ଏଥର ମଧ୍ୟ ଉଡିଯିବ ରଜ ସଜ ମଉଜ, ଲକଡାଉନ ଖୋଲିଲା ବେଳକୁ ରଜ ଶେଷ

Published: Jun 6, 2021, 3:11 pm IST

ଭୁବନେଶ୍ବର, ଗତ ବର୍ଷ ପରି ଚଳିତ ବର୍ଷର ରଜ ମଧ୍ୟ ଫିକା ପଡିବ। କାରଣ ଗୋଟିଏପଟେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଲକ ଡାଉନ ଘୋଷଣା ହୋଇଛି। ଚଳିତ ବର୍ଷ ତିନିଦିନିଆ ରଜ 14-15-16 ତାରିଖରେ ପାଳନ କରାଯିବ। 14 ତାରଖରେ ପହିଲି ରଜ, 15 ତାରିଖରେ ରଜ ସଂକ୍ରାନ୍ତି ଏବଂ 16 ତାରିଖରେ ଶେଷ ରଜ।

ତେବେ ଦିନକୁ ଦିନ କରୋନା ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନକୁ ବଢାଇଛନ୍ତି। ଫଳରେ ଲକଡାଉନ 3.0 ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଏହି ଲକ ଡାଉନ ଭିତରେ ଚଳିତ ବର୍ଷର ରଜ ଶେଷ ହୋଇଯିବ।

ଗତ ବର୍ଷ ମଧ୍ୟ ରଜ ଫିକା ପଡିଯାଇଥିଲା। କାରଣ ଏହି କରୋନା ପାଇଁ ସେତେବେଳେ କୌଣସି ଉତ୍ସବ କିମ୍ବା ଧର୍ମ କାର୍ଯ୍ୟ କରିବାକୁ କଟକଣା ରହିଥିଲା। ଫଳରେ ଗାଁ ଦାଣ୍ଡରେ ପିଲାମାନେ ଦୋଳିଖେଳିବାର ମଜା ନେଇ ପାରି ନ ଥିଲେ। ଏପରିକି ବିଭିନ୍ନ ସଂସ୍ଥାର ପ୍ରେକ୍ଷାଳୟରେ ପାଳିତ ରଜ ମଧ୍ୟ କରୋନା ପାଇଁ ବନ୍ଦ ହୋଇଯାଇଥିଲା। ଫଳରେ ଲୋକେ ନିଜଘରେ କେବଳ ପୋଡପିଠା ଖାଇ ରଜ ପାଳନ କରିବାକୁ ବାଧ୍ୟ ହୋଇଥିଲେ।

Related posts