Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମାତ୍ର ୬୫୦ ଟଙ୍କାରେ କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍, ବିଶ୍ବର ସବୁଠୁ ଶସ୍ତା

ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ବିଶ୍ବର ସବୁଠାରୁ ଶସ୍ତା କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଆଜି ଏହି କିଟ ଶୁଭାରମ୍ଭ କରିଛନ୍ତି। ଆଜି ଏହି ଟେଷ୍ଟିଙ୍ଗ କିଟ ଲଞ୍ଚ କରାଯାଇଥିବା ବେଳେ ଏହାର ଦାମ ଶସ୍ତା ରହିଥିବା କହିଛନ୍ତି ରମେଶ ପୋଖ୍ରିଆଲ ନିଶଙ୍କ | ବିଶ୍ୱରେ କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଙ୍ଗ କିଟର ଦାମଠାରୁ ଏହାର ଦାମ ଖୁବ କମ ବୋଲି ଜଣା ପଡିଛି |

କିଟର ମୋଟ ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରହିଛି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଟେଷ୍ଟ କିଟ୍ ତୁଳନାରେ ଏହା ନିଶ୍ଚିତ ଭାବରେ ଶସ୍ତା ଅଟେ । ଏହା ଅତି ସୁଲଭ ମୂଲ୍ୟରେ ମାସକୁ ଦୁଇ ଲକ୍ଷ ପରୀକ୍ଷା କରିପାରିବ | ଏହି ଉତ୍ପାଦକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଅନୁମୋଦନ କରିଛନ୍ତି।

ଏଚଆରଡି ମନ୍ତ୍ରୀ ଡାଇଗ୍ନୋଷ୍ଟିକ୍ କିଟ୍ ବିକାଶ ପାଇଁ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳକୁ ପ୍ରଶଂସା କରିଛନ୍ତି। ଟେଷ୍ଟ କିଟ୍ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଏକ ବିକଳ୍ପ ପରୀକ୍ଷା ପଦ୍ଧତି ବ୍ୟବହାର କରେ ଏବଂ କମ୍ପାନି ନ୍ୟୁଟେକ୍ ମେଡିକାଲ୍ ଦ୍ୱାରା ଏହାର ନାଁ ‘କରୋସର୍’ ରଖାଯାଇଥିବା ଜଣା ପଡିଛି |