Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ପତ୍ର ଦେବା ମହଙ୍ଗା ପଡିଲା: ଶିକ୍ଷକଙ୍କୁ ଲଣ୍ଡା କରିବା ସହ ମୁହଁ କଳା କରି ବୁଲାଇଲେ ଗ୍ରାମବାସୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକଜଣଙ୍କ ପ୍ରେମ ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଇନ୍ଦୋରର ଗ୍ରାମୀଣ ଅଞ୍ଚଳ ମାନପୁରର ଗ୍ରାମବାସୀମାନେ ସମ୍ପୃକ୍ତ ସ୍କୁଲ ଶିକ୍ଷକଙ୍କୁ ଅଧା ଲଣ୍ଡା କରିବା ପରେ ମୁହଁଙ୍କୁ କଳା କରିଛନ୍ତି। ପୁଣି ସେହି ଶିକ୍ଷକଜଣଙ୍କୁ ଗ୍ରାମର ଚତୁଃପାର୍ଶ୍ଵ ବୁଲାଇଛନ୍ତି।

ଛାତ୍ରୀଜଣଙ୍କ ଏହି ବାବଦରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣା ଶୁଣିବାପରେ ଗ୍ରାମବାସୀ  ଉତ୍ତେଜିତ ହୋଇ ସ୍କୁଲ ଶିକ୍ଷକଙ୍କ ନିକଟରେ ପହଞ୍ଚିଯାଇଥିଲେ। ଅଭିଯୁକ୍ତ ଶିକ୍ଷକଙ୍କୁ ଲଣ୍ଡା କରିବା ସହ ମୁହଁ କଳା କରି ଗ୍ରାମର ଚତୁଃପାର୍ଶ୍ଵରେ ଗ୍ରାମବାସୀ ବୁଲାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିବା ସହ ଗ୍ରାମର ୮/୧୦ ଜଣଙ୍କ ନାମରେ କେସ ରୁଜୁ ହୋଇଛି।