Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ବୈଠକରେ ଶୋଇପଡିଲେ ଡିଜି, ବିଭିନ୍ନ ମହଲରେ ଚର୍ଚ୍ଚା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ଶୋଇପଡିଲେ ଡିଜି ପୋଲିସ ୱ୍ବାଇ ବି ଖୁରାନିଆ। ଯାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଆଲୋଚନା। ଆଜି ପୁରୀ ଟାଉନ ହଲରେ ଚାଲିଥିଲା ରଥଯାତ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ଯୋଗଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ, ଗଣ୍ଡାଗଣ୍ଡା ମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବ। ସେହିପରି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଡିଜି ଶୋଇପଡିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି।

ରଥଯାତ୍ରା ହେଉଛି ଏପରି ଏକ ଉତ୍ସବ ଯେଉଁଠାରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୁଅନ୍ତି। ସେମାନଙ୍କର ସୁରକ୍ଷା ପୋଲିସ ବ୍ୟବସ୍ଥା ପ୍ରତି ଏକ ଚ୍ୟାଲେଞ୍ଜ। ଏପରି କ୍ଷେତ୍ରରେ ପୋଲିସ ମୁଖ୍ୟ ସେହି ବୈଠକରେ ଶୋଇପଡିବା ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ରାଜ୍ୟର ସମସ୍ତ ମୁଖିଆ ଥିବା ବେଳେ ଡିଜି କିପିରି ଶୋଇଲେ ସେ ନେଇ ଭକ୍ତ ଓ ସେବାୟତ ମହଲରେ ପ୍ରଶ୍ନ ଉଠିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ସମୀକ୍ଷା ବୈଠକ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।

ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ (Incident Free) କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୋଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ଜିଲ୍ଲାରେ ଡାଇରିଆ ପରିସ୍ଥିତି ଥିବା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ରଥଯାତ୍ରା ପୂର୍ବରୁ ସୁନାବେଶ ପର୍ଯ୍ୟନ୍ତ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ଆବଶ୍ୟକ। କୌଣସି ସ୍ଥାନରେ ଯେପରି ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି ବିକ୍ରି ନହୁଏ ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏହା ସହିତ ସବୁ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହଯୋଗ କାମନା କରିଥିଲେ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମ ସାଂସ୍କୃତିର ସବୁଠାରୁ ଗୌରବମୟ ପରିଚୟ। କୋଟି କୋଟି ଲୋକଙ୍କ ଭାବାବେଗ ଏଥିରେ ଜଡିତ ଅଛି। ତେଣୁ, ଏହାର ସୁପରିଚାଳନା କେବଳ ଏକ ସରକାରୀ ଦାୟିତ୍ୱ ନୁହେଁ, ବରଂ ଏକ ପବିତ୍ର କର୍ତ୍ତବ୍ୟ। ତେଣୁ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ବେସରକାରୀ ସଂସ୍ଥା ସମସ୍ତେ ସମନ୍ୱୟ ରଖି ଏହାର ସଫଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଥଯାତ୍ରା ସୁରୁଖୁରୁ ରେ ସମ୍ପାଦିତ ହେବାପାଇଁ ନିଆ ଯାଇଥିବା ପଦକ୍ଷେପ,ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ଏବଂ ପୋଲିସ୍ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଷୟ ରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ ପୁରୀ ଜିଲ୍ଲା ପ୍ରଶାସନ ର ସୂଚନା ପୁସ୍ତିକା ରୂପରେଖ ଉନ୍ମୋଚନ କରିଥିଲେ ।

ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ
ଶ୍ରୀମତୀ ପ୍ରଭାତୀ ପରିଡା, , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ବିଧାୟକ ଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ, ଜିଲ୍ଲା ପ୍ରଶାସନର ଅଧିକାରୀଗଣ , ସେବାୟତ ଓ ମଠାଧୀଶ ଗଣ ଯୋଗଦେଇଥିଲେ।
ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ଯାଇ ସେଠାରେ ହୋଇଥିବା ଉନ୍ନତି ଓ ସୌନ୍ଦର୍ଯ୍ୟ କରଣକାର୍ଯ୍ୟ ବୁଲି ଦେଖିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରାରେ ଯୋଗଦେବା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ବର: ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ରାଜଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଜ୍ୟପାଳଙ୍କୁ ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି।ରାଜ୍ୟପାଳ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ରଥଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି।

ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆସନ୍ତା 27 ତାରିଖରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ସରକାର ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ବୈଠକ କରି ସୁରକ୍ଷା ଏବଂ ରିତିନୀତି ଉପରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବେଶ ଆଗେଇ ଚାଲିଛି। 27 ତାରିଖରେ ରଥଯାତ୍ରା ହେଉଥିବା ବେଳେ 5 ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପୁରୀ ଗସ୍ତ କରି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେ ନେଇ ମୁଖ୍ୟ ଶାସନ ସଚିବ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଶ୍ରୀ ଆହୁଜା ନୀତି ପ୍ରଶାସକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ସେ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଆଲୋଚନା କରିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁଚାରୁ ରୂପେ ରଥଯାତ୍ରା ଆୟୋଜନ ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତିନି ରଥର ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ନିଆଯାଉଛି। ପ୍ରବଳ  ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିର ସିଂହଦ୍ବାରଠାରେ ଚାଲିଥିବା ସମସ୍ତ ଚିତ୍ର କାର୍ଯ୍ୟକୁ ମଧ୍ୟ ମୁଖ୍ୟ ଶାସନ ସଚିବ ବୁଲି ଦେଖିଛନ୍ତି। ଏଥର ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ ନେଇ ସେ ଆଶାବ୍ୟକ୍ତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପରଲୋକରେ ପୁରୀ ଗଜପତିଙ୍କ ନିଜ ସାନ ଭାଇ ଥାଟ ରାଜା, କେମିତି ହେବ ଏଥର ଛେରା ପହଁରା

ପୁରୀ: ଗତକାଲି ରାତିରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ତାଙ୍କର ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି। ତାଙ୍କର ପୁତ୍ର ମୁଖାଗ୍ନି ଦେଇଛନ୍ତି। ଶ୍ରୀମନ୍ଦିର ରୋଷ ଘରୁ ଅଗ୍ନି ନେଇ ତାଙ୍କର ଶବ ସତ୍କାର କରାଯାଇଛି।

ରଣାର୍ଣ୍ଣବ ଦେବ ସାଧାରଣରେ ଥାଟ ରାଜା ଭାବେ ପରିଚିତ ଥିଲେ। ତାଙ୍କର ମାମୁଁ ଘର ବାଲେଶ୍ବର ନୀଳଗିରି ଅଞ୍ଚଳରେ ହୋଇଥିବାରୁ ସେ ସେଠାରେ ରହୁଥିଲେ। ସେହି ଅଞ୍ଚଳରେ ସେ ବେଶ ପରିଚିତ। ଏଥିସହିତ ପୁରୀ ରାଜ ନଅରରେ ତାଙ୍କର ସ୍ବତନ୍ତ୍ର ଅଲଗା କୋଠରୀ ରହିଛି। ପୁରୀ ଆସିଲେ ସେମାନେ ସେହି ରାଜନଅର କୋଠରୀରେ ରହୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ପୁରୀରେ ହୋଇଛି। ରାଜ ପଂରପରା ଅନୁସାରେ ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶ୍ରୀମନ୍ଦିର ରୋଷ ଶାଳାର ଅଗ୍ନିରେ ଶତ୍କାର କରାଯାଇଛି।

ତେବେ ରଥଯାତ୍ରା ସମୟରେ ଖୋଦ ଗଜପତିଙ୍କ ନିଜ ସାନ ଭାଇଙ୍କ ମୃତ୍ୟୁ ହୋଇଥିବାରୁ ବର୍ତ୍ତମାନ କେମିତି ଛେରା ପହଁରା ଏବଂ ଗଜପତିଙ୍କ ସେବା କରାଯିବ ସେ ନେଇ ପ୍ରଶ୍ନ ଉଠିଛି। ହେଲେ ଗଜପତିଙ୍କ ପୁରୋହିତଙ୍କ କହିବା ଅନୁସାରେ ଗଜପତି ଦିବ୍ୟସିଂହ ଦେବ କୌଣସି ଅଶୌଚ କାର୍ଯ୍ୟ ସହିତ ସଂପୃକ୍ତ ହେବେ ନାହିଁ। ସେ ପ୍ରଭୃଙ୍କ ସେବା କରୁଥିବାରୁ ତାଙ୍କ ପରିବାରର ଯେ କେହି ମୃତ୍ୟୁ ବରଣ କଲେ ମଧ୍ୟ ଗଜପତି ସେ କାର୍ଯ୍ୟରେ ଯୋଗ ଦେବେ ନାହିଁ କି ସେ ଅଶୌଚ ହେବେ ନାହିଁ। ଏହା ଶ୍ରୀମନ୍ଦିର ପରଂପରାରେ ରହିଆସିଛି।

ଫଳରେ ବର୍ତ୍ତମାନ ଗଜପତିଙ୍କ ନିଜ ଭାଇ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ତିନି ଠାକୁରଙ୍କ ସେବାରୁ ନିବୃତ ରହିବେ ନାହିଁ। ଯାହା ପୂର୍ବରୁ ପ୍ରଚଳିତ ହୋଇଆସୁଛି ତାହା ଗଜପତି ଦିବ୍ୟସିଂହ ଦେବ ଜାରୀ ରଖିବେ। ଫଳରେ ରଥଯାତ୍ରାରେ ଗଜପତିଙ୍କ ସେବା ନିଜେ ଦିବ୍ୟସିଂହ ଦେବ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ରେଳବାଇ ଜ୍ୟାକ୍‌ ର ବ୍ୟବହାର ଏକ ଦିବ୍ୟ ସଂଯୋଗ

ଭୁବନେଶ୍ୱର: ରଥଯାତ୍ରାରେ ରେଳବାଇ ଜ୍ୟାକଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ। ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ ମିଟର ଦୂରରେ ରଥଗୁଡ଼ିକ ନିର୍ମିତ  ହୋଇଥାଏ। ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ ସ୍ଥାନରେ ରଖିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଏବଂ ଏଥିପାଇଁ ବଡ଼ ବଡ଼ ରେଳବାଇ ଜ୍ୟାକ୍ ବ୍ୟବହାର କରାଯାଏ।

ରଥଯାତ୍ରା ସମୟରେ, ରେଳ ବିଭାଗର ୪୦ ଜଣ କର୍ମଚାରୀଙ୍କ ଏକ ଦଳ ସମସ୍ତ ମରାମତି ଉପକରଣ ସହିତ ଦୁଇଟି ଟ୍ରକରେ ରଥଗୁଡ଼ିକୁ ଅନୁସରଣ କରନ୍ତି। ପ୍ରଚଳିତ ପରମ୍ପରା ଅନୁଯାୟୀ, ରଥଗୁଡ଼ିକ ଆଗକୁ ବଢ଼ିବା ପରେ ପଛକୁ ହଟନ୍ତି ନାହିଁ। ତେଣୁ, ରଥଗୁଡ଼ିକୁ ସୁଗମ ଭାବରେ ଚଳାଇବାରେ ରେଳ କର୍ମଚାରୀଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।

କେତେକ ଘଟଣାରେ, ରଥଗୁଡ଼ିକରେ ହୋଇଥିବା ଅତ୍ୟଧିକ କ୍ଷତିକୁ ମରାମତି କରିବା ପାଇଁ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଅବସ୍ଥିତ କାରଖାନାରୁ ସ୍ୱତନ୍ତ୍ର ଲୁହା କ୍ଲାମ୍ପ ତିଆରି ହେବାର ଉଦାହରଣ ମଧ୍ୟ ଇତିହାସରେ ଲିପିବଦ୍ଧ ରହିଛି ।

ରେଳ ବିଭାଗ ବିଶାଳ ରଥଗୁଡ଼ିକୁ ସେମାନଙ୍କର ନିର୍ମାଣ ସ୍ଥାନରୁ ମୁଖ୍ୟ ମନ୍ଦିର ଦ୍ୱାରକୁ ପରିବହନ କରିବା, ନିର୍ମାଣ କିମ୍ବା ଯାତ୍ରା ସମୟରେ ରଥଗୁଡ଼ିକର ହୋଇଥିବା କ୍ଷତିର ମରାମତି କରିବା, ରଥଗୁଡ଼ିକୁ ଦିଶାନିର୍ଦ୍ଦେଶ ପ୍ରଦାନ କରିବା, ରଥଗୁଡ଼ିକର ଦିଗ ପରିବର୍ତ୍ତନ କରିବା ଏବଂ ସେଗୁଡ଼ିକୁ ସ୍ଥାନାନ୍ତର କରିବା ଭଳି ସେବା ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ସୁବାସିତ ଜଳରେ ସ୍ନାନ କଲେ ମହାବାହୁ, ଏବେ ହାତୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

ପୁରୀ: ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ତିନିଠାକରୁ ସୁବାସିତ ଜଳରେ ସ୍ନାନ କରିଥାନ୍ତି। ଆଜି ନିର୍ଦ୍ଦାରିତ ସମୟରେ ମହାପ୍ରଭୃ ରତ୍ନ ମଣ୍ଡପରୁ ବାହାରି ସ୍ନାନ ମଣ୍ଡପକୁ ବିରାଜମାନ କରିଥିଲେ। ତିନି ଠାକୁର ସ୍ନାନ ମଣ୍ଡପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି। ଏହାପରେ ଶହେ ଆଠ ଗରା ପାଣିରେ ତିନିଠାକୁରଙ୍କ ସ୍ନାନ କରାଯାଇଥିଲା।

ନୀତି ଅନୁସାରେ  ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚି ଛେରା ପହଁରା କରି ଆଳତି କରିଥିଲେ।

ସ୍ନାନ ନୀତି ସରିବା ପରେ ମହାପ୍ରଭୃଙ୍କୁ ହାତୀ ବେଶ ବା ଗଜନାନ ବେଶ କରାଯାଇଛି। ଏହି ବେଶରେ ବର୍ତ୍ତମାନ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ନେଇ ତଦାରଖ କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ତାହାର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପର୍କରେ ତଦାରଖ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ସେ ବିଶେଷକରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ପାର୍ଶ୍ଵରେ ନିର୍ମାଣ କରାଯାଉଥିବା ସୂଚନା କେନ୍ଦ୍ର ଏବଂ ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଟ ପଥର ସ୍ଥାପନ ଇତ୍ୟାଦି କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି।

ଏହି ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବ୍ରହ୍ମଗିରିର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ପୁରୀ ପୋୖରସଦନ (ଟାଉନ ହଲ) ଠାରେ ଆୟୋଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା ପରିଚ଼ାଳନା ପାଇଁ ଦ୍ବିତୀୟ ସମନ୍ୱୟ କମିଟି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ବୃନ୍ଦ, ରଥଯାତ୍ରା ସମନ୍ୱୟ କମିଟି ଏବଂ ପୁରୀ ସହରର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ଓ ସୂଚ଼ନା ବୈଷୟିକ ବିଭାଗର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚ଼ନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ପୁରୀ ଜିଲ୍ଲାର ବିଧାୟକ ଗଣ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଭଲବୋ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଜାଣନ୍ତୁ ସମୟ ସାରଣୀ

ଭୁବନେଶ୍ବର: ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ। ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ଏହି ପ୍ରସ୍ତୁତି ଆରମ୍ଭ କରାଯାଇଛି। ଯେଉଁ ସ୍ଥାନକୁ ଏହି ବସ ଯିବ ସେଗୁଡିକ ହେଲା

ଏହି ବସରେ ଆରମଦାୟକ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏପରିକି ବିମାନ ଯିବା ପରି ବନ୍ଦୋବସ୍ତ କରାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନରୁ ଚାଲିବ ଏହି ଭଲବୋ ସେବା

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। ଗେରୁଆ ରଂଗର ଏହି ବସ ସେବାକୁ ମଙ୍ଗଳବାରଠାରୁ ଆରମ୍ଭ କରାଯିବ ବୋଲି ଓଏସଆରଟିସି ତରଫରୁ କୁହାଯାଇଛି।

ତେବେ ଏହି ବସ ସେବା ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି।  ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା

ପୁରୀ – ଅଯୋଧ୍ୟା
ପୁରୀ – ଉଜ୍ଜୟନ
ପୁରୀ – ତିରୁପତି ପୁରୀ
ପୁରୀ- ହାଇଦ୍ରାବାଦ
ପୁରୀ- ଭିଲାଇ
ଭୁବନେଶ୍ୱର – ବିଶାଖାପାଟନମ୍
ରାୟଗଡ ହାଇଦ୍ରାବାଦ
ଭବାନୀପାଟଣା – ହାଇଦ୍ରାବାଦ ରହିଛି।

ସେହିପରି ରାଜ୍ୟ ଭିତରୁ ସମସ୍ତ ପ୍ରମୁଖ ସହରରୁ ପୁରୀକୁ ବସ ଗଡିବ ବୋଲି ନିଷ୍ପତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

RathYatra2025: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ନେଲେ ସମୀକ୍ଷା ବୈଠକ, ନିଆଗଲା ଏହି ନିଷ୍ପତି

RathYatra2025: ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଜାରି ରହିଥିବା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି l

ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,  ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରଓ୍ୱାଲଙ୍କ ସମେତ  ରାଜ୍ୟ ପ୍ରଶାସନର ସମ୍ପୃକ୍ତ ବିଭିନ୍ନ ବିଭାଗର ଅନ୍ୟ  ବରିଷ୍ଠ ପଦାଧିକାରୀ ତଥା ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢୀ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଶୃଙ୍ଖଳିତ  ନୀତି କାନ୍ତି ପାଇଁ ପ୍ରସ୍ତୁତି କରାଯାଉଥିବା, ରଥ ପ୍ରସ୍ତୁତି ଜାରି ସହ ଆବଶ୍ୟକ କାଠ ସଂଗ୍ରହ  କାର୍ଯ୍ୟ କରାଯାଉଥିବା ସଂପର୍କରେ ସୂଚନା ଦେଇଥିଲେ । ରଥ ଟଣା ବେଳେ ଯେପରି ରଥ ସମ୍ମୁଖରେ  ଅନାବଶ୍ୟକ ଗହଳି ନହୁଏ, ସେଥିପ୍ରତି ଆଲୋଚନା କରାଯାଇଥିଲା।

ରଥଯାତ୍ରାରେ ଆଇନ୍ ଶୃଙ୍ଖଳା ରକ୍ଷା ସଂପର୍କରେ ପ୍ରସ୍ତୁତି ସଂପର୍କରେ ପୁରୀ ଆରକ୍ଷୀ ଅଧିକ୍ଷକ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ରଥ ଯାତ୍ରାରେ ଭିଭିଆଇପିମାନଙ୍କ ନିମନ୍ତେ ବସିବା ସ୍ଥାନ ଓ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଆଇନଶୃଙ୍ଖଳା ପ୍ରତି ପ୍ରାଥମିକତା ଦେବାକୁ ଗୁରୁତ୍ୱ ଦେଇଛନ୍ତି । ପୁର୍ବରୁ ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଯେପରି କୌଣସି ପ୍ରକାର ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

ଆଜିର ବୈଠକରେ ପୁଲିସ୍ ପ୍ରଶାସନ ତରଫରୁ ମୁତୟନ ହେବାକୁ ଥିବା ଆରକ୍ଷୀ ବଳଙ୍କ ପାଇଁ ଅସ୍ଥାୟୀ ଶିବିର ନିମନ୍ତେ ନଳକୂପ ସହିତ ଓ୍ୱାଟକୋ,ପୁରୀ ତରଫରୁ ପାନୀୟ ଜଳ ବ୍ୟବସ୍ଥା, ଓ ସଫେଇ କର୍ମୀଙ୍କ ଦ୍ୱାର ପରିମଳ ରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ଭକ୍ତ ତଥା ଜନସାଧାରଣଙ୍କ  ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ପାଇଁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ସହରର ବିଭନ୍ନ ଅଂଚଳରେ ପରିମଳ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା ।

ସମ୍ଭାବ୍ୟ ବର୍ଷାରେ ଜଳ ନିଷ୍କାସନ ନିମନ୍ତେ ପ୍ରସ୍ତୁତି ସ୍ୱରୂପ ପୁରୀ ମ୍ୟୁନିସିପାଲିଟି ତରଫରୁ  ୧୫ ଟି ସମ୍ବେଦନଶୀଳ ଅଂଚଳ ଚିହ୍ନଟ କରାଯାଇଛି । ପୁରୀ  ଡାକ୍ତରଖାନା ଛକ ସମେତ ସବୁଠି ଉଚ୍ଚ କ୍ଷମତା ସଂପନ୍ନ ଡିଜେଲ ପମ୍ପ ପ୍ରସ୍ତୁତି ରହିବ  । ବିଭିନ୍ନ ସ୍ଥାନରେ ମୋବାଇଲ ଟଏଲେଟ୍ ଓ  ଫାଇବର ପ୍ରସ୍ତୁତ ଶୌଚାଳୟ ସ୍ଥାପନ କରାଯିବ । ସେହିପରି ବିଭିନ୍ନ ରହଣି ସ୍ଥଳର ରକ୍ଷଣା ବେକ୍ଷଣ, ବିଦ୍ୟୁତ୍ ଭିତ୍ତିଭୂମି ଯାଂଚ, ଭିଆଇପି ମାନଙ୍କ ରହଣି ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । .

ବୈଠକରେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପାଇଁ ଟ୍ରାଫିକ ପରିଚାଳନା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ, ଭିଡ଼ ନିୟନ୍ତ୍ରଣ, ଯାନ ବାହନ ପାଇଁ ପାର୍କିଂ ବ୍ୟବସ୍ଥା, ରଥଟଣା ସୁବ୍ୟବସ୍ଥା, ପାସ୍ ବ୍ୟବସ୍ଥା, ବିଶିଷ୍ଟ ଅତିଥି ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଗକୁ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ, ଜାଣନ୍ତୁ କେଉଁଦିନ କଣ

ଭୁବନେଶ୍ବର: ଆଗକୁ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ। ଯାହାକୁ ସାଧାରଣ ଲୋକେ ଅପେକ୍ଷା କରି ରହିଥାନ୍ତି। ଆସନ୍ତୁ ଜାଣିବା କେଉଁ ଦିନ କଣ ରହିଛି।

୨୬-୦୫-୨୦୨୫ (ସୋମବାର)-ସାବିତ୍ରୀ ବ୍ରତ

୦୧-୦୬-୨୦୨୫ (ରବିବାର)-ଶୀତଳଷଷ୍ଠୀ

୧୧-୦୬-୨୦୨୫(ବୁଧବାର)-ଦେବସ୍ନାନ ପୂର୍ଣ୍ଣିମା

୧୪-୦୬-୨୦୨୫(ଶନିବାର)-ପ୍ରଥମ ରଜ

୧୫-୦୬-୨୦୨୫(ରବିବାର)- ରଜ ସଂକ୍ରାନ୍ତି

୨୬-୦୬-୨୦୨୫( ଗୁରୁବାର)- ନବଯୌବନ ଦର୍ଶନ

୨୭-୦୬-୨୦୨୫(ଶୁକ୍ରବାର)- ଶ୍ରୀଗୁଣ୍ଡିଚା ରଥଯାତ୍ରା

୦୧-୦୭-୨୦୨୫(ମଙ୍ଗଳବାର)-ହେରା ପଞ୍ଚମୀ

୦୫-୦୭-୨୦୨୫(ଶନିବାର)-ବାହୁଡା ଯାତ୍ରା

୦୬-୦୭-୨୦୨୫(ରବିବାର)-ସୁନା ବେଶ/ବଡ ଏକାଦଶୀ

୦୭-୦୭-୨୦୨୫(ସୋମବାର)– ଅଧରପଣା

୦୮-୦୭-୨୦୨୫(ମଙ୍ଗଳବାର)- ନିଳାଦ୍ରୀବିଜେ

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ

ପୁରୀ: ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ବଡ ପ୍ରୟାସ। ଭକ୍ତଙ୍କୁ ଉତ୍ତମ ଆଚାର ବ୍ୟବହାର ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଆଗାମୀ ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତ ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଅଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରିବେ, ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ, ସବୁର ଟିଖିନିଖି ପ୍ରଶିକ୍ଷଣ ଦିଆଯିବ।

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତମାନେ ଏହି ପ୍ରଶିକ୍ଷଣ ନେବେ। ଏଣୁ ସମସ୍ତ ନିଯୋଗକୁ ଆଗାମୀ ଏପ୍ରିଲ ୨ ତାରିଖ ସୁଦ୍ଧା ପ୍ରଶିକ୍ଷଣରେ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ଚିଠି ମାଧ୍ୟମରେ ଅବଗତ କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ଏହାକୁ ଦାଖଲ କରାଯିବ। ନିକଟରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ କରିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଶା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଥିଲେ।

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡିଜିଟାଲ ଆପ ପ୍ରସ୍ତୁତ କରାଯିବାକୁ ଲକ୍ଷ ରଖାଯାଇଅଛି।ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଶଙ୍କା ରଖି ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏପରି ନିଷ୍ପତି ନିଆଯାଇଅଛି।

ଅନ୍ୟ ପକ୍ଷରେ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ ରଖିବା ନେଇ ପ୍ରସ୍ତୁତି ଜାରି ରହିଅଛି।

ସେହିପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଟ ପୋଷ୍ଟ ପ୍ରସ୍ତୁତ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌରପାଳିକାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଦର୍ଶନ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବାକୁ ଲକ୍ଷ ରଖାଯାଇଅଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନlନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ପୁରୀ ଗଜପତି ମହାରାଜା ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ବେଳେ ସାଧରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା କୁ ଦୃଷ୍ଟି ରେ ରଖି କାର୍ଯ୍ୟ ଶୀଘ୍ର ଶେଷ ନେଇ ପ୍ରସ୍ତାବ ଦିଆଯାଇଅଛି।ବିଶେଷ କରି ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସି ରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି।

ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତ୍ରନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିବା ବେଳେ ଆଗାମୀ ୨୦୨୬ ରଥଯାତ୍ରା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ନିଷ୍ପତି ନିଆଯାଇଅଛି।ତେବେ ବୈଠକ ପୂର୍ବରୁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନ ଆଦି କ୍ଷେତ୍ର ପରିଦର୍ଶନ କରିବା ପରେ ଅଧା ପନ୍ତରିୟା କାର୍ଯ୍ୟ ଗୁଡିକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ସ ଅନୁସାରେ ଶେଷ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଅଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଓ ଗୋପ ବ୍ଲକରେ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ଗୋପ ବ୍ଲକ ନାଗପୁର ରୁ ନାୟହାଟ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ସହ ତାଂପାଳ ଠାରେ ୬କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ମଧ୍ୟ ଶିଳାନ୍ୟାସ କରାଯାଇଅଛି। ସେହିପରି ନାଗପୁର ଠାରେ ମିଶନ ଶକ୍ତିଗୃହର ଶିଳାନ୍ୟାସ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ତେବେ ଗ୍ରୀନ କରିଡର ମଧ୍ୟରେ କୋଣାର୍କ ନିମାପଡା ରାସ୍ତାକୁ ଛଅ ଥାକିଆ ରାସ୍ତା ନିର୍ମାଣ ସହ ବର୍ଷା ଦିନ ଆରମ୍ଭ ପୂର୍ବରୁ ସମସ୍ତ ଗ୍ରାମୀଣ ରାସ୍ତାର ମରାମତି କାର୍ଯ୍ୟ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଅଛି। ସୁରକ୍ଷିତ ତଟ ସମୃଦ୍ଧ ଭାରତ ଅଭିଯାନ ବାର୍ତା ନେଇ ସିଆଇଏସଏଫ ପକ୍ଷରୁ ପଶ୍ଚିମବଙ୍ଗ ରୁ ବାହାରି ଥିବା ସାଇକେଲ ଶୋଭାଯାତ୍ରା କୋଣାର୍କ ଓ ପୁରୀ ଅତିକ୍ରମ କରିଥିବା ବେଳେ ସଚେତନତା ର ବାର୍ତା ପ୍ରଦାନ କରିଥିଲେ। କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ଏହି ସଚେତନତା ସାଇକେଲ ଶୋଭାଯାତ୍ରାରେ ୬୦ଜଣ ରହିଥିବା ବେଳେ ଦଳ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିଥିବା ଜଣାପଡିଅଛି। ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଦଳ କୋଣାର୍କ ଓ ପୁରୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସଚେତନତା ସୃଷ୍ଟି କରିଥିବା ବେଳେ ଏହି ସାଇକେଲ ରାଲି ଗୋପାଳପୁର ଦେଇ ଦୀର୍ଘ ୬,୫୫୩ କିଲୋମିଟର ଅତିକ୍ରମ କରି କନ୍ୟାକୁମାରୀ ଠାରେ ଏପ୍ରିଲ ୧ ତାରିଖରେ ପହଂଚିବ।

ଐତିହ ଗ୍ରାମ ରଘୁରାଜପୁର ରେ ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପକୁ ନେଇ ଆଇଆଇଟି ଭୁବନେଶ୍ୱର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକନୋଲୋଜି ର ମିଳିତ ଉଦ୍ୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।କର୍ମଶାଳାରେ କତା କଣ୍ଡେଇ, ଗୋବର କଣ୍ଡେଇ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ ଭଳି ପାରମ୍ପରିକ ହସ୍ତକଳାର ନମୁନା ବିକାଶ ସହ ହସ୍ତଶିଳ୍ପ କଳାକାର ମାନଙ୍କୁ ସ୍ୱଭାଲମ୍ଭି କରିବା ଓ ସେମାନଙ୍କର ସାମଗ୍ରୀ ବିକ୍ରି ନେଇ ନୂତନ ପନ୍ଥା ଦିଗରେ କାର୍ଯ୍ୟ କରିବାକୁ ମାର୍ଗ ସମ୍ପର୍କରେ ଅବଗତ କରାଯାଇଥିଲା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଇନଭେଷ୍ଟ ଇଣ୍ଡିଆର ସହାୟତାରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀର ବିକାଶ ପ୍ରକଳ୍ପ ଆଧାରରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା କଳାକାର ମାନେ ବେଶ ଖୁସି ପ୍ରକଟ କରିଥିଲେ।

ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ତୃତୀୟ ଏନଟିପିସି ଜାତୀୟ ରାଙ୍କିଙ୍ଗ ତୀରନ୍ଦାଜ ପ୍ରତିଯୋଗିତ।ଓଡିଶା ତଥା ପୁରୀରେ ଏଭଳି ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ରେ ଦେଶର ବହୁ ପ୍ରତିଷ୍ଠିତ ତୀରନ୍ଦାଜ ମାନେ ଅଂଶଗ୍ରହଣ କରିଥିଲେ।ତେବେ ସିନିଅର ମହିଳା ବିଭାଗରେ ହରିୟାନର ଭଜନ କୌର ଅଲମ୍ପିଆନ ଦୀପିକା କୁମାରୀଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଷ ବିଭାଗରେ ସର୍ଭିସେସର ବିଧିରଜ ପ୍ରଥମ ସ୍ଥାନ ପାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ରଥଯାତ୍ରାରେ ୩୪୩ ସ୍ଥାନରେ ଲାଗିବ ସିସିଟିଭି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ବର: ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବିଶେଷ କରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ  ଆଲୋଚନା କରାଯାଇଥିଲା ।

ପୁରୀ ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କର ଆଗମନ  ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ  ଏବଂ ପୁରୀ ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ।

ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ। ତେଣୁ ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ରିୟଲ ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ ଓ ପୁରୀ ବେଳାଭୂମି ଆଦି ପ୍ରମୁଖ  ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି।

ତନ୍ମଧ୍ୟରେ ଉତ୍ତରା ଛକରୁ  ମାଳତୀପାଟପୁର , ପୁରୀ ଗ୍ରୀଡ୍ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା,  ମାଳତିପାଟପୁରରୁ ମଙ୍ଗଳାଘାଟ, ମଙ୍ଗଳାଘାଟରୁ ବଡଦାଣ୍ଡ, ପୁରୀ ବଡ଼ଦାଣ୍ଡ, ବଡ଼ଦାଣ୍ତରୁ ସମୁଦ୍ରକୂଳ, ସମୁଦ୍ର  କୂଳ ଅଂଚଳ, ବଡଦାଣ୍ଡରୁ ଗ୍ରୀଡ୍ ଷ୍ଟେସନ, ପାର୍କିଂ ସ୍ଥଳ, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ  ପୁରୀ ସହରର ଗଳି  ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି। ଏଥି ପାଇଁ ଭିତ୍ତିଭୂମି ଓ ବୈଷୟିକ  ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଆମର ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟସ୍ତରୀୟ ହେବ,  ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତି ଓ  ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ କାର୍ଯ୍ୟ ପ୍ରସ୍ତୁତି ପାଇଁ ମାନବ ପରିଚାଳନା ପଦ୍ଧତି (ଏସ.ଓ.ପି) ପ୍ରସ୍ତୁତି କରିବାକୁ ପୁଲିସ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ   ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ  ଦେଇଛନ୍ତି ।

ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ ପରିପ୍ରେକ୍ଷୀରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ। ବିଭିନ୍ନ ବିଭାଗର ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ। ସିସିଟିଭି ସ୍ଥାପନ ଓ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସୁରକ୍ଷା,ଅପରାଧ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ଆକସ୍ମିକ ଦୁର୍ଘଟଣା ଘଟିଲେ ଠିକ୍‌ ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ।

ପୁରୀ ଜିଲ୍ଲାପାଳ ଓ  ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଗତ ୨୦୨୪ ବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ ଅନୂଭୂତି ଉପସ୍ଥାପନା କରିବା ସହିତ ଓ ଆଗାମୀ ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଥିଲେ। ଉପସ୍ଥିତ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଗାମୀ ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ନେଇ ନିଜ ନିଜର ସୁଚିନ୍ତିତ ମତ ଦେଇଥିଲେ। ବୈଠକରେ ସମନ୍ୱିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରକାଶ ଥାଉକି, ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ୍‌ ୨୭,  ବାହୁଡା ଯାତ୍ରା ଜୁଲାଇ ୫ ଓ  ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ ।  ତେବେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ  ରଥଯାତ୍ରା ସମୟର ସମେତ  କାର୍ଯ୍ୟକ୍ରମକୁ  ସବୁ ବିଭାଗର ସମନ୍ୱୟରେ ଯେପରି ଶୃଙ୍ଖଳିତ ଭାବେ  ଅନୁଷ୍ଠିତ ହେବ, ସେଥି ପ୍ରତି  ସ୍ୱତନ୍ତ୍ର ଦୃଷ୍ଟି ରଖିବ ବୋଲି ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

ପୁଲିସ ମହାନିର୍ଦ୍ଦେଶକ  ଶ୍ରୀ ଖୁରାନିଆ କହିଛନ୍ତି ଯେ, ଲୋକମାନଙ୍କ ଧାର୍ମିକ ଭାବନା  ବୃଦ୍ଧି ପାଉଛି ।  ଆଗାମୀ ରଥଯାତ୍ରାରେ ଗତ ବର୍ଷ ଅପେକ୍ଷା ଅଧିକ ଜନଗହଳି  ଆଶା କରାଯାଉଛି। ଏଥି ପାଇଁ ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର  ଆବଶ୍ୟକତା ରହିଛି। ବୈଠକରେ ମଧ୍ୟ ଯାନବାହନ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ରଥଯାତ୍ରାରେ ଭି଼ଡ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବା ପାଇଁ ଲାଗିବ AI କ୍ୟାମେରା

ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରା ର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ। ସେଥିପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା ଲଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର ରଖାଯିବ।

ଅପରାଧିକ ମାମଲା ରେ ସଂଶ୍ଲିଷ୍ଟ ଥିବା ଅପରାଧୀ ମାନଙ୍କୁ ମଧ୍ୟ କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଶୃଙ୍ଖଳିତ ରଥ ଯାତ୍ରା ନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା ନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ପଦକ୍ଷେପ: ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ AI କ୍ୟାମେରା

ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରାର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ବୋଲି ଜଣାପଡ଼ିଥିବା ବେଳେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର ରଖାଯିବ।

ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଥିବା ଅପରାଧୀ ମାନଙ୍କୁ ମଧ୍ୟ କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଜିବ।ଅନ୍ୟପକ୍ଷରେ ଶୃଙ୍ଖଳିତ ରଥ ଯାତ୍ରା ନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା ନେଇ ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ଆଜି ସୂଚନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ପୂଜା ଶେଷ

ଭୁବନେଶ୍ଵର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କାଠପୂଜା କାର୍ଯ୍ୟ ଧାର୍ମିକତା ତଥା ନିଷ୍ଠା ପୂର୍ବକ ସମ୍ପନ୍ନ ହୋଇଛି। ଏହି ପରିପେକ୍ଷୀରେ, ପୁରୀରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ରଥ ଯାତ୍ରା ନିମନ୍ତେ ଶ୍ରୀଜୀଉ ମାନଙ୍କ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ ଡ଼ିଭିଜନରୁ ୮୧୪ଖଣ୍ଡ ଅଶନ, ଧଉରା, ଫାଶି ଏବଂ ଶିମିଳି କାଠ ପଠାଯିବାର କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରୁ ଏକ ୫ଜଣିଆ ପ୍ରତିନିଧି ଦଳ ଶ୍ରୀ ଜୀଉଙ୍କ ଠାରୁ ମହାର୍ଦ, ଅଜ୍ଞାମାଳ, ପାଟପତନି, ଖଣ୍ଡୁଆପାଟ, ମହାପ୍ରସାଦ, ଫୁଲମାଳ, ଧୂପ, ଦୀପ ଏବଂ ନଡ଼ିଆ ଇତ୍ୟାଦି ଧରି ନୟାଗଡ଼ରେ ପହଞ୍ଚିବା ପରେ ମଙ୍ଗଳବାର ପାରମ୍ପାରିକ ପ୍ରଥା ଅନୁଯାୟୀ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା।

ପରବର୍ତ୍ତୀ ସମୟରେ, ନିକଟବର୍ତ୍ତୀ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁଯାୟୀ ଆନୁଷ୍ଠାନିକ ଭାବେ ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଦଶପଲ୍ଲାର ରେଞ୍ଜର ସୁଦର୍ଶନ ଦେହୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜା କାର୍ଯ୍ୟରେ ପୁରୀରୁ ଆସିଥିବା ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେଳାପ,ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ ଏବଂ ରାଜେଶ କୁମାର ରାୟଙ୍କ ସମେତ ବନବିଭାଗର ଅନ୍ୟ ପଦାଧିକାରୀ ମାନେ ଯୋଗଥିଲେ।

ସୂଚନା ଯୋଗ୍ୟ ଯେ, ପୁରୀରେ ଚଳିତ ଚର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ କରାଯିବା ପାଇଁ ନୟାଗଡ଼ରୁ ୮୧୪ଖଣ୍ଡ ଅଶନ,ଧଉରା,ଫାଶି ଏବଂ ଶିମିଳି କାଠ ପଠାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୟାଗଡ଼ ଡ଼ିଏଫଓଙ୍କୁ ନିର୍ଦେଶ ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ, ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର ଜଠର ଆବଶ୍ୟକତା ପଡ଼ିଥାଏ।

ଗତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ଖଣ୍ଡ ଚଳକା କାଠ ରହିଥିବାରୁ ଆସନ୍ତା ବର୍ଷ ରଥନିର୍ମାଣ ପାଇଁ ଅବଶିଷ୍ଟ ୮୧୪ଖଣ୍ଡ କାଠର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ,ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ନିର୍ମାଣ ନିମନ୍ତେ ସମୁଦାୟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାର କାଠର ଆବଶ୍ୟକତା ପଡ଼ିଥାଏ। ୮୧୪ ଖଣ୍ଡ କାଠ ମଧ୍ୟରୁ ପୁରୀର ଶ୍ରୀଖଳାକୁ ୪୧୮ଖଣ୍ଡ କାଠ ଏବଂ ଅବଶିଷ୍ଟ ୩୯୬ ଖଣ୍ଡ କାଠ କଟଜ ଖପୁରିଆ ଠାରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର ଜରତ ଜଳକୁ ପଠାଯିବା ପାଇଁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ଧର୍ମ ରାଜ୍ୟ ଖବର

ପ୍ରବଳ ଚାପ ପରେ ଶେଷରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ପ୍ରବଳ ଚାପ ପଡିବା ପରେ ଶେଷରେ ତାହାକୁ ବାତିଲ କରିଛି ଇସ୍କନ।ଏ ନେଇ ଇସ୍କନ ତରଫରୁ କୁହାଯାଇଛି ଯେ, ଜଗନ୍ନାଥ ଭକ୍ତଙ୍କ ଭାଗାବେଗକୁ ଲକ୍ଷ୍ୟ ରଖି ଏହି ରଥଯାତ୍ରା ବାତିଲ କରାଗଲା। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକିର୍ତ୍ତନ କରାଯିବ ବୋଲି ଘୋଷଣା କରାଯାଇଛି।

ଆସନ୍ତା ନଅ ତାରିଖରେ ଆମେରିକାର ହ୍ୟୁଷ୍ଟେନ ସହରରେ ଏହି ରଥଯାତ୍ରା ପାଇଁ ଆୟୋଜନ କରାଯାଇଥିଲା। ଏ ନେଇ ଇସ୍କନ ତରଫରୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାପ ପଡିବା ପରେ ଏବେ ତାହା ବାତିଲ କରିଯାଇଛି।

ଇସ୍କନ ତରଫରୁ ଦେଶ ତଥା ବିଦେଶରେ ବିଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରିବାରେ ଲାଗିଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରବଳ ବିରୋଧ କରିଆସୁଛନ୍ତି। ତେବେ ଆଜି ଜଗନ୍ନାଥଙ୍କ ପ୍ରଥମ ସେବକ ତଥା ଶ୍ରୀଜଗନ୍ନାଥ ପ୍ରଶାସନର ମୁଖ୍ୟ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଇସ୍କନର ଏପରି ନୀତିକୁ ନେଇ ତୀବ୍ର ବିରୋଧ କରିଥିଲେ। ଏପରିକି ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇ ଦେଇଥିଲେ।

ଏହାପରେ ସରକାରଙ୍କ ତରଫରୁ ମଧ୍ୟ ଏ ନେଇ ଗଜପତି ମହାରାଜାଙ୍କ ନିଷ୍ପତିକୁ ସମର୍ଥନ କରାଯାଇଥିଲା। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗଜପତିଙ୍କ ନିଷ୍ପତିକୁ ସ୍ବାଗତ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ କଥାକୁ ସୂଚାଇ ଦେଇଥିଲେ। ଫଳରେ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଚାପ ପରେ ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ଓହରି ଯାଇଛି।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର ସଂସ୍କୃତି

ଆଜି ରସଗୋଲା ଦିବସ, ମା ଲକ୍ଷ୍ମୀଙ୍କ ମାନଭଂଜନ କରିବେ ପ୍ରଭୃ ଶ୍ରୀଜଗନ୍ନାଥ

ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି  ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ।

ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।