Categories
ଆଜିର ଖବର ଜାତୀୟ ଖବର

ରାଘବ ଚଢ଼ାଙ୍କୁ ଧନଖରଙ୍କ ଚେତାବନୀ: ଏପରି କରନ୍ତୁ ନାହିଁ, ନଚେତ୍ କିଛି ସମୟ ମଧ୍ୟରେ ନାଚିବା ଆରମ୍ଭ କରିଦେବେ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଓ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ମଧ୍ୟରେ ଆଜି ପୁଣିଥରେ ରାଜ୍ୟସଭାରେ ବିତର୍କ ହୋଇଥିଲା। ଗୃହ କାର୍ଯ୍ୟ ଚାଲିଥିବାବେଳେ ଅଧ୍ୟକ୍ଷ ଧନଖର ତାଙ୍କୁ ଇଶାରା ପରିବର୍ତ୍ତେ ମୁହଁରେ କଥା ହେବାକୁ ଚେତାବନୀ ଦେଇଥିଲେ। ଖାଲି ସେତିକି ନୁହେଁ ଧନଖର କହିଛନ୍ତି ଯେ ଆପଣ ଏପରି କରନ୍ତୁ ନାହିଁ, ନଚେତ୍ ଆପଣ କିଛି ସମୟ ମଧ୍ୟରେ ନାଚିବା ଆରମ୍ଭ କରିଦେବେ।

ଜାଣନ୍ତୁ କ’ଣ ହେଲା

ଗୃହରେ ହଙ୍ଗାମା ଚାଲିଥିବା ସମୟରେ ରାଜ୍ୟସଭା ଅଧ୍ୟକ୍ଷ କିଛି କହୁଥିଲେ। ଏହି ସମୟରେ ରାଘବ ଚଢ଼ା ବିରୋଧୀଙ୍କ ତରଫରୁ ହାତ ଇଶାରାରେ କିଛି କହିବାକୁ ଚେଷ୍ଟା କରୁଥିଲେ। ଏହାକୁ ନେଇ ଧନଖର ରାଗି ଯାଇଥିଲେ। ସେ କହିଲେ, ‘ମିଷ୍ଟର ଚଢ଼ା, ଏପରି କର ନାହିଁ। ତୁମର କହିବା ପାଇଁ ମୁହଁରେ କଥା ହୁଅନ୍ତୁ। ଧନଖର ଚଢ଼ାଙ୍କୁ ଚେତାବନୀ ଜାରି ରଖିଥିଲେ। ସେ କହିଥିଲେ ଯେ ଆପଣ ଏପରି କରନ୍ତୁ ନାହିଁ, ନଚେତ୍ ଆପଣ ମଧ୍ୟ ନାଚିବା ଆରମ୍ଭ କରିଦେବେ। ବସି ପଡ଼। ତୁମ ପାଇଁ ଶିଖିବାର ସମୟ ଆସିଛି। ତୁମେହିଁ ଏକମାତ୍ର ବ୍ୟକ୍ତି ଯିଏ ତା’ର ଦୋଷ, ଦଣ୍ଡ ଉପଭୋଗ କରୁଛି। ଆପଣଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଆପଣ ଦୋଷୀ ଅଟନ୍ତି। ଆପଣଙ୍କୁ ଏହି ଗୃହ ଦଣ୍ଡ ଦେଇଥିଲା।

Categories
ବିଶେଷ ଖବର

ରାଘବ ଚଢ଼ାଙ୍କୁ ନିଲମ୍ବନ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଆପ୍ ସାଂସଦ ନିଃସର୍ତ୍ତ କ୍ଷମା ମାଗିବା ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସିଲେକ୍ଟ କମିଟି ବିବାଦରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଆପ୍ ବିଧାୟକଙ୍କ କ୍ଷମାପ୍ରାର୍ଥନାକୁ ସହାନୁଭୂତିର ସହ ବିଚାର କରିବେ ଏବଂ ଆଗକୁ ଯିବାର ବାଟ ଖୋଜିବାକୁ ଚେଷ୍ଟା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଚଢ଼ାଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଅଦାଲତଙ୍କୁ କହିଥିଲେ ଯେ ସାଂସଦଙ୍କର ଯେଉଁ ଗୃହର ସଦସ୍ୟ ଅଛନ୍ତି ସେହି ଗୃହର ମର୍ଯ୍ୟାଦାକୁ ପ୍ରଭାବିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ସମୟ ମାଗିବେ।
ଦୀପାବଳି ଛୁଟି ପରେ କୋର୍ଟ ଏହି ଆବେଦନର ଶୁଣାଣି କରିବେ।

ଅଗଷ୍ଟ ୧୧ରେ ସଂସଦର ମୌସୁମୀ ଅଧିବେଶନ ସମୟରେ ଅଧିକାର ଉଲ୍ଲଂଘନ ଅଭିଯୋଗରେ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି।

୩୪ ବର୍ଷୀୟ ଆପ୍ ସାଂସଦ ଦିଲ୍ଲୀରେ ନିର୍ବାଚିତ ଆପ୍ ସରକାରଙ୍କ ସେବା କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଉପରେ ବିଚାର କରିବା ପାଇଁ ଏକ ଚୟନ କମିଟିରେ ସେମାନଙ୍କ ନାମ ସାମିଲ କରିବା ପୂର୍ବରୁ ୫ ଜଣ ରାଜ୍ୟସଭା ସାଂସଦଙ୍କ ସହମତି ନେଇ ନ ଥିବା ଅଭିଯୋଗ ହୋଇଥିଲା।

ସ୍ୱାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ୫ ଜଣ ସାଂସଦଙ୍କ ଅଭିଯୋଗ କ୍ରମେ ଏହାକୁ ଅଧିକାର କମିଟିକୁ ପଠାଯାଇଥିଲା ଏବଂ କମିଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ଚଢ଼ାଙ୍କୁ ନିଲମ୍ବିତ କରାଯାଇଥିଲା।

ଅକ୍ଟୋବର ୩୦ତାରିଖରେ ଚଢ଼ାଙ୍କ ଅନିର୍ଦ୍ଦିଷ୍ଟ କାଳର ନିଲମ୍ବନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ ସଂସଦର ଜଣେ ସଦସ୍ୟଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିବା ସାମ୍ବିଧାନିକ ଅଦାଲତ ପାଇଁ ଗମ୍ଭୀର ଚିନ୍ତାର ବିଷୟ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ସାଂସଦର ସ୍ୱର ଶାସକ ଦଳଠାରୁ ଅଲଗା ହେବା ଉଚିତ।

Categories
ଆଜିର ଖବର ଜାତୀୟ ଖବର

AAP ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଝଟକା: ଖାଲି କରିବାକୁ ପଡିପାରେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ କୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାଘବ ଚଢାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ରାଜ୍ୟସଭା ସଚିବଙ୍କ ନିର୍ଦ୍ଦେଶରେ ଅନ୍ତରୀଣ ରୋକ ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ରାଜ୍ୟସଭା ସଚିବାଳୟ ରାଘବ ଚଢାଙ୍କୁ ତାଙ୍କ ସରକାରୀ ବଙ୍ଗଳାରୁ ଖାଲି କରିପାରେ।

ରାଘବ ଚଢା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ପଣ୍ଡାରା ରୋଡରେ ଟାଇପ୍ -୭ ବଙ୍ଗଳା ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ରାଘବ ଚଢାଙ୍କୁ ସୂଚନା ଦିଆଯାଇଥିଲା ଯେ ତାଙ୍କୁ ତାଙ୍କ ଟାଇପ୍ -୭ ବଙ୍ଗଳା ଖାଲି କରିବାକୁ ପଡିବ କାରଣ ଏହା ତାଙ୍କ ଅଧିକାରଠାରୁ ଅଧିକ ଥିଲା। ଶ୍ରୀ ଚଢାଙ୍କୁ ବଙ୍ଗଳା ବଦଳରେ ଫ୍ଲାଟ ବଣ୍ଟନ କରିବାକୁ କୁହାଯାଇଥିଲା।

