ଆଜି ରଥଯାତ୍ରା ସମନ୍ବୟ ବୈଠକ, ଦୁଇବର୍ଷ ପରେ ଘୋଷଯାତ୍ରା ଦେଖିବେ ଭକ୍ତ

Published: May 23, 2022, 8:01 am IST

ପୁରୀ: ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ପ୍ରଥମ ସମନ୍ୱୟ କମିଟି ବୈଠକ ବସିବ। ଦିନ ୧୧ଟାରେ ପୁରୀ ଟାଉନ ହଲରେ ଏହି ସମନ୍ୱୟ ବୈଠକ ବସିବ। ଏଥିରେ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ଆଲୋଚନା ହେବ।

ଗତ ଦୁଇବର୍ଷ ଧରି ବିନା ଭକ୍ତରେ କରୋନା କଟକଣାରେ ରଥ ଯାତ୍ରା ହେଉଥିଲା। କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରାଯିବ। ଏଣୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ସମସ୍ତ ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହେବ। ଦୁଇ ବର୍ଷ ପରେ ଭକ୍ତମାନଙ୍କୁ ରଥଯାତ୍ରା ଦେଖିବା ପାଇଁ ଅନୁମତି ଥିବାରୁ ଏଥର ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ।

Related posts