Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବସିଲା ରଥଯାତ୍ରା ସମନ୍ବୟ କମିଟ ବୈଠକ, ଠିକ ସମୟରେ ନୀତି କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର: ଆଜି ରଥଯାତ୍ରା ଶେଷ ସମନ୍ବୟ କମିଟ ବୈଠକ ଆୟୋଜିତ ହୋଇଯାଇଛି। ପୁରୀରେ ହୋଇଥିବା ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ହେଲା, ମହାପ୍ରଭୂ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୂଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହିଥାଏ। ମହାପ୍ରଭୂଙ୍କ ରଥଯାତ୍ରା ସୁରୁଖୁରୁ ରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।

• ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

• ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର।

• ଏ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର।

• ଦେଶ ,ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର।

RathYatra

ପୁରୀର ଜନସାଧାରଣ, ମହାପ୍ରଭୂଙ୍କ ସେବାୟତ, ପ୍ରଶାସନ ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ , ମହାପ୍ରଭୂଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବ। ମହାପ୍ରଭୂଙ୍କ ଆଶୀର୍ବାଦ ସବୁବେଳେ ଆମ ସାଥୀରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ଆଇନମନ୍ତ୍ରୀ ଶକ୍ତିମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ, ଉନ୍ନୟନ କମିଶନର, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରଥଯାତ୍ରା ସମନ୍ବୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସମନ୍ବୟ ବୈଠକରେ ଯୋଗଦେବେ। ତେବେ ସେ ପୁରୀ ନ ଯାଇ ଭିଡିଓ କନଫ୍ରେସିଂ ଜରିଆରେ ଏଥିରେ ସାମିଲ ହେବେ। ଏହି ସମୀକ୍ଷା ବୈଠକ ପୂର୍ବାହ୍ନ ସାଢ଼େ ୧୧ଟାରେ ହେବ।

ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ ରଥଯାତ୍ରା ପ୍ରସ୍ତୁତି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ତେବେ ଏହି ବୈଠକରେ ଯୋଗଦେବା ପାଇଁ ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ପୁରୀ ଗସ୍ତ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ରଥଯାତ୍ରା ସମନ୍ବୟ ବୈଠକ, ଦୁଇବର୍ଷ ପରେ ଘୋଷଯାତ୍ରା ଦେଖିବେ ଭକ୍ତ

ପୁରୀ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ପ୍ରଥମ ସମନ୍ୱୟ କମିଟି ବୈଠକ ବସିବ। ଦିନ ୧୧ଟାରେ ପୁରୀ ଟାଉନ ହଲରେ ଏହି ସମନ୍ୱୟ ବୈଠକ ବସିବ। ଏଥିରେ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ।

ଗତ ଦୁଇବର୍ଷ ଧରି ବିନା ଭକ୍ତରେ କରୋନା କଟକଣାରେ ରଥ ଯାତ୍ରା ହେଉଥିଲା। କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରାଯିବ। ଏଣୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ସମସ୍ତ ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହେବ। ଦୁଇ ବର୍ଷ ପରେ ଭକ୍ତମାନଙ୍କୁ ରଥଯାତ୍ରା ଦେଖିବା ପାଇଁ ଅନୁମତି ଥିବାରୁ ଏଥର ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୮ ତାରିଖରେ ରଥଯାତ୍ରା ସମନ୍ବୟ ବୈଠକ, ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେବେ ନବୀନ

ପୁରୀ, ଜୁଲାଇ ୧୨ ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପୁରୀରେ ପ୍ରସ୍ତୁତି ପର୍ବ ବେଶ୍ ଦ୍ରୁତଗତିରେ ଚାଲିଛି। ତେବେ ଏ ନେଇ ଆସନ୍ତା ୮ ତାରିଖରେ ବସିବ ରଥଯାତ୍ରା ସମନ୍ବୟ ବୈଠକ। ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀ, ସେବାୟତ, ସ୍ଥାନୀୟ ବିଧାୟକ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଏବଂ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।