Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା: ଉଭୟଙ୍କ ବିରୋଧରେ ରୁଜୁ ହେଲା ଠକେଇ ମାମଲା

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ନିତିନ ବାରାଇ ନାମକ ଅଭିଯୋଗକାରୀ ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଜୁଲାଇ ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମ/ଏସଏଫଏଲ ପ୍ରାଇଭେଟ କମ୍ପାନୀର ନିର୍ଦ୍ଦେଶକ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, କାଶୀଫ ଖାନ, ଦର୍ଷିତ ଶାହା ଏବଂ ସେମାନଙ୍କ ସହଯୋଗୀମାନେ ବରାଇଙ୍କ ସହ ଧୋକା କରିଛନ୍ତି।

ଅଭିଯୋଗ ମୁତାବକ ଏମ/ଏସଏଫଏଲ କମ୍ପାନୀର ଫ୍ରାଞ୍ଚାଇଜ୍ ନେଇ ପୁଣେର କୋରେଗାଓଁ ଅଞ୍ଚଳରେ ଏକ ସ୍ପା ଏବଂ ଜିମ୍ ଖୋଲିଲେ, ଏହା ବହୁତ ଲାଭଦାୟକ ହେବ ବୋଲି ବରାଇଙ୍କୁ କୁହାଯାଇଥିଲା। ଏହା ପରେ ବାରାଇଙ୍କୁ ୧ କୋଟି ୫୯ ଲକ୍ଷ ୨୭ ହଜାର ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତୁତ କରାଯାଇଥିଲା। ଯାହା ପରେ ଅଭିଯୁକ୍ତମାନେ ବାରାଇଙ୍କ ଟଙ୍କାକୁ ସେମାନଙ୍କ ଲାଭ ପାଇଁ ବ୍ୟବହାର କରିଥିଲେ ଏବଂ ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା।

ବରାଇଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ଆଇପିସିର ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଏବଂ ୧୨୦ (ବି) ଅନୁଯାୟୀ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଚି।

ମୁମ୍ବାଇ ପୋଲିସ ମଧ୍ୟ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ। ରାଜ କୁନ୍ଦ୍ରା, ଶିଳ୍ପା ଶେଟ୍ଟୀଙ୍କ ପକ୍ଷ ଜାଣିବା ପାଇଁ ପୋଲିସ ଶୀଘ୍ର ସେମାନଙ୍କ ସହ ଯୋଗାଯୋଗ କରିପାରେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲା: ୬୪ ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି। ସୋମବାର ଦିନ ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ। ଅଦାଲତ କୁନ୍ଦ୍ରାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। ଜୁଲାଇ ୧୯ ତାରିଖରେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ ଦ୍ୱାରା ଗିରଫ ହୋଇଥିଲେ। ୬୪ଦିନ ପରେ ରାଜ କୁନ୍ଦ୍ରାଙ୍କୁ ଜାମିନରୁ ମୁକ୍ତ କରାଯାଇଥିଲା। କୁନ୍ଦ୍ରା ଏକ ପର୍ଣ୍ଣ ଫିଲ୍ମ ତିଆରି କରି ଏହାକୁ ଏକ ମୋବାଇଲ୍ ଆପରେ ଷ୍ଟ୍ରିମିଂ କରିଥିବା ଅଭିଯୋଗ ହୋଇଥିଲା।

ଗତ ଗୁରୁବାର ମୁମ୍ବାଇ ପୋଲିସ ଏହି ମାମଲାରେ ୧ ହଜାର ୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ମୋବାଇଲ୍ ଆପରେ ଅଶ୍ଳୀଳ କ୍ଲିପ୍ ଉତ୍ପାଦନ ଏବଂ ବିତରଣ ସମ୍ବନ୍ଧୀୟ ବିଷୟ ସହିତ ଜଡିତ। ମୁମ୍ବାଇ ପୋଲିସ ବିଶ୍ୱାସ କରେ ଯେ, ରାଜ ପର୍ଣ୍ଣ ଫିଲ୍ମ ପ୍ରଡକ୍ସନରେ ସକ୍ରିୟ ଥିଲେ। ତାଙ୍କ ବିରୋଧରେ ଯଥେଷ୍ଟ ଇଲେକ୍ଟ୍ରୋନିକ୍ ପ୍ରମାଣ ଥିବା ମୁମ୍ବାଇ କ୍ରାଇମ୍ ଶାଖା ମଧ୍ୟ ଦାବି କରିଛି। ପୋଲିସ କହିଛି ଯେ, କୁନ୍ଦ୍ରା ଗତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ସେମାନଙ୍କ ଅନଲାଇନ୍ ରିଲିଜରୁ ଅତି କମରେ ୧.୨୫ କୋଟି ଟଙ୍କା ଆୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

“ଆମ ପାଖରେ ସବୁକିଛି ଅଛି, ଏସବୁ କରିବାର କ’ଣ ଆବଶ୍ୟକତା ଥିଲା”: ରାଜ କୁନ୍ଦ୍ରାଙ୍କୁ ପ୍ରଶ୍ନ କଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଘଟଣାରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଛି। ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା ​​ସେତେବେଳେ ଶିଳ୍ପା ଶେଟ୍ଟି ସମସ୍ତଙ୍କ ସାମ୍ନାରେ ତାଙ୍କ ଉପରେ ରାଗି ଯାଇଥିଲେ। ସେ ଖୋଲାଖୋଲି ଭାବେ ପ୍ରଶ୍ନ ପଚାରିଥିଲେ, ଯେତେବେଳେ ଆମର ସବୁକିଛି ଅଛି, ତେବେ ଏସବୁ କରିବାର ଆବଶ୍ୟକତା କ’ଣ ଥିଲା?

ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅତ୍ୟଧିକ ଦୁଃଖିତ ହୋଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ପ୍ରତିଦିନ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି।