Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ନବୀନଙ୍କ ରାଜ୍ୟସଭା ପାଇଁ ସପ୍ରାଇଜ ପ୍ରାର୍ଥୀ ଏହି ନିରଞ୍ଜନ ବିଶି କିଏ ସେ ?

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖାଲିଥିବା ଚାରୋଟି ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର ଅଛନ୍ତି। ଏହି ତିନିଜଣ ପୂର୍ଣ୍ଣ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବେ।

ତେବେ ସ୍ବଳ୍ପକାଳୀନ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ନବୀନ ଯାହାକୁ ବାଛିଛନ୍ତି ସେ ହେଉଛନ୍ତି ନିରଂଜନ ବିଶି। ଏହି ପ୍ରାର୍ଥୀଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ହେଉଛି। କାରଣ ଏହି ନେତା କେବେ ବି କୌଣସି ପ୍ରସଂଗରେ ଚର୍ଚ୍ଚାରେ ନ ଥିଲେ। ଏପରିକି ସେ ଜଣେ ବିଜେଡି ନେତା ତାହା ମଧ୍ୟ ରାଜ୍ୟବାସୀଙ୍କୁ ଜଣା ନ ଥିଲା।

ହେଲେ ହଠାତ ନବୀନ ତାଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆସନ୍ତୁ ଜାଣିବା ଏହି ନେତା କିଏ ସେ ଏବଂ କେଉଁଠାରେ ରାଜନୀତି କରନ୍ତି। ନିରଂଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ ସଂଗଠନ ରହିଛି। ସେ ମଧ୍ୟ ଓଡିଶା ଆଦିବାସୀ ସଂଗଠନର ମହାସଚିବ ଅଛନ୍ତି।

ସେ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ଏଥିପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ରହିଥିଲା। ମୁଖ୍ୟତଃ ବଲାଙ୍ଗୀର ତଥା ପଶ୍ଚିମ ଓଡିଶାରେ ଆଦିବାସୀଙ୍କୁ ସଂଗଠିତ କରିବାରେ ଏହି ନେତାଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ। ବର୍ତ୍ତମାନ ବିଜେଡିର ପଶ୍ଚିମ ଓଡିଶାରେ ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ପଦବୀ ପ୍ରଦାନ କରିଛି।

ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ରହିଛି ପ୍ରଚ୍ଛନ୍ନ ହାତ। ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଛନ୍ତି। ଏ କଥାକୁ ମଧ୍ୟ ନିରଂଜନ ବିଶି ନିଜେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତ ସିଂ ତାଙ୍କ ନାମକୁ ସୁପାରିଶ କରିଥିଲେ। ଫଳରେ ନବୀନ ତାଙ୍କ ନାମକୁ ମନୋନିତ କରିଛନ୍ତି।

ଏହାଦ୍ବାରା ନବୀନ ଗୋଟିଏ ବାଣରେ ଦୁଇଟି ଶିକାର କରିପାରିଛନ୍ତି। ପ୍ରଥମେ ଜଣେ ଆଦିବାସୀଙ୍କୁ ରାଜ୍ୟସଭାକୁ ପଠାଇଥିବା ବେଳେ ପଶ୍ଚିମ ଓଡିଶାରେ ଦଳର ସଂଗଠନକୁ ମଧ୍ୟ ମଜୁବୁତ କରିପାରିଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ବାର ସେଟ ପ୍ରାର୍ଥୀପତ୍ର ନେଲେ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜେଡି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି। କାରଣ ଏହ ମାସ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ। ସେହିପରି  ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହେବ।

ସେହିପରି ରାଜ୍ୟସଭା ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇସାରିଛି। ସେହି ଅନୁସାରେ ଉପନିର୍ବାଚନ ପାଇଁ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୬ ଜୁନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଚାରି ଆସନ ପାଇଁ ଆଜି ବିଧାନସଭାରେ ଥିବା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କଠାରୁ ବିଜେଡି ୧୨ ସେଟ୍ ପ୍ରାର୍ଥୀପତ୍ର ସଂଗ୍ରହ କରିଛି। ଦଳୀୟ ନେତା ତଥା ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହା ନେଇଛନ୍ତି। ଚାରୋଟି ଆସନ ପାଇଁ ତିନି ସେଟ୍ ଲେଖାଏଁ ୧୨ ସେଟ୍ ନେଇଛନ୍ତି। ବିଜେଡି ବ୍ୟତିତ ଅନ୍ୟଦଳର ସଂଖ୍ୟା ନ ଥିବାରୁ ସେମାନେ କେହି ପ୍ରାର୍ଥୀପତ୍ର ନେବାର ସମ୍ଭାବନା ନାହି।

