Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇଲା ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ: ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ  ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଆମେରିକା ପକ୍ଷରୁ ଭାରତରୁ ଚୋରି ହୋଇଥିବା କିମ୍ବା ଚୋରା ଚାଲାଣ ହୋଇଥିବା ୨୯୭ ପୁରାତନ କଳାକୃତିକୁ ଫେରାଇ ଆଣିବା ସହଜ ହୋଇଥିଲା। ଏଗୁଡିକ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ। ଏକ ସାଙ୍କେତିକ ହସ୍ତାନ୍ତର ସମୟରେ, ଡେଲାୱେରର ୱିଲମିଙ୍ଗଟନରେ ସେମାନଙ୍କର ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଚୟନ କରାଯାଇଥିବା ସାମଗ୍ରୀ ଦେଖାଯାଇଥିଲା। ଏହି କଳାକୃତି ପ୍ରତ୍ୟାବର୍ତ୍ତନରେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଏହି କଳାକୃତିଗୁଡ଼ିକ କେବଳ ଭାରତର ଐତିହାସିକ ଓ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଏବଂ ଚେତନାର ମୂଳ ପ୍ରତୀକ।

ପୁରାତନ କଳାକୃତିଗୁଡିକ ଖ୍ରୀଷ୍ଟପୂର୍ବ ୨୦୦୦ ରୁ ଖ୍ରୀଷ୍ଟାବ୍ଦ ୧୯୦୦ ମଧ୍ୟରେ ପ୍ରାୟ ୪୦୦୦ ବର୍ଷ ସମୟ ଅବଧିର ଅଟେ ଏବଂ ଏହାର ଉତ୍ପତ୍ତି ଭାରତର ବିଭିନ୍ନ ସ୍ଥାନରେ ହୋଇଛି। ପୁରାତନ ସାମଗ୍ରୀଗୁଡିକ ମଧ୍ୟରେ ଅଧିକାଂଶ ପୂର୍ବ ଭାରତର ଟେରାକୋଟା କଳାକୃତି ହୋଇଥିବାବେଳେ ଅନ୍ୟଗୁଡିକ ପଥର, ଧାତୁ, କାଠ ଏବଂ ହାତୀ ଦାନ୍ତରେ ତିଆରି ଏବଂ ଏହା ଦେଶର ବିଭିନ୍ନ ଅଞ୍ଚଳ ସହିତ ସମ୍ବନ୍ଧିତ । ହସ୍ତାନ୍ତର କରାଯାଇଥିବା କେତେକ ଉଲ୍ଲେଖନୀୟ ପୁରାତନ କଳାକୃତିଗୁଡ଼ିକ ହେଉଛି :

– ୧୦ -୧୧ ଶତାବ୍ଦୀର ମଧ୍ୟ ଭାରତର ବାଲୁକା ପଥରରେ ନିର୍ମିତ ଅପସରା ;

– ୧୫ – ୧୬ ଶତାବ୍ଦୀର ମଧ୍ୟ ଭାରତର ବ୍ରୋଞ୍ଜରେ ନିର୍ମିତ ଜୈନ ତୀର୍ଥଙ୍କର ;

– ୩ -୪ ଶତାବ୍ଦୀର ପୂର୍ବ ଭାରତର ଟେରାକୋଟା ଫୁଲଦାନୀ ;

– ପ୍ରଥମ ଶତାବ୍ଦୀର ଦକ୍ଷିଣ ଭାରତ ସହିତ ସମ୍ବନ୍ଧିତ ପଥର ମୂର୍ତ୍ତି ;

– ୧୭ – ୧୮ ଶତାବ୍ଦୀର ଦକ୍ଷିଣ ଭାରତର ବ୍ରୋଞ୍ଜରେ ନିର୍ମିତ ପ୍ରଭୁ ଗଣେଶ ;

– ୧୫ – ୧୬ ଶତାବ୍ଦୀର ଉତ୍ତର ଭାରତର ବାଲୁକା ପଥରରେ ନିର୍ମିତ ଦଣ୍ଡାୟମାନ ହୋଇଥିବା ଭଗବାନ ବୁଦ୍ଧ ;

– ୧୭ – ୧୮ ଶତାବ୍ଦୀର ପୂର୍ବ ଭାରତରୁ ବ୍ରୋଞ୍ଜରେ ନିର୍ମିତ ପ୍ରଭୁ ବିଷ୍ଣୁ ;

– ଖ୍ରୀଷ୍ଟପୂର୍ବ ୨୦୦୦ – ୧୮୦୦ର ଉତ୍ତର ଭାରତର ତମ୍ବାରେ ନିର୍ମିତ ମାନବରୂପୀ ଆକୃତି ;

– ୧୭ – ୧୮ ଶତାବ୍ଦୀର ଦକ୍ଷିଣ ଭାରତର ବ୍ରୋଞ୍ଜରେ ନିର୍ମିତ ଭଗବାନ କୃଷ୍ଣ,

– ୧୩ – ୧୪ ଶତାବ୍ଦୀର ଦକ୍ଷିଣ ଭାରତର ଗ୍ରାନାଇଟରେ ନିର୍ମିତ ପ୍ରଭୁ କାର୍ତ୍ତିକେୟ

ସାମ୍ପ୍ରତିକ ସମୟରେ, ସାଂସ୍କୃତିକ ସମ୍ପତ୍ତିର ପୁନରୁଦ୍ଧାର ଭାରତ – ଆମେରିକାର ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି। ୨୦୧୬ ପରଠାରୁ, ଆମେରିକା ସରକାର ଚୋରାଚାଲାଣ କିମ୍ବା ଚୋରି ହୋଇଥିବା ବହୁ ସଂଖ୍ୟକ ପୁରାତନ ସାମଗ୍ରୀକୁ ଫେରାଇ ଆଣିବା ପ୍ରକ୍ରିୟାକୁ ସହଜ କରିଛନ୍ତି।

ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ୧୦ ଟି ପ୍ରାଚୀନ କଳାକୃତି ଫେରସ୍ତ କରାଯାଇଥିଲା; ସେପ୍ଟେମ୍ବର ୨୦୨୧ ରେ ତାଙ୍କ ଗସ୍ତ ସମୟରେ ୧୫୭ ପ୍ରାଚୀନ କଳାକୃତି ଏବଂ ଗତ ବର୍ଷ ଜୁନରେ ତାଙ୍କ ଗସ୍ତ ସମୟରେ ଆହୁରି ୧୦୫ ପ୍ରାଚୀନ କଳାକୃତି ଫେରି ଆସିଥିଲା। ୨୦୧୬ ମସିହାରୁ ବର୍ତ୍ତମାନ ସୁଦ୍ଧା ଆମେରିକାରୁ ଭାରତକୁ ଫେରିଥିବା ମୋଟ ସାଂସ୍କୃତିକ କଳାକୃତି ସଂଖ୍ୟା ୫୭୮ ରେ ପହଞ୍ଚିଛି। ଏହା ହେଉଛି କୌଣସି ଦେଶ ଭାରତକୁ ଫେରାଇଥିବା ସର୍ବାଧିକ ସଂଖ୍ୟକ ସାଂସ୍କୃତିକ କଳାକୃତି।

Categories
ବିଶେଷ ଖବର

କ୍ୱାଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା: ବାଇଡେନ କହିଲେ, ଭାରତ ସଫଳ ଚୀନ୍ ବିଫଳ

ନୂଆଦିଲ୍ଲୀ: ଟୋକିଓରେ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ଭାରତର ସଫଳତାକୁ ଚୀନ୍‌ର ମହାମାରୀର ମୁକାବିଲା କରିବାରେ ବିଫଳତା ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ କିଛି ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ବିଶ୍ୱକୁ ଦର୍ଶାଇଛି।

ଏହା ସହ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ସେହି ଅଧିବେଶନରେ କହିଛନ୍ତି ଯେ, ଭାରତକୁ ଅନ୍ୟ ଦେଶକୁ ଯୋଗାଇ ଦିଆଯାଉଥିବା ଟିକା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିଛି।

ଜାପାନର ପ୍ରଧାନମନ୍ତ୍ରୀ କିଶିଦା ମଧ୍ୟ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି। ଏବଂ ସ୍ମରଣ କରିଛନ୍ତି ଯେ, କ୍ୱାଡ ଭ୍ୟାକ୍ସିନ ଇନିସିଏଟିଭ ଅଧୀନରେ ଦିଆଯାଇଥିବା ଭାରତୀୟ ନିର୍ମିତ ଟିକାକୁ ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆରେ କୃତଜ୍ଞତା ସହ ଗ୍ରହଣ କରାଯାଇଛି। ଏଥିସହ ସେ କହିଛନ୍ତି ଯେ, କମ୍ବୋଡିଆରେ ପ୍ରଧାନମନ୍ତ୍ରୀ ହୁନ ସେନ ନିଜେ ଟିକା ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିକା କୂଟନୈତିକକୁ ଏବେ ବିଶ୍ୱ ପ୍ରଶଂସା କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ରାଷ୍ଟ୍ରପତି ବାଇଡେନଙ୍କ ସହ ହୋଇପାରେ ବଡ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କ ସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏନଏସଏ ସହିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀମଣ୍ଡଳ ମଧ୍ୟ ଯାତ୍ରା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୩ ତାରିଖରେ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ପହଞ୍ଚିବେ। ସେପ୍ଟେମ୍ବର ୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ୱାଶିଂଟନରେ ବାଇଡେନଙ୍କୁ ଭେଟିବେ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ଆତଙ୍କବାଦ ବ୍ୟତୀତ ବଡ଼ ଆଞ୍ଚଳିକ ସମସ୍ୟାର ମୁକାବିଲା କରିବାର ଉପାୟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଆଫଗାନିସ୍ତାନର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, “ସେପ୍ଟେମ୍ବର ୨୨-୨୫ ତାରିଖ ମଧ୍ୟରେ ଆମେରିକା ଗସ୍ତ ସମୟରେ ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭାରତ-ଆମେରିକାର ବ୍ୟାପକ ବୈଷୟିକ ରଣନୀତି ସହଭାଗିତା ଉପରେ ସମୀକ୍ଷା କରିବି। ଏହାସହ ପାରସ୍ପାରିକ ହିତର ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗରେ ମତ ବିନିମୟ କରିବି। ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହ ବ୍ୟକ୍ତିଗତ ଭାବେ କ୍ୱାଡ ଲିଡର ସମ୍ମିଳନୀରେ ଯୋଗ ଦେବି।”