Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ସୃଷ୍ଟି ହେବ ଏକ ଲଘୁବଳୟ, ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, ବଙ୍ଗୋବ ସାଗରରେ ଏକ ଲଘୁବଳ ସୃଷ୍ଟି ହେବାକୁ ଯାଉଛି। ଏହା ଧିରେ ଧିରେ ଘନିଭୂତ ହୋଇ ଲଘୁଚାପର ରୂପ ନେଇ ପାରେ। ତେବେ ଏହି ଲଘୁବଳୟ ଫଳରେ ରାଜ୍ୟରେ ଆଠଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ । ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏଠାରେ ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁବଳୟ, ଲଘୁଚାପରେ ପରିଣତ ହେବାର ସମ୍ଭାବନା

ଭୁବନେଶ୍ବର, ବଙ୍ଗୋପ ସାଗରରେ ଏକ ଲଘୁବଳୟ ସୃଷ୍ଟି ହୋଇଛି। ଯାହା ପରବର୍ତ୍ତି ସମୟରେ ଘନିଭୂତ ହୋଇ ଲଘୁଚାପରେ ପରିଣତ ହେବାରେ ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପ ସାଗରରେ ଏହି ବଳୟ ସୃଷ୍ଟି ହୋଇଛି। ଏହା ପଶ୍ଚିମବଂଗ ଏବଂ ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି ହୋଇଛି। ଏହି ଆହୁରି ଘନିଭୂତ ହୋଇ ଆସନ୍ତା ତିନି ଦିନ ମଧ୍ୟରେ ଓଡିଶା, ଝାଡଖଣ୍ଡ, ଉତ୍ତର ଛତିଶଗଡ ଅତିକ୍ରମ କରିବ।