ରାଘବ ଚଢା ଏହା ବିରୋଧରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏପ୍ରିଲ ୧୮ ତାରିଖରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାଜ୍ୟସଭା ସଚିବାଳୟର ନିର୍ଦ୍ଦେଶରେ ଅନ୍ତରୀଣ ରୋକ ଲଗାଇଥିଲେ ଯେଉଁଥିରେ ରାଘବ ଚଢାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ପଟିଆଲା ହାଉସ କୋର୍ଟ ସେହି ଅନ୍ତରୀଣ ରୋକକୁ ପ୍ରତ୍ୟାହାର କରିଛନ୍ତି। କୋର୍ଟ କହିଛନ୍ତି ଯେ, ଆବଣ୍ଟନ ବାତିଲ ହେବା ପରେ ରାଘବ ଚଢାଙ୍କ ଏହି ଘରେ ରହିବାର ଅଧିକାର ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଦେଶର ରାଜନୀତି ଓ ଚଳଚିତ୍ର ଜଗତର ଏକ ଚର୍ଚ୍ଚିତ ବାହାଘର, ରାଘବ ପରିଣୀତିଙ୍କ ବିବାହ

ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ବାହାଘର ଭାବେ ପରିଗଣିତ ହୋଇଛି। କାରଣ ଉଭୟଙ୍କ ଭଲ ପାଇବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ତାହା ମିଡିଆ ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉଭୟ ରାଜନୀତି ଏବଂ ଚଳଚିତ୍ର ଜଗତରେ ଏକ ଚର୍ଚ୍ଚିତ ବାହାଘର।

ରବିବାର ଦିନ ଉଭୟ ପରିଣୀତି ଏବଂ ରାଘବଙ୍କ ବାହାଘର ଦେଶର ସବୁଠୁ ବ୍ୟୟ ବହୁଳ ବିବାହ ସ୍ଥାନ ଭାବେ ପରିଚିତ ଉଦୟପୁରର ଦ ଲିଳା ପ୍ୟାଲେସ ରେ କରାଯିବ। ସେଥିପାଇଁ ବହୁ ପୂର୍ବରୁ ପରିଣୀତି ଏବଂ ରାଘବ ପୃଥକ ପୃଥକ ଭାବେ ଉଦୟପୁରରେ ପହଞ୍ଚି ସାରିଲେଣି। ଉଭୟ ବିମାନ ବନ୍ଦରରେ ପହଁଚିବାଠାରୁ ଆରମ୍ଭ କରି ନିଜ ସ୍ଥାନକୁ ଯିବା ପର୍ଯ୍ୟନ୍ତ ସବୁକିଛି ମିଡିଆ ତଥା ସାମାଜିକ ମିଡିଆରେ ପ୍ରତିଫଳିତ ହୋଇଛି।

ବିବାହ ମଣ୍ଡପକୁ ଚାରି ଟନ ଫୁଲରେ ସଜା ଯାଇଛି

ଉଭୟଙ୍କ ବାହାଘର ପାଇଁ ଉଦୟପୁରର ଦ ଲିଳା ପ୍ୟାଲେସ କୁ ନବବଧୁ ପରି ସଜାଇ ଦିଆଯାଇଛି। ପ୍ୟାଲେସ ସାରା ଲାଲ କାର୍ପେଟ ବିଛାଯିବା ସହିତ ରଂଗୀନ ଆଲୋକମାଳାରେ ସଜାଇ ଦିଆୟାଇଛି। ତେବେ ସବୁଠାରୁ ଯେଉଁ କଥା ଚର୍ଚ୍ଚା ହେଉଛି ତାହା ହେଲା ଏହି ବାହାଘରରେ ପ୍ରାୟ ଚାରି ଟନ ଫୁଲ ବ୍ୟବହାର କରାଯାଇଛି। ପ୍ୟାଲେସ ସାରା ଏବି ବିବାହ ମଣ୍ଡପରେ ଏହି ଫୁଲ ଲଗାଯିବ।

