Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ। ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପରଲୋକରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବତନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଆଜି ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ଆଜି ସକାଳ ୯.୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି। ରାମକୃଷ୍ଣ ପଟ୍ଟନାୟକ କୋଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଏବଂ ବିଜେଡ଼ି ଟିକେଟରେ ଲଢି ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ ଟାଇଗରକୁ ଛାଡି ନ ଥିଲେ ଶୃଗାଳକୁ ପଚାରେ କିଏ?

ହେମାଙ୍ଗ ପ୍ରସାଦ ରାଉଳ

ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ।  ସେ ଦିନ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ। କୁହାଯାଏ ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଅନୁଭବୀ ଏବଂ ଦକ୍ଷ ମଣିଷ। କିନ୍ତୁ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରାଜନୀତି ଓ କ୍ଷମତା ପ୍ରତି ବିପଦ ସୃଷ୍ଟି କରିବାରେ ଗଞ୍ଜାମ ର ରାଜନୀତି ଟାଇଗର ପ୍ରମୁଖ ଭୂମିକା ନେବାର ସୂଚନା ଓ ଆଶଙ୍କା ବଢିଲା ସବୁ ଦିନ ପାଇଁ ଅହଂକାରୀ ପ୍ରକୃତିର ରାମ କୃଷ୍ଣ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର କେବଳ ବଳି ପଡିଲାନି ବରଂ ସେ ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅସ୍ତ ଗଲେ । ଏହି ଗଞ୍ଜାମ ଜିଲ୍ଲାର ତରୁଣ ପିଢ଼ିର ରାଜନେତା ପ୍ରଦୀପ ପାଣିଗ୍ରାହୀ ଦେଖିବାକୁ ଗଲେ ରାମ କୃଷ୍ଣ ପଟ୍ଟନାୟକଙ୍କ ଅନୁଭବ ଦକ୍ଷତା ଓ କୌଶଳ ଆଗରେ ନିଷ୍ପ୍ରଭ। ପ୍ରଦୀପ ପାଣିଗ୍ରାହୀ ଗୋଟିଏ ସାଙ୍ଘାତିକ ଚରିତ୍ର ଧରି ରାଜନୀତିରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ଅନେକ ସମୟରେ ଜନ ପ୍ରତିନିଧିର ଅହଙ୍କାରର ଏକ ସ୍ଵର ହୋଇ ଯେଉଁ ମନ୍ଦ ଉଦ୍ଦେଶ୍ୟ ନେଇ ଅନେକ କାହାଣୀ ରଚନା କରିବା ସହ ନିଜ ଅଞ୍ଚଳ ସ୍ବାର୍ଥକୁ ଗୌଣ କରି ପରିବାରର ନିଜ ସ୍ବାର୍ଥ ଦୃଷ୍ଟିରୁ ଦଳରେ ରହି କ୍ଷମତାର ଅପବ୍ୟବହାର କରି ଆସୁଥିଲେ ତାଙ୍କୁ ଉଚିତ୍ ଦଣ୍ଡ ଦିଆଯାଇ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠିକ୍ ନ୍ୟାୟ ମିଳିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ରାମକୃଷ୍ଣ ପଟ୍ଟନାୟକ ଟାଇଗର ଥିଲେ କିନ୍ତୁ କେବେ ଶୃଗାଳ ହୋଇ ନ ଥିଲେ। କିନ୍ତୁ ଗୋଟିଏ ଶୃଗାଳ ଆଜି ବିଜେଡ଼ିରେ ରହି ଟାଇଗରର ରୂପ ଧରି କେତେବଳେ କର୍ମୀଙ୍କୁ ପୁଣି କେତେବେଳେ ପଦାଧିକାରୀଙ୍କୁ ଅତି ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ। ନିର୍ବାଚନ ମଣ୍ଡଳୀରେ ଅନେକ ସମୟରେ ନିଜ ଲୋକଙ୍କୁ ଯେଉଁ ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ ସେ ସବୁ ଥିଲା ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗର ଭ୍ରଷ୍ଟ ଅଫିସର୍ ଅଭୟ ପାଠକଙ୍କ ପୁତ୍ର ଆକାଶ ସହ ଝିଅ ବିବାହ ଦେବା ପାଇଁ ବହୁ ଆଗରୁ ଯୋଜନା କରି ପ୍ରଦୀପ ପାଣିଗ୍ରାହୀ କ୍ଷମତାର ଅପବ୍ୟବହାର କରି ଆସୁଥିଲେ ଅନେକ ଦିନ ଧରି। ଗୋଟିଏ ଉଦ୍ଧତ ଚରିତ୍ରର ଶୃଗାଳ ଆଜି ନିଜ କରିଥିବା ଅପକର୍ମ ପାଇଁ ଉତ୍ତରଦାୟୀ ଅଟେ। ଅତୀତରେ ଟାଇଗର କୁ ନବୀନ ପଟ୍ଟନାୟକ ଫିଙ୍ଗି ଦିଆଯାଇଥିବା ବେଳେ ଶୃଗାଳର ସ୍ଥାନ କେଉଁଠି ରହିବ? ଜନ ପ୍ରତିନିଧି ଯଦି ଜନ ବିରୋଧୀ କାର୍ଯ୍ୟ ସମ୍ପାଦନ କରିବାକୁ ସାହାସ କରେ ତା କୁ ଦଣ୍ଡ ନ ଦେଲେ ରାଜ ଧର୍ମ ମଧ୍ୟ ପଥ ଭ୍ରଷ୍ଟ ହେବ।