Categories
ଆଞ୍ଚଳିକ

ବାଣପୁର: ରାଣୀପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳି ପୋଡ଼ି ପାଉଁଶ ହେଲା ଚାରି ବଖରା ଘର

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ପୁଣି ଏକ ଦୁଃଖଦ ଘଟଣା ଘଟିଯାଇଛି। ରାଣୀପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଚାଳ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକା ପାଖାପାଖି ରାଣୀପଡ଼ା ଗ୍ରାମରେ ନିଆଁ ଲାଗିଯାଇଥିବା ଅଭିଯୋଗ ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବାବେଳେ ଉକ୍ତ ଗ୍ରାମର ପ୍ରେମଳତା ଶାସମଲଙ୍କ ତିନି ବଖରା ଏବଂ କିଶୋର ସ୍ୱାଇଁଙ୍କ ଏକ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବିଦ୍ୟୁତ ସଟ ସର୍କିଟ ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ପ୍ରେମଲତା ଜଣେ ଗରିବ ବିଧବା ମହିଳା ହୋଇଥିବା ବେଳେ ଗ୍ରାମ ସ୍କୁଲରେ ପାଚିକା ଭାବେ କାମ କରି ପେଟ ପୋଷୁଥିଲେ। ପ୍ରେମଲତାଙ୍କ ସମସ୍ତ ଆସବାବପାତ୍ର ଜଳି ପାଉଁଶ ହୋଇଯାଇଥିବା ବେଳେ ବର୍ତ୍ତମାନ ସେ ନିରୁପାୟ ହୋଇ କ୍ରନ୍ଦନ କରୁଥିବାର ଦେଖିବାକୁ ମିଳିଛି। ତୁରନ୍ତ ପୀଡ଼ିତ ମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି।

ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ।

ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି। ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ। ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ରାଣୀପଡ଼ା ଗ୍ରାମରେ ଶ୍ରୀଅରବିନ୍ଦଙ୍କ ୩୧ ତମ ବାର୍ଷିକ ଉତ୍ସବ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣିପଡ଼ା ଗ୍ରାମସ୍ଥିତ ମାତୃନିବାସ ପରିସର ମଧ୍ୟରେ ସୋମବାର ଦିନ ପରମପ୍ରଭୁ ଶ୍ରୀଅରବିନ୍ଦଙ୍କ ୩୧ ତମ ବାର୍ଷିକ ଉତ୍ସବ ଏବଂ ମାତୃକୃପାର ୧୮ତମ ଆସ୍ପୃହା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରାତଃରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ, ବନ୍ଦେମାତରମ୍, ଧୂପପୁଷ୍ପ ଅର୍ପଣ, ମନ୍ତ୍ରାବୃତ୍ତି, ଧ୍ୟାନ ଓ ପ୍ରାର୍ଥନା ଆଦି କରାଯାଇଥିବା ବେଳେ ପୂର୍ବାହ୍ନରେ କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ଦୁର୍ଗାସ୍ତୋତ୍ର ଆବୃତ୍ତି, ମା’ ପୁସ୍ତକ ପଠନ ଓ ମାତୃବନ୍ଦନା କାର୍ଯ୍ୟକ୍ରମ କରାଯାଇଥିଲା।

ଏହାପରେ ସୁରେନ୍ଦ୍ର କୁମାର ଜେନା, ସୂର୍ଯ୍ୟକାନ୍ତ ମହାରଣା ଏବଂ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଆଧ୍ୟାତ୍ମିକ ଆଲୋଚନା ହୋଇଥିବା ବେଳେ ଅପରାହ୍ନରେ ପ୍ରସାଦ ସେବନ ପରେ ରାଣୀପଡ଼ା ସଂଗଠକ ଗୋପୀନାଥ ସାହୁଙ୍କ ଦ୍ୱାରା ଆଧ୍ୟାତ୍ମିକ ପତାକା ଅବତରଣ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମ ଶ୍ରୀଅରବିନ୍ଦ ମାତୃକୃପାର ସମସ୍ତ ସଭ୍ୟସଭ୍ୟାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ରାଣୀପଡ଼ା ଗ୍ରାମର ସଭ୍ୟ ତଥା ଗୋଦାବରୀଶ ମହାବିଦ୍ୟାଳୟ କନିଷ୍ଠ କିରାଣୀ ଦୁର୍ଯ୍ୟୋଧନ ସାହୁ ଙ୍କ ଦ୍ବାରା ସମସ୍ତ କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳିତ ହୋଇଥିଲା।

ଉକ୍ତ ଦିବ୍ୟ କାର୍ଯ୍ୟରେ ବାଣପୁର ବ୍ଳକ୍ ନୂତନ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗକୁ ବଢିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ।