Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧ ରୁ ବିଧାନସଭା ମୌସୁମୀ ଅଧିବେଶନ: ୪୯୩ ଜଣଙ୍କ ମଧ୍ୟରୁ ୨ ଜଣ ପଜେଟିଭ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ସେଥିପାଇଁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କୁ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଅଧିବେଶନରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୪୯୩ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ୨ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଥର ମୌସୁମୀ ଅଧିବେଶନ ଦୈନିକ ୫ ଘଣ୍ଟା ଚାଲିବ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ।  ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କରୋନା ଲଢେଇ ଜିତିଲେ ଅଭିନେତା ମିଲିନ୍ଦ ସୋମନ: ଆକ୍ରାନ୍ତ ପରେ ପିଉଥିଲେ ଏକ ସ୍ଵତନ୍ତ୍ର କାଢା

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟିମାନେ ଏହି ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର, ଭିକି କୌଶଳ, ଭୂମୀ ପଡେନକର, ରଣବୀର କପୁରଙ୍କ ସମେତ ଅନେକ ଅଭିନେତା ଏବଂ ଅଭିନେତ୍ରୀ କରୋନାରେ ସଂକ୍ରମଣ ହୋଇଛନ୍ତି। ସେହିପରି ଅଭିନେତା ମିଲିନ୍ଦ ସୋମନ କରୋନାରେ ପଜିଟିଭ ହୋଇ ପୃଥକବାସରେ ରହୁଥିଲେ। ବର୍ତ୍ତମାନ ତାଙ୍କର କୋରୋନ ରିପୋର୍ଟ ନେଗେଟିଭ ଆସିଛି। ମିଲିନ୍ଦ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ତେବେ କ୍ଵାରେଣ୍ଟିନ ସମୟରେ ସେ ଏକ ସ୍ଵତନ୍ତ୍ର କାଢା ତିଆରି କରି ପିଉଥିଲେ ବୋଲି କହିଛନ୍ତି। ମିଲିନ୍ଦ ଧନିଆ, ଗୋଲ ମରିଚ, ତୁଳସୀ, ଅଦା ଏବଂ ଗୁଡକୁ ମିଶାଇ ଏକ କାଢା ତିଆରି କରୁଥିଲେ। ଏବଂ ସେ କ୍ଵାରେଣ୍ଟିନ ସମୟରେ ଲଗାତାର ସେହି କାଢାକୁ ପିଉଥିଲେ ବୋଲି ମିଲିନ୍ଦ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭିସୁଟରେ ୨୫ ଜଣ ଛାତ୍ରଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ ଥିଲା: ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ

ଭୁବନେଶ୍ବର: ବୁର୍ଲାସ୍ଥିତ ଭିସୁଟରେ ୨୫ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଭୁଲ ବୋଲି କୁହାଯାଇଛି। ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ହେଲେ ତାହା ଭୁଲ ରିପୋର୍ଟ ଏବଂ ଏହି ପରୀକ୍ଷା କିଟ ଖରାପ ଥିବାରୁ ଏଭଳି ଭୁଲ ରିପୋର୍ଟ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ଭିସୁଟରେ କେହି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ପୁନର୍ବାର ଆରଟିପିସିଆର ଟେଷ୍ଟ ପରେ ସମସ୍ତ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି।