Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Mann Ki Baat କାର୍ଯ୍ୟକ୍ରମରେ ଓଡିଶାର ତିନି ଜଣଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜାତୀୟ ଖବର

Mann Ki Baat କାର୍ଯ୍ୟକ୍ରମରେ ଓଡିଶାର ତିନି ଜଣଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

March 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mann Ki Baat କାର୍ଯ୍ୟକ୍ରମରେ ଓଡିଶାର ତିନି ଜଣଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ ଓଡିଶାର ତିନି ଜଣଙ୍କ କାମକୁ ସେ ପ୍ରଶଂସା କରିଛନ୍ତି। ପ୍ରତିମାସର ଶେଷ ରବିବାରରେ ପ୍ରସାରଣ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଏଥର ମୋଦି ପରିବେଷ, ସ୍ବାସ୍ଥ୍ୟ ଏବଂ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି 75 ବର୍ଷର ଭାରତ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଅମୃତ ଉତ୍ସବ ଉପରେ ମଧ୍ୟ ସେ ଅବଗତ କରାଇଛନ୍ତି।

ତାଙ୍କର ଭାଷଣରେ ମୋଦି ଓଡିଶାର କେନ୍ଦ୍ରାପଡାର ବିଜୟ କୁମାର କବି ଏବଂ ପାରାଦୀପର ଅମେଶ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ଯେ, କେନ୍ଦ୍ରାପଡାର ବିଜୟ କୁମାର କବି ସମୁଦ୍ର କୂଳରେ 25 ଏକର ସ୍ଥାନରେ ହେନ୍ତାଳ ବନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦ୍ରପଡା ଏକ ଉପକୂଳ ଜିଲ୍ଲା ହୋଇଥିବାରୁ ସେଠାରେ ସମୁଦ୍ର କୂଳ ଖାଇବାରେ ଲାଗିଛି। ବିଜୟ ଅନୁଭବ କଲେ ଯେ, ପ୍ରକୃତିର ତାଣ୍ଡବକୁ କେବଳ ପ୍ରକୃତି ହିଁ ରକ୍ଷା କରିପାରିବ। ସେହି ଉଦ୍ଦେଶ୍ୟ ନେଇ ସେ 12 ବର୍ଷ ତଳେ ଏହି ଉଦ୍ୟମ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ହେନ୍ତାଳ ବନ ସେହି ଗ୍ରାମଗୁଡିକୁ ସୁରକ୍ଷା ଦେଉଛି।

ଅନ୍ୟ ଏକ ଉଦାହରଣ ଦେଇ ମୋଦି ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ପାରାଦ୍ବୀପର ଇଂଜିନିୟର ଅମେରଶ ସାମନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରପଡାର ବିଜୟଙ୍କ ପରି ଅମେରଶ ମଧ୍ୟ ଅନୁରୂପ ଉଦ୍ୟମ କରିଛନ୍ତି। ତାଙ୍କ ଅଞ୍ଚଳ ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ। ତାଙ୍କ ଗାଁ ଆଡକୁ ମଧ୍ୟ ସମୁଦ୍ର କୂଳ ଖାଇ ପଶିବାରେ ଲାଗିଛି। ତାହାକୁ ରୋକିବା ପାଇଁ ଅମେରଶ ଜୀ ସେହି କୂଳରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିଛନ୍ତି। ଯାହା ବର୍ତ୍ତମାନ ସେହି ଅଞ୍ଚଳର ଗାଁକୁ ସୁରକ୍ଷା ଦେଉଛି। ଏହି ଦୁଇ ଜଣଙ୍କ କାମକୁ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ।

ସେହିପରି ଭୁବନେଶ୍ବରର ପୁଷ୍ପା ଶୁକ୍ଲା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ମଧ୍ୟ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଛନ୍ତି ମୋଦି। ସେ କହିଛନ୍ତି ଯେ ଭୁବନେଶ୍ବରର ପୁଷ୍ପା ଶୁକ୍ଲା ଟୀକାକରଣ ନେଇ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, କୋଭିଡ ଟୀକା କରଣକୁ ନେଇ ବରିଷ୍ଠମାନଙ୍କ ଉତ୍ସାହ ସଂପର୍କରେ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ କହିବା ଉଚିତ। ସେ ନେଇ କେତେକ ଶହେ ବର୍ଷର ବୃଦ୍ଧବୃଦ୍ଧା କିପରି ଟୀକା ନେଉଛନ୍ତି ତାହାର ଫଟୋ ମଧ୍ୟ ଦେବା ଉଚିତ। କୋଭିଡ ଟୀକାକରଣ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ବରିଷ୍ଠମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। 100ରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନେ ମଧ୍ୟ ଟୀକାକରଣରେ ସାମିଲ ହୋଇଛନ୍ତି ତାହା ବଡ କଥା ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମ ପ୍ରତି ମାସ ଶେଷ ରବିବାରରେ ପ୍ରସାରଣ କରାଯାଇଥାଏ। ଆଜିର ମନ କି ବାତ ଥିଲା 75ତମ ସଂସ୍କରଣ।

Mann Ki Baat ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.