Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର ଶିକ୍ଷା ଓ ଅନୁସନ୍ଧାନ

ଭୁବନେଶ୍ବର: ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ। ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରାୟ ୧୫୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ସୋଆକୁ ନିଜର ଭବିଷ୍ୟତ ନିର୍ଦ୍ଧାରଣକାରୀ ଶିକ୍ଷାନୁଷ୍ଠାନ ଭାବେ ଚୟନ କରିଛନ୍ତି।

ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବାର ୧୫ ବର୍ଷ ପରେ ସୋଆ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ସୋଆ।

ଚଳିତବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ -୨୦୨୨ରେ ଦେଶର ୧୬ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନୀତ କରିଛି ସୋଆ। ଓଡ଼ିଶାରେ ଏକ ନମ୍ବର ଏବଂ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ସୋଆ।

ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ସୋଆ ଓଭରଅଲ୍ କ୍ୟାଟେଗୋରୀରେ ୩୦ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ୍ ସାଇନ୍‌ସେସ୍‌ରେ୧୮ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ କରିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ ତମ ସ୍ଥାନରେ ସ୍ଥାନୀତ ହୋଇଛି। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲ’) ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ନିକଟରେ ଏକ ବିରାଟ ସଫଳତା ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବୋଚ୍ଚ ଇ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି। ଏହାଛଡ଼ା ନିକଟରେ ସୋଆକୁ ୟୁଜିସି ଦ୍ୱାରା କ୍ୟାଟେଗୋରୀ ୱାନ୍ ଗ୍ରେଡ଼ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
ସମ୍ମାଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍‌ରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୧ରେ ୪୦୧ ରୁ ୪୫୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ମିଳିଛି। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମଧ୍ୟ ମିଳିଛି।

ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ୧୨୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍‌ଥ ସାଇନ୍‌ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର‌୍ୟାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୧ ପ୍ଲସ୍ କ୍ୟାଟେଗୋରିରେ ସ୍ଥାନୀତ ହୋଇଛି ସୋଆ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେଉଛି ସୋଆର ୧୩ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସସତ୍ତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ କମ୍ପାନୀ ମାନଙ୍କରେ ନିଯୁକ୍ତି ସୁଯୋଗ ପାଇଛନ୍ତି।

ସୋଆର ୫ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ୍ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ ପାଇଥିବା ବେଳେ ୩ଟି ପ୍ରୋଗ୍ରାମକୁ ୟୁଏସଏର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ର ସ୍ୱୀକୃତି ମିଳିଛି।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୯୩୨୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୮୫ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ୨୬ଟି କ୍ଷେତ୍ର କୁ ନେଇ ୧୬ଟି ଗବେଷଣା କେନ୍ଦ୍ର ରହିଛି।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଏନ୍‌ଏବିଏଚ୍ ଓ ଏନ୍‌ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ମେଡିକାଲ୍ କଲେଜରେ ୨୫୦ ଏମ୍‌ବିବିଏସ୍ ସିଟ୍ ରହିଛି। ଏଠାରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ଗ୍ରହଣ କରୁଥିବା ବେଳେ ରୋଗୀମାନେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।

କୋଭିଡ ମହାମାରୀର ତିନୋଟି ଲହରୀ ରାଜ୍ୟକୁ ଆକ୍ରାନ୍ତ କରିଥିବା ବେଳେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ୨୪୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ୫ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସୋଆ ସଫଳ ହୋଇଥିଲା।

ଏହି କୋଭିଡ ହସ୍ପଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା, ଚାନ୍ଦପୁର ଓ ପୁରୀଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା। ଏଥିରେ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ଚତୁର୍ଥ ଲହରୀର ମୁକାବିଲା କରିବା ପାଇଁ ମଧ୍ୟ ସୋଆ ପ୍ରସ୍ତୁତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବେଙ୍ଗାଲୁରୁରେ ଦକ୍ଷତା ପ୍ରଦର୍ଶନ କରି ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ କେବଳ ଜ୍ଞାନ ଆହରଣ କରି ନାହାନ୍ତି ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯେ ଯଥେଷ୍ଟ ପାରଦର୍ଶତା ରହିଛି ତାହା ସେମାନେ ଦର୍ଶାଇ ପାରିଛନ୍ତି। ନିକଟରେ ବେଙ୍ଗାଲୁରୁ ଠାରେ ଆଗଧାଡିର ପ୍ରାୟ ୪୫ଟି ମଲ୍ଟି ନ୍ୟାସ୍‌ନାଲ କମ୍ପାନୀର ନିଯୁକ୍ତିଦାତାଙ୍କ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜର ନିପୁଣତା ପ୍ରଦର୍ଶନ କରିଛନ୍ତି ସୋଆର ଛାତ୍ରଛାତ୍ରୀ।

ବେଙ୍ଗାଲୁରୁରେ ଆୟୋଜିତ “ସୋଆ ପ୍ରକ୍ସିମା-୨୦୨୨” କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୬୨ଟି ମଲ୍ଟି ନ୍ୟାସ୍‌ନାଲ୍‌  କମ୍ପାନୀର ମାନବ ସମ୍ବଳ ଏବଂ ପ୍ରତିଭା ଅଧିଗ୍ରହଣ ବିଭାଗର ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ ସହିତ କଳା ଏବଂ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଦେଖି ବେଶ ବିମୋହିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ହେଡ୍‌, ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ଶ୍ରୀ ରିପ୍ତି ରଞ୍ଜନ ଦାଶ ଏବଂ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ସ, ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଇଟିଇଆର୍ ଛାତ୍ରୀ ସ୍ମୃତି ପ୍ରଜ୍ଞା ବିଶ୍ୱାଳ, ଅନିଷା ସ୍ୱାଇଁ ଏବଂ ପ୍ରିୟଦର୍ଶନୀ ପରିଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଆଇସି ଆଇଚ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଭବେଶ ମିଶ୍ରଙ୍କ ମ୍ୟାଜିକ୍ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ କର୍ମଶାଳା ଆୟୋଜନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ ପକ୍ଷରୁ ଏହାର ପରିଚାଳନା କରାଯାଇଥିଲା।

ନିକନ୍ ଇଣ୍ଡିଆ ମେଂଟର୍ ଆଶୁତୋଷ ସାହୁ, ଦେବାଂଶୁ ପଟ୍ଟନାୟକ ଏବଂ ଦେବେଶ କୁମାର
ମାଝି କର୍ମଶାଳାରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାହାଘର ଏବଂ ପୋଟ୍ରେଟ୍ ଫଟୋଗ୍ରାଫ ସମ୍ପର୍କରେ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ଏଥି ସହିତ କ୍ୟାମେରା ଗିୟର୍ସ ସମ୍ପର୍କରେ ମଧ୍ୟ ଶିଖିଥିଲେ। ଛାତ୍ରଛାତ୍ରୀମାନେ କେବଳ ଫଟୋଗ୍ରାଫିର ପ୍ରକ୍ରିୟା ନୁହେଁ ବରଂ ଫଟୋ ଉଠାଇବା ପଛରେ ଥିବା ଆବେଗକୁ ମଧ୍ୟ ଶିଖିବାକୁ ଚେଷ୍ଟା କରିଥିଲେ ଓ ଫଟୋଗ୍ରାଫିର ଗୁରୁତ୍ୱ ଉପଲବ୍ଧି କରିଥିଲେ।

କର୍ମଶାଳାରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଜଗସିର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ନୂଆ ଫୁଡ୍ ଷ୍ଟାର୍ଟଅପ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ଫୁଡ୍ ଷ୍ଟାର୍ଟଅପ୍‌
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଆରମ୍ଭ ହୋଇଛି। ସୋଆର ୨୦୧୮ ବ୍ୟାଚ୍‌ର ଛାତ୍ର ଶ୍ରୀ ସହସ୍ରାଂଶୁ ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଂଟର ନାମ ରଖାଯାଇଛି “ସଲ୍ଟ ଆଣ୍ଡ ମଲ୍ଟ”।

ସୋମବାର ସୋଆର ଉପସଭାପତି ଶାଶ୍ୱତି ଦାସ ଏହାର ଉଦ୍‌ଘାଟନ କରିଛନ୍ତି। ଆଇଟିଇଆର୍ ପରିସରରେ ଥିବା ଫୁଡ୍ କୋର୍ଟରେ ଏହି ରେଷ୍ଟୁରାଂଟ ତଥା କ୍ୟାଂଟିନ୍ ଖୋଲିଛନ୍ତି ଶ୍ରୀ ମହାନ୍ତି।

ଏହି ରେଷ୍ଟୁରାଂଟରେ ୨୩୮ ପ୍ରକାରର ଖାଦ୍ୟ ପରିବେଷଣ କରିବାର ବ୍ୟବସ୍ଥା ରଖାଯାଇଛି। ଏଠାରେ ସାଉଥ୍ ଇଣ୍ଡିଆନ୍‌, ନର୍ଥ ଇଣ୍ଡିଆନ୍ ଓ ଥାଇ ସମେତ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଆମିଷ ଓ ନିରାମିଷ ଖାଦ୍ୟକୁ ସୁଲଭ ମୂଲ୍ୟରେ ସୋଆ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଏହି କ୍ୟାଂଟିନ୍ ଉଦ୍‌ଘାଟନ ସମୟରେ ଶ୍ରୀମତି ଦାସଙ୍କ ସମେତ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା, କମ୍ପ୍ୟୁଟର ସାଇନ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ: ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ।

ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ।
ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା।

ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ।

୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା। ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା। ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଇମ୍ସ ଇଞ୍ଜିନିୟରିଂ ସର୍ଭେ: ଦେଶରେ ୫ମ ସ୍ଥାନରେ ଆଇଟିଇଆର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି।

ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା ବେଳେ ପ୍ଲେସ୍‌ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି।

ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ ଯଥା: ଡେସ୍କ ରିସର୍ଚ୍ଚ, ଅବଧାରଣାତ୍ମକ ଓ ବାସ୍ତବ ଅନୁସନ୍ଧାନକୁ ନେଇ କରାଯାଇଥିଲା।

ଏହି ସର୍ଭେରେ ଭିତିଭୂମୀ, ଫ୍ୟାକଲ୍ଟି, ପାଠ୍ୟକ୍ରମ, ଶିଳ୍ପଜଗତ ସହ ସମ୍ପର୍କ, ନିଯୁକ୍ତି ଇତ୍ୟାଦିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

୧୯୯୬-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଗବେଷଣା ଉପରେ ଗୁରୁତ୍ୱ, ନିଯୁକ୍ତି କ୍ଷେତ୍ରରେ ଅଧିକ ମନୋନିବେଶ ଓ କୌଶଳ ବିକାଶ କ୍ଷେତ୍ରକୁ ନେଇ ବେଶ ପରିଚିତ। ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ସମ୍ମାନଜନକ ସ୍ୱୀକୃତି ପ୍ରଦାନକାରୀ ଅନୁଷ୍ଠାନ ୟୁଏସ୍‌ଏର ଆକ୍ରିଡିଟେସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆଇଟିଇଆର ଇଞ୍ଜିନିୟରିଂ ପ୍ରୋଗ୍ରାମଗୁଡ଼ିକ ସ୍ୱୀକୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡେଂଟାଲ୍ ଫଟୋଗ୍ରାଫି ଉପରେ ଆଇଡିଏସ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର: ଡେଂଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ଆଇଡିଏସ୍‌ର ସୋଆଲେନ୍ସ ଫଟୋଗ୍ରାଫି କ୍ଲବ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁମ୍ବାଇର ପ୍ରଖ୍ୟାତ ଡେଂଟାଲ୍ ଫଟୋଗ୍ରାଫର ଡାକ୍ତର ମୟୁର ଦାଭଡା ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଜ୍ଞାନ ବିକୀରଣ, ଚିକିତ୍ସା ସମୟରେ ରୋଗୀମାନଙ୍କୁ ବୁଝାଇବା ନିମନ୍ତେ ତଥା ବିଭିନ୍ନ ପ୍ରତିଷ୍ଠିତ ରିସର୍ଚ୍ଚ ଜର୍ନାଲ୍ ଗୁଡ଼ିକରେ ପ୍ରକାଶନ ନିମନ୍ତେ ଉତମ କ୍ଲିନିକାଲ୍ ଫଟୋ ଉଠାଇବା କ୍ଷେତ୍ରରେ ଡେଂଟାଲ୍ ଫଟୋଗ୍ରାଫି ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ। ଏହି ବିଷୟରେ କର୍ମଶାଳାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଡାକ୍ତର ଦାଭଡା କର୍ମଶାଳାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ସୋଆଲେନ୍ସ ଫଟୋଗ୍ରାଫି କ୍ଲବ କୋର୍ଡିନେଟର ପ୍ରଫେସର (ଡାକ୍ତର) ରଜତ ପାଣିଗ୍ରାହୀ, ଡାକ୍ତର ଅନୁରାଗ ଶତପଥୀ, ଡାକ୍ତର ସ୍ମୃତିଭୂଷଣ ନନ୍ଦ, ଡାକ୍ତର ଶିବ ପ୍ରସାଦ ଜେନା, ଡାକ୍ତର ସୌରଭ ପଣ୍ଡା, ଡାକ୍ତର ତୁଷାର କାନ୍ତି ନାୟକ, ଡାକ୍ତର ଇପ୍‌ସିତା ମହାନ୍ତି ଏବଂ କାର୍ଯ୍ୟକ୍ରମର କୋର୍ଡିନେଟର ପ୍ରଫେସର (ଡାକ୍ତର) ଲୋରା ମିଶ୍ର ଏହି କର୍ମଶାଳାରେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ୱାରା ସୋଆ ପ୍ରଫେସରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚିତ କରିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏଗ୍ରିକଲ୍‌ଚରାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକ “ଗ୍ରୀନ ହାଉସ୍‌ ଟେକ୍‌ନୋଲୋଜି”, “ଫାର୍ମ ମେସିନାରୀ ଆଣ୍ଡ ଇକ୍ୟୁପମେଂଟସ୍ “ ଏବଂ “ରିନ୍ୟୁଏବଲ ଏନର୍ଜି ଫର୍‌ ଡେଭ୍‌ଲପ୍‌ମେଂଟ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

ଉନ୍ମୋଚନ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଫେସର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ।

ଏହି ତିନୋଟି ପୁସ୍ତକ ଦିଲ୍ଲୀର ପ୍ରକାଶନୀ ସଂସ୍ଥା ଆକି ନିକ୍ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି। ଏହି ତିନୋଟି ପୁସ୍ତକ ମୁଖ୍ୟତଃ କୃଷକ, କୃଷି ଶିଳ୍ପ ଉଦ୍ୟୋଗୀ, କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ପ୍ରଫେସର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର  ଜୁଡିସିଆଲ୍‌ ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏନ୍‌ଜିଟିର ଏକ୍ସପର୍ଟ ମେମ୍ବର ଶ୍ରୀଯୁକ୍ତ ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍‌ସିନ୍‌, ଚିଲିକା, ଭିତରକନିକା, କୁଲ୍‌ଡିହା, ମାମାଲ୍‌ସ ଅଫ୍ ଚନ୍ଦକା, ବାର୍ଡସ ଅଫ୍ ପୁରୀ ଓ ବାର୍ଡସ ଅଫ୍ କୁଲଡିହା ଉଲ୍ଲେଖଯୋଗ୍ୟ।

ବନ୍ୟ ପ୍ରାଣୀ, ବନ୍ୟଜୀବନ ଓ ପ୍ରାକୃତିକ ଶୋଭା ସମ୍ପଦର ଦୃଶ୍ୟାବଳୀ ସଂଯୋଗ ଏହି ପୁସ୍ତକଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଦିଏ। ଗ୍ରାଫିକ କଳାରେ ଧୂରୀଣ ଏହି ଚିତ୍ରଶିଳ୍ପୀଙ୍କ ପକ୍ଷୀ ଓ ବନ୍ୟଜୀବଙ୍କ ରେଖାଚିତ୍ର ଓ ଅଳଂକରଣ ବହୁ ପ୍ରସାରିତ।

Categories
ଆଜିର ଖବର ରାଜ୍ୟ ଖବର

ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍‌ଆର ପକ୍ଷରୁ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ଯୋଗ୍ୟ ବିବେଚିତ ହୋଇଛି।

ସିଏସ୍‌ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍‌ଡି) ପ୍ରୀତମ ନାୟକ ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ।

ସିଏସ୍‌ଆର ପତ୍ରିକାର ସଂସ୍ଥାପକ ଏସ୍‌. କେ. ସଚଦେବା ସୋଆକୁ ଦେଶର ଆଗାଧାଡିର ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀ ସଚଦେବା ତାଙ୍କ ଭାଷଣରେ କଂପିଟିସନ୍ ସକ୍‌ସେସ ରିଭ୍ୟୁ କିଭଳି ଏକ ସାଧାରଣ  ପତ୍ରିକା ଭାବେରୁ ଆରମ୍ଭ ହୋଇ ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ଉଲ୍ଳେଖ କରିଥିଲେ। ବିଶେଷ ଭାବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ପତ୍ରିକା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ ଦର୍ଶାଇଥିଲେ।

ଶ୍ରୀ ସଚଦେବା ମଧ୍ୟ ଉଲ୍ଳେଖ କରିଥିଲେ ଯେ କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ। ଦେଶର ଭବିଷ୍ୟତକୁ ଗଠନ କରିବାରେ ସୋଆ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ଦାୟିତ୍ୱ ନିଭାଉଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର

କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆମ ଦେଶରେ କୃଷକମାନେ ବଜାରକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ କରିବା ଉଚିତ୍। ସେମାନେ ନିଜର ପଡୋଶୀ ସହର, ରାଜ୍ୟ ଓ ବିଦେଶକୁ ନଜରରେ ରଖି ଫସଲ ଉତ୍ପାଦନ କଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ତାହା ବଜାରରେ ତାହା ଏକତ୍ରିତ ଭାବେ ବଜାରକୁ ଆଣିଲେ ହିଁ ସେମାନଙ୍କର ଭଲ ରୋଜଗାର ହୋଇପାରିବ ଏବଂ ଆମ ଦେଶର କୃଷି କ୍ଷେତ୍ର ମଧ୍ୟ ଉନ୍ନତ ହେବ। ଏ ଦିଗରେ କୃଷି ଉଦ୍ୟୋଗୀ ମାନେ ମଧ୍ୟ ସାମିଲ ହେବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ଶିକ୍ଷିତ ଛାତ୍ରଛାତ୍ରୀମାନେ ସରକାରୀ କିମ୍ବା ବେସରକାରୀ ଚାକିରୀ ପ୍ରତି ଅଧିକ ଆକୃଷ୍ଟ ନ ହୋଇ କୃଷି କ୍ଷେତ୍ରରେ ମନୋନିବେଶ କରି ନିଜର କୃଷି ଷ୍ଟାର୍ଟଅଫ୍ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ତ୍ରିପାଠୀ।

ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ କହିଥିଲେ ଯେ ଗବେଷକ ଏବଂ କୃଷି ବିଜ୍ଞାନୀମାନେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କଲେ କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିବ।

ସୋଆରେ ଆରମ୍ଭ ହୋଇଥିବା ଏହି ଏଗ୍ରି କନ୍‌ଫ୍ଲୁଏନ୍ସ ଆଗାମୀ ବର୍ଷରେ କିଭଳି ଅଧିକ ଗୁରୁତ୍ୱ ବହନ କରିବ ସେ ନେଇ ଆଶା ବ୍ୟକ୍ତ କରିଥିଲେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ ବକ୍ତବ୍ୟ ରଖିଥିଲେ। ସେହିପରି କୋକନ୍‌ଭେନର୍ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ଥିଲା କୃଷି ପ୍ରଦର୍ଶନୀ। ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥିଲେ। ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ। ଏହି ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଏବଂ
ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୪ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା: ସିଇସି

ଭୁବେନେଶ୍ୱର: ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି।

ମୁଖ୍ୟତଃ ଉତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ। ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମ୍ ରିହବାର ସମ୍ଭାବନା ଅଛି।

ଏହି ଆଂଟି-ସାଇକ୍ଲୋନ୍ ଓ ଉତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ରୁ ଏହା ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ଦୁବାଇ ଆନ୍ତର୍ଜାତିକ କନ୍‌ଫରେନ୍ସରେ ସୋଆ ସମ୍ମାନିତ

ଭୁବନେଶ୍ୱର: ସଂଯୁକ୍ତ ଆରବ ଅମିରେଟର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍  ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି।

ସୋଆର ଆନ୍ତର୍ଜାତିକ ସଂପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍‌ର ପ୍ଲେସ୍‌ମେଂଟ ହେଡ ରିପ୍ତି ରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରୀ ଏଡୁକେଶନ୍ ଓ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି।

ଏହି ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ବିଭିନ୍ନ ଦେଶର ୪୦୦ ପାଖାପାଖି ପ୍ରତିନିଧି ଯୋଗ ଦେଇଥିଲେ। ଏଥିରେ ସିଙ୍ଗାପୁର, ଜର୍ମାନୀ, ଫିଲିପାଇନ୍ସ, କାତାର, ପୋଲାଣ୍ଡ, ବ୍ରିଟେନ୍‌, ସାଉଦିଆରବ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ, ତୁର୍କି, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଂଲାଦେଶ, ୟୁଏଇ ଓ ଭାରତରୁ ଶିକ୍ଷା ସହିତ ଜଡ଼ିତ ଅନେକ କମ୍ପାନୀ, ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ସତ୍ୟଭାମା ନାୟକଙ୍କ ଆଜି ଅପରାହ୍ନରେ ୧୨.୧୦ ମିନିଟ ସମୟରେ ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ସତ୍ୟଭାମା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥିଲେ। ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ। ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି। ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର।ମୃତ୍ୟୁସଜ୍ଜ୍ୟା ନିକଟରେ ପରିବାରର ସଦସ୍ୟାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ ‘Gender equality today for a sustainable tomorrow’ (ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ) ଉପରେ ମତ ରଖି ଶ୍ରୀମତୀ ଦାସ କହିଥିଲେ ଯେ, ନାରୀ ବର୍ତ୍ତମାନ ଆଉ ଅବଳା ଦୁର୍ବଳା ନୁହେଁ। ତେବେ ନାରୀ ପୁରୁଷ ମଧ୍ୟରେ ସମାନତା ଆଣିବା ଓ ନାରୀକୁ ସମ୍ମାନ ଦେବା ସମ୍ପର୍କରେ ପରିବାରରେ ପିଲାମାନଙ୍କୁ ଶିକ୍ଷା ଦେବା ଜରୁରୀ ବୋଲି ସେ କହିଥିଲେ।

