Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ “ଉଚ୍ଚ ଶିକ୍ଷା ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରୟୋଗ” ଶୀର୍ଷକ ଏକ ଦିବସୀୟ ଜାତୀୟ ସମ୍ପାନ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଜାତୀୟ ସମ୍ପାନକୁ ଉଦଘାଟନ କରିଥିଲେ।

ଶିକ୍ଷାର୍ଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ସାଙ୍ଗଠନିକ ସମ୍ପାଦିକା ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ଦେବା ସହ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ରର ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜଧାନୀ କଲେଜର ସହାୟକ ପ୍ରଫେସର ଡକ୍ଟରସରୋଜକାନ୍ତ ଚୌଧୁରୀ ଜାତୀୟ ଶିକ୍ଷାନୀତିର ଉଚ୍ଚଶିକ୍ଷା ସ୍ତରର ସଂରଚନା,ପରୀକ୍ଷା ପଦ୍ଧତି ଓ ଶିକ୍ଷା ସମାପ୍ତିର ପ୍ରମାଣପତ୍ର ସମ୍ପର୍କରେ ସ୍ପଷ୍ଟତା ପ୍ରତିପାଦନ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ପ୍ରଫେସର ସୁଦର୍ଶନ ମିଶ୍ର ଜାତୀୟ ଶିକ୍ଷା ନୀତି ପ୍ରୟୋଗର ସାମ୍ପ୍ରତିକ ଆହ୍ୱାନ,ପ୍ରତିବନ୍ଧକ ସମେତ ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଶିକ୍ଷାନୀତି ୨୦୨୦ର ସାମଗ୍ରିକ ତଥ୍ୟ, ପୂର୍ଣ୍ଣାଙ୍ଗ ପ୍ରତିଫଳନ ଓ ବିକଶିତ ଭାରତ ଗଠନ କରିବାରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଅଧ୍ୟକ୍ଷ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଅଧ୍ୟାପିକା ସଜ୍ଞା ପଟ୍ଟନାୟକ, ଜଗଦୀଶ ବିଶ୍ୱାଳ, ମନସ୍ବିନୀ ପଟ୍ଟନାୟକ, ସ୍ମିତା ରାଣୀ ମିଶ୍ର, ପ୍ରଭାତ ନାୟକ, ଧରିତ୍ରୀ ବିଶୋଇ, ମୋନାଲିସl ପାତ୍ର, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ ପ୍ରମୁଖ ଜାତୀୟ ଶିକ୍ଷାନୀତିର ସମସ୍ୟା ସମ୍ପର୍କୀୟ ନିବନ୍ଧ ପାଠ କରିଥିଲେ।

ଏହି ଅବସରରେ ଅଧ୍ୟାପକ ଡକ୍ଟର ସନ୍ତୋଷ ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ମୃଡାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ଡଃ ସୁବୁଦ୍ଧି ସଭାପତିୟ ବକ୍ତବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଥମିକ ଶିକ୍ଷକଙ୍କ କୁମ୍ଭକର୍ଣ୍ଣ ନିଦ୍ରା, ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବି

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦେଇ ୫-ଟି ମୋ ସ୍କୁଲ, ଆମ ସ୍କୁଲ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ମଧ୍ୟ ଶିକ୍ଷକମାନେ ପୂରଣ ଯୁଗର କୁମ୍ଭକର୍ଣ୍ଣ କିପରି ନିଦ୍ରା ଯାଉ ଥିଲା ତାହାର ଉଦାହରଣ ଦେଉଥିବାର ଦେଖା ଯାଉଛି। କଳାହାଣ୍ଡି ଜିଲ୍ଲାର ବନ ପାହାଡ ଘେରା ତଳ ଆମ ପଦର ପ୍ରାଥମିକ ସ୍କୁଲରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି।

