Categories
ଆଜିର ଖବର ରାଜ୍ୟ ଖବର

ମଦନ ଦାସ ଦେବୀଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପୂର୍ବତନ ସହ ସରକାର୍ଯ୍ୟବାହ ମଦନ ଦାସ ଦେବୀଙ୍କ ୮୧ ବର୍ଷ ବୟସରଙ୍କ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସ୍ୱର୍ଗତଃ ମଦନ ଜୀଙ୍କ ବାଙ୍ଗାଲୋରଠାରେ ନିଧନ ଘଟିଛି। ସ୍ୱର୍ଗତଃ ମଦନଜୀ ତାଙ୍କ ଜୀବଦଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ବାବେ ଏକ ସଶକ୍ତ ଛାତ୍ର ଓ ଶିକ୍ଷକ ସଂଗଠନ ଗଢି ତୋଳିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

ପରବର୍ତୀ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ପ୍ରଚାରକ ଭାବେ କାର୍ଯ୍ୟାରମ୍ଭ କରି ସହ ସରକାର୍ଯ୍ୟବାହ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଅନେକ ଛାତ୍ର ଓ ଯୁବକ ରାଷ୍ଟ୍ର ସେବା ପାଇଁ ପ୍ରେରଣା ପାଇଥିଲେ। ସ୍ୱର୍ଗତଃ ମଦନଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତି କରିଛନ୍ତି।

ରାଷ୍ଟ୍ର ସେବାରେ ସମର୍ପିତ ସ୍ୱର୍ଗତ ମଦନ ଜୀ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶୋକ ବ୍ୟକ୍ତ କରି ଶ୍ରୀ ସାମଲ କହିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ତାଙ୍କ ଆତ୍ମୀୟ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ଆରଏସ୍ଏସ୍ ଏବଂ ଦି ବ୍ଲଡ଼ ଡୋନର୍ସ ଓଡିଶା ପକ୍ଷରୁ ସୋରଣ ଗ୍ରାମରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍ଏସ୍)ଏବଂ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ମିଳିତ ଆନୁକୂଲ୍ୟରେ ୰ସ୍ବର୍ଗତ ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୌରଭ ରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟିତ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ସହ ଏହି ମହାମାରୀ ଠାରୁ ବିଜୟ ଲାଭ କରିବା ପାଇଁ ବ୍ଲଡ଼ ବ୍ୟାଙ୍କର ମୂଖ୍ୟ ଲାବୋରେଟୋରି ଟେକ୍ନିସିଆନ ଅରୁଣ ସାହୁ ଜନସମାଜକୁ ଆହ୍ଵାନ କରିଥିଲେ।

ସେଇଭଳି ଭାବେ ସାରା ଦେଶ ଉକ୍ତ ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ମରଣର ଦୋଛକିରେ ଲଢେଇ କରୁଥିବାବେଳେ ଉକ୍ତ ରକ୍ତଦାନ ଶିବିର ଆୟୋଜନ କରିବା ନିଶ୍ଚିତ ଭାବେ ଫଳପ୍ରଦ ହୋଇପାରିବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ସେବା ପ୍ରମୂଖ ସୁକାନ୍ତ ବେହେରା ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ଅନ୍ୟତମ ସହଯୋଗୀ ‘ଦି ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ରାଜ୍ୟ ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର କରୋନା ମହାମାରୀ ସମୟରେ ସମସ୍ତ ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଥିଲେ। ତେବେ ଉକ୍ତ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ଦ୍ଵାରା ବହୁ ଅମୂଲ୍ୟ ଜୀବନ ବଞ୍ଚିବା ସହ ଅଞ୍ଚଳବାସୀଙ୍କ ଏପରି ମହାନ୍ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ନକୁଳ ବେହେରା, ସନ୍ତୋଷ ସାହୁ, ତପନ ସାହୁ,ଶୁଶାନ୍ତ ବେହେରା, ସୁଧାଂଶୁ ବେହେରା, ରଞ୍ଜିତ କୁମାର ସାହୁ, ଦୀପକ କୁମାର ବେହେରା ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଟା ଏଣ୍ଟ୍ରି ଅପରେଟର ଅମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ।