Categories
ଆଜିର ଖବର ଜାତୀୟ ଖବର

ସିଆରପିଏଫରେ ଆଦିବାସୀ ଯୁବକଙ୍କୁ ସୁଯୋଗ: ଶିକ୍ଷାଗତ ଯୋଗ୍ୟତା କୋହଳ କରିବାକୁ କେନ୍ଦ୍ରର ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ  କରିବା ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା।

ଏହି ସବୁ ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ଖବର କାଗଜ ଜରିଆରେ ବ୍ୟାପକ ପ୍ରଚାର କରି ନିଯୁକ୍ତି ରାଲୀ ପାଇଁ ସଚେତନତା ସୃଷ୍ଟି କରିବା ସହ ନୂତନ ଭାବେ ନିଯୁକ୍ତି କନଷ୍ଟେବଳମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣ କାଳରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି।

ଛତିଶଗଡ ରାଜ୍ୟର ବିଜାପୁର, ଦାନ୍ତେୱାଡା ଓ ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ୪୦୦ ଆଦିବାସୀ ଯୁବକ ଏଥିପାଇଁ ନିଯୁକ୍ତି ସୁଯୋଗ ପାଇବେ। ନିଯୁକ୍ତି ଲାଗି ଶାରୀରିକ ଦକ୍ଷତାରେ ମଧ୍ୟ କୋହଳତା ନେଇ ଗୃହବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଏକ ଅଙ୍ଗ ଭାବ ସିଆରପିଏଫ ମୌଳିକତଃ ଆଇନ ଶୃଙ୍ଖଳା ରକ୍ଷା, ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ, ଆଭ୍ୟନ୍ତରୀଣ ସୁରକ୍ଷା ଇତ୍ୟାଦି କାର୍ଯ୍ୟ କରିଥାଏ। ଏକ ନିତ୍ୟାନ୍ତ ଜରୁରୀ ଆବଶ୍ୟକତା ସ୍ୱରୂପ ସିଆରପିଏଫ ୪୦୦ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ କନଷ୍ଟେବଳ (ସାଧାରଣ କର୍ତ୍ତବ୍ୟ) ଭାବେ ଛତିଶଗଡରେ ଅପେକ୍ଷାକୃତ ଅନଗ୍ରସର ଜିଲ୍ଲାରୁ ନିଯୁ୍‌କ୍ତି ଦେବାକୁ  ପ୍ରସ୍ତାବ ଦେଇଛି। ଚାକିରିରେ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ଯାହାକି ଦଶମ ଶ୍ରେଣୀ ରଖାଯାଇଛି ସେଥିରେ ଉତ୍ତୀର୍ଣ୍ଣ  ହେବା ପରେ ଯାଇ ସେମାନେ ଚାକିରିରେ ସ୍ଥାୟୀ ହେବେ। ସେଥିପାଇଁ ଏହି ନବନିଯୁକ୍ତିୟମାନଙ୍କ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯିବ। ସିଆରପିଏଫ ପକ୍ଷରୁ ପାଠ୍ୟପୁସ୍ତକ ଓ ତାଲିମ ଯୋଗାଇ ଦିଆଯିବ। ନବନିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ  ଆବଶ୍ୟକ  ହେଲେ ସେମାନଙ୍କ ପ୍ରଶିକ୍ଷଣ ଅବଧିକୁ ମଧ୍ୟ ବଢାଯାଇପାରିବ। ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପଞ୍ଜୀକୃତ କରାଯିବ।

୨୦୧୬-୧୭ରେ ସିଆରପିଏଫର ଚାରିଟି ଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା, ନାରାୟଣପୁର ଓ ସୁକମାରୁ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କୁ ନିଯୁକ୍ତି ନେଇ ବସ୍ତରୀୟ ବାଟାଲିୟନ ଗଠନ କରିଥିଲା। ମାତ୍ର ସ୍ଥାନୀୟ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଅଭାବରୁ ଏହା ସଫଳ ହୋଇପାରି ନ ଥିଲା। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ବିନା ପରୀକ୍ଷାରେ ଏହି ପଦବୀ ପାଇଁ ଭର୍ତ୍ତି କରିବ ଭାରତୀୟ ଡାକ, ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ

ମୁମ୍ବାଇ: ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ଭାରତୀୟ ଡାକ ବିଭାଗ, ମହାରାଷ୍ଟ୍ର ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଡ୍ରାଇଭ୍ ଅଧୀନରେ ମେକାନିକ୍, ଇଲେକ୍ଟ୍ରିକାଲ୍, ଟାୟାର୍ ମ୍ୟାନ୍ ସହିତ ଅନ୍ୟାନ୍ୟ ପୋଷ୍ଟରେ ନିଯୁକ୍ତି କରାଯିବ।  ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୯ ଟି ପଦବୀ ନିଯୁକ୍ତ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ମଇ ୦୯ ତାରିଖ ୨୦୨୨ ସୁଦ୍ଧା ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

ମେକାନିକ୍- ୫ ଟି
ଇଲେକ୍ଟ୍ରିସିଆନ- ୨ ଟି
ଟାୟାର୍ ମ୍ୟାନ୍- ୧ ଟି
କମାର- ୧ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବୈଷୟିକ ପ୍ରତିଷ୍ଠାନରୁ ପ୍ରଯୁଜ୍ୟ ଟ୍ରେଡରେ ସାର୍ଟିଫିକେଟ୍ ସହିତ ଅଷ୍ଟମ ପାସ୍ କରିବା ଆବଶ୍ୟକ କିମ୍ବା ସମ୍ପୃକ୍ତ ଟ୍ରେଡରେ ଏକ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ। ମେକାନିକ୍ ଟ୍ରେଡ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କର ଭାରୀ ଡ୍ରାଇଭିଂ ଯାନଗୁଡିକର ଏକ ବୈଧତା ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ।

ବୟସ ସୀମା:

ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍।

ଚୟନ ପ୍ରକ୍ରିୟା:

ଆବଶ୍ୟକ ଯୋଗ୍ୟତା ଏବଂ ପ୍ରତିଯୋଗିତାମୂଳକ ଟ୍ରେଡ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା:

ଏହି ପଦବୀଗୁଡ଼ିକରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୧୯ ହଜାର ୯୦୦ ଟଙ୍କା ଦରମା ଦିଆଯିବ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତିର ଏହି ପଦବୀ ପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ପ୍ରାର୍ଥୀମାନଙ୍କୁ ମଇ ୦୯ ତାରିଖ ୨୦୨୨ ସୁଦ୍ଧା “ସିନିୟର ମ୍ୟାନେଜର୍ (JAG), ମେଲ୍ ମୋଟର ସେବା, ୧୩୪-ଏ, ସୁଦାମ କାଲୁ ଅହିର ମାର୍ଗ, ବର୍ଲି, ମୁମ୍ବାଇ- ୪୦୦୦୧୮” କୁ ଆବେଦନ ଫର୍ମ ପଠାଇବାକୁ ପଡିବ। ପ୍ରାର୍ଥୀମାନେ ଅନ୍ୟ କୌଣସି ସୂଚନା ପାଇଁ ୱେବସାଇଟ୍ indiapost.gov.in ର ସାହାଯ୍ୟ ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।