Categories
ଆଜିର ଖବର ଜାତୀୟ ଖବର

ଉତ୍କଳିକା ଦ୍ୱାରା ଅତିଥି ଗୃହର ଶୁଭ ଉଦ୍‌ଘାଟନ: ଓଡ଼ିଶାର ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ବୁଧବାର ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସିଥାନ୍ତି । ସ୍ୱଳ୍ପକାଳ ରହଣି ନିମନ୍ତେ କମ୍‌ ଦରରେ ରାତି୍ରଯାପନ ପାଇଁ ଏକ ନିର୍ଭରଯୋଗ୍ୟ ଅତିଥି ଗୃହର ଆବଶ୍ୟକତାକୁ ଅନୁଭବ କରି ଏହି ଅତିଥି ଗୃହର ନିର୍ମାଣ କରାଯାଇଛି । ଓଡ଼ିଶାର ସମସ୍ତ ବୁଣାକାର ଓ କାରିଗରମାନେ ଭୁବନେଶ୍ୱର ଗସ୍ତ ସମୟରେ ଏହି ଅତିଥି ଗୃହର ସୁବିଧା ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶାପ୍ରକାଶ କରିଥିଲେ ।

ମଞ୍ଚେଶ୍ୱରସ୍ଥିତ ଏହି ଅତିଥି ଭବନରେ ନିର୍ଦ୍ଧାରିତ ମୂଲ୍ୟରେ ଜଣେ ବୁଣାକାର ବା କାରିଗର ରାତି୍ରଯାପନ କରିପାରିବେ ଓ ସର୍ବାଧିକ ୭ ଦିନ ରହି ପାରିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଶୀତତାପ ନିୟନ୍ତ୍ରିତ କୋଠରି, ଶଯ୍ୟା ଓ ପରିଷ୍କାର ଶୌଚାଳୟ ସହିତ ପାନୀୟ ଜଳ ଉପଲବ୍ଧ କରାଯାଇଛି। ପୁରୁଷ ଓ ମହିଳା କାରିଗରମାନଙ୍କ ନିମନ୍ତେ ପୃଥକ ଗୃହର ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ସମେତ ସସ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଉତ୍କଳିକା ଏହି ଅତିଥି ଗୃହର ପରିଚାଳନା ଦାୟିତ୍ୱ ନେଇଛି।

ଏହି ଅତିଥି ଭବନ ଉଦ୍‌ଘାଟନ ସମୟରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ସଭାପତି ସୁଦର୍ଶନ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା କଲ୍ୟାଣୀ ପଟ୍ଟନାୟକ ଏହି ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ରଜ ମହୋତ୍ସବ’ ଉପଲକ୍ଷେ ‘ବୟନିକା’ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉପିାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷର୍ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଏହି ଯୋଜନାରେ ‘ବୟନିକା’ ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି। ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆଜି ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ସମ୍ମାନିତ ଅତିଥି ରୂପେ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ବୟନଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ, ବୟନିକାର ପରିଚାଳନା ନିର୍ଦ୍ଦେଶକ ମିଲି ସାମନ୍ତରାୟ ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି। ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ। ଅବଶିଷ୍ଟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନ କାରୀ, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର ଓ କର୍ଣ୍ଣାଟକର ସିá ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି। ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ହସ୍ତତନ୍ତ ମେଳା-୨୦୨୨

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜିତ ହୋଇଛି। ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି।ଏହି ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକାର ପଦାଧିକାରୀବୃନ୍ଦ ଯୋଗ ଦେଇଥିଲେ।

ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି। ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କୁ ପ୍ରଦର୍ଶନୀ ନିମନ୍ତେ ଦିଆଯାଇଛି। ଅନ୍ୟ ୧୦୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ହରିୟାନା ଏବଂ ଓଡ଼ିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍‌ ପାଟଶାଢ଼ି, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ଶିá ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକି୍ର ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ର କଡ଼ାକଡ଼ି ଅନୁପାଳନ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଏଠାରେ ଦେଶର ସମସ୍ତ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହ ପାରମ୍ପରିକ ଖାଦ୍ୟ, ଖେଳକୁଦ ଓ ପ୍ରତ୍ୟେକ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ବହୁସଂଖ୍ୟାରେ ଯୋଗଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଗତବର୍ଷ ଏହି ମେଳାରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ପୂଜା ଉପଲକ୍ଷେ ୧୨ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। ଏହି ମେଳାକୁ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି।