Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ବାହୁଡା, ଆଜି ମହାପ୍ରଭୃଙ୍କ ସଂଧ୍ୟା ଦର୍ଶନ, ଏହାର ଗୁରୁତ୍ବ କଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ତାଙ୍କ ଜନ୍ମବେଦୀର ଲୀଳା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହୁଡା ପୂର୍ବଦିନ ସଂଧ୍ୟା ଦର୍ଶନ ଥିବାରୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବା କଥା। ହେଲେ କରୋନା କଟକଣା ପାଇଁ ସଂଧ୍ୟା ଦର୍ଶନ ବନ୍ଦ କରିଦିଆଯାଇଛି।

ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ।

ନବମୀ ସଂଧ୍ୟା ଦର୍ଶନରେ କେତେକ ସ୍ବତନ୍ତ୍ର ନୀତି ପାଳତ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ସଂଧ୍ୟା ଦର୍ଶନ କେତେକ ନିର୍ଦ୍ଦିଷ୍ଠ ସମୟ ଭିତରେ କରିବାକୁ ପଡିଥାଏ। ଏହିଦିନ ଠାକୁରଙ୍କ ବଡସିଂହାର ବେଶ ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧାକାର୍ଯ୍ୟ କରିଥାନ୍ତି। ଦଇତାପତିମାନେ ଶ୍ରୀଜୀୟୁଙ୍କ ପହଣ୍ଡି ବିଜେ ପାଇଁ ଗୁପ୍ତନୀତି ପ୍ରସ୍ତୁତ କରିଥାନ୍ତି।

ବିଶ୍ବାସ ରହିଛି ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ତିନିଠାକୁରଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ ଆଡପ ମଣ୍ଡପ ଦର୍ଶନ ତାହାଠାରୁ ଢେରେଗୁଣ ଅଧିକ ହୋଇଥାଏ। ସେଥିପାଇଁ ଠାକୁର ରଥଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ପରେ ଆଡପ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

କାଲି ରାତିରେ ଜଗନ୍ନାଥଙ୍କ ରଥକୁ ରାଗରେ ଭାଙ୍ଗିଦେଲେ ମା ଲକ୍ଷ୍ମୀ

ଭୁବନେଶ୍ବର, ଗତକାଲି ମା ଲକ୍ଷ୍ମୀ ରାଗରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଇଥିଲେ। ସେଠାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଲେ। ଏହାପରେ ରାଗ ଶାନ୍ତ କରିବା ପାଇଁ କାଲି ରାତିରେ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ଭେଟ ହୋଇଥିଲା। ଏହା ଥିଲା ଗତକାଲି ହେରା ପଞ୍ଚମୀର ରୀତି ନିତି।

କଥିତ ଅଛି ପ୍ରଭୃ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଚାଲିଆସିଲେ। ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିଲେ ନାହିଁ। ଏହି ରାଗରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପରଂପରା ରହିଛି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା

ପୁରୀ, ତିନିଠାକୁର ଆଜି ଅପରାହ୍ନରେ ତିନି ରଥରୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ନଅ ଦିନ ଧରି ସେ ନିଜ ଜନ୍ମ ବେଦୀରେ ରହିବେ। ହେଲେ ଦୁଃଖର କଥା ତିନି ଠାକରୁ ଏକା ଏକା ବସିବେ ସିନେ କୌଣସି ଭକ୍ତଙ୍କୁ ଦେଖିପାରିବେ ନାହିଁ। ଏହା ଉଭୟ ଭକ୍ତ ଏବଂ ଭଗବାନଙ୍କ ପାଇଁ ଏକ ଦୁଃଖଦାୟକ ଘଟଣା ପାଲଟି ଯାଇଛି।

କରୋନା କଟକଣା ପାଇଁ ପୁରୀରେ କର୍ଫୁ ଜାରି କରାଯାଇଛି। ସଂକ୍ରାମଣକୁ ରୋକିବା ପାଇଁ ପୁରୀ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏପରିକି ପୁରୀର ସମସ୍ତ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟ  ଦୂରତା ବଢିଯାଇଛି।

ରଥଯାତ୍ରା ଦିନ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ ରଥରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା କଥା, ହେଲେ ତାହା କରୋନା ପାଇଁ ହୋଇପାରିଲା ନାହିଁ।

ମଙ୍ଗଳବାର ସଂଧ୍ୟାରେ ତିନିଠାକୁରଙ୍କ ସଂଧ୍ୟା ଆଳତି ପରେ ଆଡପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ରଥରୁ ଘୋଡା ବାହାର କରାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ। ପ୍ରଥମେ ବଡଭାଇ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ପ୍ରଭୃ କାଳିଆ ଠାକୁର ଜନ୍ମବେଦୀକୁ ବିଜେ କରିଥିଲେ।

ଭକ୍ତ ନ ଥିବାରୁ କେବଳ ସେବକମାନେ ହରିବୋଲ ସହ ଘଣ୍ଟ ତୁରୀ ବଜାଇ ଠାକୁରଙ୍କୁ ବିଜେ କରାଇଥିଲେ। ବିଶ୍ବାସ ରହିଛି ଯେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ସେଥିପାଇଁ ଯେଉଁମାନେ ରଥରେ ଠାକୁରଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇ ନ ଥାନ୍ତି, ସେମାନେ ଆଡପ ମଣ୍ଡପ ଦର୍ଶନ କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା ସବୁକିଛି ଛାରଖାର କରିଦେଲା।

Categories
ଆଞ୍ଚଳିକ

ଦାରୁକ୍ଷେତ୍ରରେ ରଥଯାତ୍ରା, ରଥ ଉପରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର, ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ତଥା ଦାରୁ କ୍ଷେତ୍ରରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବେଢ଼ା ଭିତରେ କୋଭିଡ଼୍ କଟକଣାରେ ରଥଯାତ୍ରା ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା ।

ନୀତି ଅନୁସାରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସମ୍ପାଦନା କରାଯାଇ ଥିଲା । ଠାକୁରଙ୍କୁ ବିଧ ଅନୁଯାୟୀ ପୂଜା ପରେ ମନ୍ଦିର ବେଢ଼ାରେ ରଥ ଗଡ଼ିଥିଲା। ବିଧି ସଂପର୍ଣ୍ଣ ହେବା ପରେ ମନ୍ଦିର ପରିସରରେ ଏକ ଠାକୁର ଘରକୁ ଠାକୁରଙ୍କୁ ନିଆଯାଇଥିଲା । ଏହାକୁ ମଧୁସୂଦନ ବିଶ୍ୱାଳ, ଜୀବନଜୌତି  ମିଶ୍ର, ସୁଧୀର କୁମାର ମାନସିଂହ, ମହେଶ ପଟ୍ଟନାୟକ, ନୃସିଂହ ପଟ୍ଟନାୟକ ଓ ସଭ୍ୟମାନେ ପରିଚାଳଣା କରିଥିଲେ ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶରଧାବାଲିରେ ତିନି ରଥ, ମଙ୍ଗଳବାରରେ ତିନିଠାକୁରଙ୍କ ହେବ ଆଡପ ମଣ୍ଡପ ବିଜେ

ପୁରୀ, ବେଶ ଶାନ୍ତି ଶୃଙ୍ଖଳାର ସହିତ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ସାମନା ଶରଧାବାଲିରେ ଦଣ୍ଡାୟମାନ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ସଂପର୍ଣ୍ଣ ହୋଇଥିଲା। ଆସନ୍ତାକାଲି ମଙ୍ଗଳବାରରେ ରଥ ଉପରେ ତିନିଠାକୁରଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯିବ। ଆସନ୍ତାକାଲି ଆଡପ ଅଭଡା ମଧ୍ୟ ପୂଜା କରାଯିବ।

ଏହାପରେ ଅପରାହ୍ନରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରାଯିବ। ତେବେ କୋଭିଡ କଟକଣା ପାଇଁ ଆଡପ ଦର୍ଶନ ବନ୍ଦ କରାଯାଇଛି। ଫଳରେ ଠାକୁର ନଅ ଦିନ ଧରି ଆଡପ ମଣ୍ଡପରେ ରହିବା ପରେ ବାହୁଡାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟାନ

ଭୁବନେଶ୍ବର, କରୋନା ପାଇଁ ଭକ୍ତମାନଙ୍କୁ ପୁରୀ ବଡଦାଣ୍ଡ ମନା। ଯେତେବେଳେ ଭକ୍ତମାନେ ଯାଉ ନାହାଁନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ କେମିତି ଯିବେ। ସେ ନିଜେ ଭକ୍ତମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ସେଥିପାଇଁ ନବୀନ ରଥଯାତ୍ରାର ଟିକିନିଖ ଖବର ଘରେ ଟିଭିରେ ଏହାର ସିଧାପ୍ରସାରଣ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ଆଦି ନୀତିକୁ ସେ ଟିଭି ପରଦାରୁ ଦେଖୁଥିଲେ। ଏପରିକି ଯେତେବେଳେ ପ୍ରଭୃ ଜଗନ୍ନାଥ ପହଣ୍ଡିରେ ସିଂହ ଦ୍ବାରାରୁ ବାହାରି ରଥାରୁଢ ହେଲେ ସେତେବେଳେ ସେ ଛିଡା ହୋଇ ନମସ୍କାର ମଧ୍ୟ ଜଣାଇଲେ। ପାଖରେ ବସିଥିବା ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇବ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଛିଡା ହୋଇ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଥିଲେ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ବଡଦାଣ୍ଡରେ ଗଡିଲା ରଥ, ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଗଲା ରଥଟଣା

ପୁରୀ, ଶେଷରେ ଘଡଘଡ ନାଦରେ ବଡଦାଣ୍ଡରେ ଚାଲିଛି ରଥ। ଭକ୍ତ ନ ଥିଲେ ମଧ୍ୟ ସେବକମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଶ୍ଚର୍ଯର କଥା ପୂର୍ବ ନିର୍ଦ୍ଧାରିତ ସମୟର ଯଥେଷ୍ଠ ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇଛି। ଅର୍ଥାତ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଏହି ରଥଟଣା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ରଥଟଣା ଆଜି ଅପରାହ୍ନ 3ଟାରେ ଆରମ୍ଭ କରିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଆଜି ପ୍ରଭୃଙ୍କ ସମସ୍ତ ନୀତିକାନ୍ତି ଯଥେଷ୍ଠ ପୂର୍ବରୁ ଆରମ୍ଭ ହୋଇଛି।

ଆଜି ସକାଳୁ 8ଟା 30ରେ ଆରମ୍ଭ ହୋଇ 11ଟା 30 ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡି ବିଜେ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପହଣ୍ଡି ବିଜେ ଦିନ 10ଟା ଭିତରେ ଶେଷ ହୋଇଯାଇଥିଲା। ସେହିପରି ଛେରା ପହଁରା ଦିନ 12ଟାରୁ 2ଟା 45 ମିନଟ ଭିତରେ ହେବ ବୋଲି କୁହାଯାଇଥିଲା। ହେଲେ ଛେରା ପହଁରା ଦିନ 12ଟା 30 ରେ ଶେଷ ହୋଇଯାଇଛି।

ଛେରା ପହଁରା ଶେଷ ହେବା ପରେ ରଥ ଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ନିର୍ଦ୍ଧାରିତ ସମୟ ଥିଲା ଦିନ 3 ଟାରେ ରଥଟଣା ଆରମ୍ଭ କରାଯିବ। ହେଲେ ଏହାର ଦୁଇ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ପ୍ରାୟ 1 ଟା ବେଳେ ରଥଟଣା ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ରିତିନୀତି ଅନୁସାରେ ଆଜି ଅପରାହ୍ନ 3 ଟା ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଯିବ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ବିନା ଭକ୍ତରେ ରଥାଋଢ ହେଲେ ତିନିଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯିବ ରଥଟଣା

ପୁରୀ, ଆଜି ପବିତ୍ର ରଥାଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଷ। ହେଲେ ସେହିପରିବେଷକୁ ଅନୁଭବ କରିବା ପାଇଁ ନାହାଁନ୍ତି ଭକ୍ତି। ବିନା ଭକ୍ତରେ ତିନିଠାକୁର ହୋଇଛନ୍ତି ରଥାଋଢ। ପ୍ରଥମେ ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାଋଢ କରାଯାଇଛି।

ଆଜି ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍ଣ୍ଣ କରାଯାଇ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୃ ରଥାଋଢ ହେବା ପରେ ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ଛେରା ପହାଁରା ନିତି ଆରମ୍ଭ କରିଦେଇଛନ୍ତି। ଏହି ନୀତି ଦିନ 12ଟା 45ରୁ ଆରମ୍ଭ ହେବାର ଥିଲା। ହେଲେ ଗଜପତି ମହାରାଜା ଦୁଇଘଣ୍ଟା ପୂର୍ବରୁ ଏହି ନୀତି ଆରମ୍ଭ କରି ଦେଇଛନ୍ତି।

ଗଜପତିଙ୍କ ଛେରା ପହଁରା ପ୍ରାୟ 12 ଟା ବେଳେ ଶେଷ ହେବ ବୋଲି ଜଣାପଡିଛି। ଛେରା ପହଁରା ସରିବା ପରେ ଅନ୍ୟା ରିତିନୀତି ପାଇଁ ଆଉ ଘଣ୍ଟାଏ ସମୟ ଲାଗିବ। ଏହାପରେ ଚାରମାଳ ଫିଟାଯାଇ ରଥ ଟଣା ଆରମ୍ଭ ହେବ। ବର୍ତ୍ତମାନର ନୀତି ଅନୁସାରେ ଅନୁମାନ କରାଯାଉଛି ଦିନ ପ୍ରାୟ 12.30 ଭିତରେ ରଥ ଟଣା ଆରମ୍ଭ ହୋଇଯିବ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ପୁରା ବଡଦାଣ୍ଡକୁ କରାଗଲା ସାନିଟାଇଜେସନ

ପୁରୀ, ଆଉ କିଛି ସମୟ ପରେ ତିନିଠାକୁର ରତ୍ନ ସିଂହାସନ ଛାଡି ରଥରେ ବିଜେ କରିବେ। ଏହାପରେ ଘଡଘଡ ନାଦରେ ଜନ୍ମବେଦୀକୁ ଯିବେ। ତେବେ କରୋନା ପାଇଁ ଭକ୍ତମାନଙ୍କୁ ବଡଦାଣ୍ଡ ମନା। ସେବକମାନେ ପ୍ରଭୃଙ୍କ ରଥା ଟାଣିଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବେ।

ତେବେ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ବଡଦାଣ୍ଡକୁ ସମ୍ପୂର୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ରାତିରେ ଅଗ୍ନିଶମ ଗାଡିରେ ପୁରା ବଡଦାଣ୍ଡକୁ ବିଶୋଧନ କରାଯାଇଛି। ଭକ୍ତଙ୍କ ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ

ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ।

ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ କର୍ଫୁ ଲାଗିବ ଯାହା ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ବିନା ଭକ୍ତରେ କିପରି ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ନିତି ହେବ ସେ ନେଇ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି।

ମନ୍ଦିର ପ୍ରଶାସନ ଅନୁସାରେ ସୋମବାର ସକାଳ ୮ଟା ୩୦ ମିନିଟରେ ପହଣ୍ଡି ବିଜେ ହେବ। ତିନିଠାକୁରଙ୍କ ଏହି ପହଣ୍ଡି ବିଜେ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ମଧ୍ୟାହ୍ନ ୧୨ ଟା ୪୫ ରୁ ୨ଟା ପଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୩ଟା ବେଳ ଆରମ୍ଭ ହେବ।

କରୋନା ପାଇଁ ଗଜପତି ଦିବ୍ୟସିଂହ ଚଳିତ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନ ଥିଲେ। ହେଲେ ସେ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଛେରା ପହଁରା କରିବେ ବୋଲି ରାଜନଅର ତରଫରୁ କୁହାଯାଇଛି। ଗତ ବର୍ଷ ମଧ୍ୟ ସ୍ନାନ ପୂର୍ଣ୍ଣିମାରେ ଗଜପତି ଛେରା ପହଁରା କରି ନ ଥିଲେ।

Categories
RathJatra ଧର୍ମ ବିଶେଷ ଖବର

ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ବିଭିନ୍ନ ପୁରାଣରେ କଣ ବର୍ଣ୍ଣନା କରାଯାଇଛି ଜାଣିଛନ୍ତି କି ?

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା ।

Categories
RathJatra ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା ପ୍ରସଙ୍ଗ: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। କେବଳ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ଦାବି ହେଉଥିଲା। ଏନେଇ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ଆବେଦନ କରାଯାଇଥିଲା। ହେଲେ ଓଡିଶା ଉଚ୍ଚ ନ୍ୟାୟଳୟ ଏହାର ଶୁଣାଣି କରି କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ ହୋଇଯାଇଛି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହେବେ ଶହେ ବର୍ଷ ତଳର ରଥଯାତ୍ରାରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ହୋଇଥିଲା ପ୍ରଚେଷ୍ଠା

ଭୁବନେଶ୍ବର, ଗତ ବର୍ଷ ଏବଂ ଚଳିତ ବର୍ଷ ଶ୍ରୀମନ୍ଦିର ଇତିହାସରେ ରଥଯାତ୍ରା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କରୋନା ସଂକ୍ରାମଣ ପାଇଁ ଗତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିପରି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ନିଷ୍ପତି କରାଯାଇଛି। ରଥଯାତ୍ରା ଦିନ ପୁରୀରେ କର୍ଫୁ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି। ଏହିପରି ଘଟଣା ରଥଯାତ୍ରା ଇତିହାସରେ କେବେ ବି ହୋଇ ନ ଥିଲା।

ତେବେ ଠିକ୍ ଶହେ ବର୍ଷ ତଳେ, ଅର୍ଥାତ 1920 ମସିହାରେ ଏହିପରି ଏକ ମହାମାରୀ ସମୟରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ସେ ସମୟରେ ଉପକୂଳ ଓଡିଶାରେ ହଇଜା ମହାମାରିର ପ୍ରକୋପ ବୃଦ୍ଧି ପାଇଥିଲା। ସେତେବେଳେ ଝାଡାବାନ୍ତିରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ। ମୁଖ୍ୟତଃ ଏହି ରୋଗ ଡିଆଁ ରୋଗ ହୋଇଥିବାରୁ ତାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସହଜ ନ ଥିଲା।

ଯେତେବେଳେ ରଥଯାତ୍ରା ପାଖେଇଲା ସେତେବେଳେ ବ୍ରିଟିସ ପ୍ରଶାସକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା। କାରଣ ଶ୍ରୀଜୀୟୁଙ୍କୁ ରଥରେ ଦେଖିବା ପାଇଁ ହଜାର ହଜାର ଭକ୍ତ ଏକାଠି ହେବେ। ଫଳରେ ଏହି ମହାମାରି ନିଶ୍ଚିତ ଭାବେ ଏକ ବିସ୍ପୋରଣ ପରିସ୍ଥିତି ସୃଷ୍ଟି କରିବ ବୋଲି ସମସ୍ତେ ଆଶାଙ୍କା କରିଥିଲେ। ଏ ନେଇ ସେତେବେଳେ ଉଚ୍ଚ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସେତେବେଳେ କୌଣସି ଟିଭି ରେଡିଓ ପରି ପ୍ରଚାର ମାଧ୍ୟମ କିଛି ନ ଥିବାରୁ ଭକ୍ତଙ୍କୁ ମନା କରିବାର କୌଣସି ସୁବିଧା ହୋଇପାରି ନ ଥିଲା।

ଫଳରେ ବ୍ରିଟିସରମାନେ ଭକ୍ତମାନଙ୍କୁ ପୁରୀ ନ ଯିବା ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ନିଯୁକ୍ତ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ। ଆଶ୍ଚର୍ଯ୍ୟର କଥା ସେ ବର୍ଷ ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭକ୍ତଙ୍କର ସମାଗମ ହୋଇଥିଲା।

ଏହାକୁ ନେଇ ସେତେେବଳେ ଉତ୍କଳ ଦୀପିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ତାହା ହେଲା – ସିଭିଲ କର୍ତ୍ତୃପକ୍ଷଙ୍କ ନିଷେଧ ସତ୍ତ୍ୱେ ରଥଯାତ୍ରା ଦର୍ଶନାଭିଳାଷୀ ଯାତ୍ରୀଙ୍କର ପରିମାଣ ଆଶାତୀତ ବୃଦ୍ଧି ହୋଇଥିଲା ଏବଂ ସମୟେ ସମୟେ ସ୍ପେଶିଆଲ ଟ୍ରେନ ମଧ୍ୟ ଆସିଥିଲା। ଦେଖୁ ଦେଖୁ ସହର ଓ ସାହିମାନଙ୍କରେ ଥିବା ସାନ ବଡ ପକ୍କା ଘର, ଧର୍ମଶାଳା ଓ ଗୁଣ୍ଡିଚା ପାଖ ଟିଣଘର ମାନ ଯାତ୍ରୀପୂର୍ଣ୍ଣ ହୋଇଥିଲା।“ (ପୁରୀ ରଥଯାତ୍ରା, ୨୬, ଜୁନ,୧୯୨୦, ଉତ୍କଳ ଦୀପିକା)

ବର୍ତ୍ତମାନର କରୋନା ପରି ଶହେ ବର୍ଷ ତଳେ କଲେରା ମହାମାରି ମଧ୍ୟ ରଥଯାତ୍ରା ପରିଚାଳନା ନେଇ ତତକାଳିନ ପ୍ରଶାସନକଙ୍କର ମୁଣ୍ଡବିନ୍ଧା କରିଦେଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଉ ସପ୍ତାହେ ବାକି ରହିଲା ପ୍ରଭୃଙ୍କ ରଥଯାତ୍ରା, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ, ଆଉ ମାତ୍ର ସପ୍ତାହଟିଏ ବାକି ରହିଲା ପ୍ରଭୃଙ୍କ ରଥଯାତ୍ରା। ଆସନ୍ତା 12 ତାରିଖରେ ତିନିଠାକୁର ରତ୍ନ ସିଂହାସନ ତ୍ୟାଗ କରି ରଥାଋଢ ହେବେ। ଯିବେ ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର। ଆଉ କମ ସମୟ ଥିବାରୁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ବର୍ତ୍ତମାନ ରଥ ଖଳାଠାରେ, ତିନି ରଥର କଳସ ଉଠି, ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନି ରଥର ବିଜେ ଚକା, ଯେଉଁଠି ଶ୍ରୀବିଗ୍ରହ ମାନେ ବିଜେ କରିଥାନ୍ତି, ତାହାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଗତବର୍ଷ ପ୍ରଭୃଙ୍କର ହୋଇଥିଲା ଏକ ଐତିହାସିକ ରଥଯାତ୍ରା, ଘଟିଥିଲା ଛଅଟି ଚମତ୍କାରିତା

ଭୁବନେଶ୍ବର, ଗତବର୍ଷ ଏହି ରଥଯାତ୍ରା ବେଳକୁ ବହୁ ବାଦବିବାଦ ପରେ ଶେଷରେ ରଥ ବଡ ଦାଣ୍ଡରେ ରଥ ଗଡିଥିଲା। ହେଲେ ସେତେବେଳେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା। କେବଳ ସେତିକି କହିଲେ ହେବ ନାହିଁ, ବହୁ ଶୃଙ୍ଖଳିତ ଭାବେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା।

ତେବେ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ କୌଣସି ଭକ୍ତ ବଡଦାଣ୍ଡକୁ ଯାଇପାରିଲେ ନାହିଁ ସତ, ହେଲେ ଟେଲିଭିଜନ ମାଧ୍ୟମରେ ଜଗନ୍ନାଥଙ୍କ ଏହି ଲୀଳାକୁ ଦେଖି ନିଜ ମନକୁ ଶାନ୍ତ କରିଥିଲେ। ତେବେ ଗତବର୍ଷର ବିରଳ ରଥ ଯାତ୍ରା ବିଭିନ୍ନ କ୍ଷେତ୍ରକୁ ନେଇ ବେଶ୍ ଚମତ୍କାରିତା ମଧ୍ୟ ରହିଛି। ଗତବର୍ଷ ରଥଯାତ୍ରା ବେଳକୁ ଦେଖାଦେଇଥିଲା ଛଅଟି ଚମତ୍କାରିତା। ସେ ବିଷୟରେ ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ହେବେ।

1-ଗତବର୍ଷ ଯେତେବେଳ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଲେ ସେତେବେଳେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ ହତାଶ ହୋଇ ପଡିଥିଲେ। କୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ ଦାଖ କରାଯାଇପାରିବ କି ନାହିଁ ସେ ନେଇ ମଧ୍ୟ ସେତେବେଳେ ସନ୍ଦେହ ଉପୁଜିଲା। ହେଲେ କେତେକ ସଂସ୍ଥା ତଥା ଓକିଲଙ୍କ ପ୍ରଚେଷ୍ଠାରେ ପିଟିସନ ଦାଖଲ ହେଲା। ଏହି ପିଟସନ ସେତେବେଳେ କୋର୍ଟ ଗ୍ରହଣ କଲେ ନାହିଁ। କଣ ହେଲା କେଜାଣି ରବିବାର ଛୁଟି ଦିନରେ ଏହି ପିଟିସନ ଗ୍ରହଣ ହେଲା। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

2- ସେତେବେଳେ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ ପକ୍ଷ ରଖିଥିଲେ ଯେ, ରଥଯାତ୍ରାରେ ପ୍ରାୟ 12 ଲକ୍ଷ ଭକ୍ତ ଏକାଠି ହୁଅନ୍ତୁ ତେଣୁ ରଥ ଯାତ୍ରା ବନ୍ଦ କରାଯାଉ। ହେଲେ ସେହି ରାଜ୍ୟ ସରକାର ହଠାତ୍ ରବିବାର ରାତିରେ ପ୍ରେସ ବିଜ୍ଞପ୍ତି ଦେଲେ ଯେ, କୋର୍ଟରେ ଅନୁକୂଳ ମତ ରଖିବେ। ଏହା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

3-ଗତବର୍ଷ ଏପରି ବାଦାନୁବାଦ ଭିତରେ ନିର୍ଦ୍ଧାରିତ ସମୟରେ ରଥଯାତ୍ରାର ସମସ୍ତ ରୀତିନୀତି ସଂପର୍ଣ୍ଣ ହେବା ଏକ ବଡ ଘଟଣା ଥିଲା। ପୂର୍ବରୁ ଯେଉଁ ସମୟ ନିର୍ଘଣ୍ଟ ଥିଲା, ସେହି ଅନୁସାରେ ଏଥର ସମସ୍ତ କାର୍ଯ୍ୟ କରାଯାଇଥିଲା। ଯେଉଁ ସେବକମାନେ ରୀତିନୀତି ବିଳମ୍ବ କରିବାରେ ଅଭ୍ୟାସ ରହିଛି ସେହିମାନେ ଠିକ୍ ସମୟରେ ରଥଯାତ୍ରା କରାଇବା ପ୍ରଭୁଙ୍କ ଏକ ଚମତ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

4- ଗତବର୍ଷ କୋଭିଡ19 ନିୟମ ଅନୁସାରେ ରଥଯାତ୍ରା କରାଯାଉ ବୋଲି କୋର୍ଟ ରାୟ ଦେଇଥିଲେ। କିନ୍ତୁ ସେବକମାନେ କେତେଦୂର ଏହାକୁ ପାଳନ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ସେମାନେ କଟକଣାକୁ ସମ୍ମାନ ଦେଇ ମାସ୍କ ପିନ୍ଧି ସମସ୍ତ ରୀତିନୀତି ମଧ୍ୟ କରିଥିଲେ।

5- ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା ତିନି ରଥ ଉପରେ । ସେବକମାନେ ସାଧାରଣତଃ ରଥଟଣା ବେଳେ ରଥ ଉପରେ ବେଶ ଭିଡ ଜମାଇ ଥାଆନ୍ତି। ପ୍ରଭୁଙ୍କ ମୂର୍ତ୍ତିକୁ ସେମାନେ ଆଢୁଆଳ କରି ଦିଅନ୍ତି, ଯାହା ଫଳରେ ଠାକୁରଙ୍କୁ ଦେଖିବା ସମ୍ଭବପର ହୋଇ ନ ଥାଏ। ହେଲେ ଗତବର୍ଷ ରଥଯାତ୍ରାରେ ଦେଖା ଦେଇଥିଲା ଶୃଙ୍ଖଳିତ ପରଂପରା। ରଥ ପୁରା ଖାଲି ଖାଲି ଲାଗିଥିଲା। ରଥ ଉପରେ ଖୁବ କମ ସଂଖ୍ୟକ ଘଣ୍ଟୁଆ ଓ ସେବକ ଥିଲେ। ଫଳରେ ସାମାଜିକ ଦୂରତା ମାନିବା ଅସମ୍ଭବକୁ ସେବକମାନେ ଜଗନ୍ନାଥ କୃପାରୁ ସମ୍ଭବ କରାଇପାରିଥିଲେ।

6-ପ୍ରଶ୍ନ ଥିଲା ଭକ୍ତ ନାହାଁନ୍ତି ତ ଏତେ ବଡ ରଥକୁ ଟାଣିବ କିଏ। ସୀମିତ ସେବକମାନେ ଏହାକୁ ଟାଣି ପାରିବେ କି ନାହିଁ ସେ ନେଇ ଥିଲା ସନ୍ଦେହ। ହେଲେ ସୀମିତ ସେବକଙ୍କ ଭିତରେ ପ୍ରଭୁଙ୍କ ରଥ ଘଡଘଡ ହୋଇ ଗଡି ଚାଲିଥିଲା। ଯାହା ପ୍ରଭୁଙ୍କ ଲୀଳା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରଥଯାତ୍ରା ଇତିହାସରେ କେବେ ବି ବିନା ଭକ୍ତରେ ରଥଯାତ୍ରା ହେବାର ଦୃଷ୍ଟାନ୍ତ ନାହିଁ। ହେଲେ ଗତ ବର୍ଷ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା। ଶ୍ରୀଜଗନ୍ନାଥ ଇତିହାସରେ 2020 ବର୍ଷର ରଥଯାତ୍ରା ସବୁଦିନ ପାଇଁ ଏକ ଉଦାହରଣ ହୋଇ ରହିଗଲା। ସେହିପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ଜଗନ୍ନାଥଙ୍କ ଆର୍ଶିବାଦରେ ଏହି ମହାନ୍ ପରଂପରା ନିଶ୍ଚିତ ଶାନ୍ତିଶୃଙ୍ଖଳାରେ ହେବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୮ ତାରିଖରେ ରଥଯାତ୍ରା ସମନ୍ବୟ ବୈଠକ, ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେବେ ନବୀନ

ପୁରୀ, ଜୁଲାଇ ୧୨ ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପୁରୀରେ ପ୍ରସ୍ତୁତି ପର୍ବ ବେଶ୍ ଦ୍ରୁତଗତିରେ ଚାଲିଛି। ତେବେ ଏ ନେଇ ଆସନ୍ତା ୮ ତାରିଖରେ ବସିବ ରଥଯାତ୍ରା ସମନ୍ବୟ ବୈଠକ। ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀ, ସେବାୟତ, ସ୍ଥାନୀୟ ବିଧାୟକ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଏବଂ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS : ବସିବ ଛତିଶାନିଯୋଗ ବୈଠକ, ରଥଯାତ୍ରା ପରିଚାଳନା ନେଇ ହେବ ନିଷ୍ପତି

ପୁରୀ, ଶନିବାର 3 ତାରିଖରେ ଅପରାହ୍ନ 4ଟା 30ରେ ରଥଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକ ବସିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୋଭିଡ କଟକଣା ପାଇଁ ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ କରାଯିବ।

ଏହି ବୈଠକରେ ମୁଖ୍ୟତଃ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବ। ଏଥିସହିତ ରଥଯାତ୍ରା ସମ୍ବନ୍ଧିୟ ଅନ୍ୟାନ୍ୟ ନିଷ୍ପତି ମଧ୍ୟ ଏହି ବୈଠକରେ ନିଆଯିବ। ଏହି ବୈଠକ ଶେଷ ହେବା ପରେ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପରିଚାଳନା ନେଇ ଘୋଷଣା କରାଯିବ।

Categories
ଫଟୋ ଖବର

ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର

ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର

Categories
ଆଜିର ଖବର ଧର୍ମ

ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନି ରଥଯାତ୍ରା: ଓଡିଶା ଉଚ୍ଚ ନ୍ୟାୟାଳୟ

କଟକ: ପୁରୀ ବ୍ୟତୀତ ରାଜ୍ୟର ଆଉ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ। ଏନେଇ ଓଡିଶା ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ମାନିବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ସରରକରଙ୍କ ଏସମ୍ପର୍କିତ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି।

ରାଜ୍ୟରେ କେତେକ ସ୍ଥାନରେ ରଥଯାତ୍ରା କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ହେଲେ ଉଚ୍ଚ ନ୍ୟାୟଳୟ ଏହି ସବୁ ଆବେଦନକୁ ଖାରଜ କରିଦେଇଛନ୍ତି। କେବଳ ପୁରୀରେ ରଥଯାତ୍ରା ହେବା ପାଇଁ ଉଚ୍ଚ ନ୍ୟାୟାଳୟ ସ୍ବୀକୃତି ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଏଥର ପହଣ୍ଡି ସକାଳ ୮ଟା ୩୦ରେ, ରଥ ଟଣା ଅପରାହ୍ନ ୩ଟାରେ, ଜାଣନ୍ତୁ ରଥଯାତ୍ରା ସମୟ ନିର୍ଘଣ୍ଟ

ପୁରୀ, ଚଳିତ ବର୍ଷର ରଥଯାତ୍ରାର ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଚଳିତ ବର୍ଷ ତିନିଠାକୁରଙ୍କ ପହଣ୍ଡି ବିଜେ ସକାଳ ୮ଟା ୩୦ରେ କରାଯିବ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା। କୋଭିଡ କଟକଣା ପାଇଁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତିରେ ରଥଟଣା କାର‌୍ୟ୍ୟ ହେବ। ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ରଥଯାତ୍ରାରର ସମୟ ନିର୍ଘଣ୍ଟ ହେଲା…

ରଥଯାତ୍ରା ଜୁଲାଇ ୧୨ ତାରିଖ ସୋମବାର

ପହଣ୍ଡି ଆରମ୍ଭ- ସକାଳ ୮ଟା ୩୦ ମିନିଟ

ପହଣ୍ଡି ଶେଷ- ଦିନ ୧୧ଟା ୩୦ ମିନିଟ

ଛେରା ପହଁରା-୧୨ ଟା ୪୫ ରୁ ଦିନ ୨ଟା ପର‌୍ୟ୍ୟନ୍ତ

ରଥଟଣା- ଅପରାହ୍ନ ୩ଟା

ବାହୁଡା ଯାତ୍ରା ଜୁଲାଇ ୨୦ ତାରିଖ ମଙ୍ଗଳବାର

ପହଣ୍ଡି ଆରମ୍ଭ- ଦିନ ୧୨ଟାରୁ ୨ଟା ୩୦ ମିନିଟ

ଛେରା ପହଁରା-୨ଟା ୩୦ ମିନିଟରୁ ୩ଟା ୩୦ ମିନିଟ

ରଥଟଣା- ଅପରାହ୍ନ ୪ଟା

ସୁନାବେଶ ୨୧ ଜୁଲାଇ ବୁଧବାର

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର‌୍ୟ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର‌୍ୟ୍ୟନ୍ତ

ନିଳାଦ୍ରୀ ବିଜେ ଜୁଲାଇ ୨୩ ତାରିଖ ଶୁକ୍ରବାର

ନିଳାଦ୍ରୀ ବିଜେ- ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପର‌୍ୟ୍ୟନ୍ତ