ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି। ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି ମାସ 8 ତାରିଖରେ ପରଲୋକ ହୋଇଯାଇଛି।
ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ବିଦେଶ ଗସ୍ତରେ ଆଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।