ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ଆଶ୍ଵସ୍ତି, ବିଦେଶ ଯିବାକୁ ମିଳିଲା ଅନୁମତି

Published: Jun 1, 2022, 6:17 pm IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ କୋର୍ଟରୁ ଆଶ୍ଵସ୍ତି ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଆବୁଧାବିରେ ଥିବା ଭାରତୀୟ ଦୂତାବାସରେ ରିୟାଙ୍କୁ ଦୈନିକ ହାଜିର ହେବାକୁ ପଡିବ ଏବଂ ଜୁନ୍ 6 ତାରିଖରେ କୋର୍ଟରେ ସେହି ଉପସ୍ଥାନ ସିଟ୍ ପ୍ରସ୍ତୁତ କରିବାକୁ ପଡିବ। ଏହା ସହିତ ତାଙ୍କୁ ଅତିରିକ୍ତ ସୁରକ୍ଷା ଭାବରେ କୋର୍ଟର ରେଜିଷ୍ଟ୍ରିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ରିୟାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ​​ଏବଂ ଏହି କାରଣରୁ ତାଙ୍କ ପାସପୋର୍ଟ ମଧ୍ୟ ଜମା କରାଯାଇଥିଲା। ରିୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ, ରିୟାଙ୍କୁ ଆଇଆଇଏଫ୍ ପୁରସ୍କାର ପାଇଁ ଜୁନ୍ ୨ ତାରିଖରୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଆବୁଧାବି ଯିବାକୁ ପଡିବ, ଯେଉଁଥିପାଇଁ ତାଙ୍କୁ ପାସପୋର୍ଟ ଦିଆଯାଉ।

Related posts