Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଫଳ ହେଲା ବିଦେଶ ଗସ୍ତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି ଜଣାପଡିଛି।

ନବନୀ ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଥିଲେ। ସେ ଦୁଇଟି ଦେଶ ରୋମ ଏବଂ ଦୁବାଇ ଗସ୍ତ କରିଥିଲେ। ସେ ରୋମରେ ଜାତିସଂଘର WFP ମୁଖ୍ୟାଳୟରେ ଓଡିଶାର ଖାଦ୍ୟ ସୁରକ୍ଷା ଉପରେ ନିଜର ମତ ରଖିଥିଲେ। ସେହିପରି ସେ ଭାଟିକାନସିଟି ଯାଇ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପଙ୍କୁ ସାକ୍ଷାତ କରିଥିଲେ।

ସେଠାରୁ ନବୀନ ଗତ ୨୬ ତାରିଖ ଅପରାହ୍ନ ୩ ଟା ୨୫ରେ ଦୁବାଇ ଗସ୍ତ କରିଥିଲେ। ସେ ଦୁବାଇରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ରହଣି ସମୟରେ ସେ ଗତ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ। ସେଠାରେ ସେ ବିଦେଶୀ ପୁଂଜି ଆଣିବା ପାଇଁ ବିଭିନ୍ନ ଉଦ୍ୟୋଗପତିଙ୍କ ସହିତ ସାକ୍ଷାତ କରିଥିଲେ।

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକ ଓଡିଶାରେ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ କରିବେ ବୋଲି ଜଣାପଡିଛି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି।ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ୟୁଏଇର ଉଦ୍ୟୋଗପତି।

ଏହି ଗସ୍ତ କାଳରେ ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟାନ ଯାଇଛନ୍ତି। ସେହିପରି ଖାଦ୍ୟ ଓ ଯୋଗାଣ ବିଭାର ପ୍ରମୁଖ ସଚିବ ଭି ଭି ଯାଦବ ରୋମରେ ଥିଲେ। ଦୁବାଇରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇଛନ୍ତି। ସେମାନେ ସମସ୍ତେ ଆଜି ରାତିରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୟୁରୋପରେ ଥିବା ଓଡିଆମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀର ରୋମରେ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି। ୟୁରୋପର 12 ଟି ଦେଶରୁ ଆସିଥିବା ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଏବଂ ରେସିଡେଣ୍ଟ୍ କମିଶନର ଶ୍ରୀ ରବି କାନ୍ତ ମଧ୍ୟ ଆଲୋଚନା କରିଛନ୍ତି।

ଏଥିରେ ୟୁରୋପରେ ରହି ଚାକିରୀ କରୁଥିବା, ଉଦ୍ୟୋଗୀ, ଗବେଷକ, ମିଶନାରୀ, ବିଭିନ୍ନ ବର୍ଗର ଛାତ୍ର ଯେପରିକି ଡାକ୍ତରୀ, ଇଂଜିନିୟରିଂ, ଆଇଟି ସହିତ ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ରାଜ୍ୟର ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ବର୍ଣ୍ଣନା କରି ଗର୍ବ ଅନୁଭବ କରିଥିଲେ।

ଓଡ଼ିଶାର ବିକାଶ ପାଇଁ ସେମାନଙ୍କର ଭାଗୀଦାରୀ ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଶୃତି ଦେଇଥିଲେ। ଏପରି ପ୍ରତିଶୃତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଲେ। ୟୁରୋପରେ ଓଡିଆମାନେ ଭଲ ପ୍ରଦର୍ଶନ କରୁଥିବା ଦେଖି ସେ ବିଶେଷ ଆନନ୍ଦିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡିଶାରେ ଚାଲିଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ରାଜ୍ୟର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ସହ ସହଭାଗୀ ହେବାକୁ ଆମନ୍ତ୍ରଣ କରିଥିଲେ।

ବ୍ରିଟେନର ଓଡିଆ ଆସୋସିଏସନର ପ୍ରତିନିଧୀମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଥିବା ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ସମସ୍ତ ସହଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିଦେଶରେ ଓଡିଆମାନେ ସଫଳତାର ସହ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କ ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ପୋପଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ସାଥୀରେ ଥିଲେ ଭି କେ ପାଣ୍ଡିୟାନ

ଭୁବନେଶ୍ବର: ଆଜି ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୋପଙ୍କୁ ସାକ୍ଷାତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି ଯାଇ ସେଠାରେ ବିଶ୍ବର ଏହି ପ୍ରତିଷ୍ଠିତ ଧର୍ମଗୁରୁଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗତ ସୋମବାର ଦିନ ରୋମରେ ପହଞ୍ଚିବା ପରେ ପ୍ରଥମେ ଭାରତୀୟ ଦୂତାବାସକୁ ଯାଇଥିଲେ। ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଡ ମୀନା ମାଲହୋତ୍ରା ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଗତକାଲି ରୋମରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ବିଦେଶ ଗସ୍ତର ଜାଣନ୍ତୁ ଏହି ୧୦ଟି କଥା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ତାରିଖରୁ ରୋମ ଏବଂ ଦୁବାଇ ଗସ୍ତରେ ଏକ ପ୍ରତିନିଧୀ ଦଳକୁ ନେଇ ଯାଉଛନ୍ତି। ରୋମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ବା WFP ର ହେଡ କ୍ୱାର୍ଟର୍ସ ପରିଦର୍ଶନ କରିବା ସହିତ ସେଠାରେ ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାର ପରିବର୍ତ୍ତନଶୀଳ ପଦକ୍ଷେପ ଉପରେ ସେ ବକ୍ତବ୍ୟ ରଖିବେ।  ତେବେ ଏହି ବିଦେଶ ଗସ୍ତ ନେଇ ଜାଣନ୍ତୁ ଏହି ୧୦ଟି କଥା।

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ୨୫ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ହେବାର ୨୨ ବର୍ଷ ମଧ୍ୟରେ ଏହା ହେଉଛି ତାଙ୍କର ଦ୍ବିତୀୟ ବିଦେଶ ଗସ୍ତ।

୨- ରାଜନୀତିକୁ ଆସିବା ପରେ ନବୀନ ପ୍ରଥମ ଥର ପାଇଁ ୨୦୧୨ ମସିହା ମେ’ ୨୨ ତାରିଖରେ ଲଣ୍ଡନ ଗସ୍ତରେ ଯାଇଥିଲେ। ହେଲେ ଏହି ଗସ୍ତ ବିଫଳ ହୋଇଥିଲା। କାରଣ ତାଙ୍କର ତତକାଳୀନ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ’ ଯୋଗୁ ନିଜର ଗସ୍ତ କାଂଟଛାଂଟ କରି ଓଡ଼ିଶା ଫେରିଥିଲେ।

୩- ଏଥର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତରେ ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,  5 ଟି ସଚିବ ଭି କେ ପାଣ୍ଡିଆନ୍, ଖାଦ୍ୟ ଏବଂ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଭି ଭି ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ୍ କମିଶନର ରବିକାନ୍ତ ମଧ୍ୟ ଯାଉଛନ୍ତି।

୪- ବର୍ତ୍ତମାନ ବିଦେଶ ଗସ୍ତକାଳରେ ସେ ପ୍ରଥମେ ରୋମ ଯାଇ ସେଠାରେ କିଛିଦିନ ବିତାଇବେ। ସେଠାରେ ସେ ଜାତିସଂଘର WFP ମୁଖ୍ୟକାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟିବା ସହିତ ଖାଦ୍ୟ ନିରପତ୍ତା ନେଇ ଓଡିଶା କେତେ ସଜାଗ ତାହା ଅନ୍ୟମାନଙ୍କ ସହିତ ଆଲୋଚନା କରିବେ।

୫-ରୋମ ଗସ୍ତ କାଳରେ ନବୀନ ଭାଟିକାନ ସିଟିରେ ପୋପଙ୍କୁ ସାକ୍ଷାତ କରିବେ। ନବୀନ ହେଉଛନ୍ତି ତୃତୀୟ ଭାରତୀୟ ରାଜନୈତିକ ବ୍ୟକ୍ତି ଯେ କି ପୋପଙ୍କୁ ସାକ୍ଷାତ କରିବେ। ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀ ପୋପଙ୍କୁ ସାକ୍ଷାତ କରିଛନ୍ତି।

୬- ରୋମରେ ଅବସ୍ଥାନ କାଳରେ ସେ ୟୁରୋପର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ଭେଟିବେ। ସେ ଓଡିଶାର କଳା ଏବଂ ସଂସ୍କୃତିର ପ୍ରଚାରରେ ପ୍ରବାସୀ ଓଡିଆଙ୍କୁ ଜଡିତ ହେବାର ସମ୍ଭାବ୍ୟ ଉପାୟ ବିଷୟରେ ଆଲୋଚନା କରିବେ ଏବଂ ସେମାନଙ୍କୁ ରାଜ୍ୟର ପରିବର୍ତ୍ତନଶୀଳ ଯାତ୍ରାରେ ଭାଗ ନେବାକୁ ଅନୁରୋଧ କରିବେ।

୭-ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ ଗସ୍ତ ସାରି ୨୬ ତାରିଖ ଅପରାହ୍ନ ୩ ଟା ୨୫ରେ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ।

୮-ସେଠାରେ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ଏବଂ ଦୁବାଇର ବିଭିନ୍ନ ଅଞ୍ଚଳର କେତେକ ନିବେଶକଙ୍କୁ ଭେଟିବେ। ସେଠାରେ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିବେ ଏବଂ ସେମାନଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ଏବଂ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବେ। ସେ ମଧ୍ୟ ଏହି ଅଞ୍ଚଳର କିଛି ବଡ ନିବେଶକଙ୍କ ସହ ୱାନ ଟୁ ୱାନ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

୯-ମୁଖ୍ୟମନ୍ତ୍ରୀ ଦୁବାଇରେ ମଧ୍ୟ ପ୍ରବାସୀ ଓଡିଆଙ୍କୁ ଭେଟିବେ ଏବଂ ସେମାନଙ୍କ ସହିତ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାର ପରିବର୍ତ୍ତନଶୀଳ ଯାତ୍ରା ବିଷୟରେ ଆଲୋଚନା କରିବେ ଏବଂ ସେମାନଙ୍କୁ ରାଜ୍ୟ ସରକାରଙ୍କ ସହଭାଗିତା ପାଇଁ ଆମନ୍ତ୍ରଣ କରିବେ।

୧୦- ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।