Categories
ଆଜିର ଖବର ଜାତୀୟ ଖବର

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ଆଶ୍ଵସ୍ତି, ବିଦେଶ ଯିବାକୁ ମିଳିଲା ଅନୁମତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ କୋର୍ଟରୁ ଆଶ୍ଵସ୍ତି ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଆବୁଧାବିରେ ଥିବା ଭାରତୀୟ ଦୂତାବାସରେ ରିୟାଙ୍କୁ ଦୈନିକ ହାଜିର ହେବାକୁ ପଡିବ ଏବଂ ଜୁନ୍ 6 ତାରିଖରେ କୋର୍ଟରେ ସେହି ଉପସ୍ଥାନ ସିଟ୍ ପ୍ରସ୍ତୁତ କରିବାକୁ ପଡିବ। ଏହା ସହିତ ତାଙ୍କୁ ଅତିରିକ୍ତ ସୁରକ୍ଷା ଭାବରେ କୋର୍ଟର ରେଜିଷ୍ଟ୍ରିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ରିୟାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ​​ଏବଂ ଏହି କାରଣରୁ ତାଙ୍କ ପାସପୋର୍ଟ ମଧ୍ୟ ଜମା କରାଯାଇଥିଲା। ରିୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ, ରିୟାଙ୍କୁ ଆଇଆଇଏଫ୍ ପୁରସ୍କାର ପାଇଁ ଜୁନ୍ ୨ ତାରିଖରୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଆବୁଧାବି ଯିବାକୁ ପଡିବ, ଯେଉଁଥିପାଇଁ ତାଙ୍କୁ ପାସପୋର୍ଟ ଦିଆଯାଉ।

Categories
ଆଜିର ଖବର ଜାତୀୟ ଖବର

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ଉଚ୍ଚନ୍ୟାୟାଳୟରୁ ମିଳିଲା ଜାମିନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟରୁ ମିଳିଲା ଜାମିନ। ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ହେଲେ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତେବେ ରିୟାଙ୍କୁ ଏକ ଲକ୍ଷ ଟଙ୍କା ଓ ପାସପୋର୍ଟ ଜମା କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛି। ଏହା ସହିତ ବମ୍ବେ ସହରରୁ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୯ ତାରିଖରେ ରିୟାଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି  ଗିରଫ କରିଥିଲା। ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି।