ରଣପୁର : ରଣପୁର କଂସାରୀ ସାହିର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ଆଜି ସକାଳୁ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ ଓ ପରୋପକାରୀ ଥିଲେ। ତାଙ୍କର ବିଜ୍ଞାନ କ୍ଷେତ୍ରରେ ଅଗାଧ ଜ୍ଞାନ ଥିଲା।
କୁନି କୁନି ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ତାଙ୍କର ବହୁ ଆଗ୍ରହ ଥିଲା। ତେଣୁ ସେ କୁନି ବିଜ୍ଞାନୈକ ନାମରେ ପରିଚିତ ଥିଲେ। ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣା ପଡିଛି।