ଆଦିବାସୀ ବହୁଳ ତଳ ଆମ ପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ତଳ ଆମ ପଦର ପ୍ରାଥମିକ ସ୍କୁଲ ରେ ମୋଟ ତିନି ଜଣ ଶିକ୍ଷକ ନିଯୁକ୍ତ ଥିବା ବେଳେ ପ୍ରାୟତଃ ଶିକ୍ଷକ ମାନେ ଉପସ୍ଥିତ ହେଉ ନ ଥିବା ଗ୍ରାମ ବସି ଅଭିଯୋଗ କରନ୍ତି। ପାଳି କରି ଶିକ୍ଷକ ମାନେ ଏହି ସ୍କୁଲ କୁ ଯାଉଥିବା ବେଳେ ଯେଉ ଶିକ୍ଷକ ଙ୍କ ପାଳି ଥାଏ ସେହି ଶିକ୍ଷକ ସ୍କୁଲ କୁ କେବଳ ନାମକୁ ମାତ୍ର ଯାଇ ଉପସ୍ଥାନ ପକାଉଥିବା ଅଭିଯୋଗ ହେଉଛି ଗତ ସପ୍ତାହରେ ଶିକ୍ଷକ ସୁରେଶ ବେଶରା ନାମକ ଶିକ୍ଷକ ସ୍କୁଲ କୁ ଯାଇ ଥିଲେ ହେଁ ସ୍ପଷ୍ଟ ଦଇବ ଲୋକରେ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ନିଜ ଚୌକି ରେ ବସି ଘୁଙ୍ଗୁଡି ମରୁଥିବାର ଦେଖା ଯାଇଥିଲା।

ସ୍ଥାନୀୟ ଗ୍ରାମବାସୀଙ୍କ ଦୀର୍ଘ ଦିନର ଅଭିଯୋଗ ପାଇ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଚୌକି ରେ ବସି ଶୋଇ ପଡ଼ିଥିବାର ଦୃଶ୍ୟ କେମେରା ରେ ରେକର୍ଡ କରିଥିଲେ ହେଁ ଶିକ୍ଷକ ଙ୍କ ନିଦ୍ରା ଭଙ୍ଗ ହୋଇ ନ ଥିଲା। ବୋଧ ହୁଏ ଶିକ୍ଷକ ସୁରେଶ ବେଶରା ପୂରାଣ ଯୁଗର କୁମ୍ଭକର୍ଣ୍ଣ କିପରି ଶୋଉ ଥିଲା ତାହା ଛାତ୍ର ଛାତ୍ରୀ ଙ୍କୁ ଦେଖାଉ ଥିଲେ। ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଏଭଳି ଠକ ଶିକ୍ଷକ ମାନଙ୍କ ଦ୍ବାରା କିପରି ଅନୁନ୍ନତ ଅଞ୍ଚଳର ଶିକ୍ଷାର ବିକାଶ ହୋଇ ପାରିବ ତାହା ବିଚାର ସାପେକ୍ଷ। ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର

ନୀତୀଶ କ୍ୟାବିନେଟରେ ଅଦଳବଦଳ: ବିବାଦୀୟ ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବିଭାଗରେ ପରିବର୍ତ୍ତନ

ପାଟନା: ବିହାର ସରକାରରେ ମନ୍ତ୍ରଣାଳୟର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଆରଜେଡି ନେତା ଆଲୋକ ମେହେଟ୍ଟାଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। ଏହାପୂର୍ବରୁ ସେ ରାଜସ୍ୱ ମନ୍ତ୍ରୀ ଥିଲେ। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ଆଖୁ ଶିଳ୍ପ ବିଭାଗର ମନ୍ତ୍ରୀ କରାଯାଇଛି। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର କ୍ରମାଗତ ଭାବରେ ବିବାଦରେ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ବିଭାଗର କରୁଣ ଚିତ୍ର, କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀକୁ ଜଣେ ଶିକ୍ଷକ, ପାଠ ପଢା ବିପର୍ଯ୍ୟସ୍ତ

କୁଜଙ୍ଗ: କୁଜଙ୍ଗର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସାଜିଥିବା କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ଘୋର ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବା ବେଳେ ଏବେ କୁଜଙ୍ଗ ସଦର ମହକୁମାରେ ଉପସ୍ଥିତ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀରେ କାର୍ଯ୍ୟ ଚାଲିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗତ ମାର୍ଚ୍ଚ ୩୧ରେ ଅବସର ପରେ ଜଣେ ଶିକ୍ଷୟିତ୍ରୀର ଦେବକୀ ଲେଙ୍କା ଏବେ ପାଠ ପଠା କାର୍ଯ୍ୟକରୁଛନ୍ତି। ବହୁବାର ଦାବି ଓ ଅନୁରୋଧ ପରେ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରୁନଥିବା ବେଳେ ଏବେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେବେ ବିଦ୍ୟାଳୟର ପରିଚାଳାନା କମିଟି ପକ୍ଷରୁ ପ୍ରଭାତୀ ଦାସ, ସୁଜାତା ଦାସ, ଇରାଙ୍ଗିନି ଦାସ, ତପସ୍ୱନୀ ସ୍ୱାଇଁ, ପଦ୍ମାବତୀ ମହାରଣା, ମିନତୀ ଦାସ, ପ୍ରଭାତ କୁମାର ନାଥ ଶର୍ମା, ଅକ୍ଷୟ କୁମାର ନାଥ, ଅମିୟ ବାରିକ, କୈଳାସ ସେଠୀ, ମନୋରଞ୍ଜନ ଦାସ, ସତ୍ୟବ୍ରତ ମଲିକ ପ୍ରମୁଖ ତୁରନ୍ତ ନୂତନ ଶିକ୍ଷକ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀରେ ଏକ ଶହ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ଏବେ ବିଦ୍ୟାଳ ୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ଘୋର ଅବବ୍ୟସ୍ଥା ଦେଖା ଦେଇଛି।

ବିଭାଗୀୟ କର୍ତ୍ତୁପକ୍ଷ ଯଦି ତୁରନ୍ତ ପଦକ୍ଷପ ଗ୍ରହଣ ନକରିନ୍ତି ତେବେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଜଙ୍ଗର ଏକ ବିଦ୍ୟାଳୟ ଯଦି ସଦର ମହକୁମାରେ ରହି ୫ ଶ୍ରେଣୀକୁ ଜଣେ ଶିକ୍ଷକରେ ପାଠ ପଢା ଚାଲିବ ତେବେ ବ୍ଲକ ର ସମୁଦ୍ରକୂଳ ତଥା ଦୂର ଅଞ୍ଚଳରେ ଥିବା ବିଦ୍ୟାଳୟର ସ୍ଥିତି କଣ ଥିବା ତାହା ସହଜେ ଅନୁମେୟ ବୋଲି କୁଜଙ୍ଗର ସମାଜ ସେବୀ ଅକ୍ଷୟ କୁମାର ନାଥ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାରର ଶିକ୍ଷା ବିଭାଗ କର୍ମକ୍ଷେତ୍ରରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ବାରଣ

ପାଟନା: ବିହାରର ଶିକ୍ଷା ବିଭାଗ ଏହାର କର୍ମଚାରୀମାନଙ୍କୁ ଜିନ୍ସ ଏବଂ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ କର୍ମକ୍ଷେତ୍ରର ସଂସ୍କୃତି ବିରୁଦ୍ଧ ଅଟେ ବୋଲି ବିଭାଗ କହିଛି। ବୁଧବାର ଜାରି କରାଯାଇଥିବା ନିର୍ଦ୍ଦେଶରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ (ପ୍ରଶାସନ) ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ବିରୋଧ କରିଛନ୍ତି।

ଏହି ଆଦେଶରେ କୁହାଯାଇଛି ଜେ, “ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏପରି ପୋଷାକ ପିନ୍ଧି ଅଫିସକୁ ଆସୁଛନ୍ତି, ଯାହା ଅଫିସ୍ ସଂସ୍କୃତିର ବିରୋଧୀ ଅଟେ। ‘ଆନୁଷ୍ଠାନିକ’ ପୋଷାକ ପିନ୍ଧିବା ପାଇଁ ଶିକ୍ଷା ବିଭାଗ କହିଛି। ତୁରନ୍ତ ପ୍ରଭାବ ସହିତ କୌଣସି ‘କାଜୁଆଲ୍’ ଡ୍ରେସ ବିଶେଷ କରି ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ଶିକ୍ଷା ବିଭାଗର କାର୍ଯ୍ୟାଳୟରେ ଅନୁମତି ଦିଆଯିବ ନାହିଁ।”

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ବିଭାଗର ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍‌ଟରଙ୍କୁ ମିଳିବ ଚଳିତ ବର୍ଷ ମଇ ଓ ଜୁନ୍‌ ମାସର ପାରିଶ୍ରମିକ

ଭୁବନେଶ୍ୱର : ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍‌ଟରମାନଙ୍କୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସର ପାରିଶ୍ରମିକ ପ୍ରଦାନ କରାଯିବାକୁ ସରକାର ସ୍ଥିର କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ପରେ ଏହି ଘୋଷଣା କରାଯାଇଛି ।

ପୂର୍ବବର୍ଷମାନଙ୍କରେ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ବନ୍ଦ ରହୁଥିବାରୁ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକଫରମାନଙ୍କୁ ପାରଶ୍ରମିକ ଦିଆଯାଉନଥିଲା । କିନ୍ତୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ଖୋଲା ରହିଥିବାରୁ ଏହି ଦୁଇମାସ ପାଇଁ ପାରିଶ୍ରମିକ ପ୍ରଦାନ କରାଯିବ । ଜିଲ୍ଲାଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାଶ ଏ ବିଷୟ ହୃଦୟଙ୍ଗମ କରି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା  ୭ତାରିଖ ଦିନ ଶିକ୍ଷକ ପର୍ବର ଉଦ୍‌ଘାଟନୀ ଆଲୋଚନା ଚକ୍ରରେ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଭାରତୀୟ ଭାଷା ଶବ୍ଦ କୋଷ ଯାହା ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାର ପ୍ରକାଶିତ ତାହା ଦିବ୍ୟାଙ୍କ ମାନଙ୍କ ନିମନ୍ତେ ଉନମୋଚନ କରିବେ। ଦୃଷ୍ଟିହୀନଙ୍କ ପାଇଁ କଥା ପୁସ୍ତକ,  ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଣାତ୍ମକ ପ୍ରତିଶ୍ରୁତି, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲର ଶୁଭାରମ୍ଭ କରିବେ ।

ଶିକ୍ଷକ ପର୍ବ-୨୦୨୧ ହେଉଛି “ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଲାଭ, ଉଦ୍‌ଭାବନାତ୍ମକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ନିରନ୍ତରତା ଶିକ୍ଷାର ଓ ଗୁଣାତ୍ମକମାନ ବିକାଶ ଦେଶବ୍ୟାପୀ ବଜାୟ ରଖିବା ପାଇଁ ଏହା କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଶିକ୍ଷା ବିଭାଗ ଯଦି ବଡ ଗୁରୁତ୍ବପୂର୍ଣ୍ଣ; ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ରେଳ ବିଭାଗ ସବୁ କଣ

ଭୁବନେଶ୍ବର, ଗତ ସାତ ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ବିଭାଗରୁ ବଦଳାଇ ଶିକ୍ଷା ବିଭାଗ ଦିଆଯାଇଛି। ପୂର୍ବରୁ ସେ ପେଟ୍ରୋଲିୟମ ସହିତ ଇସ୍ପାତ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ। ଏମିତି ଦେଖିଲେ ଏହି ଦୁଇଟି ବିଭାଗ ବଡ ଗୁରୁତ୍ବ ପୂର୍ଣ୍ଣ।

ହେଲେ ଏପରି ବିଭାଗରୁ ଶିକ୍ଷା ବିଭାଗକୁ ବଦଳି ହେବା ଖୋଦ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଶଂସକଙ୍କର ବୋଧହୁଏ ହଜମ ହୋଇପାରୁ ନାହିଁ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ବେଶ ଜୋରଦାର ପ୍ରଚାର ହେଉଛି ଯେ, ଧର୍ମେନ୍ଦ୍ରଙ୍କୁ ମୋଦି ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଏହାକୁ ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଆଉ ରେଳ ବିଭାଗସବୁ କଣ ?

ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ସାଧାରଣ ଲୋକେ ଜାଣିପାରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ମୋଦି ଗୁରୁତ୍ବ ଦେଲେ କି ଗୁରୁତ୍ବହୀନ କଲେ। କାରଣ ଯେ କେହି ଜାଣିପାରୁଛି ଯେ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗ କଣ ଏବଂ ଶିକ୍ଷା ବିଭାଗ କଣ। ଏଥିରେ ଧର୍ମେନ୍ଦ୍ରଙ୍କର କେଉଁ ପଟୁ ଗୁରୁତ୍ବ ବଢିଲା ବୋଲି ପ୍ରଚାର ଚାଲିଛି ତାହା ବୁଝାପଡୁ ନାହିଁ।

ବର୍ତ୍ତମାନ ଶିକ୍ଷା ବିଭାଗ କଥାକୁ ଆସିବା। ଏହି ବିଭାଗ ଏପରି ଏକ ବିଭାଗ ଯେଉଁଠି କେବଳ ବ୍ୟୟ କରାଯାଏ ସିନା ଆୟ ହୁଏ ନାହିଁ। ଅନ୍ୟପଟେ ଏହି ବିଭାଗ ଅଧିନରେ ଅଧିକାଂଶ ସଂସ୍ଥା ସବୁ ସ୍ବଂୟଶାସିତ ବ୍ୟବସ୍ଥାରେ ପରିଚାଳିତ। ୟୁଜିସି, ସିବିଏସଇ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏନସିଆରଟି ପରି ବହୁ ସ୍ବଂୟଶାସିତ ସଂସ୍ଥା ରହିଛି। ଏସବୁ ସଂସ୍ଥା ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି। ଏସବୁ ସଂସ୍ଥାକୁ ମନ୍ତ୍ରଣାଳୟ ତରଫରୁ କେବଳ ଅର୍ଥ ବରାଦ କରିବା ବ୍ୟତିତ ଅନ୍ୟ ନିଷ୍ପତିରେ ମୁଣ୍ଡ ପୁରାଇ ପାରିବେ ନାହିଁ।

ଏସବୁ ନିଜେ ଧର୍ମେନ୍ଦ୍ର ଏବଂ ତାଙ୍କ ପ୍ରଶଂସକମାନେ ଅବଗତ ହୋଇଛନ୍ତି। ସେଥିପାଇଁ ସେମାନଙ୍କର କୌଣସି ପ୍ରକାରରେ ଏହି ବିଭାଗକୁ ନେଇ ଭିତରେ ଭିତରେ ଖୁସି ନାହାଁନ୍ତି। ପୂର୍ବରୁ ଧର୍ମେନ୍ଦ୍ରଙ୍କର ଯେପରି ପତିୟାରା ଥିଲା ତାହା ଯେ କ୍ଷୁର୍ଣ୍ଣ ହୋଇଛି ଏଥିରେ ସନ୍ଦେହ ନାହିଁ। ସେଥିରେ ପ୍ୟାଚଅପ ପକାଇବା ପାଇଁ ରିତିମତ ଧର୍ମେନ୍ଦ୍ରଙ୍କର ଗୁରୁତ୍ବ ବଢିଲା ବୋଲି  ପ୍ରଚାର କରାଯାଉଛି।

ଏହା ସହିତ ଆଉ ଏକ ଯୋଜରଦାର ପ୍ରଚାର ଚାଲିଛି ଯେ, ମୋଦି କୁଆଡେ ଧର୍ମେନ୍ଦ୍ରଙ୍କୁ ଦଳର ରାଜ୍ୟସଭା ନେତା କରିବେ। ଏହା ବହୁତ ଗୁରୁ ଦାୟିତ୍ବ ବୋଲି ଅନେକ ଗଣମାଧ୍ୟମ ପ୍ରଚାର କରିବାରେ ଲାଗିଛନ୍ତି। ସତ କଥା ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ରାଜ୍ୟସଭାର ନେତା ହେବା ଭଲକଥା। ହେଲେ ପ୍ରଂଶସକମାନେ ଜାଣିବା ଉଚିତ ଯେ ରାଜ୍ୟସଭା ନେତା, ଶିକ୍ଷା ମନ୍ତ୍ରଣାଳୟ ମିଶାଇଲେ ମଧ୍ୟ କେବଳ ପେଟ୍ରୋଲିୟମ ବିଭାଗ ସହିତ ସମାନ ହେବ ନାହିଁ। ଇସ୍ପାତ ବିଭାଗକୁ ହିସାବରେ ସାମିଲ କରାଯାଇ ନାହିଁ।

ଯାହା ହେଲେ ବି ଧର୍ମେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ସେଥିରେ ସେ ଖୁସି ହେବା କଥା। କାରଣ ଯେତେବେଳେ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର, ଡ ହର୍ଷବର୍ଦ୍ଧନ ପରି ନେତାଙ୍କୁ ଛୁଟି କରି ଦିଆଯାଇଛି ସେତେବେଳେ ଧର୍ମେନ୍ଦ୍ର କ୍ୟାବିନେଟ ବର୍ଥକୁ ସଂରକ୍ଷିତ କରି ରଖିଛନ୍ତି। ସେଥିରେ ସେ ଖୁସି ହେବା କଥା। ହେଲେ ତାହା ନ ହୋଇ ମୋଦି ତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରାଇବା ଦ୍ବାର ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ସିନା ଲାଭ କିଛି ହେଉ ନାହିଁ।