Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ୍ତ ଖଲାସ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ଼ର କାର୍ଯ୍ୟରତ ସାମ୍ବାଦିକ ଓ ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ୍ତ ଖଲାସ ଦାବିରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ବିଭିନ୍ନ ସଂଗଠନର କର୍ମକର୍ତ୍ତା ସ୍ଥାନୀୟ ଥାନା ସମ୍ମୁଖରେ ଏକତ୍ରିତ ହୋଇ ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋସ ମୂଳକ ଭାବେ ଗିରଫ କରାଯାଇ ଗଣମାଧ୍ୟମର କଣ୍ଠ ରୋଧ କରିବା ଉଦ୍ୟମକୁ ଉପସ୍ଥିତ କର୍ମକର୍ତ୍ତା ଦୃଢ଼ ନିନ୍ଦା ଓ ପ୍ରତିବାଦ କରିଥିଲେ ଏବଂ ରାଜପାଳ ଙ୍କ ଉଦ୍ଦେଶ୍ୟରେ ବିବିଓ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସିପିଆଇର ଦାମ ବେହେରା, ନଗର କଂଗ୍ରେସ ସଭାପତି ଅମିତ ଅଗ୍ରୱାଲ, ଓକିଲ ସଂଘର ସଭାପତି ଦିପେନ ସାହୁ, ସିଟିଜେନ ଫରମର ସନ୍ତୋଷ ସିଂ ଦେଓ, ପୂର୍ବତନ ଜିଲାପରିଷଦ ଖଗେଶ୍ବର ଧଙ୍ଗ ଡ଼ା ମାଝୀ, ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼ ଏବଂ ସଂପାଦକ ନରେନ୍ଦ୍ର କ୍ଷୀତି, ରବିଶଙ୍କର ସୁନାନୀ, ରଘୁମଣି ପୁଝରୀ, ଗୟା ପୁଝାରୀ ପ୍ରମୁଖଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।