Categories
ଆଜିର ଖବର ଜାତୀୟ ଖବର

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ, ଆଜି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମ ବାର୍ଷିକ। ଏହି ଉପଲକ୍ଷେ ଆଜି ତାଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ ବିଜୟ ଘାଟସ୍ଥିତ ତାଙ୍କ ସମାଧୀପିଠରେ ଏମାନେ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଶାସ୍ତ୍ରୀଙ୍କ ପ୍ରିୟ ସ୍ଲୋଗାନ ହେଉଛି ଜୟ ଜବାନ ଜୟ କିଶାନ।