Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଅଜିଠୁ ବଢିଲା ଓମ୍‌ଫେଡ୍‌ କ୍ଷୀରର ମୂଲ୍ୟ: ଲିଟର ପିଛା ୨ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଆଉ ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟରେ କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଜିଠାରୁ ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି। ତେବେ ୫୦୦ ମିଲି ଓମ୍‌ଫେଡ୍‌ କ୍ଷୀରର ମୂଲ୍ୟ ୨୩ ଟଙ୍କା ଥିବା ବେଳେ ଆଜିଠୁ ଏହାର ମୂଲ୍ୟ ୨୪ ଟଙ୍କାକୁ ବୃଦ୍ଧି ପାଇଛି। ଓମଫେଡ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ କ୍ଷୀର ଦର ବଢାଇବାକୁ ଓମଫେଡ୍‌ ନିଷ୍ପତ୍ତି ନେଇଛି। ଓମ୍‌ଫେଡ ଗୋଲ୍ଡ ଓ ଓମ୍‌ଫେଡ୍‌ ପ୍ରିମିୟମ୍‌ ୫୦୦ମିଲିକୁ ୨୪ଟଙ୍କା ଓ ଓମ୍‌ଫେଡ୍‌ ଟୋନ୍‌ଡ ୫୦୦ମିଲି ୨୧ ଟଙ୍କା ହେବ।