ସେହିପରି ପ୍ରତିଷ୍ଠାତା ସଦସ୍ୟା କୁମାରୀ ନାୟକ ନାରୀମାନେ ପରସ୍ପରକୁ ସମ୍ମାନ ଦେବା ଦେଇ ଗୁରୁତ୍ୱାରୋପ କରିଥିଲେ। ନାରୀଟିଏ ଗୃହିଣୀ ହେଉ ବା କର୍ମଜୀବି ଏହା ତାଙ୍କର ନିଜସ୍ୱ ନିଷ୍ପତି। ତେଣୁ ଏଭଳି କ୍ଷେତ୍ରରେ କେହି କାହାର ଜୀବନଶୈଳୀକୁ ଆକ୍ଷେପ କିମ୍ବା ଅସମ୍ମାନ କରିବା ଉଚିତ୍ ନୁହେଁ ବୋଲି କୁମାରୀ ନାୟକ ମତ ରଖିଥିଲେ।

ନିମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ମହିଳା ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କେକ କାଟି ଉତ୍ସବକୁ ପାଳନ କରିଥିଲେ।

ଏହି ଅବସରରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା, ପ୍ରଫେସର ମୀରା ଦାସ, ପ୍ରଫେସର ସଂଘମିତ୍ରା ନାୟକ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ତୃପ୍ତି ସ୍ୱର୍ଣ୍ଣକାର, ପ୍ରଫେସର ସ୍ୱୟଂପ୍ରଭା ଦାଶ, ପ୍ରଫେସର ସୁଜାତା ମିଶ୍ର, ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ଦାସ, ପ୍ରଫେସର ସ୍ମିତା ମହାପାତ୍ର, ପ୍ରଫେସର ଅନିତା ପଣ୍ଡା ଓ ସୋଆ କମ୍ୟୁନିଟି ରେଡ଼ିଓର ଇନ୍‌ଚାର୍ଜ ହନି ପଟ୍ଟନାୟକଙ୍କ ସମେତ ସୋଆର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ମହିଳା କାର୍ଯ୍ୟକର୍ତ୍ତା ଏବଂ ପ୍ରମେୟ ଓ ନ୍ୟୁଜ୭ ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଫେସର ଆଚାର୍ଯ୍ୟଙ୍କୁ ଖଡଗପୁର ଆଇଆଇଟି ପକ୍ଷରୁ ପୁରାତନ ଛାତ୍ର ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ଖଡଗପୁର ପକ୍ଷରୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ନିଜର ଉଚ୍ଚକୋଟୀର ସଫଳତା ଏବଂ ଅବଦାନ ନିମନ୍ତେ ପ୍ରଫେସର (ଡ.) ଆଚାର୍ଯ୍ୟଙ୍କୁ ଆଇଆଇଟି, ଖଡଗପୁର ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେ ହେଉଛନ୍ତି ଆଇଆଇଟି, ଖଡଗପୁରର ପ୍ରଥମ ପୁରାତନ ଛାତ୍ର ଯିଏ କି ପ୍ରଥମ ଥର ପାଇଁ ଓ ପ୍ରଥମ ଓଡ଼ିଆ ଭାବେ ସେହି ଅନୁଷ୍ଠାନର ସମ୍ମାନ ଜନକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ପନ୍ନ କରିଥିଲେ। ତାଙ୍କ କାର୍ଯ୍ୟକାଳ (୨୦୦୭ ରୁ ୨୦୧୨) ମଧ୍ୟରେ ସେ ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଥିଲେ।

ପ୍ରଫେସର ଡ. ଆଚାର୍ଯ୍ୟ ରିଜିଓନାଲ କଲେଜ ଅଫ ଇଞ୍ଜିନିୟରିଂ, ରାଉରକେଲା (ବର୍ତମାନ ଏନଆଇଟି)ର ମଧ୍ୟ ପୁରାତନ ଛାତ୍ର ଅଟନ୍ତି। ସେଠାରୁ ସେ ନିଜର ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ପୂର୍ବରୁ ସେହି ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ଏଆଇସିଟିଇର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ।

ସେହିପରି ପ୍ରଫେସର ଆଚାର୍ଯ୍ୟ ହେଉଛନ୍ତି ରାଜ୍ୟର ପ୍ରଥମ ବ୍ୟକ୍ତି ଯିଏ କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଂଟ୍ରାଲ ବୋର୍ଡର ନିର୍ଦ୍ଦେଶକ ଦାଇତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୨ ରୁ ୨୦୦୫ ମଧ୍ୟରେ ସେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲଜିର (ବିପିୟୁଟି) ର ପ୍ରଥମ କୁଳପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ।

ଭୁବନେଶ୍ୱରରେ ଆଇଆଇଟି, ଖଡଗପୁରର କ୍ୟାମ୍ପସ ଆରମ୍ଭ କରିବା ଏବଂ ପରବର୍ତୀ ସମୟରେ ଆଇଆଇଟି, ଭୁବନେଶ୍ୱରର ପ୍ରତିଷ୍ଠା ଏବଂ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଇଣ୍ଡିଆନ ଅଏଲ ଓଡ଼ିଶା କ୍ୟାମ୍ପସ)ର ପ୍ରତିଷ୍ଠା ଦିଗରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ୨୦୧୩ ମସିହାରୁ ସେ ସୋଆ ଆନ୍ତର୍ଜାତୀକ ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଆଇଆଇଟି, ଖଡଗପୁରରେ ଶିକ୍ଷା ଗ୍ରହଣ କରିଥିବା ତାଙ୍କର ୨ ଛାତ୍ର ପ୍ରଫେସର କେ. ରାଧାକ୍ରିଷ୍ଣନ୍ (ଇସ୍ରୋର ପୂର୍ବତନ ଅଧ୍ୟକ୍ଷ) ଏବଂ ସ୍ୱର୍ଗତ ଗୋପାଳ ଚନ୍ଦ୍ର ମିତ୍ର (ଓଡ଼ିଶା ସରକାରଙ୍କର ପୁର୍ତ ବିଭାଗର ପୂର୍ବତନ ସଚିବ) ମଧ୍ୟ ପୂର୍ବରୁ ଏହି ସମ୍ମାନଜନକ ପୁରାତନ ଛାତ୍ର ସମ୍ମାନ ପାଇସାରିଛନ୍ତି।

ପ୍ରଫେସର ରାଧାକ୍ରିଷ୍ଣନ୍ ଯିଏକି ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ ହୋଇଛନ୍ତି ସେ ବର୍ତମାନ ଆଇଆଇଟି, କାନପୁରର ବୋର୍ଡ ଅଫ ଗଭର୍ନସଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ନିକଟରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମିତ୍ର ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପରିଦର୍ଶନ କଲେ ନେପାଳ ରାଷ୍ଟଦୂତ: ପାଠ୍ୟକ୍ରମ ଏବଂ ଆଉଟରିଚ କାର୍ଯ୍ୟକ୍ରମକୁ କଲେ ପ୍ରଶଂସା

ଭୁବନେଶ୍ୱର: ନୂଆ ଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ସୁବେଦୀ ସୋଆର ପାଠ୍ୟକ୍ରମ, ଉଚ୍ଚ ର‌୍ୟାଙ୍କିଙ୍ଗ ଏବଂ ଆଉଟରିଚ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କୋଭିଡ ମହାମାରୀ ଯୋଗୁ ଲକଡାଉନ ସମୟରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭାବରେ ଯତ୍ନ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି।

ସେହି ସମୟରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ନେଇ ନିଶ୍ଚିତ ଥିଲେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ନେପାଳି ଦୂତାବାସ ନେପାଳି ବହିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ସମସ୍ତ ସହଯୋଗ କରିବ ଏବଂ ନେପାଳୀ ଶିକ୍ଷା କନକ୍ଲେଭରେ ସୋଆର ଯୋଗଦାନକୁ ଉତ୍ସାହିତ କରିବ।

ଏହି ଆଲୋଚନା ସମୟରେ ଶ୍ରୀ ସୁବେଦୀଙ୍କ ସହିତ ଦୂତାବାସର ଫାଷ୍ଟ ସେକ୍ରେଟାରୀ ଓମ୍ କୁମାର ଭଣ୍ଡାରୀ, କାଉନସେଲର ଗାୟତ୍ରୀ ରମଣ ଖାନାଲ ଏବଂ ସୋଆର ୟୁନିଭର୍ସିଟି ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡ. ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ।

