Categories
ଆଞ୍ଚଳିକ

ଖୋର୍ଦ୍ଧା ବ୍ଲକ ସ୍ତରୀୟ ଲୋକ କଳା ସଙ୍ଘର ଏକ ଦିବସୀୟ କର୍ମଶାଳା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବ୍ଲକ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ବ୍ଲକ ଲୋକ କଳା ସଂସ୍କୃତି ସଙ୍ଘ ପକ୍ଷରୁ ସଂସାଧନ ସଭ୍ୟ ଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଖୋର୍ଦ୍ଧା ବ୍ଲକର ୫୨ ଟି ଲୋକ କଳା ଦଳର ପ୍ରମୁଖ କଳାକାର ଅଂଶଗ୍ରହଣ କରିଥିବା ବେଳେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକ କଳାର ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ବ୍ଲକ ରେ ଥିବା ସବୁ କଳାକାରଙ୍କ ସୁବିଧା ଅସୁବିଧା ଓ ସରକାରଙ୍କ ଦ୍ୱାରା କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ଯୋଜନା କୁ କିଭଳି ଲୋକ କଳା ମାଧ୍ୟମ ରେ ପ୍ରଚାରିତ କରାଯିବ ତାହା ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା। ଏହି ଶିବିରରେ ଖୋର୍ଦ୍ଧା ବ୍ଲକ ତଥା ଖୋର୍ଦ୍ଧା ଜିଲ୍ଲା ଲୋକ କଳା ସଂସ୍କୃତି ସଙ୍ଘ ର ଉପସଭାପତି କବିରାଜ ପ୍ରଧାନ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଖୋର୍ଦ୍ଧା ବ୍ଲକ କଳା ସଙ୍ଘ ର ସମ୍ପାଦକ ତଥା ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।