ସେହିପରି ବିମାନ ବନ୍ଦର ଏବଂ ଅତିଥୀମାନେ ରହିବା ପାଇଁ ନିଆଯାଇଥିବା ହୋଟେଲଗୁଡିକୁ ମଧ୍ୟ ଫୁଲରେ ସଜାଯାଇଛି। କହିବାକୁ ଗଲେ ପରିଣୀତି ଏବଂ ରାଘବଙ୍କ ଏହି ବାହାଘର ପାଇଁ ପୁରା ଉଦୟପୁର ସହରକୁ ସଜାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯୋଗ ଦେବେ ରାହୁଳ ଗାନ୍ଧୀଙ୍କ ସହିତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ

ଏହି ହାଇ ପ୍ରୋଫାଇଲ ବାହାଘର ପାଇଁ ବହୁ ହାଇ ପ୍ରୋଫାଇଲ ଅତିଥୀମାନେ ମଧ୍ୟ ଜୟପୁର ଆସିବାକୁ ଲାଗିଲେଣି। ଏଥିରେ ବିଶିଷ୍ଠ ରାଜନେତା ସହିତ ବହୁ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେବେ। ସେଥିପାଇଁ ଶନିବାରଠାରୁ ଜୟପୁର ଓ ଉଦୟପୁରର ବିଶିଷ୍ଠ ବ୍ୟକ୍ତିଙ୍କର ଭିଡ ଆରମ୍ଭ ହୋଇଯାଇଛି।

ଏହି ବାହାଘରରେ ଯୋଗଦେବା ପାଇଁ ରାହୁଳ ଗାନ୍ଧୀ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଏବଂ ତାଙ୍କ ପତ୍ନୀ ମଧ୍ୟ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଉଦୟପୁରରେ ପହଞ୍ଚି ସାରିଲେଣି।

ଆସନ୍ତାକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମଧ୍ୟ ଏହି ବାହାଘରରେ ଉପସ୍ଥିତ ରହିବେ। ସେହିପରି ଚଳଚିତ୍ର କଳାକାରମାନେ ମଧ୍ୟ ଉଦୟପୁରରେ ପହଞ୍ଚିବା ଆରମ୍ଭ କରିସାରିଲେଣି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁରେ AIADMK ର ମେଣ୍ଟ ଭାଙ୍ଗିବାର ନିଷ୍ପତ୍ତି ପରେ ବିଜେପିକୁ ଟାର୍ଗେଟ କଲେ ରାଘବ ଚଢା

ଚେନ୍ନାଇ: ତାମିଲନାଡୁରେ ବିଜେପି ସହ AIADMK ମେଣ୍ଟ ଭାଙ୍ଗିବାର ନିଷ୍ପତ୍ତି ପରେ ଆମ ଆଦମୀ ପାର୍ଟି (ଏଏପି) ସାଂସଦ ରାଘବ ଚଢା କଟାକ୍ଷ କରିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଯେତେବେଳେ ବି କେହି INDIA କୁ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି, ସେତେବେଳେ ସେ ନିଜେ ଭାଙ୍ଗି ବିଖଣ୍ଡିତ ହୋଇଯାଏ। ଆଜି ମଧ୍ୟ ସମାନ ଘଟଣା ଘଟିଛି।

ସେ କହିଛନ୍ତି ଯେ, “ଆମର INDIA ସହଯୋଗୀ ଗତକାଲି ମଜବୁତ ଥିଲା ଏବଂ ଆଜି ମଧ୍ୟ ଶକ୍ତିଶାଳୀ, କିନ୍ତୁ ଦୁଃଖର ବିଷୟ, ଅନ୍ୟମାନଙ୍କ ଘରେ ପଥର ଫିଙ୍ଗୁଥିବା ଏନଡିଏ ନିଜ ଘରକୁ ରକ୍ଷା କରିପାରି ନାହିଁ।

AIADMK ର ଘୋଷଣା:

ମେଣ୍ଟରୁ ବିରତି ଘୋଷଣା କରି ଏଆଇଏଡିଏମକେ କହିଛି ଯେ, ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଏବଂ ନିଜର ଅନ୍ୟ ନେତାଙ୍କ ଅପମାନକୁ ସହ୍ୟ କରିପାରିବ ନାହିଁ। ଦଳ ଆହୁରି ମଧ୍ୟ କହିଛି ଯେ, ନିର୍ବାଚନ ସମୟରେ ବିଜେପି ସହ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ବରିଷ୍ଠ AIADMK ନେତା ଡି ଜୟକୁମାର ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇଏନକେ ଉପରେ ଆକ୍ରମଣ କରି କହିଥିଲେ ଯେ, ସେ କେବଳ ନିଜକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ତେଣୁ ଦିବଙ୍ଗତ ଦ୍ରାବିଡ଼ ନେତା ଅନ୍ନଦୁରାଇ, ଇଭି ରାମସ୍ୱାମୀ ପେରିୟାର ଏବଂ ସ୍ୱର୍ଗତ ଏମ.ଜି ରାମଚନ୍ଦ୍ରନ (MGR) ଏବଂ ଜେ ଜୟଲଳିତାଙ୍କୁ ଟାର୍ଗେଟ କରୁଛନ୍ତି।

ଦଳ ଏହି ସମୟରେ ନିଷ୍ପତ୍ତି ନେଇଛି, ଯେଉଁ ସମୟରେ AIADMK ସାଧାରଣ ସମ୍ପାଦକ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହାଙ୍କୁ ଭେଟିଥିଲେ।

ବିଜେପି କ’ଣ କହିଲା?:

AIADMK ର ବିବୃତ୍ତି ଉପରେ ବିଜେପି କହିଛି ଯେ, ଦ୍ରାବିଡ଼ ପାର୍ଟିର ନିଜ ବିକାଶ ସହିତ ଅନ୍ନାମଲାଇଙ୍କ ପରି ଜଣେ ଯୁବ ନେତାଙ୍କ ସ୍ଥିତି ବଢିବାରେ ଏକ ସମସ୍ୟା ରହିଛି। ଅନ୍ନାମଲାଇଙ୍କ ନିକଟ ଅମର ପ୍ରସାଦ ରେଡ୍ଡୀ କହିଛନ୍ତି ଯେ, “ଅନ୍ନାମଲାଇ ଜଣେ ସିଦ୍ଧାନ୍ତବାଦୀ ରାଜନେତା, ସେ ଦୁର୍ନୀତି କିମ୍ବା ଭୁଲ ନୀତି ଆଗରେ ନଇଁବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ନକଲି ଦସ୍ତଖତ ମାମଲା: AAP ସାଂସଦ ରାଘବ ଚଢା ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ନକଲି ଦସ୍ତଖତ ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ବିରୋଧରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ବର୍ଣ୍ଣନା କରାଯାଇଛି।

ରାଜ୍ୟସଭାରେ ବିଜେପି ସାଂସଦ ପୀୟୁଷ ଗୋୟଲ ରାଘବ ଚଢାଙ୍କ ମାମଲା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ, ସଦସ୍ୟଙ୍କ ଅବଗତ ବିନା ତାଙ୍କ ନାମକୁ କିପରି ତାଲିକାରେ ରଖାଯାଇଛି, ଏହା ବହୁତ ଭୁଲ ଅଟେ।

କେତେ ଦିନ ରାଘବ ଚଢାଙ୍କ ନିଲମ୍ବନ ଜାରି ରହିବ?:

ପୀୟୁଷ ଗୋୟଲ କହିଛନ୍ତି ଯେ, ଗୃହରୁ ଯିବା ପରେ ରାଘବ ଚଢା କହିଥିଲେ ଯେ, ସେ କୌଣସି ଭୁଲ କରିନାହାଁନ୍ତି ଏବଂ ସେ ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ୍ ଜାରି ରଖିଥିଲେ। ବିଶେଷାଧିକାର ଉଲ୍ଲଂଘନ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରାଘବ ଚଢାଙ୍କ ନିଲମ୍ବନ ଜାରି ରହିବ।

ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି:

ପୀୟୁଷ ଗୋୟଲ ଏହା ମଧ୍ୟ କହିଛନ୍ତି ଯେ, ସଞ୍ଜୟ ସିଂଙ୍କ ଆଚରଣ ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ। ନିଲମ୍ବନ ପରେ ମଧ୍ୟ ସେ ସଂସଦରେ ବସିଥିଲେ। ଏହି କାରଣରୁ ଗୃହର ପ୍ରକ୍ରିୟା ମଧ୍ୟ ସ୍ଥଗିତ ରଖିବାକୁ ପଡିଥିଲା। ଏହା ଚେୟାର ପ୍ରତି ଅପମାନ। ସଞ୍ଜୟ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ଥର ବେଲରୁ ଆସିଛନ୍ତି, ଯାହା ଦର୍ଶାଏ ଯେ ସେ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚାହୁଁଛନ୍ତି। ରାଜ୍ୟସଭାର ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଞ୍ଜୟ ସିଂ ନିଲମ୍ବିତ ରହିବେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସେବା ବିଲକୁ ସମର୍ଥନ ପରେ ବିଜେଡ଼ି କୁ ଟାର୍ଗେଟ କଲେ ଆପ ସାଂସଦ ରାଘବ ଚଢା

ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଏହି ନିୟମକୁ ବଦଳାଇବା ବିଲ୍ ଆସନ୍ତାକାଲି ଲୋକସଭାରେ ଚର୍ଚ୍ଚା ହେବ। ଏହି ସମୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ଆନ୍ଧ୍ରପ୍ରଦେଶ) ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି (YSRCP) ଏହି ବିଲ୍ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି (AAP) ଏହି ଦୁଇ ଦଳକୁ ଟାର୍ଗେଟ କରିଛି।

ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା କହିଛନ୍ତି ଯେ, “ଏହା ଏକ ଦେଶ ବିରୋଧୀ ବିଲ୍, ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ, ଦେଶ ସେମାନଙ୍କୁ ଦେଶବିରୋଧୀ ଭାବେ ମନେ ରଖିବ। ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶପ୍ରେମୀ କୁହାଯିବ।’’ ଏଥିସହିତ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦରେ ଦିଲ୍ଲୀ ସେବା ବିଲ୍ ଭଲି ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲକୁ ବିଜୁ ଜନତା ଦଳ ସମର୍ଥନ କରିବା ପଛରେ କିଛି ବାଧ୍ୟବାଧକତା ରହିଥିବ। ଏପରି ହୋଇ ନଥିଲେ ଏକ ନିର୍ବାଚିତ ସରକାରର ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯିବା ଭଳି ପ୍ରସ୍ତାବ ଥିବା ବିଲକୁ କେବେ ସମର୍ଥନ କରି ନଥାନ୍ତା ବିଜେଡି।

Categories
ଆଜିର ଖବର ଜାତୀୟ ଖବର

ରାଘବ-ପରିଣୀତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ: କହିଲେ ‘ସୁନ୍ଦର ଯୋଡ଼ି’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ଦିନ AAP ନେତା ରାଘବ ଚଢାଙ୍କ ସହ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ସମାରୋହରେ ବହୁ ଅତିଥିଙ୍କ ମଧ୍ୟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ୟତମ। ଏହି ସମାରୋହର ଏକ ଚିତ୍ର ପୋଷ୍ଟ କରି କେଜ୍ରିୱାଲ ଏହି ଦମ୍ପତିଙ୍କୁ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, “ଜୀବନର ଏହି ନୂତନ ଯାତ୍ରା ଆରମ୍ଭରେ ତୁମ ଦୁହିଁଙ୍କୁ ଅନେକ ଅନେକ ଅଭିନନ୍ଦନ। ଭଗବାନ ତୁମ ଦୁହିଁଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ଭଗବାନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଯୋଡି ଚିରସ୍ଥାୟୀ ହେଉ।” ଶିଖ୍ ରୀତିନୀତି ଅନୁଯାୟୀ ଏହି ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

କଂସ ଜାଣିଥିଲା କୃଷ୍ଣ ତାଙ୍କୁ ବଧ କରିବେ, ସେହିଭଳି ବିଜେପି ଜାଣିଛି କେଜ୍ରିୱାଲ ତାଙ୍କୁ ଅନ୍ତ କରିବେ: ଆପ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ନିକଟରେ ହାଜର ହୋଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଆପ କୁ ଭଗବାନ କୃଷ୍ଣ ଏବଂ ବିଜେପିକୁ କଂସ ବୋଲି କହିଛନ୍ତି।

ରାଘବ ଚଢା କହିଛନ୍ତି ଯେ, “କଂସ ଜାଣିଥିଲେ ଯେ କୃଷ୍ଣ ତାଙ୍କୁ ବଧ କରିବେ, ସେହିପରି ବିଜେପି ଜାଣିଛି ଯେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଶେଷ କରିବେ। ତେଣୁ ବିଜେପି କେଜ୍ରିୱାଲଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରିବାକୁ ଚେଷ୍ଟା କରୁଛି। ଯେଭଳି କଂସ କୃଷ୍ଣଙ୍କର ବାଳ ବାଙ୍କ କରିପାରିନଥିଲା, ସେଇଭଳି କେଜ୍ରିୱାଲଙ୍କର ବିଜେପି କିଛି ବି କରିପାରିବ ନାହିଁ।”

Categories
ଆଜିର ଖବର ଜାତୀୟ ଖବର ସିନେମା

ଆମ୍ ଆଦମୀ ପାର୍ଟିର ଏହି ନେତାଙ୍କୁ ଡେଟ୍ କରୁଛନ୍ତି କି ପରିନୀତି ଚୋପ୍ରା?, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ରାଜନୀତି ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ନୂଆ ନୁହେଁ। ପ୍ରାୟତଃ ରାଜନୀତି ଏବଂ ବଲିଉଡର ହୃଦୟ ପରସ୍ପରର ମିଶିଥାଏ ଏବଂ ପରେ ଏକାଠି ହୋଇଥାନ୍ତି। ଆପଣ ଭାବୁଛନ୍ତି ଆମେ କାହିଁକି ଏହା କହୁଛୁ? ତେବେ ଆସନ୍ତୁ ଜାଣିବା ଯେ, ରାଜନୀତି ଏବଂ ବଲିଉଡ ଜଗତରୁ ଏଭଳି ଖବର ଆସିଛି, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ସନ୍ଧ୍ୟାରେ ମାୟା ନଗରୀ ମୁମ୍ବାଇରେ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି।

ଉଭୟେ କ୍ୟାମେରାରେ ନଜର ଆସିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ଦୁହେଁ ଏକ ସୁନ୍ଦର ଲୁକରେ ଏକାଠି ନଜର ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଉଭୟଙ୍କୁ ଧଳା ସାର୍ଟରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ କଳ୍ପନାଜଳ୍ପନା ବଢିଚାଲିଛି କି ପରିନୀତି ଏବଂ ରାଘବ ପରସ୍ପରକୁ ଡେଟ କରୁଛନ୍ତି କି?

ତେବେ ଏହା ଉପରେ କିଛି କହିବା ଠିକ ହେବନାହିଁ। କିନ୍ତୁ ଗୋଟିଏ କଥା ଜାଣିବା ଜରୁରୀ ଯେ, ଚଳିତ ବର୍ଷ ଜାନୁୟାରୀ ମାସରେ ପରିନୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର୍ ଅନର୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମ ଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।

https://www.instagram.com/p/CqHoAI0Bk0_/?utm_source=ig_embed&ig_rid=21822249-d54f-4e17-99cc-d9a06f0d40d5

ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମିନି ୟୁନିଅନ୍ (NISAU) ଦ୍ୱାରା ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଆନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (DIT) ମିଳିତ ସହଯୋଗରେ ଏହି ସମ୍ମାନର ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ୧୫ ବର୍ଷ ପୂର୍ବେ ପରିନୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ରାଘବ ଚଢାଙ୍କ ଶିକ୍ଷା ବିଷୟରେ କହିବାବେଳେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପାରିନୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ପରିନୀତି ଅବିବାହିତ ଏବଂ ରାଘବ ମଧ୍ୟ ୩୪ ବର୍ଷ ବୟସ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।

Categories
RajyasabhaElection ଖେଳ ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାକୁ ଯିବେ ହରଭଜନ ସିଂ ଏବଂ ରାଘବ ଚଢା, ତିନୋଟି ନାମ ଚୂଡ଼ାନ୍ତ କରିସାରିଛି ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ବିଧାୟକ ରାଘବ ଚଢାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବରୁ ରାଜ୍ୟସଭାକୁ ପଠାଉଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରୁ ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି।

ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସମ୍ପ୍ରତି ବିଧାନସଭା ନିର୍ବାଚନରେ ୯୨ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଏହି ପାଞ୍ଚଟି ସିଟ୍ ଯାଇପାରିବ। ମାର୍ଚ୍ଚ ୨୧ ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଡକ୍ଟର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ପ୍ରଥମେ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି ଦ୍ଵାରା ଆଉ ଦୁଇଟି ନାମ ଘୋଷଣା କରାଯାଇ ନାହିଁ। ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟରେ ଉଭୟ ଡକ୍ଟର ସନ୍ଦୀପ ପାଠକ ଏବଂ ରାଘବ ଚଢା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆମ୍ ଆଦମୀ ପାର୍ଟି ଏହି ଦୁଇ ନେତାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଭଗବନ୍ତ ମନଙ୍କର ହରଭଜନ ସିଂ ପସନ୍ଦ ବୋଲି ବିଶ୍ୱାସ କରାଯାଏ। ହରଭଜନ ସିଂ ଭଗବନ୍ତ ମନଙ୍କ ନିକଟତର ହୋଇଛନ୍ତି ଏବଂ ପଞ୍ଜାବରେ କ୍ରୀଡ଼ାର ସ୍ଥିତି ସୁଧାରିବା ପାଇଁ ଆମ୍ ଆଦମୀ ପାର୍ଟି ପୂର୍ବତନ କ୍ରିକେଟରଙ୍କ ଉପରେ ବାଜି ଲଗାଇଛି। ଭଗବନ୍ତ ମନ ଆଶା କରିଛନ୍ତି ଯେ, ହରଭଜନ ସିଂ ରାଜ୍ୟସଭାକୁ ଯାଇ କ୍ରୀଡ଼ାବିତଙ୍କ ସହ ଜଡିତ ପ୍ରସଙ୍ଗକୁ ଉଚ୍ଚ ସ୍ୱରରେ ଉଠାଇବେ।