Categories
EngExam ଆଜିର ଖବର ରାଜ୍ୟ ଖବର

ସୋଆକୁ ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନୂଆ ଦିଲ୍ଲୀ ସ୍ଥିତ ନରୱେ ଦୂତାବାସର ବିଜ୍ଞାନ ଓ ପ୍ରଯୁକ୍ତି କାଉନ୍‌ସେଲର ମାନ ସିଂ ସିଦ୍ଧୁ, ଏପିଏସି ନ୍ୟୁଜ ନେଟୱର୍କର ଗ୍ରୁପ୍ ଏଡିଟର୍ ଓ କୋ-ଫାଉଣ୍ଡର ସୌଭିକ୍ ଗୋସ୍ୱାମୀ ଏବଂ କୋ-ଫାଉଣ୍ଡର ତଥା ନିର୍ଦ୍ଦେଶକ ସଂଘମିତ୍ରା ମହାନ୍ତି ଶୁକ୍ରବାର ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଦିଲ୍ଲୀରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ପ୍ରୀତମ୍ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍ (ସୋଆମୁନ୍-୨୦୨୧) ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଲେ, ବିଶ୍ୱରେ କ’ଣ ସବୁ ଘଟିଯାଉଛି, ତାହାକୁ ଅନୁଧ୍ୟାନ କର। ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଅ। ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ।

ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ। ସେ ପୁଣି କହିଲେ, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ। ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନର ଆବାହାକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ବିଷୟରେ ସୋଆମୁନ୍ ର ସାଧାରଣ ସମ୍ପାଦକ ଆୟୁଷ୍ମାନ ରାଏ କହିଥିବାବେଳେ ଡାଇରେକ୍ଟର ଜେନେରାଲ୍ ସୁଭନ ଦେବନାଥ ଅତିଥିଙ୍କୁ ସ୍ବାଗତ କରିଥିଲେ।

Categories
ଆଞ୍ଚଳିକ

ସୋଆ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା କିଶୋର ପାତ୍ରଙ୍କ ର ହୃଦ୍‌ଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି। ଦୀର୍ଘ ୧୭ ବର୍ଷ ଧରି ସୋଆରେ
ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତଃ ପାତ୍ର ଗତ ୨୭ ତାରିଖ ବିଳମ୍ବିତ ରାତିରେ ଛାତିରେ କଷ୍ଟ ଅନୁଭବ କରିବା ପରେ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।

ଅଡ଼ସପୁର ଅଂଚଳର ବାସିନ୍ଦା ଶ୍ରୀ ପାତ୍ରଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତ୍ତବ୍ୟନିଷ୍ଠ ସ୍ୱର୍ଗତଃ ପାତ୍ରଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା
ଖେଳିଯାଇଛି।

ସୋମବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ୫୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର।ଲ ସାଇନ୍ସ (ଆଇଏଏସ୍) ପରିସରରେ ରବିବାର ୫୦୦ ସିଟ୍ ବିଶିଷ୍ଟ ଅଡ଼ିଟୋରିୟମ୍ ଉଦ୍‌ଘାଟିତ ହୋଇଯାଇଛି।

ସୋଆ ଉପସଭାପତି ଶାଶ୍ବତୀ ଦାସ ଏହି ଅଡିଟୋରିୟମକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଲେ ଏହି ଅଡ଼ିଟୋରିୟମ୍ ଶିକ୍ଷକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ଜ୍ଞାନ ଓ ଭାବର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଜି ଏହି ନୂଆ ଅଡିଟୋରିୟମ୍ ପରିସରରେ ଟେଡ୍‌ଏକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ଅତିଥି ଭାବେ ଅବସର ପ୍ରାପ୍ତ ମେଜର ଜେନେରାଲ ୟଶପାଲ୍ ମୋର, ବଲିଉଡ୍ ଗୀତିକାର କୁମାର, ସଙ୍ଗୀତ ସଂଯୋଜକ ଓ କଣ୍ଠଶିଳ୍ପୀ ନୀଲେଶ୍ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ଥରୋପିଷ୍ଟ ଅକ୍ଷିତା ଏମ୍.ଭଞ୍ଜଦେଓ, ଇନ୍‌ଫ୍ଲୁଏନ୍ସର ଫର ଗ୍ଲୋବାଲ ଡେଭଲପ୍‌ମେଣ୍ଟାଲ ଗୋଲ୍ସ୍ କମଲ ପ୍ରକାଶ ସେଠ ଓ ପେନ୍‌ସିଲ୍‌ ଫର ଚେଞ୍ଜର ପ୍ରତିଷ୍ଠାତା ପଟ୍ଟନାୟକ ଓମ୍‌ପ୍ରିୟ ମହାନ୍ତି ଯୋଗଦେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍ସେଲର ପ୍ରଫେସର ପି.କେ ନନ୍ଦ, ଆଇଏଏସ୍‌ର ଆକ୍ଟିଙ୍ଗ ଡିନ୍ ଡ. ବି.କେ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାଶ, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ଡ. ପ୍ରିୟବ୍ରତ ପଟ୍ଟନାୟକ ଓ ଆୟୋଜକ ଅଭିଷେକ ପଟ୍ଟନାୟକ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ।