Categories
ଆଜିର ଖବର ସିନେମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଗ୍ରାମି ବିଜେତା ରିକି କେଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମି ବିଜେତା ଭାରତୀୟ ସଂଗୀତଜ୍ଞ ରିକି କେଜଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଙ୍ଗୀତ ପ୍ରତି ଆପଣଙ୍କର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ରିକି କେଜ୍‍ ଙ୍କୁ ଭେଟି ବହୁତ ଖୁସି! ସଂଗୀତ ପ୍ରତି ତୁମର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି । ତୁମର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।”