Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପୂରଣ ହେବ ଘର କିଣିବାର ସ୍ୱପ୍ନ, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ସବୁଠାରୁ ଶସ୍ତା ଘର ଋଣ

ନୂଆଦିଲ୍ଲୀ: ନିକଟରେ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କ୍ରମାଗତ ଷଷ୍ଠ ଥର ରେପୋ ହାର ବୃଦ୍ଧି କରିଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ରେପୋ ରେଟ ଆଧାରରେ 25 ଆଧାର ପଏଣ୍ଟ ବୃଦ୍ଧି ଘୋଷଣା କରିବା ପରେ ଅନେକ ବ୍ୟାଙ୍କ ସେମାନଙ୍କ ଘର ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ସୁଧ ହାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ, ବର୍ତ୍ତମାନ ଘର ଋଣ ନେବା ମହଙ୍ଗା ହୋଇଛି। ସାଧାରଣ ଲୋକଙ୍କୁ ବର୍ତ୍ତମାନ ତୁଳନାରେ ଋଣ ନେବା ଉପରେ ସୁଧର ଭାର ବଢିଛି। ଏପରି ପରିସ୍ଥିତିରେ, ଯଦି ଆପଣ ଘର ଋଣ ନେଇ ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ସମସ୍ତ ବ୍ୟାଙ୍କର ଘର ଋଣ ସୁଧ ହାର ବିଷୟରେ ବିସ୍ତୃତ ଭାବରେ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଗ୍ରାହକଙ୍କୁ 8.55 ରୁ 9.20 ପ୍ରତିଶତ ହାରରେ ଘର ଋଣ ପ୍ରଦାନ କରୁଛି। ଏଥିରେ ବିଶେଷ କଥା ହେଉଛି ମାର୍ଚ୍ଚ 2023 ପର୍ଯ୍ୟନ୍ତ, PNB ରୁ ଘର ଋଣ ନେବା ପାଇଁ କୌଣସି ପ୍ରକ୍ରିୟାକରଣ ଶୁଳ୍କ ରହିବ ନାହିଁ। ଯେଉଁଥିପାଇଁ ବ୍ୟାଙ୍କର ଗ୍ରାହକମାନେ କିଛି ଆଶ୍ଵସ୍ତି ପାଇବେ।

ଅନ୍ୟପକ୍ଷରେ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବିଷୟରେ କହିବାକୁ ଗଲେ ଏସବିଆଇ କିଛି ଦିନ ପୂର୍ବରୁ MCLR କୁ 0.10 ପ୍ରତିଶତ ବୃଦ୍ଧି କରିଛି। ଯାହା ପରେ ଏସବିଆଇର ଘର ଋଣ ସୁଧ ହାର ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ 8.60 ରୁ 10.45 ପ୍ରତିଶତ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରୁଛି। ଏହା ସହିତ ଷ୍ଟେଟ ବ୍ୟାଙ୍କରୁ ଘରୋଇ ଋଣ 0.15% ରୁ 0.25% ପର୍ଯ୍ୟନ୍ତ ପ୍ରୋସେସିଂ ଚାର୍ଜ କରାଯାଏ, ଯେଉଁଥିରେ ଜିଏସ୍ଟି ଅନ୍ତର୍ଭୁକ୍ତ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୁଣି ଥରେ ରେପୋ ରେଟ୍ ବୃଦ୍ଧି କଲା ଆରବିଆଇ, ବିଭିନ୍ନ ମହଲରେ ପ୍ରତିକ୍ରିୟା

ମୁମ୍ବାଇ: ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ଆଜି ଆରବିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି ବୋଲି କୁହାଯାଇଛି। ଏଥିରେ ୫୦ ବେସିସ୍ ପଏଣ୍ଟ ବଢିଛି ରେପୋ ରେଟ୍। ଯାହାଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତରେ ପହଞ୍ଚିଛି।

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ତିନି ମାସର ସ୍ବଳ୍ପ ଅବଧି ମଧ୍ୟରେ ଏହା ତୃତୀୟ ଥର ପାଇଁ ବୃଦ୍ଧି ପାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇବା ଅର୍ଥ ଇଏମଆଇ ଏବଂ ଋଣ ମହଙ୍ଗା ହେବ। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଜାରି ରଖିଛନ୍ତି। ଏହାସତ୍ତ୍ବେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଶକ୍ତିକାନ୍ତ ଦାସ।

ବିଶ୍ବର ବର୍ତ୍ତମାନ ସ୍ଥିତି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧ ହାର ହ୍ରାସ କରିଛି ଆଇଏମଏଫ। ୨୦୨୩ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ରହିବା ନେଇ ଅଭିବୃଦ୍ଧି ଆକଳନ କରାଯାଇଛି। ଏହାସହିତ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆରବିଆଇ ମୋନିଟାରୀ ପଲିସର ଘୋଷଣା: ଅପରବର୍ତ୍ତିତ ରହିଲା ରିପୋ ରେଟ୍

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରଥମ ମୋନିଟାରୀ ପଲିସର ଘୋଷଣା କରିଛି। ଦେଶରେ କରୋନା ସଂକ୍ରମଣ ବଢିବା ଭିତରେ ଆରବିଆଇର ମୁଦ୍ରା ନୀତି ସମିତି ଆର୍ଥିକ ବର୍ଷ ୨୦୨୧-୨୨ ପ୍ରଥମ ମୁଦ୍ରା ସମୀକ୍ଷାରେ ରିପୋ ରେଟର କୌଣସି ପରିବର୍ତ୍ତନ କରି ନାହିଁ। ରିଭର୍ସ ରିପୋ ରେଟ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି।

ଏହାସହିତ ଜିଡିପି ଦରରେ କୌଣସି ପରିବର୍ତ୍ତନ ହେବା ଆକଳନ କରାଯାଇନାହିଁ। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆରବିଆଇ ଆର୍ଥିକ ବୃଦ୍ଧିର ଲକ୍ଷ୍ୟ ୧୦.୫ରେ ଅପରବର୍ତ୍ତିତ ରଖିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜରୁରୀ କାମ ଥିଲେ ଧ୍ୟାନ ଦିଅନ୍ତୁ: ୨୭ ତାରିଖଠାରୁ ୪ ଏପ୍ରିଲ୍ ଯାଏଁ ୭ ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: କେବଳ ୯ ଦିନ ମଧ୍ୟରୁ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା ୨୭ ତାରିଖଠାରୁ ୪ ଏପ୍ରିଲ ମଧ୍ୟରେ ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ ଦିନ ବ୍ୟାଙ୍କ ଛୁଟି ରହିବ। ସେଥିପାଇଁ ଏହା ଭିତରେ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ୨୭ ତାରିଖ ପୂର୍ବରୁ କାମ ଶେଷ କରିଦିଅନ୍ତୁ।

ଜାଣନ୍ତୁ କେଉଁ ତାରିଖରେ କଣ ପାଇଁ ବନ୍ଦ ରହିବ ବ୍ୟାଙ୍କ:

୧- ୨୭ ତାରିଖ- ମାସର ଚତୁର୍ଥ ଶନିବାର

୨- ୨୮ ତାରିଖ- ରବିବାର

୩- ୨୯ ତାରିଖ- ହୋଲି

୪- ୩୦ ତାରିଖ- କେବଳ ବିହାରରେ ହୋଲି ଉପଲକ୍ଷେ ବନ୍ଦ ରହିବ, ବାକି ସବୁ ସ୍ଥାନରେ ଖୋଲା ରହିବ।

୫- ୩୧ ତାରିଖ- ଆର୍ଥିକ ବର୍ଷର ଶେଷ ଦିନ

୬- ୧ ଏପ୍ରିଲ- କ୍ଳୋଜିଙ୍ଗ ଅଫ ଆକାଉଣ୍ଟସ୍ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଛୁଟି ଘୋଷଣା

୭- ୨ ଏପ୍ରିଲ- ଗୁଡ଼ ଫ୍ରାଇ ଡେ

୮- ୪ ଏପ୍ରିଲ- ରବିବାର।