Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଖେଳାଳି ଏକାଦଶରେ କାହିଁକି ସ୍ଥାନ ପାଇଲେ ନାହିଁ ଅଶ୍ୱିନ?: ଉତ୍ତର ଦେଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯାଉଛି। ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଉଭୟ ଦଳର ଖେଳାଳି ଏକାଦଶ ଘୋଷଣା କରାଯାଇଛି। ଟସ୍ ଜିତିବା ପରେ ରୋହିତ କହିଛନ୍ତି ଯେ, ‘ଆମେ ବୋଲିଂ କରିବାକୁ ଯାଉଛୁ .. ଏହା ମେଘୁଆ .. ପିଚ୍‌ରେ ଅଧିକ ପରିବର୍ତ୍ତନ ହେବ ନାହିଁ।’ ଚାରିଜଣ ଦ୍ରୁତ ବୋଲର ଏବଂ ଜଣେ ସ୍ପିନର ଜାଡେଜାଙ୍କ ସହ ପ୍ରବେଶ କରିବେ, ଏହା ସର୍ବଦା କଷ୍ଟସାଧ୍ୟ (ଅଶ୍ୱିନଙ୍କୁ ବାହାରେ ରଖିବା), ସେ ଜଣେ ମ୍ୟାଚ୍ ବିଜେତା। ରାହାନେ ଅନେକ ଅଭିଜ୍ଞତା ଆଣିଛନ୍ତି। ପ୍ରକାଶ ଯେ, ଅଶ୍ୱିନଙ୍କୁ ଭାରତୀୟ ଏକାଦଶରେ ସ୍ଥାନ ନାହିଁ। ଏହା ବ୍ୟତୀତ ରାହାନ ଫେରି ଆସିଛନ୍ତି। ଏଥି ସହିତ ଶାର୍ଦ୍ଦୁଳ ଠାକୁର ଖେଳାଳି ଏକାଦଶରେ ନିଜର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ୱିକେଟ୍ କିପର ଭାବରେ ଏସ ଭରତଙ୍କୁ ସୁଯୋଗ ମିଳିଛି।

ଅଷ୍ଟ୍ରେଲିଆ ଦଳ: ଡେଭିଡ ୱାର୍ଣ୍ଣର, ଉସମାନ ଖ୍ୱାଜା, ମାର୍ନସ୍ ଲାବୁସାଗ୍ନେ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟ୍ କିପର), ପ୍ୟାଟ୍ କମିନ୍ସ (କ୍ୟାପଟେନ), ମିଚେଲ ଷ୍ଟାର୍କ, ନାଥାନ୍ ଲିଅନ୍, ସ୍କଟ୍ ବୋଲାଣ୍ଡ।

ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏସ୍ ଭାରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ ଦଳ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ। ଏଭଳି ପରିସ୍ଥିତିରେ, ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ଜିତିବାରେ ସକ୍ଷମ ହେବ କି ନାହିଁ, ତାହା ଦେଖିବାକୁ ବହୁତ ମଜାଦାର ହେବ। ୨୦୨୧ ମସିହାରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଥିଲା ​। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଥିଲା।

ତେବେ ୨୦୦୩ ବିଶ୍ୱକପ ପରେ ଦ୍ୱିତୀୟ ଥର ପାଇଁ ଏଭଳି ସୁଯୋଗ ଆସିଛି, ଯେତେବେଳେ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଶେଷ ଥର ପାଇଁ ୨୦୦୩ ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଚେପକ୍ ଟେଷ୍ଟ: ଷ୍ଟୁଆର୍ଟ ବ୍ରଡ଼ଙ୍କ ୱିକେଟ ନେଇ ନୂଆ ରେକର୍ଡ ସୃଷ୍ଟି କଲେ ଭାରତୀୟ ସ୍ପିନର ଅଶ୍ଵିନୀ

ଚେନ୍ନାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଆଜି ଇଂଲଣ୍ଡ ବିରୋଧରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ ମ୍ୟାଚରେ ୨୦୦ ଥର ବାମ ହାତୀ ଖେଳାଳିଙ୍କୁ ଆଉଟ କରି ଅଶ୍ଵିନୀ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ବିଶ୍ଵର ପ୍ରଥମ ବୋଲର ଭାବେ ଅଶ୍ଵିନୀ ଏହି ରେକର୍ଡ କରିଛନ୍ତି। ଆଜି ଷ୍ଟୁଆର୍ଟ ବ୍ରଡ଼ଙ୍କ ୱିକେଟ ହାସଲ ପରେ ଏହି ସଫଳତା ହାସଲ କରିଛନ୍ତି।

ଟେଷ୍ଟ ମ୍ୟାଚରେ ବାମ ହାତୀ ଖେଳାଳିଙ୍କୁ ରବିଚନ୍ଦ୍ରନ ବେଶୀ ଅସୁବିଧାରେ ପକାଇଥାନ୍ତି। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କୁ ସର୍ବାଧିକ ୧୦ ଥର ଆଉଟ କରିଥିବା ବେଳେ ଇଂଲଣ୍ଡର ଅଲିଷ୍ଟାର କୁକ ଏବଂ ବେନ ଷ୍ଟୋକ୍ସଙ୍କୁ ୯ ଥର ଲେଖାଏଁ ଆଉଟ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଏଡ କୋବାନ ଏବଂ ଜେମ୍ସ ଆଣ୍ଡର୍ସନଙ୍କୁ ୭ ଥର ଲେଖାଏଁ ଶିକାର କରିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନୀ ପ୍ରଥମ ଇନିଂସରେ ୪୩ ରନ ଦେଇ ୫ ୱିକେଟ ହାସଲ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସୁନୀଲ ଗାଭାସ୍କରଙ୍କ କଟାକ୍ଷ ପରେ ମନ୍ତବ୍ୟ ରଖିଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ

ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ ଏଭଳି ବ୍ୟବହାର ଶୋଭା ଦେଖା ଯାଉନାହିଁ। ପେନଙ୍କ ଅଧିନାୟକତ୍ଵ ଆଉ ମାତ୍ର କିଛି ଦିନ ରହିଲା।

ତେବେ ଗଭାସ୍କରଙ୍କ ଏହି ଟିପ୍ପଣୀ ପରେ ପେନ କହିଥିଲେ ଯେ, ଗାଭାସ୍କର କହିଥିବା ମନ୍ତବ୍ୟକୁ ମୁଁ ଶୁଣିଛି। ହେଲେ ଏହି ମାମଲାରେ ମୁଁ ମୁଣ୍ଡ ଖେଳାଇବାକୁ ଚାହୁଁନି, ଗାଭାସ୍କରଙ୍କ ସହ ବାକ୍ ଯୁଦ୍ଧ କରିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି କହିଲେ ଯେ, ଆଗାମୀ ସମୟରେ ସେ ନମ୍ରତାର ସହ ହସି ହସି ଖେଳିବେ। ସେହି ଦିନ ମୁଁ ଖେଳରେ ବେଶୀ ପ୍ରଭାବିତ ହୋଇପଡିଥିଲି। ତେବେ ଏହି ମାମଲାରେ ପେନ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗି ସାରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିହାରୀ ଓ ଅଶ୍ଵିନୀଙ୍କ ଲଢୁଆ ବ୍ୟାଟିଂ: ତୃତୀୟ ଟେଷ୍ଟ ଡ୍ର ରଖିଲା ଭାରତ

ସିଡନୀ: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଡ୍ର ହୋଇଛି। ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଭାରତକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି। ଉଭୟଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଟେଷ୍ଟ କୁ ଡ୍ର କରିବାରେ ସମର୍ଥ ହୋଇଛନ୍ତି। ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଅଶ୍ଵିନୀଙ୍କ ଯୋଡି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ପଞ୍ଚମ ୱିକେଟ ପତନ ପରେ ଦୁହେଁ ୪୩ ଓଭର ପର୍ଯ୍ୟନ୍ତ ଖେଳି ମ୍ୟାଚକୁ ଡ୍ର ରଖିଥିଲେ। ଏହା ସହିତ ତୃତୀୟ ମ୍ୟାଚ ପରେ ମଧ୍ୟ ସିରିଜ ୧-୧ରେ ବରାବର ହୋଇଛି।

ହନୁମା ବିହାରୀ ୧୬୧ ବଲରେ ୨୩ ରନ କରିଥିବା ବେଳେ ଅଶ୍ଵିନୀ ୧୨୮ ବଲରେ ୩୯ ରନ କରିଛନ୍ତି। ପୂର୍ବରୁ ଋଷଭ ପନ୍ତ ମଧ୍ୟ ଏକ ଦମଦାର ବ୍ୟାଟିଂ କରି ୧୧୮ ବଲରେ ୯୭ ରନ ସଂଗ୍ରହ କରିଥିଲେ। ସେହିପରି  ଚେତେଶ୍ଵର ପୂଜାରା ୨୦୫ ବଲରେ ୭୭ ରନ ସଂଗ୍ରହ କରିଥିଲେ। କିନ୍ତୁ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଜି ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। ଗତକାଲି ରୋହିତ ଶର୍ମା ୫୨ ରନ, ଶୁଭମାନ ଗିଲ ୩୧ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହଜିଲଉଡ ଏବଂ ନାଥନ ଲାୟନ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲା ବେଳେ ପ୍ୟାଟ କମିନ୍ସ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ସୂଚନା ଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୩୧୨ରନରେ ୬ ୱିକେଟ ହରାଇ ପାଳି ଘୋଷଣା କରିଥିଲା। ଭାରତକୁ ଜିତିବା ପାଇଁ ୪୦୭ ରନର ଟାର୍ଗେଟ ଥିଲା। ଗତକାଲି ଭାରତ ଷ୍ଟମ୍ପ ଅପସାରଣ ବେଳକୁ ଦୁଇଟି ୱିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ଜିତିବାକୁ ଶେଷ ଦିନରେ ୮ ଟି ୱିକେଟ ଆବଶ୍ୟକତା କରୁଥିବା ବେଳେ ଭାରତୀୟ ଖେଳାଳି ଭଲ ବ୍ୟାଟିଂ ଜାରି ରଖି ଖେଳକୁ ଡ୍ର କରିବାରେ ସମର୍ଥ ହୋଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳି-୩୩୮

ଭାରତ ପ୍ରଥମ ପାଳି-୨୪୪

ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳି-୩୧୨/୬ (ଘୋଷଣା)

ଭାରତ ଦ୍ଵିତୀୟ ପାଳି-୩୩୪/୫