାଇଁ ହେଲା କାଳ

ବିଜେପିର ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନିଜ ଜିଲ୍ଲା ଅନୁଗୁଳର ତାଳଚେର ଓ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଲୋକପ୍ରିୟତା ହରାଇଥିବା ବେଳେ ଅନୁଗୁଳ ବିଧାନସଭା କ୍ଷେତ୍ରରେ ଜନସମର୍ଥନ ବ୍ୟାପକ ପାଉଛନ୍ତି।

ବିଜେପିର ଏହି ରିପୋର୍ଟ ସମ୍ପର୍କରେ ବିଜେଡି ନେତାମାନେ ଅବଗତ ହେବାପରେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ବିଧାୟକ ଶ୍ରୀ ସିଂହ ଉପ-ବାଚସ୍ପତି ହେବା ପରଠାରୁ ମତଦାତାଙ୍କ ସୁଖଦୁଃଖରେ ସାମିଲ ହୋଇନାହାନ୍ତି। ଫଳରେ ବିଜେଡି ସମର୍ଥକ ତଥା ଭୋଟରମାନେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛନ୍ତି।

ଏଭଳି ଖବର ଆସିବା ପରେ ଉପ-ବାଚସ୍ପତି ଶ୍ରୀ ସିଂହଙ୍କୁ ଇସ୍ତଫା ଦେଇ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ସମ୍ଭାଳି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ବିଜେଡି ନେତୃତ୍ୱ ଦୁଇ ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତକାଲି ଶ୍ରୀ ସିଂହ ଇସ୍ତଫା ଦେବା କଥା ସ୍ପଷ୍ଟ କରିଥିଲେ।

ଅପର ପକ୍ଷରେ ତାଙ୍କ ସମର୍ଥକମାନଙ୍କ କହିବା ଅନୁସାରେ ୨୦୧୪ରୁ ୨୦୧୯ ବିଧାନସଭାରେ ମନ୍ତ୍ରୀପଦ ପାଇଥିଲେ। ୨୦୧୯ ନିର୍ବାଚନ ପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ମନ୍ତ୍ରୀପଦ ଦିଆନଯାଇ ଉପ-ବାଚସ୍ପତି ପଦବୀରେ ଥଇଥାନ କରାଇଥିଲା।

ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ପଦ ପାଇବା ପରେ ଶ୍ରୀ ସିଂହ ବାଚସ୍ପତି ହେବେ ବୋଲି ଆଶାବାନ୍ଧି ବସିଥିଲେ। କିନ୍ତୁ ସେହି ଆଶା ଆଶାରେ ରହିବା ପରେ ଉପବାଚସ୍ପତି ଅସନ୍ତୁଷ୍ଟ ଥିବା ବିଜେଡି ନେତୃତ୍ୱ ଉପଲବ୍ଧି କରିଥିଲେ। ପରିଣାମ ସ୍ୱରୂପ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି।

ଉପବାଚସ୍ପତି ରଜନୀକାନ୍ତ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.