ଆସନ୍ତା ୧ ରୁ ବିଧାନସଭା ମୌସୁମୀ ଅଧିବେଶନ: ୪୯୩ ଜଣଙ୍କ ମଧ୍ୟରୁ ୨ ଜଣ ପଜେଟିଭ ଚିହ୍ନଟ

Published: Aug 30, 2021, 2:16 pm IST

ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ସେଥିପାଇଁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କୁ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଅଧିବେଶନରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୪୯୩ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ୨ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏଥର ମୌସୁମୀ ଅଧିବେଶନ ଦୈନିକ ୫ ଘଣ୍ଟା ଚାଲିବ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ।  ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ।

Related posts