Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ଡ୍ରେସ୍‌, ଜୋତା ବାବଦରେ ଦିଆଯାଉଥିବା ସରକାରଙ୍କ ଅନୁଦାନ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ଦାବି

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ନିମ୍ନଲିଖିତ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଡ୍ରେସ୍ ଓ ଜୋତା ଗୁଡ଼ିକ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ସିଧା ସେମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା ଦାବିରେ ମହାସଂଘ ପକ୍ଷରୁ ଏକ ପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରାଯାଇଛି।

ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ ଏକ ପ୍ରେସ୍ ଇସ୍ତାହାର ଜରିଆରେ କହିଛନ୍ତି ଯେ, ରାଜ୍ୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏସ୍‌.ଏସ୍‌.ଜି. ଗ୍ରୁପ୍ ମାଧ୍ୟମରେ ପିଲାଙ୍କୁ ଡ୍ରେସ୍ ଓ ଜୋତା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। କାରଣ ବର୍ତ୍ତମାନ କୋଭିଡ଼ର ଭୟାବହତା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଏମିତି କରିବା ଦ୍ୱାରା ପିଲାମାନଙ୍କୁ ଖୋଜି ବାହାର କରି ସମସ୍ତଙ୍କୁ ଡ୍ରେସ୍ ଓ ଜୋତା ବାଣ୍ଟିବା ସମ୍ଭବପର ହେବନି। ସେଥିପାଇଁ ସିଧା ପିଲାମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଗଲେ ସେମାନେ ନିଜେ ତାଙ୍କ ସୁବିଧା ଅନୁସାରେ ସ୍ଥାନୀୟ ବଜାରରୁ ଡ୍ରେସ୍ କିଣିପାରିବେ।

ଅପରପକ୍ଷରେ ଏସ୍‌.ଏସ୍‌.ଜି. ଗ୍ରୁପ୍‌ମାନେ ନିଜେ ସିଲାଇ କରି ବିତରଣ ପାଇଁ ସରକାରୀ ନିୟମ ଥିବାବେଳେ ସେମାନେ ନିଜେ ନକରି ବଜାରରୁ କିଣୁଛନ୍ତି। ଯାହାଦ୍ୱାରା ମଧ୍ୟସ୍ଥି କମିଶନ ବାବଦରେ ସରକାରୀ ଅର୍ଥର ବାଟମାରଣ ହେବା ସହିତ ନିମ୍ନମାନର ଜିନିଷ ମିଳୁଥିବା ଅଭିଯୋଗ ହୋଇଛି ଓ ଅନେକ ଗରିବ ଛାତ୍ରଛାତ୍ରୀ ସୁବିଧାରୁ ବଞ୍ôଚତ ହେଉଛନ୍ତି ବୋଲି ଶ୍ରୀ ଆଚାରୀ ଅଭିଯୋଗ କରିଛନ୍ତି। ଏଣୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ପ୍ରାଥମିକ ଶିକ୍ଷା ବିକାଶରେ ମଧ୍ୟସ୍ଥି ପ୍ରଥା ଉଚ୍ଛେଦ ପାଇଁ ମହାସଂଘ ପକ୍ଷରୁ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ

ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ଲୋକାର୍ପଣ ସମାରୋହ ତଥା ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ୟୁନିଟ-୪ସ୍ଥିତ ମା’ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଗଢି ଉଠିଥିବା ଏହି ଗଣସଂଗଠନ ବିଗତ ଏକବର୍ଷ ହେବ ତାର ସଂଗ୍ରାମ ଜାରି ରଖିଛି।

ସରକାରୀସ୍ତରରେ ୧୮୬୦ ଆଇନରେ ପଞ୍ଜିକୃତ ହେବା ପରେ ଏହି ସଂଗଠନର ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୦.୩.୨୦୨୧ ରିଖରେ ସଂଗଠନର ରାଷ୍ଟ୍ରୀୟ ସଭାପତି ପ୍ରଦିପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କୈଳାସ ଚନ୍ଦ୍ର ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ଦେବାଶିଷ ମିଶ୍ର, ଭକ୍ତଚରଣ ରାୟ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଂଗଠନିକ ସମ୍ପାଦକ ଆଶିଷ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ଆଗାମୀ ଦିନରେ ମହାସଂଘର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ମହାସଂଘର ଆଭିମୁଖ୍ୟ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଚିଠା ପ୍ରସ୍ତାବ ମହାସଂଘର ସାଧାରଣ ସମ୍ପାଦକ କେ. ବାଲାରାଜୁ ଆଚାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବେଳେ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟବିତ୍ତ ପରିବାରର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଚିହ୍ନଟ କରି ଏକ ତାଲିକା ପ୍ରକାଶ କରନ୍ତୁ, ସେମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ତଥା ଜୀବନ ଜୀବିକା ପାଇଁ ଏକ ଆଇନ ଆଣନ୍ତୁ ଏବଂ ଏକ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସ୍ଥିତି ଅନୁସାରେ ବର୍ଗୀକରଣ କରାଯାଉ, କେତେକ ମଧ୍ୟବିତ୍ତ ରାସନ କାର୍ଡ଼, ବିପିଏଲ୍ କାର୍ଡ଼, ଶ୍ରମିକ କାର୍ଡ଼ ପାଇବାରୁ ବଂଚିତ ହୋଇଛନ୍ତି। ସେମାନଙ୍କୁ ପକ୍ଷପାତ ନକରି ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ୬ ମାସ ପାଇଁ ବିଜୁଳି ଦେୟ, ଜଳକର ଛାଡ଼ କରାଯିବା ସହ ପରିବାରକୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯାଉ, ୨୦୧-୪୦୧ ୟୁନିଟ ପ୍ରର୍ଯ୍ୟନ୍ତ ବିଜୁଳି ବ୍ୟବହାରକାରୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉ, ମଧ୍ୟବିତ୍ତ ପରିବାର ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବେସରକାରୀ ବିଦ୍ୟାଳୟରେ ପଢ଼ୁôଥବା ଛାତ୍ରଛାତ୍ରୀଙ୍କ ସମସ୍ତ ଫି’ ଛାଡ଼ କରିବା ସହ ମାସକୁ ୧ହଜାର ଆର୍ଥିକ ସହାୟତା ଦିଆଯାଉ, ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାଧ୍ୟମରେ ଶିକ୍ଷାଋଣ ପ୍ରଦାନ କରାଯାଉ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦିଆଯାଉ ଏବଂ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ମାସକୁ ସର୍ବନିମ୍ନ ୫ହଜାର ବେକାରୀ ଭତ୍ତା ସରକାର ଦିଅନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ସରକାରୀ ବା ବେସରକାରୀ ଚିକିତ୍ସାଳୟରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ, ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଜୀବିକା ହରାଇଥିବା ସମସ୍ତ ଆଇନଜୀବୀଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉ, ମନ୍ଦିର, ଦେବାନୁଷ୍ଠାନରେ କାମ କରୁଥିବା ପୂଜକଙ୍କୁ ମାସିକ ନିମ୍ନନିମ୍ନ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା କରନ୍ତୁ। ସ୍ମାରକପତ୍ର ଦେବା ସମୟରେ ଉପଦେଷ୍ଟା ପ୍ରଣବ କୁମାର ପଣ୍ଡା, ଜାତୀୟ ସଂପାଦକ କେ. ବାଲରାଜୁ ଆଚାରୀ, ରାଜେନ୍ଦ୍ର ପଣ୍ଡା, ପ୍ରଫୁଲ କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।