Categories
ଆଜିର ଖବର ଜାତୀୟ ଖବର

ମନ୍ କୀ ବାତ ଉପରେ ଗବେଷଣା କରି ଅନୁସନ୍ଧାନକୁ ସେୟାର କରିଥିବାରୁ ଖୁସିବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ଉପରେ ଅନେକ ଲୋକ ବ୍ୟାପକ ଗବେଷଣା କରିଥିବା ଏବଂ ସେମାନଙ୍କର ଅନୁସନ୍ଧାନକୁ ଜନସାଧାରଣଙ୍କ ସହ ବାଣ୍ଟିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି।

ସେ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ’ ଶୀର୍ଷକ ଏକ ପୁସ୍ତକ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ମନ୍ କି ବାତ୍ କିପରି ସାମାଜିକ ପରିବର୍ତ୍ତନ ପାଇଁ ଏକ ମାଧ୍ୟମ ପାଲଟିଛି ତାହା ଦର୍ଶାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ମୁଁ ଖୁସି ଯେ ବର୍ଷ ବର୍ଷ ଧରି ଅନେକ ଲୋକ ମନ କି ବାତ୍ ଉପରେ ବ୍ୟାପକ ଅନୁସନ୍ଧାନ କରିଛନ୍ତି ଏବଂ ସେମାନଙ୍କର ଅନୁସନ୍ଧାନ ତଥ୍ୟକୁ ଲୋକଙ୍କ ସହ ବାଣ୍ଟିଛନ୍ତି। ଅନ୍ୟ ଏକ ପ୍ରୟାସ ହେଉଛି ବ୍ଲୁ କ୍ରାଫ୍ଟ ଡିଜିଟାଲ ଫାଉଣ୍ଡେସନ ଦ୍ୱାରା ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ’ ପୁସ୍ତକ, ଯାହା ଦର୍ଶାଇଛି ଯେ ଏହି କାର୍ଯ୍ୟକ୍ରମ କିପରି ସାମାଜିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି। ଏହି କାମ ପାଇଁ ସେମାନଙ୍କୁ ଅଭିନନ୍ଦନ। “

Categories
ଆଜିର ଖବର ଜାତୀୟ ଖବର

୯ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ତାହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରି ଏକ ଅଧ୍ୟୟନ ସେୟାର କରିଛନ୍ତି।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇଆଇଏମ୍ ବେଙ୍ଗାଲୁରୁ ର ଏକ ଗବେଷଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ୧୦୫ଟି ଏପିସୋଡର ପ୍ରଭାବକୁ ବିଶ୍ଳେଷଣ କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଆଜି ‘ମନ୍ କି ବାତ୍’କୁ ୯ ବର୍ଷ ପୂରିବା ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ଏହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ କିପରି ଏହି ମାଧ୍ୟମରେ ଅନେକ ଜୀବନ ଯାତ୍ରା ଏବଂ ସାମୂହିକ ପ୍ରୟାସ ପାଳନ କରିଛୁ।‘‘

Categories
ଜାତୀୟ ଖବର ବିଶେଷ ଖବର

Mann Ki Baat କାର୍ଯ୍ୟକ୍ରମରେ ଓଡିଶାର ତିନି ଜଣଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ ଓଡିଶାର ତିନି ଜଣଙ୍କ କାମକୁ ସେ ପ୍ରଶଂସା କରିଛନ୍ତି। ପ୍ରତିମାସର ଶେଷ ରବିବାରରେ ପ୍ରସାରଣ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଏଥର ମୋଦି ପରିବେଷ, ସ୍ବାସ୍ଥ୍ୟ ଏବଂ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି 75 ବର୍ଷର ଭାରତ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଅମୃତ ଉତ୍ସବ ଉପରେ ମଧ୍ୟ ସେ ଅବଗତ କରାଇଛନ୍ତି।

ତାଙ୍କର ଭାଷଣରେ ମୋଦି ଓଡିଶାର କେନ୍ଦ୍ରାପଡାର ବିଜୟ କୁମାର କବି ଏବଂ ପାରାଦୀପର ଅମେଶ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ଯେ, କେନ୍ଦ୍ରାପଡାର ବିଜୟ କୁମାର କବି ସମୁଦ୍ର କୂଳରେ 25 ଏକର ସ୍ଥାନରେ ହେନ୍ତାଳ ବନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦ୍ରପଡା ଏକ ଉପକୂଳ ଜିଲ୍ଲା ହୋଇଥିବାରୁ ସେଠାରେ ସମୁଦ୍ର କୂଳ ଖାଇବାରେ ଲାଗିଛି। ବିଜୟ ଅନୁଭବ କଲେ ଯେ, ପ୍ରକୃତିର ତାଣ୍ଡବକୁ କେବଳ ପ୍ରକୃତି ହିଁ ରକ୍ଷା କରିପାରିବ। ସେହି ଉଦ୍ଦେଶ୍ୟ ନେଇ ସେ 12 ବର୍ଷ ତଳେ ଏହି ଉଦ୍ୟମ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ହେନ୍ତାଳ ବନ ସେହି ଗ୍ରାମଗୁଡିକୁ ସୁରକ୍ଷା ଦେଉଛି।

ଅନ୍ୟ ଏକ ଉଦାହରଣ ଦେଇ ମୋଦି ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ପାରାଦ୍ବୀପର ଇଂଜିନିୟର ଅମେରଶ ସାମନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରପଡାର ବିଜୟଙ୍କ ପରି ଅମେରଶ ମଧ୍ୟ ଅନୁରୂପ ଉଦ୍ୟମ କରିଛନ୍ତି। ତାଙ୍କ ଅଞ୍ଚଳ ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ। ତାଙ୍କ ଗାଁ ଆଡକୁ ମଧ୍ୟ ସମୁଦ୍ର କୂଳ ଖାଇ ପଶିବାରେ ଲାଗିଛି। ତାହାକୁ ରୋକିବା ପାଇଁ ଅମେରଶ ଜୀ ସେହି କୂଳରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିଛନ୍ତି। ଯାହା ବର୍ତ୍ତମାନ ସେହି ଅଞ୍ଚଳର ଗାଁକୁ ସୁରକ୍ଷା ଦେଉଛି। ଏହି ଦୁଇ ଜଣଙ୍କ କାମକୁ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ।

ସେହିପରି ଭୁବନେଶ୍ବରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ମଧ୍ୟ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଛନ୍ତି ମୋଦି। ସେ କହିଛନ୍ତି ଯେ ଭୁବନେଶ୍ବରର ପୁଷ୍ପା ଶୁକ୍ଲା ଟୀକାକରଣ ନେଇ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, କୋଭିଡ ଟୀକା କରଣକୁ ନେଇ ବରିଷ୍ଠମାନଙ୍କ ଉତ୍ସାହ ସଂପର୍କରେ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ କହିବା ଉଚିତ। ସେ ନେଇ କେତେକ ଶହେ ବର୍ଷର ବୃଦ୍ଧବୃଦ୍ଧା କିପରି ଟୀକା ନେଉଛନ୍ତି ତାହାର ଫଟୋ ମଧ୍ୟ ଦେବା ଉଚିତ। କୋଭିଡ ଟୀକାକରଣ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ବରିଷ୍ଠମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। 100ରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନେ ମଧ୍ୟ ଟୀକାକରଣରେ ସାମିଲ ହୋଇଛନ୍ତି ତାହା ବଡ କଥା ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମ ପ୍ରତି ମାସ ଶେଷ ରବିବାରରେ ପ୍ରସାରଣ କରାଯାଇଥାଏ। ଆଜିର ମନ କି ବାତ ଥିଲା 75ତମ ସଂସ୍କରଣ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦିନ ଏଗାରଟାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ଆସନ୍ତାକାଲି ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଧାରାବାହିକ ରେଡିଓ କାର୍ଯ୍ୟକ୍ରମରେ ଆସିବେ। ଯାହାର ନାମ ରହିଛି ମନ୍ କି ବାତ୍। ଏହି ଅଲ ଇଣ୍ଡିଆ ରେଡିଓରେ ଦିନ ଏଗାରଟା ବେଲେ ସିଧା ପ୍ରସାରଣ କରାଯିବ। ଏଥିସହିତ ଡିଡି ରେ ମଧ୍ୟ ପ୍ରସାରଣ କରାଯିବ। ସେହିପରି ନରେନ୍ଦ୍ର ମୋଦୀ ମୋବାଇଲ ଆପରେ ମଧ୍ୟ ଏହାର ସିଧାପ୍ରସାର ଲୋକମାନେ ଶୁଣିପାରିବେ। ଏହି ମନ କି ବାତର ସିଧା ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।