Categories
ଆଜିର ଖବର

ରବି ଫସଲକୁ ନେଇ ଆରମ୍ଭ ହେଲା ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ

ଭୁବନେଶ୍ବର: ରବି କାର୍ଯ୍ୟକ୍ରମ ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଫସଲର କାର୍ଯ୍ୟାନ୍ୱୟନକୁ ସମୀକ୍ଷା ଓ ମୂଲ୍ୟାୟନ କରିବା ସହିତ କୃଷିକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ।

ସମ୍ମିଳନୀରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ, ଆଇସିଏଆର୍‌ ଏବଂ ସିଜିଆଇଏଆର୍‌ ପ୍ରଭୂତି ପ୍ରତିଷ୍ଠାନର ପ୍ରତିନିଧିମାନେ ବିଭିନ୍ନ ବୈଷୟିକ ଦିଗ ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀରେ ରବି କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚିତ ହୋଇଥିଲା।

ରବି ୨୦୨୩-୨୪ କାର୍ଯ୍ୟକ୍ରମରେ ବିଭିନ୍ନ ଫସଲ ଅଧୀନରେ ଓଡ଼ିଶାରେ ପ୍ରାୟ ୨୮.୧୪ ଲକ୍ଷ ହେକଫର ଜମିରେ ରବିଚାଷ କରାଯିବ। ଏଥି ମଧ୍ୟରୁ ୧୪.୩୪ ଲକ୍ଷ ହେକଫର ଜମିରେ ଡାଲି ଜାତୀୟ ଫସଲ, ୩.୭୩ ଲକ୍ଷ ହେକଫର ଜମିରେ ତୈଳବୀଜ, ୫.୩୯ ହେକଫର ଜମିରେ ପନିପରିବା, ୧.୧୩ ଲକ୍ଷ ହେକଫର ଜମିରେ ମସଲା ଚାଷ ଏବଂ ୦.୩ ଲକ୍ଷ ହେକଫର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ୧୯.୩୯ ଲକ୍ଷ ମେଟି୍ରକ୍‌ ଟନ ଖାଦ୍ୟଶସ୍ୟ, ୭.୫୩ ଲକ୍ଷ ମେଟି୍ରକ୍‌ ଟନ୍‌ ଡାଲି ଏବଂ ୪.୧୮ ଲକ୍ଷ ମେଟି୍ରକ୍‌ ଟନ୍‌ ତୈଳବୀଜ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।

ରବି କାର୍ଯ୍ୟକ୍ରମର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ହେଲା- ରବି କାର୍ଯ୍ୟକ୍ରମରେ ଜଳସେଚନର ବ୍ୟବହାରକୁ ବୃଦ୍ଧି କରିବା, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ମାଧ୍ୟମରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଓ ତୈଳବୀଜ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ଓ ଡେଲଟା କମାଣ୍ଡ ଅଞ୍ଚଳରେ ବ୍ଲକ୍‌ ନିମନ୍ତେ ନିର୍ଦ୍ଦିଷ୍ଟ କୃଷି କାର୍ଯ୍ୟ ଖସଡ଼ାକୁ ରୂପାୟିତ କରିବା।

ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରବି କାର୍ଯ୍ୟକ୍ରମ ରାଜ୍ୟ ଅର୍ଥନୀତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଓ ଯୋଜନା ଯୋଗୁ ଓଡ଼ିଶା ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି।

ଜଳବାୟୁର ପରିବର୍ତ୍ତନ ଓ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ  ଫସଲର ବିବିଧିକରଣ, ସମନ୍ୱିତ କୃଷି, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ, ଡାଲି ଓ ତୈଳବୀଜ, ପନିପରିବା ଆଦି ଅର୍ଥକରୀ ଫସଲ ଚାଷକୁ ଉତ୍ସାହିତ କରାଯାଉଛି। ରାଜ୍ୟରେ ଉପଲବ୍ଧ ଜଳସେଚନ ସୁବିଧାର ସମୁଚିତ ଉପଯୋଗ କରି ରବି ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସଂପୃକ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ପୂର୍ବରୁ ନିଅଣ୍ଟିଆ ରାଜ୍ୟ ଥିବା ଆମ ରାଜ୍ୟ ଓଡ଼ିଶା ଏବେ ପ୍ରମୁଖ ଖାଦ୍ୟଶସ୍ୟ ରପ୍ତାନୀକାରୀ ରାଜ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଧାନ ଚାଷ ସହିତ ଅଣଧାନ ଫସଲ ଯଥା- ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଫସଲ ବିବିଧିକରଣ ଏବଂ ଜଳବାୟୁ ପରବର୍ତ୍ତନକୁ ଦୃଷ୍ଟିରେ ରଖି କ୍ଲାଇମେଟ୍‌ ସ୍ମାର୍ଟ ଏଗ୍ରିକଲଚର କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନ ବ୍ୟବସ୍ଥା କରୁଛନ୍ତି। କୃଷି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ ବୁନ୍ଦା ଜଳ ଯେପରି ଠିକ୍‌ ଭାବେ ବ୍ୟବହୃତ ହୁଏ, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ରାଜ୍ୟ କୃଷି ନୀତି ‘ସମୃଦ୍ଧି’ କୃଷକମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇଛି ଏବଂ ବୈଜ୍ଞାନିକ ପ୍ରଣାଳୀ ଓ  ତଥ୍ୟଭିତ୍ତିକ ଉପଯୋଗରେ ଓଡ଼ିଶାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରିଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ଆଦିର ବିକାଶ ପାଇଁ କୃଷକ, ସମସ୍ତ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅଧିକ ଉତ୍ପାଦିକତା ନିମନ୍ତେ ନିଶ୍ଚିତ ଜଳସେଚନ ଏକ ପ୍ରମୁଖ ଅଙ୍ଗ। ଏଥି ନିମନ୍ତେ ରବି କାର୍ଯ୍ୟକ୍ରମରେ ଏହାକୁ ପ୍ରାଥମିକତା ପ୍ରଦାନ କରାଯାଇଛି।  ରବି କାର୍ଯ୍ୟକ୍ରମ ୨୦୨୩-୨୪ ଅନୁଯାୟୀ ଜଳସଂପଦ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଜଳସେଚନ ନିମନ୍ତେ ସଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣର ଜଳଯୋଗାଣକୁ ସୁନିଶ୍ଚିତ କରାଯିବ।

ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ଅଧୀନରେ ୧,୩୦,୦୦୦ ହେକଫର ଜମିର ଅମ୍ଳ ମାଟିର ପରିଚାଳନା, ଏନ୍‌ଏଫ୍‌ଏସ୍‌ଏସ୍‌ ଯୋଜନାରେ ଡାଲି ଓ ତୈଳବୀଜ, ଜାତୀୟ ଉଦ୍ୟାନ କୃଷି ମିଶନ, ପଣସ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଓ ଆଇଆଇପିସିଆର୍‌ଏ ଯୋଜନାକୁ ଗୁରୁତ୍ୱ ପ୍ରଦାନ କରାଯିବା ସମେତରାଜ୍ୟ ସରକାରଙ୍କ ପରିଚାଳିତ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ୍‌ ମିଶନ, କୃଷି ଯାନ୍ତ୍ରିକୀକରଣ, ଜଳନିଧି ଓ ଅନ୍ୟ କାର୍ଯ୍ୟକ୍ରମ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯାଇ କୃଷକମାନଙ୍କର ଆୟବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟର କୃଷକମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ପ୍ରତି ଲୋକପି୍ରୟତା ବୃଦ୍ଧି ପାଉଛି। ଅଧିକ ସଂଖ୍ୟକ କୃଷକ ଉନ୍ନତ ଜ୍ଞାନକୌଶଳ ପଦ୍ଧତି ଅବଲମ୍ବନ କରୁଛନ୍ତି ଏବଂ ଅଧିକ ଆୟ ହେତୁ ଉଦ୍ୟାନ କୃଷି ଫସଲକୁ ଆପଣାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉଦ୍ୟାନ କୃଷି କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରମୁଖତା ପ୍ରଦାନ କରୁଛନ୍ତି।

ବିଭିନ୍ନ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଯଥା-ମିଶନ ଫର ଇଣ୍ଟିଗ୍ରେଟେଡ୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ହର୍ଟିକଲଚର (Mଔଉଓ) ଜାତୀୟ ଉଦ୍ୟାନ କୃଷି ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ନ୍ୟାସନାଲ୍‌ ମିଶନ୍‌ ଅନ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ (କ୍ତMଊକ୍ସ-କ୍ସP) ଏବଂ ରାଜ୍ୟ ଯୋଜନାର ଅନ୍ତର୍ଭୁକ୍ତ ଆଳୁ, ପନିପରିବା ଏବଂ ମସଲା ଓ ସ୍ୱତନ୍ତ୍ର ଫଳ ନିର୍ଦ୍ଦିଷ୍ଟ ଯୋଜନାକୁ ନିୟମିତ ପର୍ଯ୍ୟବେକ୍ଷଣ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି।

କୃଷିର ବିକାଶ ଦିଗରେ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ଫାର୍ମ ପଣ୍ଡ ପ୍ଲସ୍‌, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ରେନ୍‌ଫେଡ୍‌ ଏରିଆ ଡେଭଲପ୍‌ମେଣ୍ଟ, ଓଡ଼ିଶା ମିନେରାଲ୍‌ ବିଅରିଂ ଏରିଆ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ (କ୍ସMଇଅଉଈ) ଜିଲ୍ଲା ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅଧୀନରେ ଜଳବିଭାଜିକା ଉନ୍ନୟନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଝୋଲାକୁଣ୍ଡି ଇତ୍ୟାଦି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ନିୟମିତ ପର୍ଯ୍ୟବେକ୍ଷଣ କରାଯାଉଛି।

ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ରବି ଫସଲ ନିମନ୍ତେ ଜିଲ୍ଲାର କୃଷି ପରିବେଶ ଅନୁଯାୟୀ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବା ପାଇଁ ରବି ସର୍କୁଲାର ଜାରି କରାଯାଇଛି। ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘ରବି କାର୍ଯ୍ୟକ୍ରମ ୨୦୨୩-୨୪’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ।

ଶେଷରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ରବି କାର୍ଯ୍ୟକ୍ରମ ନେଇ ବିଭିନ୍ନ ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର (ଏମଏସପି) ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି।
୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

(କ୍ୱିଣ୍ଟାଲ ପିଛା ଟଙ୍କାରେ)

କ୍ରସଂ ଫସଲ ରବି ଋତୁ

୨୦୧୪-୧୫ ରେ ଏମଏସପି ରବି ଋତୁ
୨୦୨୩-୨୪ ରେ ଏମଏସପି ରବି ଋତୁ
୨୦୨୪-୨୫ ରେ ଏମଏସପି ରବି ଋତୁ ୨୦୨୪-୨୫ ରେ ଉତ୍ପାଦନ ମୂଲ୍ୟ

ଏମଏସପିରେ ବୃଦ୍ଧି (ସମ୍ପୂର୍ଣ୍ଣ) ଖର୍ଚ୍ଚ ଉପରେ ସୀମା (ପ୍ରତିଶତରେ)

୧- ଗହମ ୧୪୦୦ ୨୧୨୫ ୨୨୭୫ ୧୧୨୮ ୧୫୦ ୧୦୨
୨- ଯଅ ୧୧୦୦ ୧୭୩୫ ୧୮୫୦ ୧୧୫୮ ୧୧୫ ୬୦
୩- ଚଣା ୩୧୦୦ ୫୩୩୫ ୫୪୪୦ ୩୪୦୦ ୧୦୫ ୬୦
୪- ଡାଲି (ମସୁର) ୨୯୫୦ ୬୦୦୦ ୬୪୨୫ ୩୪୦୫ ୪୨୫ ୮୯
୫- ସୋରିଷ ଓ ରେପ୍ସିଡ୍ ୩୦୫୦ ୫୪୫୦ ୫୬୫୦ ୨୮୫୫ ୨୦୦ ୯୮
୬- କୁସୁମ ୩୦୦୦ ୫୬୫୦ ୫୮୦୦ ୩୮୦୭ ୧୫୦ ୫୨

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି। ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ।

ଖାଦ୍ୟ ନିରାପତ୍ତା ଓ କୃଷକଙ୍କ ଆୟ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ତୈଳବୀଜ, ଡାଲି ଏବଂ ମାଣ୍ଡିଆ ବାଜରା ଭଳି ମିଲେଟ୍ସ ବା ଶ୍ରୀ ଅନ୍ନ ଶସ୍ୟର ଅମଳ ବୃଦ୍ଧି ପାଇଁ ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରୁଛନ୍ତି। ତୈଳବୀଜ ଓ ଡାଲି ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍), ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଏବଂ ଜାତୀୟ ତୈଳବୀଜ ଓ ତାଳ ତେଲ ମିଶନ (ଏନ୍ଏମ୍ଓଓପି) ଭଳି ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଏହାବ୍ୟତୀତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନାର ଲାଭ ଦେଶର ପ୍ରତ୍ୟେକ କୃଷକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କୃଷି ଋଣ ପୋର୍ଟାଲ (କେଆରପି), କେସିସି ଘର ଘର ଅଭିଯାନ ଏବଂ ପାଣିପାଗ ସୂଚନା ନେଟୱାର୍କ ଡାଟା ପ୍ରଣାଳୀ (ୱିଣ୍ଡସ) ଆରମ୍ଭ କରିଛନ୍ତି। ୱିଣ୍ଡସର ଲକ୍ଷ ହେଉଛି କୃଷକମାନଙ୍କୁ ସେମାନଙ୍କ ଫସଲ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ସଶକ୍ତ କରିବା ପାଇଁ ଠିକ୍ ସମୟରେ ଏବଂ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବା। କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବିସ୍ତାର କରିବା, ଡାଟା ବ୍ୟବହାରକୁ ସର୍ବାଧିକ ସ୍ତରକୁ ନେବା ଏବଂ ସମଗ୍ର ଦେଶରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ।

Categories
ବିଶେଷ ଖବର

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା: ଚାଷୀଙ୍କୁ ମିଳିଲା ୯୦୦ କୋଟି

ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ବୃତ୍ତି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରିମିୟମ ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି ଇଞ୍ଜିନିୟରିଂ ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହାନଦୀ ଅବବାହିକାରେ ହେବ ଅଧିକ ରବି ଫସଲ, ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଓ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ରହି ଯୋଗଦେଇଥିବା କୃଷି ବିଭାଗ, ଜଳ ସଂପଦ ବିଭାଗ ଓ ଓୟୁଏଟିର ଅଧିକାରୀମାନଙ୍କୁ ଆଗାମୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରିମାଣରେ ଉତ୍ପାଦନ ରହିବା କଥା ତାହା କମ୍ ରହୁଛି। ଆମର ଜଳସଂପଦ ଓ ଜଳସେଚନ ବ୍ୟବସ୍ଥା ଯେତିକି ରହିଛି, କୃଷି କାର‌୍ୟ୍ୟ ପାର୍ଇ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବି ଚାଷ ଉତ୍ପାଦନ ବୃଦ୍ଧି ପାଇବ, ସେଥି ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ଓ୍ୱାର୍କ ଭାବେ କାର‌୍ୟ୍ୟ କରିବେ।

ଏଥିରେ କୃଷକ ଓ ପାଣି ପଂଚାୟତମାନେ ସହଯୋଗ କରିବେ। ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥି ପାଇଁ କୃଷି ବିଭାଗ ତରଫରୁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ।

ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥି ପାଇଁ ଜଳର କେତେ ଆବଶ୍ୟକତା ରହିଛି, ଅଧିକ ରବି ଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସଂପର୍କରେ ପ୍ରତି ବ୍କକ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ। ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ। ୩୦ ଅକ୍ଟୋବର ସୁଦ୍ଧା ଜିଳ୍ଲାପାଳମାନେ ରାଜ୍ୟସ୍ତରକୁ ତଥ୍ୟ ପ୍ରଦାନ କରିବେ।

ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ରବିଚାଷ ପାଇଁ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି। ଅଧିକାରୀମାନେ କାର‌୍ୟ୍ୟାନ୍ୱୟନ ଅଗ୍ରଗତି ସଂପର୍କରେ ଜିଓ ଟ୍ୟାଗ୍ ବ୍ୟବସ୍ଥାରେ ସୂଚନା ପାଇପାରିବେ।

କର୍ମଶାଳାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ରବି ଚାଷ ସମୟରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଜଳସେଚନ ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରି ରବି ଚାଷ ବୃଦ୍ଧି ଦିଗରେ ଜଳ ସଂପଦ ବିଭାଗ ଓ କୃଷି ବିଭାଗ ଏକାଠି ଯେପରି କାର‌୍ୟ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଆଗାମୀ ଦିନରେ ନିଶ୍ଚୟ ଫଳପ୍ରଦ ହେବ। ଡାଲି ଓ ତୈଳବିଜ ଚାଷ ପାଇଁ କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାର ତଥା ବିଭାଗ ତରଫରୁ ବହୁ ଶ୍ରମ ସ୍ୱୀକାର କରାଯାଇ ନୂଆ ନୂଆ ଜଳ ଭଣ୍ତାର ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସଂପୃକ୍ତ ପ୍ରକଳ୍ପ ଅଂଚଳରେ ଲୋକେ ପ୍ରଭାବିତ ହେଉଛନ୍ତି। ଆମର ଅଧିକ ଅଂଚଳକୁ ଜଳସେଚନ କରାଯାଇ ଯେପରି ଲୋକ ଉପକୃତ ହେବେ ସେମାନଙ୍କୁ ବୁଝାଯାଇ ପ୍ରକଳ୍ପ କରାଯାଉଛି। କେନାଲ ଯୋଗେ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ଆମର ଜଳର ଆବଶ୍ୟକ ମୁତାବକ ଉପଯୁକ୍ତ ବିନିଯୋଗ ହେବା ଓ ରୂପାନ୍ତରଣ କାର୍ଯ୍ୟରେ ଲାଗିବା ଆବଶ୍ୟକ। ଆମର ୩୭,୦୦୦ ପାଣି ପଂଚାୟତର ସଦସ୍ୟସଦସ୍ୟାମାନେ ଏ ଦିଗରେ ସହାୟତା କରିବେ ବୋଲି ସେ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ପାଢ଼ୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମକୁ ରବି ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଜଳର ସୁବିନିଯୋଗ କରାଯାଇ କିପରି ଅଧିକ କୃଷି ଉତ୍ପାଦନ ହେବ, ସେଥିପାଇଁ ପ୍ରତି ମାସରେ ଉଭୟ ବିଭାଗର ସମନ୍ୱୟ ବୈଠକ କରାଯାଉଛି। ରାଜ୍ୟରେ ଚିନାବାଦାମ ଓ ଆଳୁ ଚାଷ ସହ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ।

ଖରିଫ୍ ସମୟରେ ଧାନ ଚାଷ କରାଯାଉଥିଲେ ବିଭିନ୍ନ ପ୍ରଜାତିର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟରେ ଯେପରି ପୋଷଣୀୟ ଖାଦ୍ୟ ନିରାପତ୍ତା ମାନ ରହିବ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନରେ ଯୋଜନା ବିସ୍ତୃତ ରୂପରେଖ ଉପସ୍ଥାପନା କରାଯାଇଥିଲା।

Categories
ବିଶେଷ ଖବର ବ୍ୟବସାୟ

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ୬ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି। ମସୁରର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମଏସପି ୪୦୦ ଟଙ୍କା ବଢ଼ିଛି। କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ।