ତେବେ ବର୍ତ୍ତମାନ ଯାହା ସବୁଠାରୁ ବଡ ଚର୍ଚ୍ଚାର ବିଷୟ ତାହା ହେଲା ଯେ, ନବୀନ ରାଜ୍ୟସଭାକୁ କାହାକୁ ପଠାଇବେ। କାହାକୁ ପ୍ରାର୍ଥୀ କରିବେ। ସବୁ ପୁରୁଷ ପ୍ରାର୍ଥୀ ହେବେ ନା ମହିଳା ରହିବେ। ଏ ସବୁକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ବିଶେଷ ସୁତ୍ର ଅନୁସାରେ ଚାରୋଟି ଆସନ ମଧ୍ୟରୁ ନବୀନ ଦୁଇଟି ଆସନରେ ମହିଳାଙ୍କ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଆଉ ଦୁଇଟିରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବା ସହ ପ୍ରଦୀପ ମାଝିଙ୍କୁ ମଧ୍ୟ ଟିକେଟ ମିଳିପାରେ। ତେବେ ଦୁଇ ଜଣ ମହିଳାଙ୍କ ମଧ୍ୟରୁ ନବୀନ ଜଣଙ୍କୁ ଅଣ ରାଜନୈତିକ କ୍ଷେତ୍ରରୁ ନେବେ ବୋଲି ଜଣାପଡିଛି।

Categories
RajyasabhaElection ବିଶେଷ ଖବର ରାଜ୍ୟ ଖବର

ତିନୋଟି ରାଜ୍ୟସଭା ଆସନରୁ ଜଣେ ଯିବେ ଅଣ ରାଜନୈତିକ ମହିଳା, କିଏ ସେହି ଭାଗ୍ୟବତୀ

ଭୁବନେଶ୍ବର: ଓଡିଶାର ତିନୋଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ବାହାରିଛି ବିଜ୍ଞପ୍ତି। ସେଥିପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। ହେଲେ ଏହି ତିନୋଟି ଆସନ ବିଜେଡି ଅକ୍ତିୟାର କରିବା ନିଶ୍ଚିତ ଥିବାରୁ ଅନ୍ୟ ରାଜନୈତିକ ଦଳରେ ଏହି ଉତ୍ସାହ ନାହିଁ। କାରଣ ସେମାନଙ୍କର ଏହି ନିର୍ବାଚନ ପାଇଁ ସଂଖ୍ୟା ନାହିଁ। ଏହି ତିନୋଟି ଆସନ ବିଜେଡି ହାତରେ ଥିବାରୁ ବର୍ତ୍ତମାନ ଦଳର ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତେ ଏହି ଦୈଡରେ ସାମିଲ ହେବା ପାଇଁ ଅନେଇ ବସିଛନ୍ତି।

ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର ନବୀନ ତିନୋଟି ଆସନ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛନ୍ତି। କାରଣ ସବୁବେଳେ ମହିଳା କାର୍ଡ ଖେଳୁଥିବା ନବୀନ ଏଥର ରାଜ୍ୟସଭା ନିର୍ବାଚନରେ ମଧ୍ୟ ତାହା କରି ଦେଖାଇବେ। କାରଣ ବର୍ତ୍ତମାନ ରାଜ୍ୟସଭାରେ ଛଅଟି ସଦସ୍ୟଙ୍କ ମଧ୍ୟରୁ ତାଙ୍କ ଦଳରୁ ଜଣେ ମାତ୍ର ମହିଳା ଅଛନ୍ତି। ସେ ହେଉଛନ୍ତି ମମତା ମହନ୍ତ। ଆଉ ପାଞ୍ଚଜଣ ପୁରୁଷ ସଦସ୍ୟ ଅଛନ୍ତି। ସେଥିପାଇଁ ନିର୍ବାଚନ ହେବକୁ ଥିବା ଏହି ତିନୋଟି ଆସନରୁ ଗୋଟିଏ ନିଶ୍ଚିତ ମହିଳାଙ୍କୁ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ମହିଳା କିଏ, ସେ ନେଇ ଚାଲିଛି ଅଙ୍କ କଷା। ସେହିପରି ଆଉ ଦୁଇଟି ଆସନରେ କେଉଁ ନେତା ଯିବେ ସେ ନେଇ ମଧ୍ୟ ଚାଲିଛି ବିଚାର ବିମର୍ଷ। ପ୍ରଥମ କଥା ହେଲା ଏହି ଦୁଇ ଆସନରୁ ପ୍ରାୟତଃ କେଉଁ ଦୁଇଜଣ ଯିବେ ତାହା ନିଶ୍ଚିତ ହୋଇଛି। ବିଶେଷ ସୁତ୍ର ଅନୁସାରେ ଏହି ଦୁଇଟିରେ ପୁନଃର୍ବାର ସସ୍ମିତ ପାତ୍ର ମନୋନିତ ହେଉଥିବା ବେଳେ ପ୍ରଦୀପ ମାଝିଙ୍କୁ ମଧ୍ୟ ନବୀନ ରାଜ୍ୟସଭାକୁ ପଠାଇପାରନ୍ତି। ତେବେ କେତେକ କ୍ଷେତ୍ରରେ ସସ୍ମିତଙ୍କୁ ରାଜ୍ୟ ରାଜନୀତିରେ ରଖି ରମେଶଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ମନୋନିତ କରିପାରନ୍ତି ବୋଲି କୁହାଯାଉଛି।

ଏହି ଦୁଇ ଆସନ ପାଇଁ ଆଉ ଯେଉଁମାନଙ୍କର ନାମ ଶୁଣାଯାଉଛି ସେମାନେ ହେଲେ ଡ ପ୍ରସନ୍ନ ପାଟ୍ଟଶାଣୀ, ଜିନ୍ଦଲ କଂପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନାମ ମଧ୍ୟ ରହିଛି। ତେବେ ପଶ୍ଚିମ ଓଡିଶାରେ ଦଳକୁ ସକ୍ରିୟ କରିବା ପାଇଁ ନବୀନ ପୁଣି ଥରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।  ହେଲେ ଶେଷ ମୂହୁର୍ତ୍ତରେ ନବୀନ ଏପରି ଲୋକଙ୍କୁ ମନୋନିତ କରିବେ ଯେଉଁମାନେ କେବେ ଚର୍ଚ୍ଚାରେ ନ ଥିବେ।

ସେହିପରି ଆଉ ଏକ ଆସନ ପାଇଁ ଜଣେ ଅଣରାଜନୈତିକ ମହିଳାଙ୍କୁ ନବୀନ ରାଜ୍ୟସଭା ପଠାଇବେ ବୋଲି ସ୍ପଷ୍ଟ ଜଣାପଡିଛି। ଅଣରାଜନୈତିକ ପ୍ରାର୍ଥୀ କରିବା କାରଣ ରାଜନୈତିକ ମହିଳାଙ୍କ ସଂଖ୍ୟା ବା ଆଶାୟୀ ଏତେ ଯେ, ସେମାନଙ୍କ ଭିତର କାହାକୁ ପଠାଇବା ଅର୍ଥ ଅସନ୍ତୋଷ ସୃଷ୍ଟି କରିବା। ସେଥିପାଇଁ ଶିକ୍ଷା କିମ୍ବା ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଜଣେ ମହିଳାଙ୍କୁ ନବୀନ ପ୍ରାର୍ଥୀ କରିପାରନ୍ତି ବୋଲି ଜଣାପଡିଛି। ଏହି ମହିଳା ପ୍ରାର୍ଥୀଙ୍କୁ ନେଇ  ରାଜ୍ୟ ରାଜନୀତିରେ ନବୀନ ଏକ ଚକମା ଦେଖାଇବାର ସମ୍ଭାବନା ରହିଛି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ଵର: ଓଡିଶାର ଖାଲି ଥିବା ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତିରେ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ।

Categories
RajyasabhaElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଓଡିଶାର ଗୋଟିଏ ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ

ଭୁବନେଶ୍ବର: ଓଡିଶାର ଗୋଚିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏ ନେଇ ଆଜି ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଜୁନ ୧୩ ତାରିଖରେ ଏହି ଉପନିର୍ବାଚନ ହେବ। ସେଦିନ ସକାଳ ୯ ଟାରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ନ ୫ଟାରେ ଭୋଟ ଗଣତି ହେବ।

ଏହି ବିଜ୍ଞପ୍ତି ଅନୁସାରେ ମଇ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଜୁନ ୩ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ। ଜୁନ ୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ। ଏହି ଆସନରେ ସଦସ୍ୟ ଥିବା ସୁବାଷ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେ କଟକ ମେୟର ଭାବେ ନିର୍ବାଚତ ହୋଇଥିବାରୁ ଏହି ପଦବୀ ଛାଡିବାକୁ ପଡିଲା।

ପୂର୍ବରୁ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର‌୍ୟ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର‌୍ୟ୍ୟକାଳ ସରୁଥିବାରୁ ସେମାନଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ସେଥିପାଇଁ ମଇ ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମଇ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ।

ତେବେ ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର‌୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହି ଜୁନ ୧୦ ତାରିଖ ଅପରାହ୍ନ ୫ ଟାରେ ଭୋଟ ଗଣତି ଆରମ୍ଭ ହେବ।

ବର୍ତ୍ତମାନ ଓଡିଶାରୁ ୪ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯିବେ। ଏହି ୪ଟି ଆସନ ବିଜେଡି ନେବା ପ୍ରାୟ ନିଶ୍ଚିତ। କାରଣ ଏହି ଦଳ ପାଖରେ ଯେଉଁ ସଂଖ୍ୟା ରହିଛି ସେଥିରେ ଏହି ୪ ଜଣ ନିର୍ବାଚିତ ହୋଇପାରିବେ।

Categories
RajyasabhaElection ଆଜିର ଖବର ଜାତୀୟ ଖବର

ଘୋଷଣା ହେଲା ଛଅଟି ରାଜ୍ୟର ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ

ଭୁବନେଶ୍ବର: ଛଅଟି ରାଜ୍ୟରେ 13 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଏହି ନିର୍ବାଚନ ଆସନ୍ତା ମାର୍ଚ୍ଚ 31 ତାରିଖରେ ହେବ। ଏହି ରାଜ୍ୟଗୁଡ଼ିକ ହେଉଛି ଆସାମ, ପଂଜାବ, ହିମାଚଳ ପ୍ରଦେଶ, କେରଳ, ତ୍ରିପୁରା ଏବଂ ନାଗାଲାଣ୍ଡ।

ଏ ବାବଦରେ ବିଜ୍ଞପ୍ତି ଚଳିତ ମାସ 14 ରେ ପ୍ରଦାନ କରାଯିବ। ଆୟୋଗ କହିଛନ୍ତି ଯେ ପଞ୍ଜାବରୁ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ସିଟ୍ ମଧ୍ୟରୁ ତିନୋଟି ଆସନରେ ଗୋଟିଏ ନିର୍ବାଚନ ହେବ। ଅନ୍ୟ ଦୁଇଟି ଭିନ୍ନ ଏକ ନିର୍ବାଚନ ମାଧ୍ୟମରେ ପୂରଣ ହେବ କାରଣ ଏହି ସିଟ୍ ଦୁଇଟି ବର୍ଷୀୟା ବର୍ଗରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶର ଆଠଟି ରାଜ୍ୟରେ 19 ରାଜ୍ୟସଭା ଆସନ ପାଇଁ ମତଦାନ

ନୂଆଦିଲ୍ଲୀ: କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସିଥିବା ବେଳେ ଭାରତର 8ଟି ରାଜ୍ୟରେ 19ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ହେବ। ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶରେ 3 ଆସନରେ 4 ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ଓ କଂଗ୍ରେସର 2-2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ମଧ୍ୟପ୍ରଦେଶ କଂଗ୍ରେସର ବୈଠକରେ ଦଳର ପ୍ରାୟ 6 ଜଣ ବିଧାୟକ ସାମିଲ୍‌ ହେବା ପରେ ଏବେ ଏଠାରେ ରାଜନୈତିକ ସଂକଟ ଦେଖାଦେଇଛି । ମଧ୍ୟପ୍ରଦେଶର ତିନୋଟି ଆସନରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲଙ୍କୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ଦିଗ୍‌ବିଜୟ ସିଂହ ଓ ଫୁଲ ସିଂହ ବରୈୟା ରହିଛନ୍ତି ।  ସେହିପରି ଗୁଜୁରାଟର 4ଟି ଆସନରେ 5ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ବିଜେପି ପକ୍ଷରୁ 3ଜଣ ଓ କଂଗ୍ରେସ 2ଜଣକୁ ଓହ୍ଲାଇଛି ।

ରାଜସ୍ଥାନରେ ମଧ୍ୟ 3ଟି ଆସନ ପାଇଁ ମତଦାନ ହେବ । ଏଠାରେ 4 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ ।  ଝାଡ଼ଖଣ୍ଡରେ 2ଟି ଆସନରେ ଜେଏମଏମ, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଆନ୍ଧ୍ରପ୍ରଦେଶରେ 4ଟି ଆସନରେ 5 ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଆସିଛନ୍ତି। ସେହିଭଳି ପୂର୍ବତ୍ତୋର ରାଜ୍ୟ ମଣିପୁର, ମେଘାଳୟ ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେବ ।