ସୁନୀଲ ଗାଭାସ୍କରଙ୍କ କଟାକ୍ଷ ପରେ ମନ୍ତବ୍ୟ ରଖିଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ

Published: Jan 14, 2021, 1:07 pm IST

ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ ଏଭଳି ବ୍ୟବହାର ଶୋଭା ଦେଖା ଯାଉନାହିଁ। ପେନଙ୍କ ଅଧିନାୟକତ୍ଵ ଆଉ ମାତ୍ର କିଛି ଦିନ ରହିଲା।

ତେବେ ଗଭାସ୍କରଙ୍କ ଏହି ଟିପ୍ପଣୀ ପରେ ପେନ କହିଥିଲେ ଯେ, ଗାଭାସ୍କର କହିଥିବା ମନ୍ତବ୍ୟକୁ ମୁଁ ଶୁଣିଛି। ହେଲେ ଏହି ମାମଲାରେ ମୁଁ ମୁଣ୍ଡ ଖେଳାଇବାକୁ ଚାହୁଁନି, ଗାଭାସ୍କରଙ୍କ ସହ ବାକ୍ ଯୁଦ୍ଧ କରିବାକୁ ମୋର ଇଚ୍ଛା ନାହିଁ। ସେ ଆହୁରି କହିଲେ ଯେ, ଆଗାମୀ ସମୟରେ ସେ ନମ୍ରତାର ସହ ହସି ହସି ଖେଳିବେ। ସେହି ଦିନ ମୁଁ ଖେଳରେ ବେଶୀ ପ୍ରଭାବିତ ହୋଇପଡିଥିଲି। ତେବେ ଏହି ମାମଲାରେ ପେନ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗି ସାରିଛନ୍ତି।

Related posts