୨୦୧୪-୧୫ ବର୍ଷ ଠାରୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି। ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି। ୨୦୧୪-୧୫ରେ ତୈଳ ବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍‌ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନ (ଚତୁର୍ଥ ଅଗ୍ରୀମ ଆକଳନ)କୁ ବୃଦ୍ଧି ପାଇଛି। ଡାଲିଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ବିହନ ମିନିକିଟ୍ସ କାର୍ଯ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି।

ଡାଲି ଜାତୀୟ ଫସଲ ଓ ତୈଳବୀଜ ଉତ୍ପାଦନ ୨୦୧୪-୧୫ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪-୧୪ରେ ହେକ୍ଟର ପ୍ରତି ୭୨୮ କିଲୋଗ୍ରାମ ଡାଲି ଉତ୍ପାଦନ ହେଉଥିଲା। ଏହା ତୁଳନାରେ ୨୦୨୧-୨୨ ଚତୁର୍ଥ ଆକଳନ ଅନୁଯାୟୀ ହେକ୍ଟର ପିଛା ୮୯୨ କିଲୋଗ୍ରାମ ଡାଲି ଉତ୍ପାଦିତ ହେଉଛି। ସେହିପରି ତୈଳବୀଜ ଫସଲ ଉତ୍ପାଦନ ୨୦୧୪-୧୫ରେ ହେକ୍ଟର ପିଛା ୧୦୭୫ କିଲୋଗ୍ରାମ ଥିବା ବେଳେ ଏହା ୨୦୨୧-୨୨ ଚତୁର୍ଥ ଅଗ୍ରୀମ ଆକଳନ ଅନୁଯାୟୀ ହେକ୍ଟର ପିଛା ୧୨୯୨ କିଲୋଗ୍ରାମକୁ ବୃଦ୍ଧି ପାଇଛି।

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି। କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।

ଦେଶର କୃଷି କ୍ଷେତ୍ରରେ ପ୍ରଯୁକ୍ତି ଏବଂ ନବୋନ୍ମେଷର ଉପଯୋଗ ଜରିଆରେ ସରକାର ସ୍ମାର୍ଟ କୃତି ପଦ୍ଧତି ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାର ଏକ ଡିଜିଟାଲ କୃଷି ମିଶନ (ଡିଏଏମ) କାର୍ଯ୍ୟକାରୀ କରୁଛନ୍ତି, ଏଥିରେ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଅଫ ଏଗ୍ରିକଲଚର (ଆଇଡିଇଏ), ଚାଷୀ ଡାଟାବେସ, ଏକୀକୃତ ଚାଷୀ ସେବା ଇଣ୍ଟରଫେସ (ୟୁଏଫଏସଆଇ) ନୂଆ ପ୍ରଯୁକ୍ତି ଉପରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ (ଏନଇଜିପିଏ), ମାହାଲନବିସ ଜାତୀୟ ଫସଲ ଆକଳନ କେନ୍ଦ୍ର (ଏମଏସସିଏଫସି)ର ପୁନରୁଦ୍ଧାର, ମୃତ୍ତିକା ସ୍ବାସ୍ଥ୍ୟ, ଉର୍ବରତା ଏବଂ ପ୍ରୋଫାଇଲ ମ୍ୟାପିଂ ଆଦି ସାମିଲ ରହିଛି। ଏନଇଜିପିଏ କାର୍ଯ୍ୟକ୍ରମ ଅଧୀନରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ ଲର୍ଣ୍ଣିଂ (ଏଆଇ/ଏମଏଲ), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି), ବ୍ଲକ୍‌ ଚେନ୍‌ ଆଦି ଭଳି ପ୍ରଗତିଶୀଳ ପ୍ରଯୁକ୍ତି ଉପଯୋଗ କରାଯାଇ ଡିଜିଟାଲ କୃଷି ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି। ଡ୍ରୋନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯାଉଛି। ସ୍ମାର୍ଟ କୃଷି ପ୍ରୋତ୍ସାହନ ଦେବା ଲାଗି, ସରକାର କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଚଳିତ ରବି ଫସଲରୁ ୯ ଲକ୍ଷ ୫୩ ହଜାର ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛି କୃଷି ବିଭାଗ

ଭୁବନେଶ୍ୱର : ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ରାଜ୍ୟ କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓସ୍ୱାନ୍‌ ମାଧ୍ୟମରେ ଅନୁଷ୍ଠିତ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ସମନ୍ୱିତ କୃଷି ପଦ୍ଧତି ମାଧ୍ୟମରେ ହିଁ କୃଷିର ବିବିଧିକରଣ ସମ୍ଭବ ହୋଇପାରିବ । ସମନ୍ୱିତ କୃଷିର ମୂଳଦୁଆ ଭାବେ ରବି ଫସଲକୁ ମନ୍ତ୍ରୀ ଅଭିହିତ କରିଛନ୍ତି ।

ଧାନ ଉତ୍ପାଦନରେ ଓଡ଼ିଶା ଦେଶର ଚତୁର୍ଥ ବୃହତ୍‌ ଓ ଧାନ ବଳକା ରାଜ୍ୟ ଭାବେ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଧାନଚାଷରେ ଚାଷୀ ବିଶେଷ ଲାଭବାନ ହୋଇପାରୁନାହିଁ । ତେଣୁ କୃଷିର ବିବିଧିକରଣ, ବିଶେଷ କରି ରବି ଫସଲ ମାଧ୍ୟମରେ କୃଷକମାନେ ଲାଭଜନକ ହୋଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ପ୍ରକାଶ ଥାଉ କି ୨୦୨୧-୨୨ ରବି ଋତୁରେ ୨.୭୦ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରି ୯.୫୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବାବେଳେ ଧାନର ଉତ୍ପାଦକତା ହେକ୍ଟର ପ୍ରତି ୩୫.୩ କ୍ୱିଣ୍ଟାଲକୁ ବୃଦ୍ଧି କରାଯିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ରବି ଋତୁରେ ୪୦ ହଜାର ହେକଫର ଜମିରେ ମକା ଏବଂ ପ୍ରାୟ ୫ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ମିଲେଟ୍‌ ମିଶନ ଯୋଜନା ମାଧ୍ୟମରେ ରାଜ୍ୟରେ ମକା ଓ ମାଣ୍ଡିଆ ଉତ୍ପାଦନ ଓ ଉତ୍ପାଦକତାକୁ ବଢ଼ାଇବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଆଞ୍ଚଳିକ ବିଶେଷତାକୁ ଧ୍ୟାନରେ ରଖି ବିବିଧ ଚାଷ କରାଗଲେ ଉତ୍ପାଦନ ବଢ଼ିବା ସହିତ ଚାଷୀ ଲାଭବାନ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ କହିଛନ୍ତି । ମୁଗ, ବିରି, ହରଡ଼ ଆଦି ଡାଲିଜାତୀୟ ଫସଲକୁ ଆମେ ଢିପ ଜମି, ଧାନ ପରବର୍ତ୍ତୀ ଖାଲି ଜମି ଏବଂ ଜମି ହୁଡ଼ାରେ ଚାଷ କରିପାରିବା ।

କଦଳୀ ଚାହିଦାକୁ ମେଣ୍ଟାଇବାକୁ ହେଲେ ଆମକୁ ବୌଦ୍ଧ, ଫୁଲବାଣୀ ପରି ଜିଲ୍ଲାରେ ଏହାକୁ ଅଧିକ ଚାଷ କରିବାକୁ ପଡ଼ିବ । ଚାଷୀର ଲାଭକୁ ଦ୍ୱିଗୁଣିତ ଏବଂ ବହୁଗୁଣିତ କରିବାକୁ ହେଲେ ବ୍ୟବସାୟଭିତ୍ତିକ କୃଷି କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲେ।

ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ର ପ୍ରାରମ୍ଭିକ ଅଭିଭାଷଣ ଦେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଅଭିଯାନର ଉଦ୍ଦେଶ୍ୟ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣର ପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ୨୦୨୧-୨୨ ରବି ଋତୁରେ ୪.୨୬ ଲକ୍ଷ ହେକଫର ଜମିରୁ ୪.୯୮ ଲକ୍ଷ ମେଟି୍ରକ୍‌ ଟନ୍‌ ତୈଳବୀଜ ଫସଲ, ୩୦ ହଜାର ହେକଫର ଜମିରୁ ୨୨.୬୫ ଲକ୍ଷ ମେଟି୍ରକ୍‌ ଟନ ଆଖୁ ଅମଳ ଲକ୍ଷ୍ୟ ରଖା ଯାଇଛି।

ସେହିପରି ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଶଙ୍କର ଜାତୀୟ ପନିପରିବା ଚାଷ ୭୫୦୦ ହେକଫରରେ, ଟିସୁ୍ୟ କଲଚର କଦଳୀ ଚାଷ ୨୦୦ ହେକଫରରେ, ଅମୃତଭଣ୍ଡା ଚାଷ ୧୦୦ ହେକଫରରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାରର ପ୍ରୋତ୍ସାହନ, ବୈଷୟିକ ତଥା ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର କୃଷକ କଲ୍ୟାଣ ଯୋଜନାରେ ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖୋଳାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ମାଛ ଚାଷ ପାଇଁ ସାହାଯ୍ୟ ରାଶି, ବତକ ଚିଆଁ ଯୋଗାଣ, ପନିପରିବା ଚାଷ, ତୈଳବୀଜ ଫସଲ, ଡାଲିଜାତୀୟ ଫସଲ ଇତ୍ୟାଦି ପାଇଁ ବିହନ ପୁଡ଼ିଆ ଚାଷୀଭାଇ ଓ ଭଉଣୀଙ୍କୁ ଯୋଗାଇ ଦିଆଯିବ । ଏହି ସମନ୍ୱିତ କୃଷି ମାଧ୍ୟମରେ ଚାଷୀଭାଇମାନଙ୍କ ଆୟ ଦ୍ୱିଗୁଣିତ ବା ବହୁଗୁଣିତ ହୋଇପାରିବ ।

ଏହି ଅଭିଯାନରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କୃଷି ପୋଖରୀର ଉନ୍ନତିକରଣ, ବ୍ୟବସାୟିକ ମତ୍ସ୍ୟଚାଷ, ମତ୍ସ୍ୟ ପୋଖରୀ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ୍‌ କୁମାର ଅଗ୍ରୱାଲ ଯୋଗଦେଇ ଉତ୍ପାଦନର ବଜାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ ଆହୁରି ମଧ୍ୟ ନୂତନ କିସମ ବିହନ ଯୋଗାଣର ବ୍ୟବସ୍ଥା ଉପରେ ଜୋର ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ବର୍ଗରେ ୧୫ଟି ନୂଆ କିସମର ବିହନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷକମାନଙ୍କର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ନିବେଶ ଯୋଗାଣ ଯଥା-ବିହନ, ସାର ତଥା କୀଟନାଶକ ଆଦିର ସମୟଭିତ୍ତିକ ଯୋଗାଣ ଉପରେ ଜିଲ୍ଲାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଳୁ, ପିଆଜ, ଫୁଲକୋବି, ବନ୍ଧାକୋବି, ଟମାଟୋ ଆଦି ୫ଟି ପରିବା ଚାଷରେ ସ୍ୱାବଲମ୍ବୀ ହେବାର ସୂତ୍ର ବତାଇବାବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ କୃଷି ପୋଖରୀ, କୃଷି ପୋଖରୀର ଉନ୍ନତିକରଣ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଓସ୍ୱାନ୍‌ ମାଧ୍ୟମରେ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରବି ଫସଲ ପାଇଁ ୩୭ ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି। ପବିତ୍ର ନୂଆଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ସାରା ରାଜ୍ୟର ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି। ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ। ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା। ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୂ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖି ସମ୍ଵଲପୁରର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ, ରାଧାକାନ୍ତ ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନାରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବାକୁ ପଡୁନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।