Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଭ ଜିହାଦ ଘଟଣାରେ ଝିଅର ମୃତ୍ୟୁ: କୋର୍ଟ ଶୁଣାଣି ଦିନ ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଜଣେ ନାବାଳିକା ଛାତ୍ରୀ ଲଭ ଜିହାଦର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି କୋର୍ଟ ତାରିଖରେ ବାପାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପଦ୍ମପୁର ଗ୍ରାମର କୁଳମଣୀ ପ୍ରଧାନ। ଝିଅ ମୃତ୍ୟୁ ଘଟଣାରେ ଆଜି କୋର୍ଟରେ ଶୁଣାଣି ଥିଲା ହେଲେ ହାଜର ହେବା ପୂର୍ବରୁ ବାପା କୁଳମଣୀଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି।

ଘଟଣାରୁ ଜଣାପଡିଛି ଗତବର୍ଷ ଅକ୍ଟୋବର ମାସରେ ନାବାଳିକା ଛାତ୍ରୀ ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ (ଛଦ୍ମ ନାମ) ଲଭ ଜିହାଦର ଶିକାର ହୋଇ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲା। ଏକତରଫା ପ୍ରେମରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଓ ତାର ପରିବାର ଲୋକେ ମିଶି ଇପସିତାକୁ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏ ସଂମ୍ପର୍କରେ ପୂର୍ବରୁ ନିରାକାରପୁର ଥାନାରେ ଇପସିତା ଓ ତାର ପରିବାର ଲୋକେ ଅଭିଯୋଗ କରିଥିଲେ। ଇପସିତା କଲେଜ ଯାଉଥିବା ବେଳେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଜଣଙ୍କ ବାଟରେ ଘାଟରେ ଜଗି ଅଟକାଇ ହତ୍ୟା ଧମକ ଦେବା ସହ ଅଶ୍ଲିଳ ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇଦେବାକୁ ଧମକ ଦେବାରୁ ଝିଅ ଇପସିତା ଆତ୍ମହତ୍ୟା କରିଥିଲା।

ଏ ସଂମ୍ପର୍କରେ ଝିଅର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନିରାକାରପୁର ପୋଲିସ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଆଜି ଝିଅ ମୃତ୍ୟୁ ଘଟଣାର କୋର୍ଟରେ ତାରିଖ ଥିଲା। ସ୍ଥାନୀୟ ଅଂଚଳର କେତେକ ନେତା ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ କୁଳମଣୀଙ୍କୁ କେସ ଉଠାଇବା ପାଇଁ ବାରମ୍ବାର ଚାପ ପକାଇ ଆସୁଥିଲେ। ହେଲେ ସକାଳ ପାଇଲା ବେଳକୁ କୁଳମଣୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ କୁଳମଣୀଙ୍କ କିଭଳି ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲଭ ଜିହାଦ ଯୋଜନା ପଣ୍ଡ, ପୋରବନ୍ଦରରୁ ଗିରଫ ହେଲେ ୫ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଗୁଜୁରାଟର ଏଟିଏସ୍ ଟିମ୍ ପୋରବନ୍ଦରରେ ଏକ ବଡ ଧରଣର ଅପରେସନ୍ କରିଛି। ଆଇଏସ୍ ମଡ୍ୟୁଲ୍ ପଣ୍ଡ କରି ପୋରବନ୍ଦରର ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଏଟିଏସ୍ ଗିରଫ କରିଛି। ଗୁପ୍ତଚର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପରେସନ୍ ଶେଷ ହେବା ପରେ ଏଟିଏସ୍ ଏକ ସରକାରୀ ଘୋଷଣା କରିବ। ଆଜି ସନ୍ଧ୍ୟା ସୁଦ୍ଧା ଗଣମାଧ୍ୟମକୁ ସରକାରୀ ସୂଚନା ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି।

ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ତାଙ୍କୁ ରାତିସାରା ପଚରାଉଚରା କରାଯାଇଥିଲା। ଏହି ସମୟରେ, ଏହା ଜାଣିବାକୁ ମିଳିଥିଲା ​​ଯେ ସେମାନେ ଆଇଏସଆଇଏସରେ ଯୋଗଦେବାକୁ ପଳାଇବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଗତ ଏକ ବର୍ଷ ଧରି ପରସ୍ପର ସହ ଯୋଗାଯୋଗରେ ଅଛନ୍ତି। ତାଙ୍କୁ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ବସ୍‌ଙ୍କଠାରୁ ବାର୍ତ୍ତା ଦିଆଯାଇଥିଲା।

ଏଟିଏସ୍ ଦ୍ୱାରା ଧରାଯାଇଥିବା ମହିଳା ଜଣଙ୍କ ସମୀରା ବାନୋ ବୋଲି ଜଣାପଡିଛି। ସୁରଟର ବାସିନ୍ଦା ସମୀରା ବାନୋ ତାମିଲନାଡୁରେ ବିବାହ କରିଥିଲେ। ସେ IS ମଡ୍ୟୁଲରେ କାମ କରୁଥିଲେ। ସମୀରା ୧୬-୧୮ ବର୍ଷର ବାଳକମାନଙ୍କୁ ଲଭ ଜିହାଦ ପାଇଁ ପ୍ରସ୍ତୁତ କରୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁରରେ ଲଭ ଜିହାଦରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ: ବାଲୁଗାଁ ଏସଡିପିଓ ଙ୍କ ତଦନ୍ତ ଜାରି

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ ଜିହାଦରୁ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ନିର୍ଯ୍ୟାତନା ସହିନପାରି ଜନୈକ ୧୭ ବର୍ଷିୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବାକ ନିରାକାରପୁର ଥାନା ଅଞ୍ଚଳର ଇପସିତା ପ୍ରଧାନ (୧୭ ବର୍ଷ) ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ। ଇପସିତାଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପ୍ରେମରେ ବିଫଳ ହେବାରୁ ସଜତ ଓ ତାଙ୍କର ଭାଇ ଓ ବାପା ମିଶି ଇପସିତାକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏ ସମ୍ପର୍କରେ ଇପସିତା ଓ ତାଙ୍କର ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

ହେଲେ ସମାଧାନ ପରେ ମଧ୍ୟ ନିର୍ଯ୍ୟାତନା ବଢିଚାଲିଥିଲା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ ହରରାଣ ହରକତ କରୁଥିଲେ। ଗତକାଲି ସଜତ ଶାହା ଇପସିତାଙ୍କ ଘର ସମ୍ମୁଖରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା। ତେଣୁ ଏହାକୁ ସହ୍ୟ କରିନପାରି ଇପସିତା ଆତ୍ମହତ୍ୟା କରିଥିଲା। ତେବେ ଏନେଇ ଇପସିତାଙ୍କ ମା’ ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧର୍ମ ପରିଚୟ ଲୁଚାଇ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ: ସବୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ରହିବ ସମାନ ନିୟମ

ନୂଆଦିଲ୍ଲୀ: ଏଣିକି ଧାର୍ମିକ ପରିଚୟ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମ ଲୁଚାଇ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ବିବାହ କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଧର୍ମର ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ। ଆସାମର ବିଜେପି ସରକାର ଏଭଳି ଆଇନ ଆଣିବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ପରିଚୟ ଏବଂ ସୂଚନା ଲୁଚାଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ମହିଳାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଉଭୟ ହିନ୍ଦୁ ଏବଂ ମୁସଲାମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ହିନ୍ଦୁ ଯୁବକ ମଧ୍ୟ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ କରିପାରିବେ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଏହି ଆଇନ ଆଣିବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲା। ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ରାଜ୍ୟରେ ‘ଲଭ ଜିହାଦ’ ଏବଂ ‘ଲ୍ୟାଣ୍ଡ ଜିହାଦ’ର ମୂଳଉତ୍ପାଟନ କରିବା ଲାଗି ଉପଯୁକ୍ତ ଆଇନ ଓ ନୀତି ପ୍ରସ୍ତୁତ କରିବ ବୋଲି ବିଜେପି ଘୋଷଣା ପତ୍ରରେ ପ୍ରକାଶ କରିଥିଲା।