Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶରଧାବାଲିରେ ତିନିରଥ, ସଅଳ ସଅଳ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନିଠାକୁର

ପୁରୀ: ବେଶ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରଥଯାତ୍ରା। ତିନି ଠାକୁର ଏଥର ଭକ୍ତମାନଙ୍କୁ ସିଧା ଦର୍ଶନ ଦେଇଛନ୍ତି। କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପାଇଁ ରଥରେ ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କୁ କରାଯାଇଥିଲା ବାରଣ। ସେଥିପାଇଁ ଭକ୍ତ ଭଗବାନଙ୍କର ମିଳନ ହୋଇପାରି ନ ଥିଲା।

ଆଜି ତିନି ଠାକୁର ସଅଳ ସଅଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରୀ ହୋଇଥିବା ସମୟ ନିର୍ଘଣ୍ଟ ପୂର୍ବରୁ ତିନି ଠାକୁରଙ୍କ ସମସ୍ତ ନିତି ସମାପନ ହୋଇଥିଲା। ସେବକମାନେ ପ୍ରଭୃ ସେବାକୁ ବେଶ୍ ମନଧ୍ୟାନ ଦେଇ କରିଥିଲେ। ଫଳରେ ତିନିଠାକୁର ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ।

ଆଜି ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ଏଥିରେ ଜଣଙ୍କ ପରେ ଜଣେ ତିନି ଭାଇ ଭଉଣୀ ରଥାଋଢ ହୋଇଥିଲେ। ଏହାପରେ ଶଙ୍କରାଚାର୍ଯ୍ୟ ତିନିରଥରେ ଚଢି ପ୍ରଭୃଙ୍କ ଦର୍ଶନ କରିଥିଲେ। ଶେଷରେ ଗଜପତି ଦିବ୍ୟସିଂହ ଦେବ ପାଲିଙ୍କିରେ ଆସି ପ୍ରଥମେ ବଳଭଦ୍ର, ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ।

ଦିନ ପ୍ରାୟ ୧୨ଟା ୩୫ ରେ ରଥ ଭିଡା ଆରମ୍ଭ ହୋଇଥିଲା। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ପ୍ରଥମେ ତାଳଧ୍ବଜ ରଥକୁ ଟାଣିଥିଲେ। ଏହାପରେ ମା ସୁଭଦ୍ରାଙ୍କ ରଥ ଦେବ ଦଳନକୁ ମଧ୍ୟ ଭକ୍ତମାନେ ଟାଣିବା ଆରମ୍ଭ କରିଥିଲେ। ଶେଷରେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଗଡି ଚାଲିଥିଲା। ତିନି ରଥ ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚି ସାରିଥିଲା।

ଆସନ୍ତାକାଲି ଅପରାହ୍ନରେ ତିନିଠାକୁରଙ୍କ ପହଁଣ୍ଡି ବିଜେ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ। ସେଠାରେ ପ୍ରଭୃ ଆଡପ ଦର୍ଶନ ଦେବେ। ସେହିଠାରେ ଆଡପ ଭୋଗ ପ୍ରଚଳନ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତା ନଅ ତାରିଖରେ ତିନିଠାକୁର ଶ୍ରୀମନ୍ଦିରକୁ ବାହୁଡିବେ।

Categories
ଆଜିର ଖବର ଜାତୀୟ ଖବର

‘ଆମେ ଓଡ଼ିଆ’ ସଂଗଠନର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ ସଚେତନ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ। ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ କହିଛନ୍ତି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ। ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର। ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତି ନେଇଛନ୍ତି। ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ସହ ତାହାର ପୁନଃବ୍ୟବହାର ଓ ରିସାଇକ୍ଲିଂ କରିବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ଓ ସୋସିଆଲ ମିଡ଼ିଆରେ ସମର୍ଥନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରଥଯାତ୍ରା ଅବସରରେ ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନକୁ ଉଦଘାଟନ କରି ଖୁସିବ୍ୟକ୍ତ କରିଥିଲେ। ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ‘ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ’ର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ପ୍ରଧାନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥରେ ତିନିଠାକୁରଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଛୁଇଁଲେ ରଥ ଦଉଡି

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ସେଠାକୁ ଯିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତଥା ସେବକଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ସୂଚନା କେନ୍ଦ୍ର ଉପରେ ବସି ରଥଯାତ୍ରାର ସମସ୍ତ ବିଧି ଦର୍ଶନ କରିଥିଲେ।

ଏହାପରେ ରଥଟଣା ପ୍ରସ୍ତୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ରଥ ଦଉଡି ଛୁଇଁଥିଲେ। ସେ ତଳକୁ ଓହ୍ଲାଇ ଭିଡ ଭିତରେ ପଶି ରଥ ଦଉଡି ଛୁଇଁ ନିଜକୁ ଧନ୍ୟ ମନେ କରିଥିଲେ। ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ରଥ ଦଉଡି ସ୍ପର୍ଶ କରିଥିଲେ। ଗତକାଲି ରାତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ତେର ଦିନିଆ ବିଦେଶ ଗସ୍ତରୁ ଫେରି ଆଜି ସକାଳୁ ପୁରୀ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି। ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି। ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣିଚା ଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ। ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ। ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦୁଇ ବର୍ଷ ପରେ ଆଜି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତ ଦୀର୍ଘ ଦୁଇ ବର୍ଷ ଧରି ତିନିଠାକୁରଙ୍କୁ ତିନି ରଥରେ ଦେଖିବା ଭକ୍ତଙ୍କ ସୌଭାଗ୍ୟରେ ନ ଥିଲା। ହେଲେ ଆଜି ତିନିଠାକୁର ସିଧା ରଥ ଉପରେ ଭକ୍ତଙ୍କୁ ଦେବେ ଦର୍ଶନ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁସାରେ ଆଜି ସକାଳ ୬ଟାରେ ମଙ୍ଗଳ ଆଳତୀ କରାଯିବ।ସେହିପରି ୬ ଟା ୧୦ ରେ ମଇଲମ ଲାଗି ହେବ।  ୬.୩୦ ରେ ତଡପ ଲାଗି, ରୋଷ ହୋମ, ୭ ଟା ରେ ଅବକାଶ, ୭.୧୦ ରେ ସୂର୍ଯ୍ୟ ପୂଜା, ୭.୩୦ ରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ ହେବ।

କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ  ଏବଂ ରଥ ପ୍ରତିଷ୍ଠା ହେବ। ୯.୧୫ ରେ ମଙ୍ଗଳାର୍ପଣ କରାଯିବ। ପ୍ରଭୁଙ୍କ ପହଁଣ୍ଡି ବିଜେ ସକାଳ ୯.୩୦ ଆରମ୍ଭ କରାଯାଇ ୧୨.୩୦ ରେ ଶେଷ ହେବ ବୋଲି ନିଷ୍ପତି ନିଆଯାଇଛି।

ସେହିପରି ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମଦନ ମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ନିତି କରାଯିବ। ସେହିପରି ଦିନ ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ବେଶ ଶେଷ ହେବ। ଅପରାହ୍ନ ୨.୩୦ ରୁ ୪ ପର୍ଯ୍ୟନ୍ତ ଗଜପତି ମହାରାଜା ଛେରା ପହଁରା କରିବେ।

ଏହାପରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗି କରାଯିବ। ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶବିଦେଶର ବିଭିନ୍ନ ପୁରାଣ ଶାସ୍ତ୍ରରେ ରହିଛି ପୁରୀ ରଥଯାତ୍ରାର ବର୍ଣ୍ଣନା

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ। ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ। ସେ ସମୟରେ ରଥ ଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ଡାକଘରମାନଙ୍କରେ ଉପଲବ୍ଧ ହେବ “ସ୍ଵତନ୍ତ୍ର ରଦ୍ଦକରଣ ମୋହର”

ଭୁବନେଶ୍ବର: ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଓଡିଶା ଡାକ ପରିମଣ୍ଡଳ ସମସ୍ତ ପ୍ରଧାନ ଡାକଘରମାନଙ୍କରେ ଏକ ସ୍ଵତନ୍ତ୍ର ରଦ୍ଦକରଣ ମୋହର ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରଧାନ ଡାକ ଘରେ ରେଜିଷ୍ଟ୍ରୀ ପୋଷ୍ଟ/ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ କରିବା ପାଇଁ ଦିନ ୧୦ ଘଟିକା ଠାରୁ ଅପରାହ୍ନ ୦୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟ ମଧ୍ୟରେ “ସ୍ଵତନ୍ତ୍ର ରଦ୍ଦକରଣ ମୋହର” ଡାକଘର ମାନଙ୍କରେ ଉପଲବ୍ଧ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବେ।

ଏହି ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାରେ ଯୋଡ଼ି ହେବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ରଥ ଭିଡ଼ିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହେବ। ବିଶେଷ ଭାବରେ ରଥଯାତ୍ରା ସମୟରେ ଲୋକମାନଙ୍କ ଦ୍ୱାରା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବଢ଼ିଥାଏ। ଲୋକମାନେ ବ୍ୟବହୃତ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋତଲ, ପାଣି ଗ୍ଲାସ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେବା ପାଇଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରନ୍ତି। ଏହାର ନକରାତ୍ମକ ପ୍ରଭାବ ପରିବେଶ, ଜଳାଶୟ, ଜୀବଜନ୍ତୁଙ୍କ ଉପରେ ପଡେ।

ଆଜିର ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ସମସ୍ୟା ଭାବରେ ଆମ ସାମ୍ନାରେ ଠିଆ ହୋଇଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ ହେଲେ ବି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଉଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ଏହାର ରିୟୁଜ୍ ଏବଂ ରି-ସାଇକେଲ ପାଇଁ ପଦ୍ଧତି ତିଆରି କରିବାକୁ ପଡ଼ିବ। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମହାପ୍ରଭୁଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ, ଭକ୍ତି ଭାବ ଓ ନିଷ୍ଠାର ବ୍ୟବହାରିକ ରୂପ ହେବା ଦରକାର।

ଚଳିତ ରଥଯାତ୍ରା ସମୟରେ ଆମ ଭକ୍ତିଭାବ ଓ ନିଷ୍ଠାର ସହ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଏକାଠୀ କରିବା ଏବଂ ପରେ ତାହାର ପୁନଃବ୍ୟବହାର କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଦରକାର। ବିଶେଷ ଭାବରେ ଜନସଂଗଠନ ଓ ନାଗରିକମାନେ ଏଥିପାଇଁ ସ୍ୱତଃପ୍ରବୃତ ଭାବେ ଜନଆନ୍ଦୋଳନ ଆରମ୍ଭ କରିବା ଦରକାର। ଏହା ଦ୍ୱାରା ଆମ ପରିବେଶ ସୁରକ୍ଷିତ ହେବା ସହ ଯୁବପିଢିଙ୍କ ପାଇଁ ଭବିଷ୍ୟତକୁ ସୁରକ୍ଷିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୁଇ ବର୍ଷ ପରେ ତିନି ଠାକୁରଙ୍କୁ ରଥରେ ଦେଖିବେ ଭକ୍ତ, ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

ଭୁବନେଶ୍ବର: ରାଣ ପଡ଼ିଛି ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁଶାନ୍ ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଆଉ ସେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ସିନେମା ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରସ୍ଥିତ ହୋଟେଲ ଏମ୍ପାୟାରସ ଠାରେ ଅଡିଓ ଧୁମ୍ ଧାମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଲୋକାର୍ପିତ ହୋଇଯାଇଛି।

ରଥଯାତ୍ରା ଅବସରରେ” ବିଦ୍ୟାରାଣ” ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ନାୟକ। କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତିଦାସ। ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିଲାବେଳେ ବାବୁସାନଙ୍କ ଏହା ପ୍ରଥମ ସିନେମା।

ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ। ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ ପାଢ଼ୀ, ଅନନ୍ୟା ଏବଂ ହ୍ୟୁମାନ ସାଗର।

ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରୁଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା,ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ କରିଛନ୍ତି। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଅଡିଓ ଲୋକାର୍ପିତ ଉତ୍ସବରେ “ବିଦ୍ୟାରାଣ” ର ସମସ୍ତ କଳାକାର ଓ ଗୀତିକାର,ଗାୟକ ଓ ଗାୟିକା ଉପସ୍ଥିତ ଥିଲେ। ବିଦ୍ଯାରାଣ ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ଯୁଜିକ୍ ୟୁଟ୍ଯୁବ ଚ୍ୟାନେଲରେ ଦେଖିବାକୁ ମିଳିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ରଥଯାତ୍ରା ସମନ୍ବୟ ବୈଠକ, ଦୁଇବର୍ଷ ପରେ ଘୋଷଯାତ୍ରା ଦେଖିବେ ଭକ୍ତ

ପୁରୀ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ପ୍ରଥମ ସମନ୍ୱୟ କମିଟି ବୈଠକ ବସିବ। ଦିନ ୧୧ଟାରେ ପୁରୀ ଟାଉନ ହଲରେ ଏହି ସମନ୍ୱୟ ବୈଠକ ବସିବ। ଏଥିରେ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ।

ଗତ ଦୁଇବର୍ଷ ଧରି ବିନା ଭକ୍ତରେ କରୋନା କଟକଣାରେ ରଥ ଯାତ୍ରା ହେଉଥିଲା। କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରାଯିବ। ଏଣୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ସମସ୍ତ ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହେବ। ଦୁଇ ବର୍ଷ ପରେ ଭକ୍ତମାନଙ୍କୁ ରଥଯାତ୍ରା ଦେଖିବା ପାଇଁ ଅନୁମତି ଥିବାରୁ ଏଥର ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ।

Categories
ଧର୍ମ ବିଶେଷ ଖବର

ଦୁଇ ବର୍ଷ ପରେ ଆଜି ପ୍ରଭୃ ଲିଙ୍ଗରାଜଙ୍କୁ ରଥ ଉପରେ ଦର୍ଶନ କଲେ ଭକ୍ତଗଣ

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବନ୍ଦ ରହିଥିଲା। ବର୍ଷକୁ ଥରେ ଅନୁଷ୍ଠିତ ଏହ ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ମନରେ ରହିଥିଲା ବ୍ୟାକୁଳତା। ଆଜି ଅଶୋକାଷ୍ଠମୀରେ ଏହି ଅପେକ୍ଷା ପୂର୍ଣ୍ଣ ହୋଇଛି। ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୃ ଲିଙ୍ଗରାଜଙ୍କ ରଥ ଗଡି ଚାଲିଥିଲା।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନରେ ପ୍ରଭୃ ଲିଙ୍ଗରାଜ ରଥାଋଢ ହୋଇଥିଲେ। ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୃ ରଥକୁ ବିଜେ କରିଥିଲେ। ଏହାପରେ ବିଧି ମୁତାବିକ ରଥରେ ପ୍ରଭୃଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ଚାରମାଳ ଖୋଲାଯିବା ପରେ ରଥ ଦଉଡି ସଂଯୋଗ କରାଯାଇଥିଲା।

ପରଂପରା ଅନୁଯାୟୀ ଡାହୁକ ଡାକ ଦେବା ପରେ ଭକ୍ତମାନେ ପ୍ରଭୃଙ୍କ ରଥ ଟାଣିଥିଲେ। ଦୁଇ ବର୍ଷ ପରେ ଭକ୍ତମାନେ ସିଧା ରଥଯାତ୍ରା ଦେଖିଥିବାରୁ ବେଶ ଉତ୍ସାହିତ ହୋଇପଡିଥିଲେ। ଭକ୍ତଙ୍କ ସହିତ ଆଜି ଭୁବନେଶ୍ବରର ନୂଆ ମେୟର ସୁଲୋଚନା ଦାସ, ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ।

Categories
ଆଜିର ଖବର ଧର୍ମ

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା, ଅପରାହ୍ନ ୩ଟା ୩୦ ମିନିଟରେ ହେବ ରଥଟଣା

ଭୁବନେଶ୍ବର: ଆଜି ହେଉଛି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା। ଯାହାକୁ ଋକୁଣା ରଥଯାତ୍ରା ବୋଲି କୁହାଯାଏ। ପୁରୀ ରଥଯାତ୍ରା ପରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବେଶ ଗୁରୁତ୍ବ ରହିଛି। ଏହି ରଥଯାତ୍ରା ପାଇଁ ପ୍ରଭୃ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଆସନ୍ତାକାଲି ବିଭିନ୍ନ ପୂଜାନୀତି ସମୟ ହେଲା

ମଙ୍ଗଳା ଆଳତି ସାହାଣ ମେଲା- ଭୋର ୫ଟାରୁ ୬ଟା ୩୦ ମିନିଟ

ସକାଳ ଧୂପ- ସକାଳ ୯ଟା ୧୫

ଯାତ୍ରା ପୂଜା- ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦

ପହଣ୍ଡି ବିଜେ ଓ ରଥାଋଢ – ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମିନିଟ ମଧ୍ୟରେ

ରଥରେ ପୂଜା- ୧ଟା ୩୦ ମିନିଟରୁ ୩ଟା ୩୦ ମିନିଟ

ରଥଟଣା- ୩ଟା ୩୦ ମିନିଟ

ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ- ସଂଧ୍ୟା ୭ଟା ୩୦ ମିନିଟ

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶେଷ ହେଲା ଅଧରପଣା ନୀତି, ଆସନ୍ତାକାଲି ଶ୍ରୀମନ୍ଦିର ଫେରିବେ ତିନିଠାକୁର

ପୁରୀ, ଆଜି ମହାସମାରୋହରେ ସଂପର୍ଣ୍ଣ ହୋଇଛି ତିନିଠାକୁରଙ୍କ ଅଧରପଣା ନୀତି। ତିନିଠାକରୁଙ୍କ ଅଧରକୁ ଛୁଇଁବା ପରି ମାଟି ହାଣ୍ଡିରେ ପଣା ଭୋଗ କରାଯାଇଥାଏ। ଏହି ଭୋଗପରେ ସେହି ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ସାଧାରଣତଃ ଠାକୁର ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ଚଣ୍ଡିଚାମୁଣ୍ଡା ସହିତ ପାର୍ଶ୍ବ ଦେବାଦେବୀଙ୍କୁ ପଣାଦେଇ ସନ୍ତୁଷ୍ଠ କରିବା ପାଇଁ ସେହି ପଣା ଭୋଗକୁ ରଥରେ ଉପରେ ଭାଙ୍ଗି ସେମାନଙ୍କୁ ପ୍ରଦାନ କରାଯାଇଥାଏ।

ଏହି ମାଟିହାଣ୍ତିଗୁଡିକ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ

ପୁରୀ, ବିନା ଭକ୍ତରେ ମହାପ୍ରଭୃଙ୍କ ସୁନାବେଶ ସଂପର୍ଣ୍ଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନିତି ସଂପର୍ଣ୍ଣ ହୋଇଛି। ପୂଜା ବିଧି ଅନୁସାରେ ଅପରାହ୍ନରେ ଶ୍ରୀଜିୟୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଥିଲା।

ଏଥିରେ ପଂରପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି ଏବଂ ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

ଏହାପରେ ଗୁରୁବାର ଦିନ ପ୍ରଭୃଙ୍କ ଅଧରପଣା ନିିତି ଅନୁଷ୍ଠିତ ହେବ। ଏଥିରେ ଠାକୁରଙ୍କ ଅଧରକୁ ଛୁଇଁବା ପରି ଉଚ୍ଚତାର ମାଟିହାଣ୍ଡିରେ ପଣାଭୋଗ କରାଯିବ। ଏହାପରେ ସେହି ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବ। ଏହା ପ୍ରଭୃଙ୍କ ରଥ ଉପରେ ଏକ ବିଶେଷ ପୂଜାନିତି। ଅଧର ପଣା ପୂର୍ବରୁ ରଥ ଉପରେ ଶ୍ରୀଜିୟୁଙ୍କ ଯଥାରିତିରେ ପୂଜା କରାଯିବ।

ଆସନ୍ତା 23 ତାରିଖ ଶୁକ୍ରବାରରେ ନିଳାଦ୍ରୀବିଜେ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଅନୁସାରେ ନିଳାଦ୍ରୀ ବିଜେ ପାଇଁ ପହହଣ୍ଡି ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପଯ୍ୟନ୍ତ ଚାଲିବ। ଏହାପରେ ପ୍ରଭୃଙ୍କ ଚଳିତ ବର୍ଷର ରଥଯାତ୍ରାର ସମାପନ ଘଟିବ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଶ୍ରୀଜିୟୁଙ୍କର ସୁନାବେଶ, ସେହି କଟକଣା ଭିତରେ ବିରଳ ବେଶ ଧାରଣ କରିବେ ମହାପ୍ରଭୃ

ପୁରୀ, ଆଜି ଶ୍ରୀଜିୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଏବଂ ବାହୁଡା ପରି ସୁନାବେଶ ମଧ୍ୟ ସେହି  କଟକଣା ଭିତରେ ହେବ। ଏଥିପାଇଁ ସୋମବାରଠାରୁ ପୁରୀରେ କର୍ଫୁଲାଗୁ କରାଯାଇଛି। ଏହି କର୍ଫ୍ୟୁ ବୁଧବାର ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସୁନାବେଶ ସମୟ ନିର୍ଘଣ୍ଟ ଜାରୀ କରିଛନ୍ତି। ସେହି ଅନୁସାରେ

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ

Categories
ବିଶେଷ ଖବର ରାଜ୍ୟ ଖବର

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା, ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି।  ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି ।

ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି।

ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରା ରେ ଭାଗ ନେଇ ପାରିନଥିଲେ । ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ଵିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଆରମ୍ଭ ହେଲା ରଥ ଟଣା, କିଛି ସମୟ ପରେ ସିଂହଦ୍ବାରରେ ପହଁଞ୍ଚିବ ରଥ

ପୁରୀ, ମନ୍ଦିର ପ୍ରଶାସନ ଜାରି କରିଥିବା ସମୟ ନିର୍ଘଣ୍ଟର ବହୁ ପୂର୍ବରୁ ବାହୁଡା ରଥ ଟଣା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଅଜି ଅପରାହ୍ନ 4 ଟାରେ ରଥଟଣା ହୋଇଥାଆନ୍ତା। ହେଲେ ଏହାର ଯଥେଷ୍ଠ ପୂର୍ବରୁ ଅର୍ଥାତ ଅପରାହ୍ନ ଗୋଟିଏ ବେଳକୁ ରଥଟଣା ଆରମ୍ଭ ହୋଇଯାଇଛି।

ବିଧି ମୁତାବିକ ଆଜି ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଚାରମାଳ ଫିଟା ଆରମ୍ଭ ହୋଇଥିଲା। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ନୀତି ଅନୁସାରେ ଅପରାହ୍ନ 4ଟା ପୂର୍ବରୁ ତିନି ରଥ ଶ୍ରୀମନ୍ଦିରରେ ଲାଗିଯିବାର ସମ୍ଭାବନା ରହିଛି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ତିନିଠାକୁରଙ୍କୁ ଅପେକ୍ଷା କରିଛନ୍ତି ମାଉସୀମା, ବାଟରେ ଖୁଆଇବେ ପୋଡପିଠା

ପୁରୀ, ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ବାହୁଡା ଯାତ୍ରା, ସକାଳୁ ରଥାଋଢ ହେଲେ ବଡଠାକୁର, କିଛି ସମୟ ପରେ ଛେରା ପହଁରା

ପୁରୀ, ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା। ଏହି ଉପରଲେକ୍ଷ ଶ୍ରୀଗୁଣ୍ଡିଚା ମନ୍ଦିରରୁ ତିନିଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ସୁଦର୍ଶନ ଦେବଦଳନ ରଥରେ ବିଜେ କରିବା ପରେ ପ୍ରଭୃ ବଳଭଦ୍ର ପହଣ୍ଡି ବିଜେ କରି ରଥାଋଢ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ବର୍ତ୍ତମାନ ଶ୍ରୀଜିୟୁଙ୍କ ସମସ୍ତ ରୀତିନୀତି ଆରମ୍ଭ ହୋଇଯାଇଛି। ମା ସୁଭଦ୍ରା ରଥା ଋଢ ହେବା ପରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇଛି। ଆଉ କିଛି ସମୟ ପରେ ଛେରା ପହଁରା ନୀତି ଆରମ୍ଭ ହେବ।