Categories
ଆଜିର ଖବର ରାଜ୍ୟ ଖବର

ସାମ୍ପଲ୍‌ ଆସିଲା ପଜିଟିଭ୍‌, ହେଲେ ରୋଗୀ ନାହାନ୍ତି

ଜୟପୁର : ଜୟପୁର ସହରରେ କରୋନା ପଜିଟିଭ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍‌। ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ସାମ୍ପଲ ପଜିଟିଭ ସୂଚନା। ତେବେ ସମ୍ପୃକ୍ତ ବ୍ୟକ୍ତି ହୋମ୍‌ କ୍ବାରେଣ୍ଟିନ୍‌ ନିୟମ ଭାଙ୍ଗି ପଳାଇଥିବା ଚର୍ଚ୍ଚା। କୌଣସି କାମରେ ପରିବାର ସହ ବିଶାଖାପାଟଣା ପଳାଇଥିବା ସୂଚନା ରହିଛି। ପଜିଟିଭ ଜଣକ ନ ଜଣାଇ ବିଶାଖାପାଟଣା ପଳାଇଥିବାରୁ ପ୍ରଶାସନ ଅକଲ ଗୁଡୁମ ହୋଇଛି। ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ତାରା। ଟୁଇଟ୍‌ ଯୋଗେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ତାରା ବାହିନୀପତି। ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ସେଇଠି ଚିକିତ୍ସା ପାଇଁ କହିଥିବାର ସୂଚନା ରହିଛି ।