Categories
ଆଜିର ଖବର ରାଜ୍ୟ ଖବର

ଲକ୍ଷ୍ମୀପୁର ରୋଡରେ ରହଣି କରିବ ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ

ଭୁବନେଶ୍ବର: ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଟ୍ରେନ କୁ ଲକ୍ଷ୍ମୀପୁର ରୋଡ ଠାରେ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନକୁ ବାଚେଲି ଠାରେ ରହଣି ଦେବା ପାଇଁ ନିକଟରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଆସନ୍ତା ବୁଧବାର ଠାରୁ ଏହି ଷ୍ଟେସନ ମାନଙ୍କରେ ଉପରୋକ୍ତ ଟ୍ରେନ ଗୁଡିକର ରହଣି ଦେବାପାଇଁ ନିଷ୍ପତି ନେଇଅଛି।

୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ ଏପ୍ରିଲ୍ ୨୭ ତାରିଖ ଠାରୁ ଏବଂ ଜଗଦଳପୁରରୁ ଏପ୍ରିଲ ୨୬ ତାରିଖ ଠାରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୦୭ଘ.୧୦ମି.ରେ ପହଞ୍ଚି ସକାଳ ୦୭ଘ.୧୨ମି.ରେ ଛାଡିବ। ଜଗଦଲପୁରରୁ ଏହି ଟ୍ରେନ୍ ସନ୍ଧ୍ୟା ୮ଘ.୩୦ମି.ରେ ଲକ୍ଷ୍ମୀପୁର ରୋଡରେ ପହଞ୍ଚି ୮ଘ.୩୨ମି.ରେ ଛାଡିବ।

୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାରୁ ଏପ୍ରିଲ୍ ୨୬ ତାରିଖ ଠାରୁ ଏବଂ ଜଗଦଳପୁରରୁ ଏପ୍ରିଲ ୨୭ ତାରିଖ ଠାରୁ ଲକ୍ଷ୍ମୀପୁର ରୋଡରେ ଷ୍ଟେସନ ଠାରେ ରହଣି କରିବ। ହାଓଡ଼ାରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୪୦ମି.ରେ ଲକ୍ଷ୍ମୀପୁର ରୋଡ ଠାରେ ପହଞ୍ଚି ଅପରାହ୍ନ ୫ଘ.୪୨ମି.ରେ ଛାଡିବ। ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୮ଘ.୫୦ମି.ରେ ପହଞ୍ଚି ସକାଳ ୮ଘ.୫୨ମି.ରେ ଛାଡିବ।

୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲାରୁ ଏପ୍ରିଲ୍ ୨୭ ତାରିଖ ଠାରୁ ଏବଂ ଜଗଦଲପୁରରୁ ଏପ୍ରିଲ ୨୬ ତାରିଖ ଠାରୁ ଲକ୍ଷ୍ମୀପୁର ରୋଡରେ ରହଣି କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୫ଘ.୨୪ମି.ରେ ପହଞ୍ଚି ସକାଳ ୫ଘ.୨୬ମି.ରେ ଛାଡିବ। ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସନ୍ଧ୍ୟା ୬ଘ.୧୦ମି.ରେ ପହଞ୍ଚି ସନ୍ଧ୍ୟା ୬ଘ.୧୨ମି.ରେ ଛାଡିବ।

୧୮୫୧୪/୧୮୫୧୩ ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ ଉଭୟ ଦିଗରୁ ଏପ୍ରିଲ୍ ୨୭ ତାରିଖ ଠାରୁ ବାଚେଲି ଷ୍ଟେସନ ଠାରେ ରହଣି କରିବ।  ବିଶାଖାପାଟନମରୁ ଏହି ଟ୍ରେନ୍ ବାଚେଲିରେ ସକାଳ ୮ଘ.୧୮ମି.ରେ ପହଞ୍ଚି ସକାଳ ୮ଘ.୨୦ମି.ରେ ଛାଡିବ। କିରାଣ୍ଡୁଲରୁ ଏହି ଟ୍ରେନ୍ ଅପରାହ୍ନ ୩ଘ.୧୫ମି.ରେ ବାଚେଲିରେ ପହଞ୍ଚି ଅପରାହ୍ନ ୩ଘ.୧୭ମି.ରେ ଛାଡିବ।