Categories
ଆଜିର ଖବର ଜାତୀୟ ଖବର

ଦୀର୍ଘ ୮ ହଜାର କିଲୋମିଟରର ଲମ୍ବା ଉଡାଣ ପରେ ଭାରତରେ ପହଞ୍ଚିଲା ପଞ୍ଚମ ବ୍ୟାଚର ରାଫେଲ ବିମାନ

ନୂଆଦିଲ୍ଲୀ: ଆଜି ଫ୍ରାନ୍ସରୁ ପଞ୍ଚମ ବ୍ୟାଚର ରାଫେଲ ବିମାନ ଭାରତକୁ ଆସିଛି। ଫ୍ରାନ୍ସରୁ ଦୀର୍ଘ ୮ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଆଜି ଏହି ଲଢୁଆ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ପକ୍ଷରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜି କେତୋଟି ରାଫେଲ ବିମାନ ଭାରତକୁ ଆସିଛି, ଏନେଇ ବାୟୁସେନା ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ହେଲେ ୪ ଟି ରାଫେଲ ବିମାନ ଭାରତକୁ ଆସିଛି ବୋଲି ଶୁଣିବାକୁ ମିଳିଛି।

ଉଡାଣ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସର ବାୟୁସେନା ଏହି ବିମାନରେ ଇନ୍ଧନ ଯୋଗାଇଥିଲେ ବୋଲି ବାୟୁସେନା ସୂଚନା ଦେଇଛି। ସେଥିପାଇଁ ଦୁଇ ଦେଶର ବାୟୁସେନାକୁ ଭାରତୀୟ ବାୟୁସେନା ଧନ୍ୟବାଦ ଜଣାଇଛି।

Categories
ଆଜିର ଖବର ଜାତୀୟ ଖବର

ଖୁବ ଶୀଘ୍ର ଆସିବ ଆଉ ୧୦ ଟି ରାଫେଲ ବିମାନ: ବଢିବ ଭାରତୀୟ ବାୟୁ ସେନାର ଶକ୍ତି

ନୂଆଦିଲ୍ଲୀ: ଭାରତକୁ ଏକ ମାସ ଭିତରେ ଫ୍ରାନ୍ସରୁ ଆଉ ୧୦ ଟି ରାଫେଲ ବିମାନ ମିଳିବ। ଏହା ଦ୍ଵାରା ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବଢିବ।

ଏହି ୧୦ ଟି ଲଢୁଆ ବିମାନ ପରେ ଦେଶରେ ମୋଟ ରାଫେଲ ବିମାନ ସଂଖ୍ୟା ୨୧କୁ ବୃଦ୍ଧି ହେବ। ପ୍ରଥମେ ତିନୋଟି ରାଫେଲ ବିମାନ ଦୁଇ ତିନି ଦିନରେ ଆସିବ। ଏହି ଲଢୁଆ ବିମାନ ସିଧା ଫ୍ରାନ୍ସରୁ ବାହାରି ଭାରତରେ ପହଞ୍ଚିବ। ସେହିଭଳି ବାକି ୭-୮ ବିମାନ ଆସନ୍ତା ମାସ ଶେଷ ସପ୍ତାହ ବେଳକୁ ଭାରତ ଆସିବ।

Categories
ଆଜିର ଖବର ଜାତୀୟ ଖବର

ଚୀନ ବିରୋଧରେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିୟାଙ୍କ  ଏକ ବଡ ବୟାନ ସାମ୍ନାକୁ ଆସିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯଦି ଚୀନ ସେନା ଆକ୍ରମଣାତ୍ମକ ହୋଇପାରନ୍ତି, ତେବେ ଆମ ମଧ୍ୟ ଆକ୍ରାମକ ହୋଇପାରିବୁ। ଚୀନ ସୀମା ଏଲଏସି ଉପରେ ଆକ୍ରାମକ ହେବାର ସମ୍ଭାବନାକୁ ନେଇ ସେ ଏହି ବୟାନ ଦେଇଛନ୍ତି।

ଆଜି ଡେଜର୍ଟ ନାଇଟ-୨୦୨୦ ଅଭ୍ଯାସ ସମୟରେ ବାୟୁସେନା ମୁଖ୍ୟ ଭଦୌରିୟା କହିଛନ୍ତି ଯେ, ଆମ ପାଖକୁ ୮ ଟି ରାଫେଲ ବିମାନ ଆସି ସାରିଛି। ଆଉ ତିନୋଟି ରାଫେଲ ବିମାନ ଏହି ମାସ ଶେଷ ବେଳକୁ ଆସିଯିବ। ୨୦୨୩ ସୁଦ୍ଧା ବାକି ସବୁ ବିମାନ ଭାରତରେ ପହଞ୍ଚିଯିବ।

ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ଏଏମସିଏ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଜରିଆରେ ଡିଆରଡିଓ ସହ ମିଶି ପଞ୍ଚମ ପିଢୀର ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମେ ଏଥିରେ ଷଷ୍ଠ ପିଢୀର କ୍ଷମତାକୁ ଯୋଡିବାକୁ ଚାହୁଁଛୁ। କିନ୍ତୁ ପ୍ରଥମେ ପଞ୍ଚମ ପିଢୀ ଯୁଦ୍ଧ ବିମାନ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଏବଂ ଚୀନ ମଧ୍ୟରେ ବହୁ ଦିନ ଧରି ସୀମା ବିବାଦ ଜାରି ରହିଛି। ଗତ ବର୍ଷ ପୂର୍ବ ଲଦାଖରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସା ହୋଇଥିଲା। ସେହିଦିନ ଠାରୁ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି। ଏହା ଭିତରେ ଏଲଏସିରେ ଭାରତ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରୁଛି।