Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ସାରା ରାଜ୍ୟରେ ଚାଲିଥିବା ରଜ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/narendramodi/status/1669259517882941440?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1669259517882941440%7Ctwgr%5E53d117abd0c7530af2a4a19fddee591595edbf28%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1932588

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ସମଗ୍ର ଓଡିଶାରେ ଚାଲିଥିବା ରଜ ଉତ୍ସବର ଶୁଭେଚ୍ଛା। ଏହି ଶୁଭ ଉତ୍ସବ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ। ସମସ୍ତଙ୍କ ଜୀବନ ସୁଖମୟ ହେଉ।”

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ରିଲାଏନ୍ସ ଜୁଏଲସ୍ ଏକ ଚମକ ସହ ନାରୀତ୍ୱର ଅସୀମ ଭାବକୁ ନେଇ ପାଳନ କରୁଛି ରଜ ପର୍ବ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ଯାହା ନାରୀମାନେ ନିଜ ସହ ଆଣିଥାନ୍ତି। ଓଡ଼ିଶାର ପରମ୍ପରା, ପସନ୍ଦ ଓ ପ୍ରାଥମିକତା ଅନୁଯାୟୀ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଏହି ସୁନ୍ଦର ଭାବେ କାରିଗରୀ କରାଯାଇଥିବା ଉତ୍ସବ ସମ୍ଭାରରେ ସୁନା ନେକ୍‌ଲେସ୍ ସେଟ୍ ଓ ସୁନା ଏବଂ ହୀରା ଅକେଜନ୍ ଓୟାର ଇୟର ରିଙ୍ଗର ଉନ୍ମୋଚନ ସହ ଏହି ଉତ୍ସବକୁ ପାଳନ କରାଯାଉଛି।

ଏହି ସମ୍ଭାରର ଡିଜାଇନ୍‌ଗୁଡ଼ିକ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରରିପ୍ରକାଶ କରୁଛି ଏବଂ ରଜ ପର୍ବ ପାଳନକୁ ସ୍ମରଣୀୟ କରିବା ଲାଗି ସୂକ୍ଷ୍ମ କାରିଗରୀ ସହିତ ତାହାକୁ ସମ୍ମିଳିତ କରିଛି। ଏହି ସମ୍ଭାରର ଉଦ୍ଦେଶ୍ୟ ହେଉଛି ସମାଜର ଲୋକମାନଙ୍କୁ ଏକତ୍ରୀତ କରିବା ଓ ରଜର ଉଲ୍ଲାସକୁ ପାଳନ କରିବା। ଉତ୍ସବର ପ୍ରକୃତ ଅର୍ଥକୁ ବୁଝାଇବା ଓ ଅନ୍ୟମାନଙ୍କ ସହ ତାହାକୁ ପାଳନ କରିବା ବିଷୟକୁ ମନେ ପକାଇବା ଲାଗି ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି।

ରଜ ପାଇଁ ସ୍ୱତନ୍ତ୍ର ଭାବେ କାରିଗରୀ କରାଯାଇଥିବା ସୁନା ଗହଣା ସମ୍ଭାର ୨୨ କ୍ୟାରେଟ୍ ସୁନା ନେକ୍‌ଲେସ୍ ସେଟ୍ ଓ ସୁନ୍ଦର ଅକେଜନ୍ ଓୟାର ଇୟରରିଙ୍ଗ୍ ସୁନା ଓ ହୀରାରେ ସୂକ୍ଷ୍ମ ଡିଜାଇନ ସହିତ ଉପଲବ୍ଧ ହୋଇଛି। ଉତ୍ସବରେ ପିନ୍ଧିବା ଲାଗି ଏହି ଗହଣାଗୁଡ଼ିକ ବେଶ ଉପଯୁକ୍ତ। ନୂତନ ଭାବେ ଉନ୍ମୋଚନ ହୋଇଥିବା ଗହଣା ସମ୍ଭାର ସହିତ ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍‌ଗୁଡ଼ିକରେ ବ୍ୟାପକ ପାରମ୍ପରିକ ଗହଣା ସମ୍ଭାର ଓ ଆକର୍ଷଣୀୟ ହୀରା ଡିଜାଇନର ବର୍ଗମାଳା ଉପଲବ୍ଧ ରହିଛି।

ସାରା ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍‌ଗୁଡ଼ିକରେ ୨୦୨୨ ଜୁନ୍ ୧୪ରୁ ୧୯ ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଉଛି ଏବଂ ଗ୍ରାହକମାନେ ପ୍ରତି ୭ ଗ୍ରାମର ସୁନା ଗହଣା ଓ ପ୍ରତି ୭୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କିଣାକିଣି ଉପରେ ରଜ ସ୍ୱତନ୍ତ୍ର ଅଫରରେ ମାଗଣା ସୁନା କଏନ୍ ପାଇପାରିବେ (ସର୍ତାବଳୀ ଲାଗୁ)। ରିଲାଏନ୍ସ ଜୁଏଲସ୍‌ର ସାରା ଓଡ଼ିଶାରେ ୧୦ଟି ସୋ’ରୁମ୍ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଅନୁଗୁଳ, ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଭଦ୍ରକ ସହରରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଗଣପର୍ବ ରଜକୁ ଭୁଲ ନ ଲେଖିବା ପାଇଁ ଆରମ୍ଭ ହେଲା ସୋସିଆଲ ମିଡିଆ କ୍ୟାମ୍ପେନ

ଭୁବନେଶ୍ବର, ଓଡିଶାର ଗଣପର୍ବ ହେଉଛି ରଜ। ଏହା କାହିଁ କେଉଁ କାଳରୁ ଓଡିଶାର ସଂସ୍କୃତି ସହିତ ଜଡିତ ହୋଇ ରହିଛି। ହେଲେ ଏହି ପର୍ବର ବନାନକୁ ନେଇ ଗତ କିଛି ବର୍ଷ ଧରି ଭୁଲ ଲେଖାଯାଉଛି। ଯାହାକୁ ନେଇ ସ୍ବର ଉଠାଇଛନ୍ତି ସାମ୍ବାଦିକ ସୌମ୍ୟା ପରିଡା ଏବଂ ସ୍ତମ୍ଭକାର ରୁଦ୍ର ପ୍ରସାଦ ରଥ। ଗତ ତିନି ବର୍ଷ ଧରି ସେମାନେ ସୋସିଆଲ ମିଡିଆରେ ଏହି କ୍ୟାମ୍ପନ କରୁଛନ୍ତି।

କେତେକ ସଂସ୍ଥା ସେମାନଙ୍କର ରଜ ସମୟର ବିଜ୍ଞାପନରେ ରଜୋ ଲେଖି ପ୍ରକାଶିତ କରିଥାନ୍ତି। ଏହାକୁ ଦେଖି ଅନେକ ମଧ୍ୟ ସେହି ରଜୋ ଶଦ୍ଦକୁ ବ୍ୟବହାର କରିଥାନ୍ତି। ଏହାର କାରଣରେ କୁହାଯାଉଛି ଯେ ରଜକୁ ଅନେକ ଇଂରାଜୀରେ Rajo ବୋଲି ଲେଖିଥାନ୍ତି। ତାହା ଓଡିଆରେ ରଜୋ ବୋଲି ଉଚ୍ଚାରଣ ହୋଇଥାଏ । ସେଥିପାଇଁ ଯେଉଁମାନେ ଓଡିଆ ସଂସ୍କୃତି ସହିତ ପରିଚିତ ନ ଥାନ୍ତି ସେମାନେ ଏହାକୁ ରଜୋ ବୋଲି ଲେଖିଥାନ୍ତି। ତେବେ ଏହା ସଂପୂର୍ଣ୍ଣ ଭୁଲ ଶଦ୍ଦ। ସେଥିପାଇଁ ରଜକୁ ରଜୋ ନ ଲେଖିବା ପାଇଁ ଉଭୟ ଏହି ରଜ ସମୟରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଥର ମଧ୍ୟ ଉଡିଯିବ ରଜ ସଜ ମଉଜ, ଲକଡାଉନ ଖୋଲିଲା ବେଳକୁ ରଜ ଶେଷ

ଭୁବନେଶ୍ବର, ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ। କାରଣ ଗୋଟିଏପଟେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ ଘୋଷଣା ହୋଇଛି। ଚଳିତ ବର୍ଷ ତିନିଦିନିଆ ରଜ 14-15-16 ତାରିଖରେ ପାଳନ କରାଯିବ। 14 ତାରଖରେ ପହିଲି ରଜ, 15 ତାରିଖରେ ରଜ ସଂକ୍ରାନ୍ତି ଏବଂ 16 ତାରିଖରେ ଶେଷ ରଜ।

ତେବେ ଦିନକୁ ଦିନ କରୋନା ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନକୁ ବଢାଇଛନ୍ତି। ଫଳରେ ଲକଡାଉନ 3.0 ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଏହି ଲକ ଡାଉନ ଭିତରେ ଚଳିତ ବର୍ଷର ରଜ ଶେଷ ହୋଇଯିବ।

ଗତ ବର୍ଷ ମଧ୍ୟ ରଜ ଫିକା ପଡିଯାଇଥିଲା। କାରଣ ଏହି କରୋନା ପାଇଁ ସେତେବେଳେ କୌଣସି ଉତ୍ସବ କିମ୍ବା ଧର୍ମ କାର୍ଯ୍ୟ କରିବାକୁ କଟକଣା ରହିଥିଲା। ଫଳରେ ଗାଁ ଦାଣ୍ଡରେ ପିଲାମାନେ ଦୋଳିଖେଳିବାର ମଜା ନେଇ ପାରି ନ ଥିଲେ। ଏପରିକି ବିଭିନ୍ନ ସଂସ୍ଥାର ପ୍ରେକ୍ଷାଳୟରେ ପାଳିତ ରଜ ମଧ୍ୟ କରୋନା ପାଇଁ ବନ୍ଦ ହୋଇଯାଇଥିଲା। ଫଳରେ ଲୋକେ ନିଜଘରେ କେବଳ ପୋଡପିଠା ଖାଇ ରଜ ପାଳନ କରିବାକୁ ବାଧ୍ୟ ହୋଇଥିଲେ।