Categories
ଆଜିର ଖବର ଜାତୀୟ ଖବର ଧର୍ମ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭକ୍ତଙ୍କ ଅଧିନରେ ଚାଲନ୍ତି ଭଗବାନ, ହେଲେ କେମିତି?

ଉପେନ୍ଦ୍ର ବଳିୟାରସିଂହ

ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ଆମ୍ଭେମାନେ ସବୁଥିରୁ ବଞ୍ଚିତ ରହୁଛେ। କାଲିଠାରୁ ସବୁ ସେବା ଆମେ କରିବା। ହନୁମାନ କାଲିଠାରୁ ଆଉ କୌଣସି ସେବା କରିବେ ନାହିଁ।

ଏକଥା ପ୍ରଭୁଙ୍କୁ ସୀତା ଦେବୀ କହିଦେଲେ। ଆପଣ କାଲିଠାରୁ ହନୁମାନଙ୍କୁ ଆସିବା ପାଇଁ ବନ୍ଦ କରିଦିଅନ୍ତୁ।

ପ୍ରଭୁ କହିଲେ, “ମୁଁ ତ ତାକୁ ଆସିବା ପାଇଁ ବନ୍ଦ କରିପାରିବି ନାହିଁ। ସେ ମୋ ପାଇଁ ଯେଉଁ କାର୍ଯ୍ୟ କରିଛି, ତାର ଋଣ ମୁଁ ସୁଝିପାରିବି ନାହିଁ। ଏସବୁ କଥା ହୋଇପାରିବ ନାହିଁ।

ସକାଳୁ ହନୁମାନ ତରତର ହୋଇ ରାଜବାଟୀକୁ ଆସିଲେ। ସୀତା ଦେବୀ କହିଲେ, “ପବନ ପୁତ୍ର! ତୁମ ପାଇଁ ଆଉ କୌଣସି ସେବା କରିବା ପାଇଁ ବାକି ନାହିଁ। କାରଣ ସବୁ ସେବା ଆମ ଭିତରେ ବାଣ୍ଟି ଦିଆଯାଇଛି।

ହନୁମାନ ତ ଜ୍ଞାନର ସାଗର ଥିଲେ। ସେ କହିଲେ, “ମାତା ଗୋଟିଏ ସେବା ବାକି ଅଛି।” ସୀତା ଦେବୀ କହିଲେ, “ସେହି ସେବାଟା କଣ? ହନୁମାନ କହିଲେ, “ପ୍ରଭୁ ଯେତେବେଳେ ହାଇ ମାରିବେ, ମୁଁ ସେତେବେଳେ ଚୁଟୁକି ମାରିବି।” ସୀତା ଦେବୀ କହିଲେ, “ହଉ ଠିକ ଅଛି।”

ରାତ୍ରି ହେଲା। ହନୁମାନ ପ୍ରଭୁଙ୍କ ପାଖରେ ଠିଆ ହୋଇଥାନ୍ତି। ସୀତା ଦେବୀ କହିଲେ, “ତୁମେ ତୁମର ବିଶ୍ରାମ କକ୍ଷକୁ ଯାଅ।” ହନୁମାନ କହିଲେ, “ରାତିରେ ଯଦି ପ୍ରଭୁଙ୍କର ହାଇ ଆସିବ, ମୋର ଅନୁପସ୍ଥିତିରେ ଚୁଟୁକି କିଏ ମାରିବ? ଆପଣ ତ ମୋତେ ଅନୁମତି ଦେଇଛନ୍ତି ନା? ମୁଁ ପ୍ରଭୁଙ୍କର ପାଦ ସେବା କରୁଥିଲି। ମୋତେ ପ୍ରଭୁଙ୍କର ଚରଣ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। କିନ୍ତୁ ଆପଣ ମୋତେ ଚୁଟୁକି ବଜାଇବାର ସୁଯୋଗ ଦେଇ ପ୍ରଭୁଙ୍କର ମୁଖ ଦର୍ଶନର ସୁଯୋଗ ଦେଲେ। ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି।

ସୀତା ଦେବୀ ଅସୁବିଧାରେ ପଡିଗଲେ। ସେ ଆଦେଶ ଦେବା ପରି କହିଲେ, “ତୁମେ ଯାଅ, ସକାଳୁ ଆସିବ। ହନୁମାନ ବାହାରକୁ ଚାଲିଗଲେ। ବାହାରେ ଯାଇ ଭାବିଲେ, ରାତ୍ରିରେ ପ୍ରଭୁଙ୍କର ହାଇ ଆସିଲେ, କିଏ ଚୁଟୁକି ମାରିବ? ତେଣୁ ସେ ରାତ୍ରି ସାରା ଉଜାଗର ରହି ଚୁଟୁକି ମାରିବାକୁ ଲାଗିଲେ।

ଏଇ ଚୁଟୁକି ପ୍ରଭୁଙ୍କ ଉପରେ ପ୍ରଭାବ ପକାଇଲା। ଯେତେ ଥର ହନୂମାନ ଚୁଟୁକି ମାରନ୍ତି, ସେତେଥର ପ୍ରଭୁ ହାଇ ମାରନ୍ତି। ପ୍ରଭୁଙ୍କର ବାରମ୍ବାର ହାଇ ମାରିବାର ଦେଖି ସୀତା ଦେବୀ ଡରିଗଲେ। ସେ ଦୌଡି ଯାଇ କୌଶଲ୍ୟା ମାତାଙ୍କୁ ଡାକି ଆଣିଲେ।

କୌଶଲ୍ୟା ମାତା ଏସବୁ ଦେଖି ବଶିଷ୍ଠଙ୍କୁ ଡକାଇ ପଠାଇଲେ। ବଶିଷ୍ଠ ସବୁ ଶୁଣି ସାରିବା ପରେ ସୀତା ଦେବୀଙ୍କୁ ପଚାରିଲେ, “କୌଣସି ଅପଘଟଣ ହୋଇଛି କି? କୌଣସି ଭକ୍ତଙ୍କ ପ୍ରତି ବୋଧ ହୁଏ ଅପମାନ ହୋଇଛି,

ସୀତା ଦେବୀ କହିଲେ, “ହନୁମାନଙ୍କ ଠାରୁ ପ୍ରଭୁଙ୍କର ସବୁ ସେବା ଛଡାଇ ନିଆଯାଇଛି। ହନୁମାନଙ୍କୁ ଖୋଜି ଖୋଜି ବଶିଷ୍ଠ ତାଙ୍କ ପାଖରେ ପହଞ୍ଚିଲେ। ସେତେବେଳେ ସେ ଚୁଟୁକି ମାରି ରାମ ନାମ କୀର୍ତ୍ତନ କରୁଥିଲେ। ହନୁମାନଙ୍କୁ ଜାଗ୍ରତ କରି ବଶିଷ୍ଠ କହିଲେ, “ତୁମେ କୀର୍ତ୍ତନ କର। କିନ୍ତୁ ଚୁଟୁକି ମାର ନାହିଁ।

ହନୁମାନ ଚୁଟୁକି ମାରିବା ବନ୍ଦ କରିଦେଲେ। ପ୍ରଭୁ ସୁସ୍ଥ ହେଲେ।

ଚରାଚର ବିଶ୍ଵବ୍ରହ୍ମାଣ୍ଡ ଭଗବାନଙ୍କର ଅଧୀନ। ଭଗବାନଙ୍କର ନିର୍ଦ୍ଦେଶରେ ହିଁ ସବୁକିଛି ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଭଗବାନ ମଧ୍ୟ ହେଉଛନ୍ତି ଭକ୍ତର ଅଧୀନ। ଭକ୍ତମାନଙ୍କୁ ନିଜ ଠାରୁ ଅଧିକ ସମ୍ମାନ ଦେବା ହେଉଛି ତାଙ୍କର ବିଶେଷତ୍ଵ। ହନୁମାନଙ୍କ ଭକ୍ତିକୁ ଉଚ୍ଚାସନ ଦେବା ପାଇଁ ପ୍ରଭୁ ଏପ୍ରକାର ଲୀଳା ଆରମ୍ଭ କରିଥିଲେ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାଜା ହେବା ପରେ ସମସ୍ତଙ୍କୁ ବରଦାନ କରିଥିଲେ ଭଗବାନ ଶ୍ରୀରାମ, ଜାଣନ୍ତୁ କ’ଣ ମାଗିଥିଲେ ଶତ୍ରୁଘ୍ନଙ୍କ ପତ୍ନୀ

ଉପେନ୍ଦ୍ର ବଳିୟାରସିଂହ

ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଲା। ଅଯୋଧ୍ୟା ଧନ୍ୟ ହେଲା। ଚାରିଆଡ଼େ ଅଦ୍ଭୂତ ଉତ୍ସବ ପାଳନ କରାଗଲା। ଭଗବାନ ଶ୍ରୀରାମ ରାଜମହଲ ଭିତରେ ବସିଥିଲେ। ସମସ୍ତ ରାଜକୁଟୁମ୍ବ ଉପସ୍ଥିତ ଥିଲେ। ସେହି ସମୟରେ ଶ୍ରୀରାମ ମା’ କୌଶଲ୍ୟାଙ୍କୁ ସମ୍ବୋଧନ କରି କହିଲେ, “ମା’ ମୁଁ ତ ରାଜା ହୋଇଗଲି, ଏଥିପାଇଁ ଛୋଟମାନଙ୍କୁ କିଛି ଦେବା ପାଇଁ ଚାହୁଁଛି। ତେଣୁ ଅନୁମତି ଦିଅ, ମୋର ପ୍ରିୟ ଭରତ ମୋତେ କିଛି ମାଗୁ। ମୁଁ ଅବଶ୍ୟ ଦେବି।

ଭରତଜୀ ରାମଙ୍କ ଅଭିଷେକରେ ଅତ୍ୟନ୍ତ ପ୍ରସନ୍ନ ଥିଲେ, ହାତ ଯୋଡି କହିଲେ, “ଅଗ୍ରଜ କ’ଣ ଆଉ ମାଗିବି? ଅଶ୍ରୁପୂର୍ଣ୍ଣ ଲୋଟକରେ କହିଲେ, “ପ୍ରଭୁ! ଯଦି ଦେବାକୁ ଚାହାନ୍ତି, ତାହେଲେ ଆପଣଙ୍କର ଚରଣରେ ମୋର ଭକ୍ତି ଦୃଢୀଭୂତ ହେଉ।

ତଥାସ୍ତୁ!!!

ତାପରେ ଭରତଙ୍କ ପତ୍ନୀ ମାଣ୍ଡବୀ ଆସିଲେ। ଶ୍ରୀରାମ କହିଲେ, “ମାଣ୍ଡବୀଜୀ କିଛି ମାଗନ୍ତୁ। ମାଣ୍ଡବୀଜୀ କହିଲେ, “ରଘୁକୁଳରେ ପୁତ୍ର ବଧୁ ହେବାର ସୌଭାଗ୍ୟ ମୋତେ ମିଳିଛି, ଆଉ ତା’ଠାରୁ ଅଧିକ କ’ଣ ଥାଇପାରେ।

ଲକ୍ଷ୍ମଣ ଜୀ ଆସିଲେ, ଏବଂ କହିଲେ,”ମହାରାଜ! ବାଲ୍ୟକାଳରୁ ମୁଁ ଆପଣଙ୍କ ସାଙ୍ଗରେ ରହିଆସିଛି। ଏହି ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ସେମିତି ସାଙ୍ଗରେ ରହିଥିବି।

ତଥାସ୍ତୁ!!!

ଊର୍ମିଳା ଜୀଙ୍କୁ ପ୍ରଭୁ ବରଦାନ ମାଗିବା ପାଇଁ କହିଲେ। ଊର୍ମିଳା ଜୀ କହିଲେ, “ମହାରାଜ! ଯେମିତି ବି କଠୋର ପରିସ୍ଥିତି ଆସୁ ମୋର ଧୈର୍ଯ୍ୟ ସର୍ବଦା ଦୃଢୀଭୂତ ହେଉ।

ତଥାସ୍ତୁ!!!

ଶତ୍ରୁଘ୍ନ ଆସିଲେ ଏବଂ ସେ ଭରତଙ୍କର ସେବା ସମର୍ପଣ କରିବା ପାଇଁ ବରଦାନ ମାଗିଲେ।

ଶେଷରେ ଶତ୍ରୁଘ୍ନଙ୍କ ସ୍ତ୍ରୀ ଶ୍ରୁତକୀର୍ତ୍ତି ଆସିଲେ। ଶ୍ରୀରାମ କହିଲେ, “ମାତା ତୁମେ ସବୁଠାରୁ କନିଷ୍ଠ। ତେଣୁ ତୁମେ ସମସ୍ତଙ୍କର ପ୍ରିୟ। ତୁମେ ତୁମର ମନବାଞ୍ଛିତ ବର ମାଗିନିଅ। ଶ୍ରୁତକୀର୍ତ୍ତିଙ୍କ ଚକ୍ଷୁରୁ ଧାର ଧାର ଲୋତକ ବାହାରିଲା। ମାତାମାନେ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ।

ଶ୍ରୁତକୀର୍ତ୍ତି ନିଜକୁ ସମ୍ଭାଳି ନେଇ କହିଲେ, “ପ୍ରଭୁ ମୁଁ ଯାହା ମାଗିବି, ଆପଣ ଦେଇପାରିବେ?

ଶ୍ରୀରାମ କହିଲେ, “ଏହା ହେଉଛି ରଘୁକୁଳ। ଯାହା ବି ମାଗିବ, ଅବଶ୍ୟ ମିଳିବ। ନିଃସଙ୍କୋଚରେ ପ୍ରକାଶ କର।

ଶ୍ରୁତକୀର୍ତ୍ତି କହିଲେ, ” ମୋର ପ୍ରାର୍ଥନା! ଆପଣ ରାଜାଭିଷେକ ପୂର୍ବରୁ ଯେଉଁ  ବନବାସୀ ଭୂଷଣ ପରିଧାନ କରିଥିଲେ। ତାହା ମୋତେ ଦାନ କରନ୍ତୁ। ସେହି ବୃକ୍ଷର ବକଳଗୁଡିକୁ ମୋତେ ପ୍ରଦାନ କରନ୍ତୁ।

ଶ୍ରୀରାମ ସ୍ତମ୍ବିଭୂତ ହୋଇ ପଚାରିଲେ, “ସେଗୁଡିକ ତୁମେ କ’ଣ କରିବ?

ଶ୍ରୁତକୀର୍ତ୍ତି କହିଲେ, “ପ୍ରଭୁ! ଆପଣ ସେସବୁ ମୋତେ ଦାନ ରୂପରେ ଦେଲେ, ଭବିଷ୍ୟତରେ ଆପଣଙ୍କୁ ଆଉ ବନବାସୀ ଜୀବନଯାପନ କରିବାକୁ ପଡିବ ନାହିଁ। ପୁଣି ଯଦି କେବେ ଦୁର୍ଭାଗ୍ୟକୁ ସେସମୟ ଭବିଷ୍ୟତରେ ଉପସ୍ଥିତ ହୁଏ, ଆମେ ଅନାଥ ହୋଇଯିବୁ। ଏହି ଆଶଙ୍କା ଆମମାନଙ୍କୁ ବିଚଳିତ କରିପକାଉଛି।

ପ୍ରଭୁ ଶ୍ରୀରାମ, “ସେସବୁ ବକଳ ଶ୍ରୁତକୀର୍ତ୍ତିଙ୍କୁ ପ୍ରଦାନ କଲେ।

ସମସ୍ତ ରାଜକୁଟୁମ୍ବ ତାଙ୍କୁ ଧନ୍ୟ ଧନ୍ୟ କଲେ।

ଉପେନ୍ଦ୍ର ବଳିୟାରସିଂହ, ଭଗବତ ଚିନ୍ତକ, ବୋରିଗାଁ, ବାଣପୁର, ଖୋର୍ଦ୍ଧା

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି