Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ମତ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତ୍ତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି।

ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍‌) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍‌ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି।

ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍‌କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନେଇ ସୋଆର ଶୀର୍ଷ ନେତୃତ୍ୱ ସଙ୍ଗରେ ପ୍ରଫେସର ଚୌଡରୀ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟାପକ ପ୍ରଫେସର ରିଚା ଚୋପ୍ରା ଆଲୋଚନା ସମୟରେ ମତ ପ୍ରକାଶ କରିଥିଲେ।

ସୋଆରେ କାର୍ଯ୍ୟ କରୁଥିବା ସୋଆ ସେଂଟର୍ ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପକ୍ଷରୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ନେଇ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଯୋଜନା ରହିଛି।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ସୋଆ ଆଡଭାଇଜରି ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆର ଚିଫ୍ କନ୍‌ସଲ୍‌ଟାଂଟ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସୋଆ ପ୍ରୋ-ଭାଇସ୍ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଉପସ୍ଥିତି ଥିଲେ।

ପ୍ରଫେସର ଚୌଡରୀ କହିଲେ ଯେ ୨୦୨୦ ନୂତନ ଶିକ୍ଷା ନୀତିରେ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଓ ବର୍ତ୍ତମାନ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଏହାର ଉପଯୋଗୀତାକୁ ନେଇ ବିଶ୍ଳେଷଣ କରିବା ନିମନ୍ତେ ଆବଶ୍ୟକତା ରହିଛି।

ପ୍ରଫେସର ଚୋପ୍ରା କହିଥିଲେ ଯେ ସୋଆ ଓଡ଼ିଶା ପରିପ୍ରେକ୍ଷୀରେ ଏହି ବିଷୟକୁ ଆଲୋଚନା କରିବା ଉଚିତ୍। ଏହାଛଡ଼ା ଆଇକେଏସ୍ ଉପରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇପାରେ। ଡକ୍ଟର ପଣ୍ଡା କହିଲେ ଯେ ପ୍ରାଚୀନ୍ ମାତ୍ର ଦୁଇ ବର୍ଷରୁ କମ୍ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଦୁଇଟି ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇପାରିଛି ଓ ଆଗକୁ ଓଡ଼ିଶାର ଆଦିବାସୀ ରୀତିନୀତିକୁ ନେଇ ଗବେଷଣା କରିବାର ଯୋଜନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏପ୍ରିଲ୍ ୫ ରୁ ଆଇଡିଏସ୍‌ରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଂଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।
ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଂଚି ରହିବାର ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣର ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି।

ଆଇଡିଏସ୍ ପକ୍ଷରୁ ବର୍ଷକୁ ଦୁଇ ଥର ସପ୍ତାହବ୍ୟାପୀ ଏଭଳି ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥାଏ। ମୁଖ ଗହ୍ୱର କର୍କଟ ରୋଗ ଓଠ, ପାଟି, ଗାଲ, ତାଳୁ କିମ୍ବା ଜିଭରେ ଦେଖାଦେଇଥାଏ। ମଦ୍ୟପାନ ଅଭ୍ୟାସ, ସିଗାରେଟ, ଧୂମବିହିନ ତମାଖୁ ସେବନ, ପାନ ଖାଇବା ଭଳି ଅଭ୍ୟାସ ମୁଖ ଗହ୍ୱର କର୍କଟ ରୋଗର ଆଶଙ୍କାକୁ
ଅଧିକ ବଢ଼ାଇଥାଏ।

ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି। ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଚିନ୍ତାର କାରଣ ହୋଇଛି। କାରଣ ଏହି ରୋଗ ଖୁବ୍‌ ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ଦ୍ୱାରା କି ଚିକିତ୍ସା ପ୍ରକ୍ରିୟାର ସୁଯୋଗ ଖୁବ୍ କମ୍ ଥାଏ ଓ ଏହାର ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ।

ନିୟମିତ ମୁଖ ଗହ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ କରାଇଲେ ଏହା ପ୍ରାଥମିକ ସ୍ତରର କର୍କଟ ରୋଗର ଚିହ୍ନଟ କରାଇବାରେ ସହାୟକ ହୋଇଥାଏ।

ଆଇଡିଏସ୍ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମତି ଭାବରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କରାଯାଇଥାଏ।

ଏହି ପ୍ରେସ ବିଜ୍ଞପପ୍ତିରେ କୁହାଯାଇଛି ଯେ ଏହି ମୁଖ ଗହ୍ୱର କର୍କଟ ପରୀକ୍ଷଣ ସପ୍ତାହରେ ରୋଗୀ ମାନଙ୍କର ରୋଗର ସଠିକ୍‌ ନିରୂପଣ ନିମନ୍ତେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ। ଆଇଡ଼ିଏସର ଚାରିଟି ବିଭାଗ – ଓରାଲ ମେଡିସିନ ଆଣ୍ଡ ରେଡିଓଲଜି, ଓରାଲ ପାଥୋଲଜି ଆଣ୍ଡ ମାଇକ୍ରୋବାଇଓଲଜି, ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ ସର୍ଜରୀ ଓ ପବ୍ଲିକ ହେଲଥ୍ ଡେଂଟିଷ୍ଟ୍ରିର ମିଳିତ ଉଦ୍ୟମରେ ଏହି ସପ୍ତାହ ଆୟୋଜିତ ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ ନିମନ୍ତେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କ ଅନୁରୋଧ

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି।

ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି ବୁଡିରିଗାନ୍ୟା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ ଆସିଥିବା ବେଳେ କହିଛନ୍ତି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଗବେଷଣା ପ୍ରତି ଖୁବ୍ ଆଗ୍ରହ ରହିଛି ଏବଂ ଆମ ଦେଶ ଖଣି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା ସମେତ ଶିକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଭାଗିତା କରିବା ନେଇ ଆଗ୍ରହୀ ରହିଛୁ।

ବୁରୁଣ୍ଡି ରାଷ୍ଟ୍ରଦୂତ ସୋଆ ପରିଦର୍ଶନ ସମୟରେ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ ଭାଇସ୍‌ ଚାନ୍‌ସେଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍ ଓ କର୍ମକର୍ତା ମାନେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସେ ସୋଆର ଗବେଷଣା କ୍ଷେତ୍ର ଏବଂ ଶିକ୍ଷାଦାନ ପ୍ରକ୍ରିୟାକୁ ବେଶ ପ୍ରଶଂସା କରିଥିଲେ।

ସୋଆରେ ୧୩ ଟି ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଏହି ବିଶ୍ୱବିଦ୍ୟାଳୟ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପରିବେଶ ମଧ୍ୟରେ ଉପଯୁକ୍ତ ଯତ୍ନ ନେଉଥିବାର ଜାଣି ସେ ଖୁସି ବ୍ୟକ୍ତ କରିବା ସହ ବୁରୁଣ୍ଡି ଛାତ୍ରଛାତ୍ରୀମାନେ ମଧ୍ୟ ସୋଆରେ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ।

କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଭାକ୍ସିନ୍ ବାହାର କରିବାରେ ଭାରତର ପଦକ୍ଷେପକୁ ଶ୍ରୀମତି ବୁଡିରିଗାନ୍ୟା ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଫେସର ପି.କେ. ନନ୍ଦ ସୋଆର ଶୈକ୍ଷିକ ପ୍ରଣାଳୀ ଓ ଗବେଷଣା ସମ୍ପର୍କରେ ତଥ୍ୟ ଉପସ୍ଥାପା କରିଥିବା ବେଳେ ଅନ୍ତର୍ଜାତୀୟ ସମ୍ପର୍କ ଓ ଆଡମିଶନ୍ ନିର୍ଦ୍ଦେଶକ ଡଃ ନଚିକେତା ଶର୍ମା ସୋଆକୁ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା। ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ୍ ଅଭିହିତ କରି ପ୍ରଶଂସା କରିଥିଲେ। ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର ପ୍ରଭାତି ତ୍ରିପାଠୀ, ଆଇଟିଇଆର୍‌ର ପ୍ରଫେସର ମୀରା ଦାସ, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଦେବାହୁତି ମିଶ୍ର, ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସ୍ମିତା ମହାପାତ୍ର, ପ୍ରାଚୀନ୍‌ର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଓ ଜାଗୋର ଆବାହିକା ପ୍ରଫେସର ଅନୀତା ପଣ୍ଡାଙ୍କ ସମେତ ସୋଆରେ କାର୍ଯ୍ୟରତ ଅନେକ ମହିଳା ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଦାୟିତ୍ୱରେ ଥିବା ହନୀ ପଟ୍ଟନାୟକ, ନ୍ୟୁଜ୍ ୭ର ମହିଳା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, ଇତିଶ୍ରୀ ନାୟକ, ମୌସୁମୀ ମହାନ୍ତି ଓ ପ୍ରମେୟର ସାମ୍ବାଦିକା, ସଂଯୁକ୍ତା ସାହୁ, ପ୍ରିୟଦର୍ଶିନୀ ସାହୁ, ରାଜଶ୍ରୀ ସାହୁ ଓ ସସ୍ମିତା ମଲ୍ଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗ ସମ୍ପର୍କରେ ସିଏମ୍‌ଇ

ଭୁବନେଶ୍ୱର: ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କନ୍‌ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଯାଇଛି।

ଯେଉଁ ଶିଶୁମାନଙ୍କର ଓଜନ ବୃଦ୍ଧି ଘଟିଛି, ସେମାନେ ହାଇପର୍ ଟେନ୍ସନ୍ ଅଥବା ମେଟାବୋଲିକ୍ ସିନ୍‌ଣ୍ଡ୍ରୋମ୍ ଭଳି ସମସ୍ୟା ମଧ୍ୟରେ ଗତି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ନନ୍ ଆଲ୍‌କହଲିକ୍ ଫ୍ୟାଟି ଲିଭର ରୋଗ (ଏନ୍‌ଏଏଫ୍‌ଏଲ୍‌ଡି) ନିମନ୍ତେ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ମହାନ୍ତି କହିଛନ୍ତି। ବର୍ତ୍ତମାନ ସାଧାରଣରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି।

ଏହି ଅବସରରେ ମୁମ୍ବାଇସ୍ଥିତ ଏମ୍‌ଜିଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ସାଇନ୍‌ସେସ୍‌ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିମାଇ ଚରଣ ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ହେପାଟାଇଟିସ୍ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି ତେଣୁ ସମାଜରୁ ଏହି ସଂକ୍ରମଣକୁ କମ୍ କରିବାର ଆବଶ୍ୟକତା ରହିଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ଡଃ ବୈଭବ ଭେଙ୍କଟେଶ ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ପ୍ୟାନ୍‌କ୍ରିଆଟିକ୍ (ଅଗ୍ନାଶୟ) ରୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଇଣ୍ଡିଆନ୍ ଏକାଡେମିକ୍ ଅଫ୍ ପେଡିଆଟ୍ରିକ୍ସ (ଆଇଏପି)ର ସଦସ୍ୟମାନଙ୍କ ସମେତ ୭୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭାଗର ବରିଷ୍ଠ ଫାକଲ୍ଟି ମେମ୍ବର୍ସ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ସିଏମ୍‌ଇକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ଡଃ ଅଜୟ କୁମାର ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡଃ ମମତା ଦେବୀ ମହାନ୍ତି, ଆଇଏପିର ଭୁବନେଶ୍ୱର ଶାଖାର ସଭାପତି ଡଃ ନରେଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସଂପାଦକ ଡଃ ଶୁଶୃତ ଦାସ ଉପସ୍ଥିତ ଥିଲେ।

ଡଃ ମମତା ଦେବୀ ମହାନ୍ତି ଏବଂ ଡଃ ବିଶ୍ୱଜିତ ମିଶ୍ର ଆଲୋଚନାକୁ ପରିଚାଳନା କରିଥିବା ବେଳେ ଡଃ ମୃତ୍ୟୁଞ୍ଜୟ ଦାଶ ଏବଂ ଡଃ ବ୍ରଜ କିଶୋର ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭଏସ୍ ଅଫ୍ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍‌ଷ୍ଟି କରିବା ଦିଗରେ ତତ୍ପର ରହିଆସିଛି। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ।

କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ।

ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍ ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ କରାଇଛି। ଅଣକୁଶଳୀ ଫର୍ମ ପୂରଣ କରିବା ସହିତ ଯେଉଁମାନଙ୍କର ଜବ୍ କାର୍ଡ ନାହିଁ ସେମାନେ ନୂଆ କାର୍ଡ ଆବେଦନ ନିମନ୍ତେ ଫର୍ମ ପୂରଣ କରିପାରିଛନ୍ତି।

ଚନ୍ଦକା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସମାଜସେବୀ ବିରଜା ପ୍ରସାଦ ସାମନ୍ତରାୟ ତଥା ୱାର୍ଡ ମେମ୍ବରମାନେ ଏଥିରେ ସହାୟତା କରିଥିଲେ। ଏଥି ସହିତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଲୋକେ କିପରି କୋଭିଡ ସମୟରେ ଅପପ୍ରଚାରର ଶିକାର ହେବାରୁ ଦୂରେଇ ରହିବେ ସେ ବିଷୟରେ କୁହାଯାଇଥିଲା। କୋଭିଡ ସଚେତନତା ନିମନ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଧୋଇବା ପଦ୍ଧତି ସହ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ୱ ବୁଝାଇ ଦିଆଯାଇଥିଲା।

କରୋନା ସମୟରେ ଘରୋଇ ହିଂସା, ଶିଶୁ ଓ ନାରୀ ନିର୍ଯାତନା, ବୟସ୍କ, ପ୍ରସୂତି ତଥା ଶିଶୁ ଅବହେଳା ତଥା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା କିପରି ସାମାଜିକ ଜୀବନକୁ ପ୍ରଭାବିତ କରୁଛି ସେଥିପ୍ରତି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ସବୁ ଅନୈତିକ କାର୍ଯ୍ୟରେ କିପରି ରୋକ ଲାଗିପାରିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ, ମହିଳା ଲିଗାଲ୍ ସେଲ୍‌ର ନିର୍ଦ୍ଦେଶକ ତଥା ଭିଜିଲାନ୍ସ କମିଟିର ସଦସ୍ୟା ଜୟଶ୍ରୀ ମହାପାତ୍ର, ଷ୍ଟେଟ୍‌ କମିଶନର ଫର୍ ପର୍ସନ୍ସ ୱିଥ୍ ଡିଜ୍‌ଆବିଲିଟିସ୍‌ର ସୁଲୋଚନା ଦାସ, ସୋଆ ଲ ଫ୍ୟାକଲ୍ଟିର ଆସୋସିଏଟ୍ ପ୍ରଫେସର ଡ. ମଧୁବ୍ରତା ମହାନ୍ତି, ଚନ୍ଦକା ଗ୍ରାମପଂଚାୟତର ସରପଂଚ ରାଜଶ୍ରୀ ସାମନ୍ତରାୟ ଏବଂ ସମାଜସେବୀ ଶ୍ରୀ ସାମନ୍ତରାୟଙ୍କୁ ନେଇ ରେଡିଓ ଇଂଟରଆକ୍ଟିଭ୍ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ ଏନ୍‌ଏସ୍‌ଏସ୍‌ ଶାଖାର ବାର୍ଷିକ ଅଧିବେଶନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ
ଡ. ସୁରେଖା ସୁନ୍ଦରୀ ସ୍ୱାଇଁ, ହମାରା ବଚପନ୍‌ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ, ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଡେନ୍‌ଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ ନର୍ସିଙ୍ଗ କଲେଜ୍ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ପ୍ରତିନିଧି ଶ୍ରୀ ପ୍ରତୀକ ଦାସ ଯୋଗ ଦେଇଥିଲେ।

ପ୍ରୋଗ୍ରାମ୍ ସଂଯୋଜକ ଡ. ନଚିକେତା ଶର୍ମା ବାର୍ଷିକ ବିବରଣୀ ପାଠ କରିବା ସହ କୋଭିଡ-୧୯ ସମୟରେ ବ୍ୟୁରୋ ତରଫରୁ ଆୟୋଜିତ କାର୍ଯ୍ରକ୍ରମ ବିଷୟରେ ସୂଚନା ଦେଇଥିଲେ। ଲିଙ୍ଗଗତ ହିଂସା ସଚେତନତା କାର୍ଯ୍ୟକ୍ରମ, ଗ୍ରାମ ପୁନର୍ଗଠନ, ପ୍ରଥମ ପର୍ଯ୍ୟାୟରେ ମହିଳା ସ୍ୱେଚ୍ଛାସେବୀଙ୍କର ଆତ୍ମସୁରକ୍ଷା ପ୍ରଶିକ୍ଷଣ, ପୋଷ୍ୟ ଗାଁମାନଙ୍କରେ ସ୍ୱଚ୍ଛ ଭାରତ, ଡିଜିଟାଲ୍ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ୍ ଅଫିସର ଚୟନ କରି ପୁରଷ୍କୃତ କରିବା, ମାନସିକ-ସାମାଜିକ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ କାଉନ୍‌ସେଲିଙ୍ଗ୍‌, ଡାକ୍ତରଖାନା ଓ ଘର ମଝିରେ ସେବାଦାତାର ଭୂମିକା ତୁଲାଇବା ପାଇଁ ମାନସିକତା, ଦୃଷ୍ଟିକୋଣ, ଦକ୍ଷତା, ଆଚରଣ ଉପରେ ଜୋର ଦେବା ଆଦି ବିଷୟରେ ଅଧିକ ମନୋନିବେଶ କରିବାକୁ ସମସ୍ତ ସଭ୍ୟ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଏସ୍‌ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ବବିଦ୍ୟାଳୟର ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଯାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ବବିଦ୍ୟାଳୟର ଆଡ଼ମିସନ ଟେଷ୍ଟ (ସାଟ-୨୦୨୦)। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି।

ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରା ଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି।

ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ। ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରହି ଥିଲା। ମାତ୍ର ଏହାକୁ ଅଗଷ୍ଟ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଫାରମାସିଉଟିକାଲ ସାଇନସସ, ମ୍ୟାନେଜମେଣ୍ଟ, ନର୍ସିଂ, ଏଗ୍ରିକଲଚର, ଲ ଏବଂ ହୋଟେଲ ମ୍ୟାନେଜମେଣ୍ଟ ର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଆଡ଼ମିସନ ନିମନ୍ତେ ଏହି ପରୀକ୍ଷା ପରିଚାଳନା କରାଯାଉଛି।

ସୋଆର ଆଡ଼ମିସନ ଅଧିକାରୀ ମେରିଟ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ। ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ସାଟ ର ଫଳାଫଳ ଓ ଜେଇଇ ମେନ ର ସ୍କୋରକାର୍ଡ ଅନୁଧ୍ୟାନ କରାଯିବ। ମେଡିକାଲ ସାଇନସେସ ଓ ଡେଣ୍ଟାଲ ସାଇନସେସ ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ନୀଟ ପରୀକ୍ଷାର ସ୍କୋର କାର୍ଡ କୁ ଅନୁଧ୍ୟାନ କରାଯିବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି।

ସୋଆ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ଆଡ଼ମିସନ ନିମନ୍ତେ ଯଥାକ୍ରମେ ୧୫ ପ୍ରତିଶତ ଓ ୭.୫ ପ୍ରତିଶତ ସିଟ ସଂରକ୍ଷିତ ରଖାଯାଇଛି।  ସେହିପରି ମହିଳାଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ରହିଥିବା ପ୍ରେସ ବିଜ୍ଞପ୍ତି ରେ ସୂଚନା ଦିଆଯାଇଛି।