Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୨୫ ଦିନର ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୭୯୭ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସୂଚନାନୁସାରେ, ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ, କରୋନାର ନୂତନ ଭାରିଆଣ୍ଟ ଜେଏନ-୧ ର ମୋଟ ୧୪୫ ଟି ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ, ଏହି ନମୁନାଗୁଡିକ ନଭେମ୍ବର ୨୧ ତାରିଖରୁ ଡିସେମ୍ବର ୧୮ ତାରିଖ ମଧ୍ୟରେ ନିଆଯାଇଥିଲା। କୋଭିଡ -୧୯ ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ମୋଡରେ ଅଛି ଏବଂ ଲୋକଙ୍କୁ ଭିଡ଼ରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୯୭ ଟି ନୂଆ କରୋନା ପଞ୍ଜିକୃତ ହୋଇଛି, ଯାହାକି ୨୨୫ ଦିନ ମଧ୍ୟରେ ସର୍ବାଧିକ। ଏହାପୂର୍ବରୁ ମେ ୧୯ ତାରିଖରେ ଦେଶରେ ୮୬୫ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪,୦୯୧ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଶୁକ୍ରବାର ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ କୋଭିଡ କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଦୁଇଜଣ କେରଳର ଏବଂ ମହାରାଷ୍ଟ୍ର, ପୁଡୁଚେରୀ ଏବଂ ତାମିଲନାଡୁର ଜଣେ ଲେଖାଏଁ ଅଛନ୍ତି।