Categories
ଆଞ୍ଚଳିକ

ରେଢାଖୋଲରେ ୧୪ ତମ ଭୋଟର ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ପ୍ରଶାସନ ତରଫରୁ ରେଢାଖୋଲ ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ୧୪ ତମ ଭୋଟର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଡେପୁଟି କଲେକ୍ଟର ଶୁଭଶ୍ରୀ ଶୁଚିସ୍ମିତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ମନୋରଞନ ମହନ୍ତ ମୁଖ୍ୟବକ୍ତା, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ, ଶୈଳେନ୍ଦ୍ରୀ ମେହେର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜାତୀୟ ମତଦାତା ଦିବସ ସଂପର୍କରେ, ନୂତନ ଯୁବ ଭୋଟର ମାନେ ମତଦାନ ସାବ୍ୟସ୍ତ କିପରି କରିବେ, ଦେଶ ପାଇଁ ଯୁବ ଭୋଟର ମାନଙ୍କର ଭୁମିକା କଣ ରହିଛି ସେ ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଞ୍ଜନ ମିଶ୍ର ସଂଯୋଜନା କରିଥିଲେ। ଭୀମଭୋଇ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତୀଯୋଗୀମାନଙ୍କୁ ପୁରସ୍କ୍ରୁତ କରାଯାଇଥିଲା।

Categories
ଆଞ୍ଚଳିକ

ତାଲୁକ୍ ଆଇନ୍ ସେବା କମିଟି ତରଫରୁ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଭରତାପୂର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ତାଲୁକ ଆଇନ ସେବା କମିଟି ରେଢ଼ାଖୋଲ ପକ୍ଷରୁ ଆୟୋଜନ ହୋଇଥିଲା। ଆଡଭୋକେଟ ପରୀକ୍ଷିତ ଦାସ ସଭାର ପ୍ରାରମ୍ଭିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଡଭୋକେଟ୍ ଉମାକାନ୍ତ ମହାନନ୍ଦ ରେଢ଼ାଖୋଲ ସଭା ପରିଚାଳନା କରିଥିଲେ।ମୂଖ୍ୟ ଅତିଥି ଭାବେ ମାନ୍ୟବର ଏ ଡି ଜେ, ଟି ଏଲ ସି ଚେଆରମେନ ଦିପ୍ତିପ୍ରକାଶ ବ୍ରହ୍ମା, ବେଦ ପ୍ରକାଶ ସିଭିଲ ଜଜ, ହୃଷିକେଶ ଖେମାନଡୁ ଏସ୍ ଡି ଜେ ଏମ,ଜି ପି ଓ ପଞ୍ଚାନନ ବେହେରା, ଆରତୀ ସାହୁ ସରପଞ୍ଚ ଭରତାପୂର୍ ଗ୍ରାମ ପଞ୍ଚାୟତ, ସମିତି ସଭ୍ୟ ଦିବାକର ପ୍ରଧାନ, ଆଇ ଆଇ ସି ଚାରମାଲ ଥାନା ଚନ୍ଦ୍ର ମୋହନ ସିଂହ ଏବଂ ମୁଖ୍ୟ ବକ୍ତା ଦିବ୍ୟାଙ୍ଗ ରୋହିତ ଭୋଇ ଯୋଗଦାନ କରିଥିଲେ।

ସେ ନିଜେ ତାଙ୍କ ବକ୍ତବ୍ୟରେ କହିଥିଲେ ମୁଁ ଜଣେ ଭିନ୍ନକ୍ଷମ ଦିବ୍ୟାଂଙ୍ଗ ଅଟେ। କିନ୍ତୁ ଅକ୍ଷମ ନୁହେଁ, ମୁଁ ଜଣେ କୃଷକ, ସାମ୍ବାଦିକ ଏବଂ ଅନେକ ଆଦିବାସୀ ପରିବାରର ମୁଖ୍ୟ ମଧ୍ୟ। କାରଣ ମୁଁ ମାନସିକ ସ୍ତରରେ ବହୁତ୍ ସବଳ। ସାଧାରଣ ଲୋକ ଏବଂ ଅନେକ ବ୍ୟକ୍ତିଙ୍କ ପରାମର୍ଶ, ପ୍ରେରଣାରେ ସମାଜର ଆଗଧାଡ଼ିରେ ଠିଆ ହୋଇ ପାରିଛି। ତେଣୁ ମୋର ସମସ୍ତ ଦିବ୍ୟାଂଙ୍ଗ ଭାଇ ଭଉଣୀ ମାନେ ମଧ୍ୟ ମୋ ପରି ସ୍ବାବଲମ୍ବୀ ହେବା ସହ ସମାଜର ହିତରେ ଲାଗିପାରିବେ।

ସିଭିଲ ଜଜ୍ ବେଦ ପ୍ରକାଶ ମହୋଦୟ ଦିବ୍ୟାଙ୍ଗ ରୋହିତ ଭୋଇଙ୍କର ବ୍ୟକ୍ତିଗତ ଜୀବନ ଶୈଳୀକୁ ନେଇ ପ୍ରଶଂସା କରିବା ସହିତ ଅନେକ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ନିଜେ ସମାଜ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ବୋଲି ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ କହିଥିଲେ।ଅନ୍ୟ ଭିନ୍ନକ୍ଷମ ଭାଇ ଭଉଣୀମାନେ ମଧ୍ୟ ଆଗକୁ ବଢ଼ନ୍ତୁ, କାରଣ ଆଇନ ବ୍ୟବସ୍ଥା ଭିତରେ ଭିନ୍ନକ୍ଷମ ମାନକ ପାଇଁ ଆଇନ ବ୍ୟବସ୍ଥା ମୁକ୍ତ ଭାବରେ ସହଯୋଗ କରିବା ନେଇ ମୁଖ୍ୟ ଅତିଥି ମାନେ ଅନେକ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହା ସହିତ ସୁଜିତ୍ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଆଇନଜୀବୀ କୁନୁରାଜ୍ ସାହୁ ଓ ରତ୍ନାକର ସାହୁ ସହ ଅନ୍ୟାନ୍ୟ ଟି ଏଲ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ ବ୍ଲକ୍ ରେ “ମିଲେଟ୍ ରଥ” କାର୍ଯ୍ୟକ୍ରମ ଶୁଭାରମ୍ଭ

ରେଢାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ୍ ମିଲେଟ ମିଶନ ଓ ମହାଶକ୍ତି ଫାଉଣ୍ଡେସନ ତରଫରୁ ରେଢ଼ାଖୋଲ କୃଷି ଜିଲ୍ଲା କାର୍ଯ୍ୟାଳୟ ଠାରେ ରେଢାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରା “ମିଲେଟ ରଥ”କାର୍ଯକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ୍ କୃଷି ଅଧିକାରୀ ଅମିତ୍ ପଟେଲ, ବ୍ଲକ୍ ସହ-କୃଷି ଅଧିକାରୀ ଗଗନ ବିହାରୀ ନାଏକ, ସହ- କୃଷି ଯନ୍ତ୍ରୀ ମୋନାଲିସା ରାଉତ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ।

ଉପ ଜିଲ୍ଲାପାଳ ଶ୍ରୀ ବେହେରା ମିଲେଟ୍ ମିଶନର ଲକ୍ଷ୍ୟ ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇବା ଓ ସରକାରଙ୍କ ଉକ୍ତ ଯୋଜନାକୁ ଲୋକାଭିମୁଖୀ ତଥା ସଚେତନ କରିବା ପାଇଁ ଏହାର ବହୁଳ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ଅଧିକାରୀ ଶ୍ରୀ ନନ୍ଦ ପୁଷ୍ଟିଶସ୍ୟ ଜଳବାୟୁ ପରିବର୍ତ୍ତନ ସହନଶୀଳ ଶସ୍ୟ ହୋଇଥିବାରୁ ଏହାକୁ ସମସ୍ତେ ଚାଷ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।

ଶେଷରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସବୁଜ ପତାକା ପ୍ରଦର୍ଶନ ପରେ ପ୍ରଚାର ରଥ ଗଡିଥିଲା।ରେଢ଼ାଖୋଲ ବ୍ଲକର ଓଡ଼ିଶା ମିଲେଟ ମିଶନ ବ୍ଲକ ସଂଯୋଜକ ଆକାଶ ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ ଏବଂ ପ୍ରଚାର ରଥ ରେଢାଖୋଲ ବ୍ଲକ୍ ର ବିଭିନ୍ନ ପଞ୍ଚାୟତକୁ ବୁଲିବା ନେଇ ଯୋଜନା ଥିବା ପ୍ରକାଶ କରିଥିଲେ।

ଏଥିରେ ମିଲେଟ୍ ମିଶନର ସହ ସଂଯୋଜିକା ସରିତା ପ୍ରଧାନ,ଚିରସବୁଜ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ସାହୁ, କୋଷାଧ୍ୟକ୍ଷ ଆଦିକନ୍ଦ ପ୍ରଧାନ,ମାନସ ସେଠ୍ ଓ ଅନ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ରେଢାଖୋଲ ବ୍ଲକ୍‌ର ତିନୋଟି ପଂଚାୟତକୁ ମରୁଡି ଘୋଷଣା ଦାବି

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ରେଢାଖୋଲ ବ୍ଲକ୍ ର ତିନୋଟି ପଂଚାୟତ ଚାଷ କାମରେ ବ୍ୟାହତ ହୋଇଛି। ଏହି ତନୋଟି ପଂଚାୟତକୁ ମରୁଡି ଘୋଷଣା ଦାବୀରେ ରେଙ୍ଗାଲି, ଭାଲିଆକଟା, ବଡମାଳ ଗ୍ରାମର ଜନସାଧାରଣ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ସେମାନେ ଦାବୀ ପତ୍ରରେ ବଡମାଳ ରେଙ୍ଗାଲି ଓ ଭାଲିଆକଟା ପଂଚାୟତର ଗାଁ ମାନଙ୍କରେ ୫୦ ପ୍ରତିଶତ ଚାଷ କାମ ହୋଇଥିବା ବେଳେ ଯାହା ବି ଚାଷ ହୋଇଛି ତାହା ବର୍ଷା ଅଭାବରୁ ଧାନ ଗଛ ଠିକ୍ ଭାବରେ ପିଲ ଦେଇ ନ ଥିବା ଜଣା ପଡିଛି। ତେଣୁ ଏହି ତିନୋଟି ପଂଚାୟତକୁ ମରୁଡି ଘୋଷଣା କରିବାକୁ ସରକାରଙ୍କୁ ଏକ ଦାବୀ ପତ୍ର ରେଢାଖୋଲ ବିଡିଓ ପବିତ୍ର ବେହେରାଙ୍କୁ ପ୍ରଦାନ କରିଛନ୍ତି।

ଏହି ଦାବୀ ପତ୍ର ପ୍ରଦାନ ସମୟରେ ବଡମାଳ ସରପଂଚ ଷଡାନନ ପ୍ରଧାନ, ଭାଲିଆକଟା ସରପଂଚ, ରେଙ୍ଗାଲି ସରପଂଚ, ସମିତି ସଭ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଡିଦର ସ୍କୁଲ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ।  ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ କେମିତି ତାହା ବନ୍ଦ କରାଯାଇଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭାଡିଦର ଗ୍ରାମ ପାଖରେ ଜଙ୍ଗଲ ରହିଛି, ଯା ଫଳରେ ଛୋଟ ପିଲାମାନେ ଏଠାରୁ ଅନ୍ୟସ୍କୁଲକୁ ପାଠ ପଢି ଯିବାକୁ ଅସୁବିଧା ପାଇବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ। ସରକାର ଆମକଥା ନ ଶୁଣିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ, ଅଭିଭାବକ ମାନେ ପ୍ରକାଶ କରିଛନ୍ତି।