ରେଢାଖୋଲରେ ୧୪ ତମ ଭୋଟର ଦିବସ ପାଳିତ

Published: Jan 25, 2024, 7:44 pm IST

ରେଢାଖୋଲ (କନ୍ଦର୍ପ ବେହେରା): ପ୍ରଶାସନ ତରଫରୁ ରେଢାଖୋଲ ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ୧୪ ତମ ଭୋଟର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଡେପୁଟି କଲେକ୍ଟର ଶୁଭଶ୍ରୀ ଶୁଚିସ୍ମିତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ମନୋରଞନ ମହନ୍ତ ମୁଖ୍ୟବକ୍ତା, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ, ଶୈଳେନ୍ଦ୍ରୀ ମେହେର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜାତୀୟ ମତଦାତା ଦିବସ ସଂପର୍କରେ, ନୂତନ ଯୁବ ଭୋଟର ମାନେ ମତଦାନ ସାବ୍ୟସ୍ତ କିପରି କରିବେ, ଦେଶ ପାଇଁ ଯୁବ ଭୋଟର ମାନଙ୍କର ଭୁମିକା କଣ ରହିଛି ସେ ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଞ୍ଜନ ମିଶ୍ର ସଂଯୋଜନା କରିଥିଲେ। ଭୀମଭୋଇ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତୀଯୋଗୀମାନଙ୍କୁ ପୁରସ୍କ୍ରୁତ କରାଯାଇଥିଲା।

Related posts